ଉତ୍ତରାଖଣ୍ଡର ୩୦ଟି ମଦ୍ରାସାରେ ନାଁ ଲେଖାଇଛନ୍ତି ୭୪୯ ହିନ୍ଦୁ ପିଲା

ଡେରାଡୁନ୍‌: ରାଜ୍ୟର ୩୦ଟି ମଦ୍ରାସାରେ ୭,୩୩୯ଜଣ ପିଲା ନାଁ ଲେଖାଇଥିବା କଥା ଉତ୍ତରାଖଣ୍ଡ ମଦ୍ରାସା ଶିକ୍ଷା ବୋର୍ଡର ରିପୋର୍ଟରୁ ଅବଗତ ହେବା ପରେ ‘ନ୍ୟାସ୍‌ନାଲ୍ କମିସନ୍ ଫର ପ୍ରୋଟେକ୍‌ସନ୍ ଅଫ୍ ଚାଇଲ୍‌ଡ୍ ରାଇଟ୍ସ୍‌’ (ଏନ୍‌ସିପିସିଆର) ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ବ୍ୟକ୍ତିଗତ ଭାବେ ନଭେମ୍ବର ୯ ତାରିଖରେ କମିସନ୍‌ରେ ହାଜର ହେବାକୁ ତାଙ୍କୁ ଏଥିରେ ନିର୍ଦେଶ ଦିଆଯାଇଛି । ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ବୋର୍ଡ ଅନୁବନ୍ଧିତ ୩୦ଟି ମଦ୍ରାସାରେ ନାମ ଲେଖାଇଥିବା ୭,୩୩୯ଜଣ ପିଲାଙ୍କ ମଧ୍ୟରୁ ୭୪୯ଜଣ ହେଉଛନ୍ତି ହିନ୍ଦୁ ସମ୍ପ୍ରଦାୟର । ‘ଶିକ୍ଷା ଅଧିକାର ଆଇନ’ ଅନୁସାରେ କାହିଁକି ଏହି ପିଲାମାନଙ୍କୁ ସ୍କୁଲ୍‌ରେ ଆଡ୍‌ମିସନ୍ କରାଯାଇନି ବୋଲି ‘ଏନ୍‌ସିପିସିଆର’ ସମ୍ପ୍ରତି ସଂଖ୍ୟାଲଘୁ ମଙ୍ଗଳ ବିଭାଗକୁ କୈଫିୟତ୍ ମାଗିଛି । କାରଣ ଉକ୍ତ ଆଇନ ଅନୁସାରେ ସ୍କୁଲ୍‌ର ପରିଭାଷା ଯାହା, ମଦ୍ରାସା ତାହା ନୁହେଁ । ଖେଦି ଶିଖୋପୁରରେ ୧୩୧ଜଣ, ତିଳକପୁରରେ ୧୧୨ଜଣ ଓ ହରିଦ୍ୱାର ଜିଲ୍ଲାର ଭଗବାନପୁରରେ ୮୫ଜଣ ହିନ୍ଦୁ ପିଲା ମଦ୍ରାସାରେ ଶିକ୍ଷା ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *