Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଏଫଆଇ ସହ ଜଡିତ ଦୁଇ ଅଭିଯୁକ୍ତ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଏଫଆଇ ସହ ଜଡିତ ଦୁଇ ଅଭିଯୁକ୍ତ ଗିରଫ

ଜୟପୁର : ଆତଙ୍କବାଦୀ ଲିଙ୍କ ସମ୍ପର୍କରେ ଖବର ପାଇବା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର କୋଟାରେ ଚଢାଉ କରିଛି । ଏନଆଇଏ କୋଟାସ୍ଥିତ କୁହ୍ନାଡି ଏବଂ କୈଥୁନ୍ ଥାନା ଅଂଚଳରେ ପପୁଲାର୍ ଫ୍ରଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ସହ ଜଡିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ମୋବାଇଲ୍ ଫୋନ୍ ଏବଂ ଯନ୍ତ୍ରପାତି ସମେତ କିଛି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି । ଏନଆଇଏ ଟିମ୍ ଗୁରୁବାର ସକାଳେ କୋଟା ସହରର କୁହ୍ନାଡି ଥାନା ପରିସରରେ ଥିବା ବାପୁ କଲୋନୀରେ ରେଡ୍ କରି ଏଠାରେ ଜଣେ ସନ୍ଦିଗ୍ଧ ୱାଜିଦଙ୍କ ଘରେ ଖୋଜାଖୋଜି କରିଥିଲେ । ୱାଜିଦ୍ ଜୁଡୋ କରାଟେରେ ତାଲିମ ଦିଅନ୍ତି । ବାପା ନିଜର କାର୍ ଚଲାନ୍ତି । ୱାଜିଦ ତିନି ଭାଇ ଅଟନ୍ତି । ୱାଜିଦଙ୍କ ପରିବାରର କେହି ଜଣେ ଜୟପୁରରେ କୋଚିଂ ଚଳାଉଥିଲେ । ଦ୍ୱିତୀୟ ଚଢାଉ ଗ୍ରାମାଂଚଳର କୈଥୁନ୍ ପୋଲିସ୍ ଷ୍ଟେସନ ଅଂଚଳର ମାୱାସା ରୋଡରେ ହୋଇଥିଲା । ଏଠାରେ ସନ୍ଦିଗ୍ଧ ମୁବାରକ ଅଲିଙ୍କ ଘରେ ତଲାସିବା ସହିତ ପଚରାଉଚରା ମଧ୍ୟ କରିଥିଲେ ।

Leave a Reply