Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ

ନୂଆଦିଲ୍ଲୀ ପୁଣି ବଢ଼ିବ କେନ୍ଦ୍ରର ମାଗଣା ରାସନ ଯୋଜନା ଅବଧି । ଆହୁରି ପାଞ୍ଚ ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ଦେଶର ୮୦ କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ । ଆଗକୁ ନିର୍ବାଚନ ଥିବା ଛତିଶଗଡ଼ରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ବିଜେପି ସରକାର ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଉଛନ୍ତି । ଆପଣମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ ମୋତେ ସର୍ବଦା ପବିତ୍ର ନିଷ୍ପତ୍ତି ନେବାକୁ ଶକ୍ତି ଦେଇଥାଏ ।’ଛତିଶଗଡ଼ରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିବା ସହ କଂଗ୍ରେସ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ସବୁବେଳେ ଆର୍ôଥକ ଲାଭକୁ ପ୍ରାଧାନ୍ୟ ଦେଉଥିବା ଏବଂ ବାରମ୍ବାର ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ।ଏଥିସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘କଂଗ୍ରେସ ଆତ୍ମନିର୍ଭରଶୀଳ ଏବଂ ଆତ୍ମବିଶ୍ୱାସୀ ଗରିବଙ୍କୁ ଘୃଣା କରେ । ଦଳ ସବୁବେଳେ ଚାହେଁ, ଗରିବମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୁଅନ୍ତୁ ଏବଂ ଗୁହାରି କରନ୍ତୁ । ଗରିବଙ୍କୁ ଗରିବ କରି ରଖିବାକୁ ଦଳ ଚାହୁଁଛି । ତେଣୁ ଗରିବଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଠାରେ କଂଗ୍ରେସ ସରକାର ନିଜର ସମସ୍ତ ଶକ୍ତି ଲଗାଇ ଦେଉଛି ।’ଆପଣ ଗତ ପାଞ୍ଚ ବର୍ଷ ଧରି କଂଗ୍ରେସ ଦ୍ୱାରା ହୋଇଥିବା ଅନ୍ୟାୟ ଏବଂ ଦୁର୍ନୀତିକୁ ସହ୍ୟ କରିଛନ୍ତି । ମୋତେ ବିଶ୍ୱାସ କରନ୍ତୁ, ମାତ୍ର ୩୦ ଦିନ ବାକି ଅଛି । ଏହା ପରେ ଆପଣ ଏହି ସମସ୍ୟାରୁ ମୁକ୍ତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ପ୍ରକାଶ ଥାଉ କି ଆଗକୁ ରହିଛି ଛତିଶଗଡ଼ ବିଧାନସଭା ନିର୍ବାଚନ । ଏଠାରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ବର ୭ ଓ ୧୭ରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂ ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାରୁ ବିଭିନ୍ନ ଦଳ ପାଇଁ ଏହା ଏକ ପ୍ରକାର ଫ୍ଲୋର୍ ଟେଷ୍ଟ ।

Leave a Reply