Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୂପୃଷ୍ଠରୁ ୩ ହଜାର ଫୁଟ୍ ତଳେ ଗାଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୂପୃଷ୍ଠରୁ ୩ ହଜାର ଫୁଟ୍ ତଳେ ଗାଁ

ଭୂପୃଷ୍ଠରୁ ୩ ହଜାର ଫୁଟ୍ ତଳେ ଗାଁ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ।

ଦୁନିଆରେ ଏଭଳି ଏକ ଗାଁ ଅଛି, ଯାହା ଭୂପୃଷ୍ଠରୁ ପ୍ରାୟ ୩ହଜାର

ଫୁଟ୍ ତଳେ ଅବସ୍ଥିତ । ଗାଁକୁ ନେଇ ଏବେ ଇଣ୍ଟରନେଟ୍‌ରେ ଖୁବ୍‌

ଚର୍ଚ୍ଚା ଚାଲିଛି । ଆଡ୍‌ଭେଞ୍ଚର୍ ପ୍ରତି ରୁଚି ରଖୁଥିବା ଲୋକେ ଏ ଗାଁକୁ

ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି । ଆମେରିକାର ପ୍ରସିଦ୍ଧ ଗ୍ରାଣ୍ଡ୍‌

କ୍ୟାନିଅନ୍ ନିକଟରେ ସ୍ଥିତ ହବାସୁ କ୍ୟାନିୟନ୍‌ରେ ସୁପାଇ ନାମକ ଗାଁ

ରହିଛି । ଏହି ଗାଁ ଭୂଇଁ ତଳେ ଅବସ୍ଥିତ । ଏହାକୁ ଦେଖିବାକୁ

ପ୍ରତିବର୍ଷ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ

ଆସିଥାନ୍ତି । ହବାସୁ କ୍ୟାନିଅନ୍ ନିକଟରେ ଏକ ବିଶାଳ ଗାତ ରହିଛି ।

ତା’ରି ଭିତରକୁ ପ୍ରବେଶ କଲେ ଗାଁର ରୂପରେଖ ଦେଖିବାକୁ ମିଳେ ।

ଗାଁର ଜନସଂଖ୍ୟା ମାତ୍ର ୨୦୮ । ବାହାର ଦୁନିଆ ସହ ଗାଁର ଆଦୌ

ସମ୍ପର୍କ ନାହିଁ । ଗାଁରେ ରେଡ୍‌ଇଣ୍ଡିଆନ୍ ରହୁଥିବା ସୂତ୍ରରୁ ଜଣାପଡ଼ିଛି ।

ଯେଉଁମାନେ ଆମେରିକାର ମୂଳ ନିବାସୀ ଭାବେ ପରିଚିତ । ଗାଁରେ

ଆବଶ୍ୟକୀୟ ସାମଗ୍ରୀ ସୀମିତ ହୋଇରହିଛି । ଆଧୁନିକ ଯୁଗ ସହ

ଗାଁର କୌଣସି ସ୍ପର୍ଶ ନାହିଁ । ତେବେ ଏ ଗାଁକୁ ପ୍ରବେଶ କରିବାକୁ

କଠିନରୁ ଅତି କଠିନ ଯାତ୍ରା କରିବାକୁ ପଡ଼ିଥାଏ ।

Leave a Reply