Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୭.୫୦ ଟଙ୍କାରେ ମିଳିବ ‘ଭାରତ ଅଟା’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୭.୫୦ ଟଙ୍କାରେ ମିଳିବ ‘ଭାରତ ଅଟା’

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ନାଗରିକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସାରା ଦେଶରେ ସୋମବାରଠାରୁ ‘ଭାରତ ଅଟା’ ବ୍ରାଣ୍ଡ ନାଁରେ କେଜି ପିଛା ୨୭ ଟଙ୍କା ୫୦ ପଇସାରେ ଅଟା ବିକ୍ରି କରି ଆରମ୍ଭ ହୋଇଛି । ‘ଭାରତ ଅଟା’ ସମବାୟ ସମିତି ନାଫେଡ୍‌, ଏନସିସିଏଫ ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ସାରା ଦେଶରେ ୮୦୦ ମୋବାଇଲ୍ ଭ୍ୟାନ ଓ ୨ ହଜାରରୁ ଅଧିକ ଦୋକାନ ମାଧ୍ୟମରେ ବିକ୍ରି କରାଯିବ । ଗୁଣବତ୍ତା ଓ ସ୍ଥାନ ଅଧାରରେ ସବ୍‌ସିଡି ଯୁକ୍ତ ଦର ବର୍ତ୍ତମାନ ବଜାର ମୂଲ୍ୟଠାରୁ ୩୬- ୭୦ ଟଙ୍କାର ପ୍ରତି କିଲୋଗ୍ରାମରୁ କମ ରହିଛି । ଫେବ୍ରୁଆରୀରେ ସରକାର ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଯୋଜନା ଅଧିନରେ କିଛି ଦୋକନାରେ ଏହି ସମବାୟ ସମିତି ମାଧ୍ୟମରେ ୨୯.୫୦ ଟଙ୍କା ପ୍ରତି କେଜିରେ ୧୮,୦୦୦ ଟନ୍ ଭାରତ ଅଟାର ଟ୍ରାଏଲ ବିକ୍ରି କରିଥିଲେ । କେନ୍ଦ୍ର ଖାଉଟି ଓ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲ କର୍ତ୍ତବ୍ୟ ପଥରେ ଭାରତ ଅଟାର ୧୦୦ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ, ‘ଆମ ପରୀକ୍ଷଣ ସଫଳ ରହିଛି, ତେଣୁ ଆମେ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଏହାଦ୍ୱାରା ଦେଶର ପ୍ରତି ସ୍ଥାନରେ ଅଟା କେଜି ପିଛା ୨୭ ଟାଙ୍କା ୫୦ ପଇସାରେ ଉପଲବ୍ଧ ହୋଇପାରିବ’ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପରୀକ୍ଷଣ ସମୟରେ ଗହମ ଅଟା ବିକ୍ରି କମ ଥିଲା । କାରଣ କେବଳ କିଛି ଦୋକାନ ମାଧ୍ୟମରେ ହିଁ ଖୁଚୁରା ବିକ୍ରି ହୋଇପାରିଥିଲା । ଏଥର ଭଲ ବିକ୍ରି ହେବ କାରଣ ଉତ୍ପାଦଗୁଡିକୁ ସାରା ଦେଶରେ ଏହି ତିନି ଏଜେନ୍ସିଙ୍କ ୮୦୦ ମୋବାଇଲ୍ ଭ୍ୟାନ୍ ଓ ୨ ହଜାର ଦୋକାନ ମାଧ୍ୟମରେ ବିକ୍ରି କରାଯିବ ।

Leave a Reply