Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅବଦୁଲ କଲାମ ଘାଟିରୁ ପ୍ରଳୟ ମିଶାଇଲ୍‌ର ସଫଳ ପରୀକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅବଦୁଲ କଲାମ ଘାଟିରୁ ପ୍ରଳୟ ମିଶାଇଲ୍‌ର ସଫଳ ପରୀକ୍ଷଣ

ଭଦ୍ରକ: ମଙ୍ଗଳବାର ଦିନ ପ୍ରାୟ ୯.୫୦ ମିନିଟ୍‌ରେ ଓଡ଼ିଶା ଉପକୂଳବର୍ତ୍ତୀ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ଏସଆରବିଏମ୍‌) ‘ପ୍ରଳୟ’ ର ସଫଳ ପରୀକ୍ଷଣ ହୋଇଛି ବୋଲି ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି । ପଡୋଶୀ ଚୀନ ଏବଂ ପାକିସ୍ତାନ ସହିତ ଏହାର ସୀମାରେ ଦେଶର ପ୍ରତିରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି । ସକାଳ ପ୍ରାୟ ୯.୫୦ ରେ ଉତ୍‌କ୍ଷେପଣ ହୋଇଥିବା ଏହି କ୍ଷେପଣାସ୍ତ୍ରର ସମସ୍ତ ମିଶନ ଉଦ୍ଦେଶ୍ୟ ପୂରଣ କରିଛି । ଟ୍ରାକିଂ ଯନ୍ତ୍ରର ଏକ ବ୍ୟାଟେରୀ ଉପକୂଳବର୍ତ୍ତୀ ଅଂଚଳରେ ଏହାର ଗତିପଥ ଉପରେ ନଜର ରଖିଛି । ‘ପ୍ରଳୟ’ ହେଉଛି ୩୫୦-୫୦୦ କିଲୋମିଟର ସ୍ୱଳ୍ପ ଦୂରଗାମୀ, ଭୃପଷ୍ଠରୁ ଭୃପୃଷ୍ଠ କ୍ଷେପଣାସ୍ତ୍ର । ଯାହା ୫୦୦- ୧୦୦୦ କିଲୋଗ୍ରାମର ଭାର ଧାରଣା କ୍ଷମତା ରହିଛି । କଠିନ ଇନ୍ଧନ, ଯୁଦ୍ଧକ୍ଷେତ୍ରର କ୍ଷେପଣାସ୍ତ୍ର ଉପରେ ଏହା ବିକଶିତ ହୋଇଛି । ଲାଇଫ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଏବଂ ଲାଇଫ୍ ଅଫ୍ କଣ୍ଟ୍ରୋଲ (ଏଲ୍‌ଓସି) ସହିତ ନିୟୋଜନ ପାଇଁ ‘ପ୍ରଳୟ’ ପ୍ରସ୍ତୁତ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ଚୀନର ଡୋଙ୍ଗ ଫେଙ୍ଗ ୧୨ ଏବଂ ରୁଷିଆର ଇସ୍କାଣ୍ଡାର ସହ ତୁଳନା କରାଯାଇଛି । ଯାହା ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ବ୍ୟବହୃତ ହୋଇଥିଲା ।

Leave a Reply