Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆପଣଙ୍କ ଛାତିରେ ଜମା ହୋଇଥିବା କଫ ଯୋଗୁକଷ୍ଟ ପାଉଛନ୍ତି କି? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆପଣଙ୍କ ଛାତିରେ ଜମା ହୋଇଥିବା କଫ ଯୋଗୁକଷ୍ଟ ପାଉଛନ୍ତି କି?

କଳା ମରିଚ ଓ ମହୁ: ଛାତିରେ ଜମା ହୋଇଥିବା କଫକୁ ବାହାର କରିବା ପାଇଁ କଳା ମରିଚ ଓ ମହୁ ସେବନ ବହୁତ ଲାଭକାରୀ ହୋଇଥାଏ । ଏହା କଫ ବାହାର କରିବା ସହ ଗଳା ଖରାପ ଓ ସର୍ଦ୍ଦିରେ ମଧ୍ୟ କାମ କରିଥାଏ । ତୁଳସି ଓ ଅଦାର ଚା’: ଛାତିରେ ଜମା କଫ ବାହାର କରିବା ପାଇଁ ତୁଳସି ଓ ଅଦାର ଚାହା ସେବନ ବହୁତ ସହାୟକ ହୋଇଥାଏ । କାରଣ ତୁଳସି ଓ ଅଦାରେ ଉଭୟ ଆଣ୍ଟି ଇନଫ୍ଲାମାଟୋରୀ, ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫୁଙ୍ଗାଲ ଗୁଣ ଭରପୁର ରହିଥାଏ । ଏହି ଚା’ ପିଇବା ଦ୍ୱାରା ଛାତିର କଫ ବାହାରି ଯାଇଥାଏ । ପୋଦିନା ତେଲ: ଛାତିରେ ଜମା କଫ ବାହାର କରିବା ପାଇଁ ପୋଦିନା ତେଲର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । ପୋଦିନା ତେଲ ଛାତିରେ ଜମା ହୋଇଥିବା କଫ ବାହାର କରିଥାଏ । ତେଣୁ ଗରମ ପାଣିରେ ପୋଦିନା ତେଲର କିଛି ବୁନ୍ଦା ପକାଇ ଏହାର ବାମ୍ଫ ନିଅନ୍ତୁ । ଛାତିରେ ଜମା କଫ ବାହାର କରିଦେବାରେ ସାହାଯ୍ୟ କରିବ ।

Leave a Reply