Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି

ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ମାସକରେ ସର୍ବାଧିକ ୨.୬ ବିଲିଅନ ଡଲାର ବୃଦ୍ଧି ଘଟି ୫୮୬. ୧୧ ବିଲିଅନ ଆରବ ଡଲାରରେ ପହଞ୍ଚିଛି । ଅକ୍ଟୋବର ୨୭ ତାରିଖ ସୁଦ୍ଧା ଏହି ବୃଦ୍ଧି ହୋଇଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୪ ବିଲିଅନ ଆମେରିକୀୟ ଡଲାର ହ୍ରାସ ହୋଇଥିଲା । ଗତବର୍ଷ ୫ ବିଲିଅନ ଡଲାରକୁରୂପିସ୍‌ରେ ବଦଳ କରାଯାଇଥିଲା । ଏଥିରେ ଭାରତୀୟ ଟଙ୍କା ବିକି ଡଲାର କିଣାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ଏହା ମାଚୁଅର ହୋଇଯାଇଥିଲା । ଆର୍‌ବିଆଇର ଡାଟା ଅନୁସାରେ, ୨୭ ଅକ୍ଟୋବର, ୨୦୨୩ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାରରେ ୨.୫୭୮ ବିଲିୟନ ଡଲାର ବୃଦ୍ଧି ହୋଇ ୫୮୬.୧୧ ବିଲିୟନ ଡଲାରରେ ପହଞ୍ଚିଛି । ବିଦେଶୀ କରେନ୍ସି ଆସେଟ୍ସରେ ମଧ୍ୟ ବୃଦ୍ଧି ଘଟିଛି । ବିଦେଶୀ କରେନ୍ସି ଆସେଟ୍ସ ୨.୩୦୩ ବିଲିୟନ ଡଲାରରେ ବୃଦ୍ଧି ହୋଇ ୫୧୭.୫୦୪ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଚଳିତ ସପ୍ତାହରେ ପୁଣି ଥରେ ଆରବିଆଇର ଗୋଲ୍ଡ ରିଜର୍ଭରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଗୋଲ୍ଡ ରିଜର୍ଭରେ ୪୯୯ ମିଲିୟନ ଡଲାରରେ ବୃଦ୍ଧି ହୋଇ ୪୫.୯୨ ବିଲିୟନ ଡଲାରରେ ପହଞ୍ଚିଛି । ଏସ୍‌ଡିଆର୍‌ରେ ୧୫ ମିଲିୟନ ଡଲାର ହ୍ରାସ ଘଟିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଜମା ହୋଇଥିବା ରିଜର୍ଭ ୨୦୮ ଡଲାର ହ୍ରାସ ସହ ୪.୭୭ ବିଲିୟନ ଡ଼ଲାରରେ ପହଞ୍ଚି । ଅନ୍ୟପଟେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨ ପଇସା ସାମାନ୍ୟ ହ୍ରାସ ହୋଇଛି । କରେନ୍ସି ମାର୍କେଟରେ ଏକ ଆମେରିକୀୟ ଡଲାର ମୂଲ୍ୟ ୮୩.୨୮ ଟଙ୍କାରେ ବନ୍ଦ ହୋଇଯାଇଛି । ଚଳିତ ସପ୍ତାହରେ ଡଲାର ତୁଳନାରେ ମୁଦ୍ରା ସବୁଠାର ଖରାପ ପ୍ରଦର୍ଶନ କରିଥିଲା । ରୁପିସ ସର୍ବନିମ୍ନ ୮୩.୩୩ର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା ।

Leave a Reply