Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ରାଷ୍ଟ୍ର ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ର ମନ୍ଦିର

ବୁଦ୍ଧଦେବ ବାଘ-

ବର୍ତ୍ତମାନ୍ ସାରା ଭାରତରେ ଖୁସିର ଲହରୀ ଖେଳିଯାଇଛି । କାରଣ ଦୀର୍ଘ ୫୦୦ ବର୍ଷର ସଙ୍ଘର୍ଷ ଓ ଅପେକ୍ଷା ପରେ ଅଯୋଧ୍ୟାରେ ଶ୍ରୀରାମଙ୍କ ଜନ୍ମଭୂମିରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବା ସହିତ ମନ୍ଦିର ତିଆରି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏ ସଙ୍ଘର୍ଷ ଆରମ୍ଭ ହେଲା ୧୮୦୦ ମସିହାରେ ଯେତେ ବେଳେ ଉପସ୍ଥିତ ମନ୍ଦିରକୁ ଭାଙ୍ଗି ତା ଉପରେ ବାବ୍ରୀ ମସଜିଦ ତିଆରି କରାଗଲା । ବିଦେଶୀ ଶାସକ ମାନେ ଭାରତକୁ ଆସି ଦେଖିଲେ ଯେ ହିନ୍ଦୁ ମାନଙ୍କ ମଧ୍ୟରେ ଯୁଦ୍ଧ, ସଙ୍ଘର୍ଷ ଓ ପ୍ରତିଯୋଗିତା ବିଶେଷ ନାହିଁ । ଏହାର ମୂଳ କାରଣ ହେଉଛି ସମାନ ସଂସ୍କୃତି । ଭିନ୍ନ ଭିନ୍ନ ପୂଜା ପଦ୍ଧତି ଓ ବିବିଧତା ଥିବା ସତ୍ତ୍ୱେ ମଧ୍ୟ ଏକ ବିଚାର ଏକ ଚିନ୍ତନରେ ଭାରତୀୟ ମାନେ ରହୁଛନ୍ତି । ତେବେ ଏହାର ମୂଳ କାରଣ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଓ ମାଟିକୁ ମା ବୋଲି ମାନିବା ବୋଲି ବିଦେଶୀ ମାନେ ବୁଝିଲେ ଏବଂ ଆମକୁ ଶାସନ କରିବା ପାଇଁ ଆମର ସଂସ୍କୃତି ପରମ୍ପରା ଉପରେ ଆଘାତ କରିବା ଆରମ୍ଭ କଲେ । ବାବର୍ କାବୁଲ ଠାରୁ ଅବଧ ଅର୍ଥାତ ଆଜିର ଅଯୋଧ୍ୟା ୧୮ ତମ ଶତାବ୍ଦୀରେ ସୁଫି ସନ୍ଥ ଭାବେ ଆସିଲେ । ପରବର୍ତ୍ତୀ ସମୟରେ ନିଜର ସେନାପତି ମୀର ବାକୀକୁ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଭାଙ୍ଗି ତା ଉପରେ ମସଜିଦ ତିଆରି କରିବା ପାଇଁ ଆଦେଶ ଦେଲେ । ହିନ୍ଦୁ ମାନଙ୍କ ମଧ୍ୟରେ ସଦଗୁଣ ବିକୃତି ଓ ସହନ ଶିଳତା ତଥା ରାଜା ରାଜା ମଧ୍ୟରେ ଭିନ୍ନ ମତ ଥିବା କାରଣରୁ ମିର ବାକୀ ସଫଳ ହେଲେ ଓ ଏହି ମସଜିଦକୁ ବାବ୍ରୀ ମସଜିଦ ନାମ ଦିଆଗଲା । ସେହି ଦିନଠାରୁ ଆମର ସଙ୍ଘର୍ଷ ନିଜର ଅସ୍ତିତ୍ୱ ଓ ନିଜର ସଭ୍ୟତା ରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ଚାଲି ଆସିଛି । ୧୯୫୦-୬୦ ଭିତରେ ଅନେକ ଆନ୍ଦୋଳନ ଓ ସଙ୍ଘର୍ଷ ଶ୍ରୀରାମ ମନ୍ଦିରର ପୁନଃ ନିର୍ମାଣ ପାଇଁ ଆରମ୍ଭ ହେଲା ଓ ଜନ୍ମ ନେଲା ହିନ୍ଦୁ ଚେତନା ଜାଗ୍ରତ କରିବା ପାଇଁ ଏକ ସଂଗଠନ ଯାହାକୁ ଆଜି ଆମେ ବିଶ୍ୱ ହିନ୍ଦୁ ପରିଷଦ ନାମରେ ଜାଣି ଥାଉ । କିନ୍ତୁ ୧୯୦୦ ମସିହାରେ ଏହି ସଂଗ୍ରାମ ଉଗ୍ର ରୂପ ନେଲା ଅର୍ଥାତ ଏହା ଏକ ଜନ ଆନ୍ଦୋଳନ ରୂପରେ ରୂପାନ୍ତରିନ୍ତ ହେଲା ଓ ସାରା ଦେଶରୁ ସଂଗ୍ରାମୀମାନେ କାର ସେବା କରିବା ପାଇଁ ଅର୍ଥାତ ମନ୍ଦିର ତିଆରି ପାଇଁ ଅଯୋଧ୍ୟା ଆସିଲେ । ତତ୍କାଳୀନ ସରକାରଙ୍କ ପୋଲିସ ଦ୍ୱାରା ଗୁଳି ଚାଳନା ହେଲା ଶତାଧିକ ସଂଗ୍ରାମୀ ଜୀବନ ଦେଲେ କିନ୍ତୁ କେହି ହାର ମାନିଲେ ନାହିଁ ଏବଂ ଡିସେମ୍ବର ୬, ୧୯୯୨ ରେ ବାବରୀ ମସଜିଦ ଭାଙ୍ଗି ଦିଆଗଲା ବା ସଂଗ୍ରାମୀ ମାନଙ୍କ ଭାଷାରେ ଏକ ଦୀର୍ଘ ସମୟର କଳଙ୍କକୁ ଆମ ମୁଣ୍ଡରୁ ପୋଛି ଦିଆଗଲା । ଦେଶ ସମ୍ବିଧାନ ଦ୍ୱାରା ଚାଲେ ତେଣୁ ୨୦୧୦ ରେ ଏହି ସମସ୍ୟା ଆଲାହାବାଦ ଉଚ୍ଚ ନ୍ୟାୟାଳୟ ପାଖକୁ ଆସିଲା । ବିଭିନ୍ନ ପ୍ରମାଣ ଓ ବୈଜ୍ଞାନିକ ତଥ୍ୟ ତଥା ଇକ୍ସମଷରକ୍ଟକ୍ଷକ୍ଟଶସମବକ୍ଷ ଝଙ୍କକ୍ସଙ୍ଖରଚ୍ଚ କ୍ଟଲ ଓଦ୍ଭୟସବ ଦ୍ୱାରା ପ୍ରସ୍ତୁତ ତଥ୍ୟର ଆଧାରରେ ଉଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୯, ୨୦୧୦ ରେ ସେହି ସ୍ଥାନକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ । ସେହି ଥିରୁ ଏକ ଭାଗ ଯାହା ବାସ୍ତବିକ୍ ଭାବରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଥିଲା ତାହା ହିନ୍ଦୁ ମାନଙ୍କୁ ଦିଆଗଲା ଓ ମନ୍ଦିର ତିଆରି ପାଇଁ ଆଦେଶ ହେଲା । କିନ୍ତୁ ଧର୍ମ ବିରୋଧୀ ବ୍ୟକ୍ତି ମାନେ ଏହି ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ନେଇଗଲେ । କିନ୍ତୁ ଅପେକ୍ଷାର