Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫଳ ବିକାଳି ନାମରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫଳ ବିକାଳି ନାମରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧ

୮୮ ବର୍ଷୀୟ ଜଣେ ବୃଦ୍ଧ ନିଜର ସମସ୍ତ ସମ୍ପତ୍ତି ଫଳ ବିକାଳି ନାଁରେ କରିଛନ୍ତି । ବୃଦ୍ଧଙ୍କ ଫ୍ଲାଟ୍‌ର ମୂଲ୍ୟ ୩.୮୪ କୋଟି ଟଙ୍କାରୁ ଅଧିକ । ଏହି ନିଷ୍ପତ୍ତି ପାଇଁ ତାଙ୍କ ପରିବାରକୁ ଶକ୍ତ ଧକ୍କା ଲାଗିଲା । କିନ୍ତୁ ଏହା ପଛର କାରଣ ଜଣାପଡ଼ିବା ପରେ ଲୋକେ ବୃଦ୍ଧଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି କହୁଛନ୍ତି । ଘଟଣାଟି ଚୀନ୍‌ର ଶଂଘାଇର । ଏଠାରେ ମା ନାମକ ଜଣେ ବ୍ୟକ୍ତି ୩ ବର୍ଷ ତଳେ ନିଜର ସମସ୍ତ ସମ୍ପତ୍ତିକୁ ଜଣେ ଫଳ ବିକାଳି ନାଁରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଲିୟୁ ନାମକ ଫଳ ବିକାଳି ତାଙ୍କର ରକ୍ତ ସମ୍ପର୍କୀୟ ନୁହଁନ୍ତି । କିନ୍ତୁ ବୃଦ୍ଧ ମାଙ୍କ ଜୀବନର ଶେଷ କିଛି ବର୍ଷ ଲିୟୁ ତାଙ୍କର ଖୁବ୍ ସେବା କରିଥିଲେ । କିଛି ବର୍ଷ ତଳେ ଲିୟୁ ନିଜ ପତ୍ନୀ ଓ ୩ ସନ୍ତାନଙ୍କ ସହ ମାଙ୍କ ଘରକୁ ରହିବାକୁ ଆସିଥିଲେ । ମା’ଙ୍କ ଶେଷ ସମୟରେ ଲିୟୁଙ୍କ ପରିବାର ତାଙ୍କର ଖୁବ୍ ସେବା ଯତ୍ନ କଲା । ୨୦୨୧ ମସିହା, ଡିସେମ୍ବର ୩୧ ତାରିଖରେ ମାଙ୍କର ଦେହାନ୍ତ ହେଲା । ତା’ପରେ ମାଙ୍କର ୩ ଭଉଣୀ ତାଙ୍କ ସମ୍ପତ୍ତିରେ ଅଧିକାର ଦାବି କରି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ପ୍ରମାଣପତ୍ର ଲିୟୁଙ୍କୁ ଦେବାକୁ ମନା କରିଦେଲେ । ଲିୟୁ ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ୩ ଭଉଣୀଙ୍କ କହିବା ଅନୁସାରେ, ସେମାନଙ୍କ ଭାଇ ମା ନିଜ ମୃତ୍ୟୁ ପୂର୍ବରୁ ୨୦୨୦ ମସିହାରେ ଲିୟୁଙ୍କ ସହ ଏକ ଚୁକ୍ତିରେ ଦସ୍ତଖତ କରିଥିଲେ । ସେଥିରେ ଲେଖାଥିଲା, ସେ ବଞ୍ଚିଥିବା ପର୍ଯ୍ୟନ୍ତ ଲିୟୁ ତାଙ୍କର ଯତ୍ନ ନେବେ ଏବଂ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତି ମଧ୍ୟ ଲିୟୁଙ୍କୁ ହିଁ ମିଳିବ । ଭଉଣୀମାନେ ଦାବି କଲେ ଯେ ମାଙ୍କ ମାନସିକ ସ୍ଥିତି ଠିକ୍ ନ ଥିଲା । ସେ ସ୍ମୃତିଭ୍ରମ ରୋଗରେ ପୀଡ଼ିତ ଥିଲେ । ଏହି ସ୍ଥିତିରେ ତାଙ୍କୁ ବାଧ୍ୟ କରି ଦସ୍ତାବିଜ୍‌ରେ ଦସ୍ତଖତ କରାଯାଇଥିଲା । କିନ୍ତୁ ନୋଟାରି ଅଧିକାରୀମାନେ ଭଉଣୀଙ୍କ ଦାବିକୁ ଖଣ୍ଡନ କଲେ । ବୃଦ୍ଧ ମାଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ଥିଲା ବୋଲି ସେମାନେ କହିଲେ । ନିକଟରେ ବାଓଶାନ ଡିଷ୍ଟ୍ରିକ୍ଟ ପିପଲ୍ସ କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ଅନୁସାରେ, ମା ଓ ଲିୟୁଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ବୈଧ । ତେଣୁ ମାଙ୍କ ଘର, ଟଙ୍କା ଓ ସମସ୍ତ ସମ୍ପତ୍ତି ଲିୟୁଙ୍କୁ ଦେବାକୁ କୋର୍ଟ ଆଦେଶ ଦେଲେ । ସୂଚନାଯୋଗ୍ୟ, ଲିୟୁ ମାଙ୍କ ଘର ପାଖରେ ଫଳ ବିକ୍ରି କରନ୍ତି । ଦିନେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହେଲା । ତା’ପରଠୁ ଉଭୟଙ୍କ ସମ୍ପର୍କ ନିବିଡ଼ ହେବାକୁ ଲାଗିଲା । ମାଙ୍କ ଏକମାତ୍ର ପୁଅର ମାନସିକ ରୋଗରେ ମୃତ୍ୟୁ ହୋଇଥିଲା । ଏହି ସ୍ଥିତିରେ ଲିୟୁ ଉଭୟ ମା ଓ ତାଙ୍କ ପୁଅକୁ ସମ୍ଭାଳିଲେ । ମାଙ୍କର ଜଣେ ବି ସମ୍ପର୍କୀୟ ତାଙ୍କ ପୁଅର ଅନ୍ତିମ ସଂସ୍କାରରେ ଆସିନଥିଲେ । ଏପରିକି ସେ ହସ୍‌ପିଟାଲରେ ଥିବାବେଳେ ମଧ୍ୟ କେହି ତାକୁ ଦେଖିବାକୁ ଆସିନଥିଲେ । ଏହି ସ୍ଥିତିରେ ଲିୟୁ ତାଙ୍କ ପୁଅର ଦେଖାଶୁଣା କରିଥିଲେ । ସେଥିପାଇଁ ମା ନିଜର ସମସ୍ତ ସମ୍ପତ୍ତି ଲିୟୁଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲେ ।

Leave a Reply