Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଭାରତୋଦୟକୁ ବିରୋଧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୋଦୟକୁ ବିରୋଧ


ସୌମେନ୍ଦ୍ର କୁମାର ଜେନା

ଗତ କିଛିଦିନ ହେବ ବିଦେଶରୁ ଅଧିକରୁ ଅଧିକ ପ୍ର·ର ଭାରତକୁ କେନ୍ଦ୍ର କରି ହେବାରେ ଲାଗିଛି ।  ପ୍ରଥମେ ବ୍ରିଟେନରୁ ପ୍ର·ର ଆରମ୍ଭ ହୋଇ ଏବେ ତାହା ଆମେରିକାରେ ପହଞ୍ଚôଛି । ବ୍ରିଟେନ- ଆମେରିକାର ଲୋକେ ଅତୀତରେ ଭାରତକୁ ସାପୁଆ କେଳାମାନଙ୍କ ଦେଶ କହୁଥିଲେ । ଭାରତର ସଂଖ୍ୟାଧିକ ଜନସଂଖ୍ୟା ସେମାନଙ୍କ ଖାଦ୍ୟ ଖାଇଯିବେ ବୋଲି ଆଶଙ୍କା ପ୍ରକାଶ କରୁଥିଲେ । ଭାରତୀୟ ଲୋକେ ସେମାନଙ୍କ ପାଇଁ ଅତୀତରେ ଯେମିତି ଘୃଣାର ପାତ୍ର ଥିଲେ ଆଜି ମଧ୍ୟ ସେହି ମାନସିକତାରେ ବହୁତ କିଛି ପରିବର୍ତ୍ତନ ଆସିଛି ବୋଲି କହିହେବ ନାହିଁ । ଗୋରାମାନଙ୍କର ଚମଡାକୁ ନେଇ ମନରେ  ଯେମିତି ଗର୍ବ ରହିଆସିଛି ସେମିତି ବୋ÷÷ଦ୍ଧିକତାକୁ କେନ୍ଦ୍ର କରି ମିଛ ଅହଂକାର ଘେରି ରହିଛି ।  ନିଜକୁ ସୁରକ୍ଷିତ ରଖିବାକୁ ଏହିସବୁ ଲୋକେ  ଅନ୍ୟମାନଙ୍କୁ ଅଙ୍ଗୁଳି ନିଦେ୍ର୍ଦଶ କରିବାକୁ ଲାଗିପଡିଛନ୍ତି । ସେମିତି ବିବିସିର ବିଷ୍ଠାରେ ଆପଣାର ପ୍ରତିଷ୍ଠା ଖୋଜୁଥିବା ଲୋକେ ମଧ୍ୟ ଭାରତରେ କିଛି କମ୍ ନାହାନ୍ତି ।  ଏବେ ବିଦେଶରୁ ଭାରତବିରୋଧୀ ପ୍ର·ର ଚଳାଇବା ପାଇଁ ଚୀନର ଜିନପିଙ୍ଗ ବାହିନୀ ପ୍ରବଳ ଶକ୍ତି ଓ ଅର୍ଥ ଖଟାଇବାରେ ବ୍ୟସ୍ତ । କୋରୋନା ପର ପୃଥିବୀରେ ଚୀନର ସଂପର୍କ ସଂକୁଚିତ ହେଉଥିବାରୁ ସେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଏବେ ଭାରତକୁ ନେଇଛି । ସୀମାରେ ସେନାକୁ ଠୁଳକରି ବସାଇବା ପରେ କୋ÷÷ଣସି ଲାଭ ଦେଖିନପାରି ଚୀନ ଏବେ ବିଦେଶରେ ଭିନ୍ନଭିନ୍ନ ନେତା, ଅନୁଷ୍ଠାନଗୁଡିକର ମାଧ୍ୟମରେ ଭାରତ ବିରୋଧୀ ପ୍ର·ର କରୁଛି । 
ଗତ କିଛିଦିନ ତଳେ ମାଳଦ୍ୱୀପରେ ‘ଇଣ୍ଡିଆ ଗେଟ ଆଉଟ୍’ ଅଭିଯାନ ·ଲୁ ରଖିବାକୁ ସେଠାକାର ପୂର୍ବତନ ରାଷ୍ଟ୍ରପତି ୟାମିନ ବାହିନୀକୁ ଚୀନପକ୍ଷରୁ ସମସ୍ତ ପ୍ରକାର ଅର୍ଥ ପ୍ରଦାନ କରାଯାଇଥିଲା । ଫଳରେ ଭାରତର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣଠାରୁ ଆରମ୍ଭ କରି ସଡକରେ ପ୍ର·ର ଆରମ୍ଭ ହେବା ଦେଖା ଯାଇଥିଲା । ଶ୍ରୀଲଙ୍କାରେ ଭାରତର ପ୍ରଭୁତ୍ୱ ହ୍ରାସ କରିବାକୁ ଚୀନ ସରକାର ସେଠାକାର ସରକାରଙ୍କ ଉପରେ ·ପ ପ୍ରୟୋଗ କଲେ । କଲମ୍ବୋସ୍ଥିତ ଚୀନ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟର ବାରମ୍ବାର ଭାରତ ବିରୋଧୀ ବକ୍ତବ୍ୟମାନ ଗଣମାଧ୍ୟମକୁ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଲା । ନେପାଳରେ କମୁ୍ୟନିଷ୍ଟ ସରକାର ଶାସନକୁ ଫେରିବା ପରେ ସେ ପ୍ରକାର ଉଦ୍ୟମ ଏବେ ଆରମ୍ଭ ହେବା ଦେଖାଯାଉଛି । ବଙ୍ଗଳାଦେଶରେ ମଧ୍ୟ ଚୀନ ସରକାର ଭାରତଠାରୁ ସହଯୋଗ ଗ୍ରହଣ ନକରି ଚୀନର ଋଣ ନେବାକୁ ଶେଖ ହାସିନାଙ୍କ ସରକାର ଉପରେ ·ପ ପ୍ରୟୋଗ କରାଯିବା ସହ ପରୋକ୍ଷରେ ଧମକ ଦେଇଥିଲେ । ନିକଟରେ ପାକ୍ ବିରୋଧୀ ହୋଇଉଠିଥିବା କାବୁଲର ସନ୍ତ୍ରାସୀ ସରକାର ସହ ଖଣି ଉତ୍ଖନନ  ବୁଝାମଣା କରି ସେଠାକାର ସରକାରଙ୍କୁ ଭାରତ ବିରୋଧରେ ପ୍ରୟୋଗ କରିବାକୁ ଚୀନ ପକ୍ଷରୁ ଉଦ୍ୟମ ଜାରି ରହିଛି । କେବଳ ସେତିକି ନୁହେଁ, ଇରାନରେ ଯେଉଁ ·ବହର ବନ୍ଦରକୁ ବିକଶିତ କରିବାରେ ଭାରତ ଅର୍ଥ ବିନିଯୋଗ କରିଛି ସେହି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଲାଗି ଇରାନ ସରକାରଙ୍କୁ ଚୀନ ଲୋଭ ଦେଖାଉଛି । 
ଶ୍ରୀଲଙ୍କାର ବନ୍ଦରଠାରୁ ଇସ୍ରାଏଲର ବନ୍ଦରକୁ ହାତକୁ ନେବାରେ ସଂପ୍ରତି ଆଦାନୀ ସମୂହ ଚୀନା କମ୍ପାନୀର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ ଏବଂ ୨୦୩୦ ସୁଦ୍ଧା ପୃଥିବୀର ୧୦୦ ବନ୍ଦର ହାତକୁ ନେବାପାଇଁ ଆଦାନୀ ଗୋଷ୍ଠୀ ପୂର୍ବରୁ ଘୋଷଣା କରିସାରିଥିବାରୁ ଏହା ଚୀନା ବନ୍ଦର କମ୍ପାନୀଗୁଡିକ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି । ଯଦି ଆଦାନୀ ବିଦେଶରେ ୧୦୦ ବନ୍ଦର ହାତକୁ ନେବାକୁ ସମର୍ଥ ହୁଅନ୍ତି ତେବେ ସେ ସବୁ ଅଧିକତଃ ଚୀନାଙ୍କ ହାତରୁ ଖସିବାର ଆଶଙ୍କା କରାଯାଉଛି । ତେଣୁ ବ୍ରିଟେନର ପାର୍ଲିଆମେଣ୍ଟ ଭିତରେ ପାକିସ୍ଥାନୀ ମୂଳର ମୁସଲିମ ସାଂସଦଙ୍କ ମୁହିଁରେ  ଭାରତ ବିରୋଧୀ ବକ୍ତବ୍ୟ ହେଉ ଅଥବା ବ୍ରିଟେନ ସରକାରଙ୍କ ଅର୍ଥରେ ·ଲୁଥିବା ବିବିସିପରି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ୨୦୦୨ର ଗୁଜରାଟ ଦଙ୍ଗା ବିଷୟକୁ ପ୍ର·ର କରାଯାଇ ମୋଦୀ ଏବଂ ଭାରତର ସମ୍ମାନକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଇଛି । ଏସବୁ ସତ୍ତ୍ୱେ ମର୍ଣ୍ଣି କନ୍ସଲଟ ପକ୍ଷରୁ ପ୍ରକାଶିତ ବିଶ୍ୱ ନେତୃବୃନ୍ଦଙ୍କ ଲୋକପ୍ରିୟତାରେ ଏବେ ମଧ୍ୟ ନରେନ୍ଦ୍ର ମୋଦି ୭୮% ଜନସମର୍ଥନରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ମେକ୍ସିକୋ ୬୮, ସ୍ୱିଜରଲାଣ୍ଡ ୬୨, ଅଷ୍ଟ୍ରେଲିଆ ୫୮, ଇଟାଲୀ ୫୨,ବ୍ରାଜିଲର ନେତା ୫୦ ପ୍ରତିଶତ ଜନ ସମର୍ଥନ ପାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୦ ପ୍ରତିଶତ ସମର୍ଥନ ପାଇ ଅନେକ ପଛରେ ରହିଛନ୍ତି । ବିବିସି ସଂସ୍ଥାରେ ଚୀନର ବହୁ ଅର୍ଥନିବେଶ ହୋଇଥିଲା ବେଳେ ଅନେକ ଟୋପିବାଜ ରହିଛନ୍ତି । ପାକ୍ ସମର୍ଥକ ଏହି ଟୋପିବାଜ ଗୋଷ୍ଠୀ ହିଁ ୨୦୨୪ ପୂର୍ବରୁ ପୁଣିଥରେ ଲାଗି ପଡିଛନ୍ତି ଭାରତର ରାଜନୀତିକୁ ପ୍ରଭାବିତ କରିବାକୁ । କିଛି ଟୋପିବାଜ ଖାଲିସ୍ଥାନୀ ପଗଡିବାଜ୍ଙ୍କ ସହ ସାମିଲ ହୋଇ କାନାଡା, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ ଆଦି ଦେଶରେ ହିନ୍ଦୁମନ୍ଦିର ଉପରେ ଆକ୍ରମଣ କରିବା,ଖାଲିସ୍ଥାନୀଙ୍କ ସପକ୍ଷରେ ବିକ୍ଷୋଭରେ ସାମିଲ ହେବା, ୍ହିନ୍ଦୁ ବିରୋଧୀ ଏବଂ ଖାଲିସ୍ଥାନୀ ସମର୍ଥନରେ ମନ୍ଦିର କାନ୍ଥରେ ଲେଖିବା ପରି କୁକର୍ମରେ ସାମିଲ ଥିବା ଦୃଷ୍ଟିଗୋଚର ହୋଇଛି । ପାକ୍ର ନିଶା ଏବଂ ବ୍ରିଟେନ -କାନାଡାର ପଇସାରେ  ଏହି କ୍ରିପ୍ଟୋ ପଗଡିବାଜ୍ ଗୋଷ୍ଠୀ ସଂଖ୍ୟାଧିକ ଧଳାପଙ୍ଗପାଳ ଗୋଷ୍ଠୀ ପଞ୍ଜାବରେ ସୃଷ୍ଟି ପାଇଁ ସହାୟକ ହେଉଛନ୍ତି । ଭାଷଣରେ ଦେଶବିରୋଧୀ ଉର୍ଜା ଏବଂ ମନରେ ଗୀର୍ଜାକୁ ଧରି ଏମାନେ ·ଲିଛନ୍ତି । 