ଅନ୍ତ ଘଟି ନଭେମ୍ବର ମାସ ୯ ତାରିଖ ୨୦୨୯ରେ ଦେଶର ମୁଖ୍ୟ ବିଚାର ପତି ରଞ୍ଜନ ଗୋଗୋଇଙ୍କ ଅଧକ୍ଷତାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଲେ । ଏହାକୁ ଏକ ଟ୍ରଷ୍ଟ ମାଧ୍ୟମରେ କରିବା ପାଇଁ ନିଷ୍ପତି ଦିଆ ଯାଉଥିବାରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତିଆରି ହେଲା ଓ ଏହା ମାଧ୍ୟମରେ ନିଧି ସମର୍ପଣ ଅଭିଯାନ ମାଧ୍ୟମରେ ଜନ ସମାଜକୁ ଆର୍ଥିକ ସହଯୋଗ ମାଗିଲେ । ଫଳ ସ୍ୱରୂପ ମନ୍ଦିରର ନିର୍ମାଣ ସାଧାରଣ ଜନତାଙ୍କ ଦ୍ୱାରା ନିର୍ମିତ ହେବାକୁ ଯାଉ ଅଛି । ତେବେ ଏହି ଶ୍ରୀରାମ ମନ୍ଦିର ସମ୍ବେଦନଶୀଳ ବିଷୟ ହେଲା କେମିତି? କାହିଁକି ପ୍ରଭୁ ଶ୍ରୀରାମ ହିନ୍ଦୁଙ୍କ ଚେତନା ସହିତ ଜଡିତ? ଏହାର ଉତ୍ତର ବହୁତ୍ ସରଳ ତାହା ହେଉଛି ପ୍ରଭୁ ଶ୍ରୀରାମ ଭଗବାନ ହେବା ସତ୍ତ୍ୱେ ମାନବ ଜୀବନ ଅତିବାହିତ କରିବା ସହିତ ନିଜର ଜୀବନ ଶୈଳୀ ମାଧ୍ୟମରେ ଚରିତ୍ର ନିର୍ମାଣର ପରିକଳ୍ପନା ଏକ ଦର୍ଶନ ମାଧ୍ୟମରେ ଦର୍ଶାଇଛନ୍ତି । ଭାରତରେ ଦୀର୍ଘ କାଳରୁ ଶିବ ଭକ୍ତ ଅର୍ଥାତ ଶୈବ ଓ ବିଷ୍ଣୁ ଭକ୍ତ ଅର୍ଥାତ ବୈଷ୍ଣବ ମାନଙ୍କ ମଧ୍ୟରେ ମତାନ୍ତର ରହିଥାଏ । କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଜୀବନରେ ଦେଖିବାକୁ ମିଳେ ଯେ ପ୍ରଭୁ ଶ୍ରୀରାମ ନିଜେ ବିଷ୍ଣୁ ଅବତାର ହୋଇଥିବା ପରେ ମଧ୍ୟ ଶିବଙ୍କ ପୂଜା କରି ରାମେଶ୍ୱରମର ସ୍ଥାପନା କରନ୍ତି ଓ ଭଗବାନ ଶିବ ମାରୁତି ରୂପରେ ଆସି ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଭାବେ ବିବେଚିତ ହୁଅନ୍ତି । ତ୍ୟାଗ, ତପସ୍ୟା ଓ ମର୍ଯ୍ୟାଦାର ପ୍ରତୀକ ଶ୍ରୀରାମଙ୍କ ଜୀବନ ମୋ ମତରେ ଯୁବକ ମାନଙ୍କ ପାଇଁ ପ୍ରେରଣା ହେବା ଦରକାର । ଆଜିର ସମାଜରେ ପାଇବା ପାଇଁ ସମସ୍ତ ଝଗଡ଼ା ଓ ଯୁଦ୍ଧ ହୁଏ ମନ ମାଲିନ୍ୟ ହୁଏ । ଛାତ୍ର ପରୀକ୍ଷାରେ ବିଫଳ ହେଲେ ଆତ୍ମହତ୍ୟା କରିବା ପାଇଁ ଆଜି ଆଗେଇ ଯାଉଛନ୍ତି । ରାଜନୀତି କରୁଥିବା