ଶିଶୁବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରରେ ବିଜ୍ଞାନମେଳା

ଜୟପୁର : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ରୋଟାରୀ କ୍ଲବ ଏବଂ ଗଣପତି ଫାଉଣ୍ଡେସନ୍ ଆନୁକୁଲ୍ୟରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନମେଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ପ୍ରଧ୍ୟାପକ ମାନନୀୟ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ଡଃ. ବି.ସି. ସାବତ, ଅଧ୍ୟକ୍ଷ, ଗଣପତି ଫାଉଣ୍ଡେସନ୍ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋରଞ୍ଜନ ପ୍ରଧାନ, ପ୍ରଧ୍ୟାପକ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ତଥା ବିଦ୍ୟାଳୟର ଉପସଭାପତି ଓ ବିଦ୍ୟାଳୟର ସଂପାଦକ ଶ୍ରୀ ପଙ୍କଜ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ରୋଟାରୀ କ୍ଲବ୍ ର ସଭାପତି ଶ୍ରୀ ଅଶୋକ ମିଶ୍ର, ସଂପାଦକ ଶ୍ରୀ ସୁରେଶ ପାଣିଗ୍ରାହୀ ଏବଂ ଜି.ଭି. ରାଓ, ମୁରଲୀଧର ସାବତ, ଅଜିତ୍ ପାତ୍ର, ରତ୍ନାକର ଚୌଧୁରୀ, ରାମହରି ପଣ୍ଡା, କେ. ବ୍ରହ୍ମା, ରବି ନନ୍ଦ, ଆରତୀ ମିଶ୍ର, ସି.ସାବିତ୍ରୀ, ସ୍ୱାତୀ ହୋତା, ପ୍ରଦୀପ ସାହୁ ବିଜ୍ଞାନମେଳାରେ ଉପସ୍ଥିତ ଥିଲେ । ଜୟପୁର ସହରର ବିଭିନ୍ନ ବିଦ୍ୟାଳୟରୁ ସର୍ବମୋଟ ୧୪୦ଟି ପ୍ରକଳ୍ପ ନେଇ ଶିଶୁମାନେ ଉପସ୍ଥିତ ରହି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଚାରକ ମଣ୍ଡଳୀ ଭାବେ ପୂର୍ବତନ ଅଧ୍ୟକ୍ଷା ମାନନୀୟା ସି. ସାବିତ୍ରୀ, ଶ୍ରୀ ବି.ବି. ନନ୍ଦ, ରସାୟନ ବିଜ୍ଞାନ ବିଭାଗ, ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ, ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ, ଡଃ ଉଜ୍ଜ୍ୱଳ କୁମାର ଷଢଙ୍ଗୀ, ରସାୟନ ବିଜ୍ଞାନ, ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ଶିଶୁମାନଙ୍କ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ କୃତୀ ଶିଶୁଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରକଳ୍ପର ବିଷୟ ମଧ୍ୟରେ ବିଜ୍ଞାନର ନୂତନ ପ୍ରୟୋଗ ତଥା ବୈଷୟିକ ଜ୍ଞାନ ଆଧାରିତ ଜ୍ଞାନ କୌଶଳ, ପରିବେଶ ସ୍ୱଚ୍ଛତା ଏବଂ ଯାତାୟତ ପରିବହନ ଆଧାରିତ ନମୁନା ଅନ୍ୟତମ ଥିଲା । ପ୍ରଧାନାଚାର୍ଯ୍ୟ ଶ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ପାଳନ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକା ମାନେ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଇଥିଲେ ।

Leave a Reply

Your email address will not be published. Required fields are marked *