Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅସ୍ଥାୟୀ ମନ୍ଦିରରେ ଥିବା ରାମ ଲଲାଙ୍କ ବିଗ୍ରହକୁ ହାତରେ ଧରି ନୂଆ ମନ୍ଦିର ଯାଏ ଚାଲି ଚାଲି ଆସିବେ ଭାରତର ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅସ୍ଥାୟୀ ମନ୍ଦିରରେ ଥିବା ରାମ ଲଲାଙ୍କ ବିଗ୍ରହକୁ ହାତରେ ଧରି ନୂଆ ମନ୍ଦିର ଯାଏ ଚାଲି ଚାଲି ଆସିବେ ଭାରତର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ । ସେହି ଦିନ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଐତିହାସିକ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ମୋଦି ପ୍ରୋଟକଲ ଭାଙ୍ଗିବେ । ଅସ୍ଥାୟୀ ମନ୍ଦିରରେ ଥିବା ରାମ ଲଲାଙ୍କ ବିଗ୍ରହକୁ ହାତରେ ଧରି ସେ ନୂଆ ମନ୍ଦିର ଯାଏ ଚାଲି ଚାଲି ଆସିବେ । ଅସ୍ଥାୟୀ ମନ୍ଦିରରୁ ନୂଆ ମନ୍ଦିର ୫୦୦ ମିଟର ଦୂରରେ ରହିଛି । ଏହି ୫୦୦ ମିଟର ରାସ୍ତାକୁ ମୋଦି ଚାଲି ଚାଲି ଅତିକ୍ରମ କରିବେ । ଏହାପରେ ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରହିବେ । ଆରଏସଏସ୍ ପରମପୂଜନୀୟ ସରସଂଘଚାଳକ ମୋହନ ଭାଗବତଙ୍କ ସମେତ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ପୂଜାର କର୍ତ୍ତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଯଜ୍ଞରେ ବସିବେ । ପ୍ରାଣ ପ୍ରତିଷ୍ଠା ଅର୍ଥାତ ରାମ ଲଲାଙ୍କ ଆଖି ପ୍ରଥମଥର ପାଇଁ ଦିନ ୧୧.୩୦ରୁ ୧୨.୩୦ ମଧ୍ୟ ଖୋଲିବ ।

Leave a Reply