ବ୍ୟକ୍ତି ତାଙ୍କ ମତରେ ଥିବା ଉଚିତ୍ ପଦ ପାଇବା ପାଇଁ ବିଭିନ୍ନ କଳ ବଳର ବ୍ୟବହାର କରୁଛନ୍ତି । କିନ୍ତୁ ଚିନ୍ତା କରନ୍ତୁ ବିଶ୍ୱର ରାଜଧାନୀ ଭାବେ ମାନ୍ୟତା ପାଇଥିବା ଅଯୋଧ୍ୟାର ରାଜା ହେବା ପାଇଁ ରାମଙ୍କୁ ମନା କରି ଦିଆ ହେଲା । କେବଳ ବାପାଙ୍କ ବଚନ ରକ୍ଷା ପାଇଁ ପ୍ରଭୁ ଶ୍ରୀରାମ ବନବାସ ବାଛି ନେଲେ । ତାଙ୍କୁ ସେହି ସମୟରେ ସମସ୍ତେ କହିଲେ ଯେ ତମେ ସେନାପତି ବିଦ୍ରୋହ ପ୍ରଭୁ ଶ୍ରୀରାମ କହିଲେ ମତେ ବାପା କାନନ ରାଜୁ ଦେଇଛନ୍ତି ଅର୍ଥାତ ଜଙ୍ଗଲର ରାଜା ହେବା ପାଇଁ ଦାୟିତ୍ୱ ଦେଇଛନ୍ତି ଓ ଏହା ମୋ ପାଇଁ ଏକ ଉପହାର । ଯେତେ ବେଳେ ସୀତା ମାତାଙ୍କ ଅପହରଣ ହେଲା ପ୍ରଭୁ ଶ୍ରୀରାମ କିସ୍କିନ୍ଦାରେ ଥିଲେ । ତାଙ୍କର ମାମୁ ଘର କୋଶଳ ପ୍ରଦେଶ ପାଖରେ ଥିଲା, ସେ ଅଯୋଧ୍ୟାର ସୈନିକ ପାଇଁ ମଧ୍ୟ ନିବେଦନ କରି ପାରି ଥାନ୍ତେ କିନ୍ତୁ ସେ ବାନର ସମାଜ ଅର୍ଥାତ୍ ଜନଜାତି ସମାଜର ସହଯୋଗ ନେଲେ ଓ ସାମାଜିକ ସମରସତାର ବାର୍ତ୍ତା ଦେଲେ । ସେ ସର୍ବ ପ୍ରଥମେ ବଣରେ ରହିବା ପାଇଁ ରାଜା ନିଶାଦ ଓ ନଦୀ ପାରି ହେବା ପାଇଁ କୈବର୍ତ୍ତଙ୍କ ସହଯୋଗ ନେଲେ । ସମାଜରେ ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟ କରନ୍ତି, ଭିନ୍ନ ପୂଜା ପଦ୍ଧତି ଅବଲମ୍ବନ କରନ୍ତି, ଭିନ୍ନ ଭିନ୍ନ ଜୀବନ ଶୈଳୀ ମଧ୍ୟ ସମସ୍ତଙ୍କର ଅଛି କିନ୍ତୁ ସମସ୍ତେ ଆମେ ଏକ ଏବଂ ସମସ୍ତଙ୍କ ସହଯୋଗରେ ରାଷ୍ଟ୍ରର ନିର୍ମାଣ ହେବ ଏହା ଶ୍ରୀରାମ ନିଜ ଜୀବନ ଚରିତ୍ରରେ ଦର୍ଶାଇଛନ୍ତି । ଏହି ପ୍ରକ୍ରିୟାରେ ଭରତ ଚାହିଁ ଥିଲେ ରାଜା ହୋଇ ପାରି ଥାନ୍ତେ କିନ୍ତୁ ସେ ମଧ୍ୟ ସିଂହାସନ ତ୍ୟାଗ କରି ସନ୍ୟାସୀ ଭାବରେ ଜୀବନ ଯାପନ କଲେ । ଥରେ ମା କୌଶଲ୍ୟା ମଧ୍ୟ ରାତ୍ରୀରେ ଭ୍ରମଣ କରୁଥିଲେ ତାଙ୍କୁ ହଠାତ୍ ପାଦ ଓ ପାଉଁଜିର ଶବ୍ଦ ହେଲା । ସେ ଯାଇ ଦେଖିଲା ବେଳକୁ ଶତୃଘ୍ନଙ୍କ ସ୍ତ୍ରୀ ଆଖିରେ ଲୁହ ଧରି ଚାଲିଛନ୍ତି । ମା ପଚାରିଲେ କଣ ଶତ୍ରୁଘ୍ନ ତମ ସାଙ୍ଗରେ ରହୁ ନାହିଁ ସେ କହିଲେ ଯେଉଁ ଦିନ ଠୁ ଭରତ ଚିତ୍ରକୁଟରେ ପାଦୁକା ପୂଜା କରି ସନ୍ୟାସୀ ଜୀବନ ଯାପନ କରୁଛନ୍ତି ସେହି ଦୀନ ଠାରୁ ଅଯୋଧ୍ୟାର ସୀମାରେ ଶତ୍ରୁଘ୍ନ ପହରା ଦେଉଛନ୍ତି । ତେବେ ଭାଇ ଆଉ ମାତୃଭୂମି ପାଇଁ ଏଭଳି ତ୍ୟାଗ କେବଳ ଭାରତ ଭୂମିରେ ଓ ପ୍ରଭୁ ଶ୍ରୀରାମଙ୍କ ବଂଶଜଙ୍କ ମଧ୍ୟରେ ଦେଖିବାକୁ ମିଳେ । ମାତା ଶବରୀଙ୍କ ଅଇଁଠା ଖାଇବା, ରାଜା ନିଶାଦଙ୍କ ସହିତ ମିତ୍ର ସ୍ଥାପନ କରିବା ଏହି ସବୁ ହେଉଛି ଜାତିବାଦ ଉର୍ଦ୍ଧ୍ୱରେ ରହି ସମାଜକୁ ଏକ ଧାରାରେ ଯୋଡିବା ଓ ସାମାଜିକ ସମରସତାର ସନ୍ଦେଶ ଦେବା ହିଁ ଶ୍ରୀରାମଙ୍କ ମୂଳ ଲକ୍ଷ୍ୟ । ଯୁଦ୍ଧ ବିଜୟ ପରେ ପ୍ରଭୁ ଶ୍ରୀରାମ ଦୁଃଖରେ ବସି ଥାଆନ୍ତି । ହଠାତ୍ ତାଙ୍କ ପଛରୁ ଏକ ନାରୀଙ୍କ ଛାଇ ଆସୁଥିବା ଦେଖି ଚମକି ପଡି ଉଠିଲେ କହିଲେ ମା କିଏ ତମେ ଏହି ରଣାଙ୍ଗଣ ଭୂମିରେ କଣ କରୁଛ । ସେହି ମହିଳା ଜଣଙ୍କ ଉତ୍ତର ଦେଲେ ମୁଁ ମନ୍ଦୋଦରୀ ରାବଣର ସ୍ତ୍ରୀ, ମୋ ମନରେ ପ୍ରଶ୍ନ ଥିଲା ଯେ ରାବଣ ଶକ୍ତିଶାଳୀ ଜ୍ଞାନର ଭଣ୍ଡାର ଅଖଣ୍ଡ ଶିବ ଭକ୍ତ ତଥାପି ତମେ କେମିତି ତାଙ୍କର ବଧ କରିଲ । ମୁଁ ଉତ୍ତର ପାଇ ଯାଇଛି । ପ୍ରଭୁ ପଚାରିଲେ କଣ ଉତ୍ତର ପାଇଲେ ମା ? ମନ୍ଦୋଦରୀ କହିଲେ ଗୋଟିଏ ପଟେ ରାବଣ ଥିଲା ଯିଏ ପର ସ୍ତ୍ରୀକୁ ନିଜର କରିବାକୁ ଚାହୁଁଥିଲା ଓ ତମେ ଅନ୍ୟ ସ୍ତ୍ରୀର ଛାଇକୁ ମଧ୍ୟ ମା ବୋଲି ସମ୍ବୋଧିତ କଲ ତମେ ଏହି ମହାନ୍ ଯୁଦ୍ଧ ଜିତିବାର ଏକମାତ୍ର କାରଣ ଏହା ଯେ ତମେ ଚରିତ୍ରବାନ ଓ ରାବଣ ଚରିତ୍ର ହୀନ ଥିଲା । ପ୍ରଭୁ ଶ୍ରୀରାମ ପ୍ରଜାଙ୍କ ମନରେ ପ୍ରଶ୍ନ ଆସିବାରୁ ମାତା ସୀତାଙ୍କୁ ପୁଣି ଥରେ ଜଙ୍ଗଲ ଯିବା ପାଇଁ ଆଦେଶ ଦେଲେ । ଏହି ଭଳି ତ୍ୟାଗ ସମାଜ ପାଇଁ କିଏ ବା କରିବ । ଯେତେବେଳେ ରାବଣ ଯୁଦ୍ଧ ପାଇଁ ଆସିଲେ ବିଭୀଷଣ ଭୟଭୀତ ହେଲେ ରାମ ଚରିତ ମାନସରେ ଲେଖା ହୋଇଛି ରାବଣ ରଥି ବିରଥ ରଘୁବିରା ଦେଖୁ ବିଭୀଷଣ ଭୟୟୂ ଅଧିରା ପ୍ରଭୁ ଶ୍ରୀରାମ ଏହାର ଉତ୍ତରରେ କହିଲେ ଧିରଜ ସୋରଜ୍ ତେହି ରଥ ଚକା ବଳ ବିବେକ ଦୃଢ଼ ଧ୍ୱଜା ପତାକା ସତ୍ୟ ଦମ୍ଭ ଶୀଲ ପରହିତ ଘୋଡେ ଦୟା କ୍ଷମା କୃପା ହୁଁ ରଜ ଯୋଡେ ଅର୍ଥାତ୍ ଦୋହାରେ ବର୍ଣ୍ଣିତ ଯେ ଧୈର୍ଯ୍ୟ ଓ ସୌର୍ଯ୍ୟ ମୋର ଚକ, ସତ୍ୟ ଦମ୍ଭ ଓ ଚରିତ୍ର ପରହିତ ମୋ ଘୋଡ଼ା, ଦୟା, କ୍ଷମା, କୃପା ମୋର ଲଗାମ । ଏହି ସବୁ ଗୁଣ ଥିବା ବ୍ୟକ୍ତି ସମ୍ମୁଖରେ ଯେତେ ଶକ୍ତି ଶାଳୀ ଶତ୍ରୁ ଥିଲେ ମଧ୍ୟ ହାରିବ ନାହିଁ ବୋଲି ବ୍ୟାଖ୍ୟା କରିଛନ୍ତି । ଆଜିର ଯୁବ ସମାଜ ଡିପ୍ରେଶନ ଭଳି ସମସ୍ୟାର ସାମ୍ନା କରୁଅଛି କିନ୍ତୁ ଅଙ୍ଗଦ ନିଜ ବାପାଙ୍କ ମୃତ୍ୟୁରେ ବିଚଳିତ ଥିବା ସତ୍ତ୍ୱେ ତାଙ୍କୁ ରାଜଦୂତ କରି ପଠାଇବା ଓ ପ୍ରେରଣା ଦ୍ୱାରା ସମ୍ବାଦ କେମିତି କରା ଯାଏ ଶିଖାଇବା ପ୍ରଭୁ ଶିରାମଙ୍କର ମାର୍ଗଦର୍ଶନର ଶକ୍ତିର ବର୍ଣ୍ଣନା କରୁଅଛି । ମର୍ଯ୍ୟାଦାରେ ରହିବା କଥା ସମସ୍ତେ କୁହନ୍ତି କିନ୍ତୁ ମର୍ଯ୍ୟାଦାରେ କେମିତି ରହିବା କଥା ତାହା ଶ୍ରୀରାମଙ୍କ ଜୀବନ କାହାଣୀରୁ ଜଣା ପଡୁଥାଏ । ପ୍ରଭୁ ଶ୍ରୀରାମ କେବଳ ଭାରତର ଚେତନା ନୁହନ୍ତି ବିଶ୍ୱର ସର୍ବାଧିକ ଅଧିକ ମୁସଲମାନ ରହୁଥିବା ରାଷ୍ଟ୍ର ଇଣ୍ଡୋନେସିଆରେ ମଧ୍ୟ ତାଙ୍କୁ ପୁର୍ବଜ ମାନିବା ସହିତ ସେଠିକାର ଜନତା ରାମଲୀଳା ମାଧ୍ୟମରେ ଶିକ୍ଷିତ ହୁଅନ୍ତି । ଥାଇଲାଣ୍ଡର ରାଜାଙ୍କୁ ଆଜି ବି ରାଜା ରାମ ବା କିଙ୍ଗ ରାମା କୁହାଯାଏ । କମ୍ବୋଡିଆ, ଶ୍ରୀଲଙ୍କା ଏପରି ଅନେକ ଦେଶର ସାଂସ୍କୃତିକ ଚେତନାରେ ପ୍ରଭୁ ଶ୍ରୀରାମ ବାସ କରନ୍ତି । ନେପାଳରେ ମାତା ସୀତାଙ୍କ ଜନ୍ମସ୍ଥାନ ଥିବା କାରଣରୁ ତାହା ମଧ୍ୟ ଆମ ସଂସ୍କୃତି ସହିତ ଜଡ଼ିତ । ତେବେ ଏହି ମହା ପରମ୍ପରାର ବାହକ ପ୍ରଭୁ ଶ୍ରୀରାମ ଆମର ଚେତନା ଓ ଅସ୍ମିତାର ପରିଚୟ, ତାଙ୍କର ଜୀବନ କାହାଣୀ ଧର୍ମଗ୍ରନ୍ଥଠୁ ଅଧିକ ଜୀବନ ଚରିତ ମାର୍ଗଦର୍ଶକ । ଶ୍ରୀରାମ ମନ୍ଦିର ଆମର ଚେତନାର ବିଜୟ ଓ ମର୍ଯ୍ୟାଦାର ସ୍ମାରକ ତେଣୁ ଏହା ରାଷ୍ଟ୍ର ମନ୍ଦିର । ସମ୍‌ୱଲପୁର ୯୩୩୭୦୯୭୪୪୫

Leave a Reply