କଥା ହେଉଛି ବିଶ୍ୱ ମୁଦ୍ରା ପାଣ୍ଠିର (ଆଇଏମ୍ଏଫ)୍ ରିପୋର୍ଟରେ ୨୦୨୩-୨୪ରେ ଭାରତ ୬.୧ପ୍ରତିଶତ ଅଭିବୃୃଦ୍ଧି ଦର ସହ ପୃଥିବୀରେ ପ୍ରଥମ ସ୍ଥାନରେ ରହିବ । ବିଶ୍ୱର ପ୍ରଭାବଶାଳୀ ରାଷ୍ଟ୍ର ତାଲିକାରେ ଆମେରିକା, ରୁଷିଆ ପଛକୁ ଏବେ ଭାରତର ନାମ ଆସିଛି । ଜି ୨୦ ବୈ÷ଠକ ଭାରତରେ ଆରମ୍ଭ ହୋଇସାରିଲାଣି । ମାନ୍ଦାବସ୍ଥାରେ ମଧ୍ୟ ଭାରତର ବଜେଟରେ ପଡୋଶୀ ଓ ସହଯୋଗୀ ରାଷ୍ଟ୍ରମାନଙ୍କୁ ୨୦୨୩ରେ ବିପୁଳ ସହାୟତା ଘୋଷଣା ହୋଇଛି । ପ୍ରତିରକ୍ଷା ବଜେଟ୍ ଗତବର୍ଷ ତୁଳନାରେ ବୃଦ୍ଧିକରି ଭାରତ ସକ୍ଷମ ଓ ଆତ୍ମନିର୍ଭର ହେବା ଦିଗରେ ଗତି କରୁଛି । କୋରୋନା ସମୟରୁ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା ଜାରିରଖି ଭାରତ ପ୍ରତିରକ୍ଷାରେ ଶକ୍ତିବୃଦ୍ଧି କରୁଛି । ଏହିସବୁ ବିକାଶର ଧାରା ଭାରତ ବାହାରେ ଏବଂ ଭାରତ ଭିତରେ ଥିବା ଭାରତ ବିରୋଧୀ ଗୋଷ୍ଠୀଙ୍କ ପାଇଁ ଆଦୋ÷÷ ଦେହରେ ଯାଉନାହିଁ । ତେଣୁ ହିଣ୍ଡେନବର୍ଗର ହିଡେନ ଏଜେଣ୍ଡା ଆରମ୍ଭ ହୋଇଯାଇଛି । କୁହାଯାଇଛି ଯେ ପୂର୍ବରୁ ବ୍ୟାଙ୍କ ଅଫ୍ ଥାଇଲାଣ୍ଡ ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଉପରେ ଏଭଳି ମିଛ ପ୍ର·ର ଅଭିଯାନ ଅତୀତରେ ଭାରତ ବିରୋଧୀ ଜର୍ଜ ସୋରୋସ କରିଥିଲା । ୨୫ଜାନୁଆରୀ ୨୦୨୩ରେ ଆମ ଦୃଷ୍ଟିକୁ ଆସିଥିବା ହିଣ୍ଡେନବର୍ଗ ରିପୋର୍ଟ ପୂର୍ବରୁ ୨୦୧୬-୧୭ରେ ଅଷ୍ଟ୍ରେଲିଆରେ ଆଦାନୀଙ୍କ ବିରୋଧରେ ସମାନ ଢଙ୍ଗରେ ଅଭିଯାନ ଆରମ୍ଭ ହୋଇଥିଲା ।  ବବ୍ ବ୍ରାଉନ୍ ଫାଉଣ୍ଡେସନ (ବିବିଏଫ୍) ନାମକ ଏକ ଏନ୍ଜିଓ ଉକ୍ତ ପ୍ର·ରର ନେତୃତ୍ୱ ନେଇଥିଲା । 
୨୦୧୦ରେ ଅଷ୍ଟ୍ରେଲିଆର କାର୍ମାଇକେଲ କୋଇଲା ଖଣିକୁ ଆଦାନୀ ଗ୍ରୁପ ହାତକୁ ନେଇଥିଲା । ୨୦୧୭ରେ ଆଦାନୀ ଗ୍ରୁପକୁ ପ୍ରକଳ୍ପରୁ ଅଲଗା କରିବା ପାଇଁ ୩୫୦ ଡଟ୍ ଓଆର୍ଜି ନାମକ ଏନ୍ଜିଓ ନେତୃତ୍ୱରେ କେତେକ ଏନ୍ଜିଓ ସାମିଲ ହେଲେ । ଏହି ସଂସ୍ଥା ସାନ୍ଫ୍ରାନସିସ୍କୋର ଟାଇଡ୍ ଫାଉଣ୍ଡେସନଠାରୁ ଅନୁଦାନ ଲାଭ କରିଥାଏ । ଭାରତ ବିରୋଧୀ ଜର୍ଜ ସୋରୋସ୍ ଏବଂ ଟମ୍ ଷ୍ଟେୟର ମଧ୍ୟ ଏହି ଗୋଷ୍ଠୀଙ୍କୁ ସହାୟତା ଦେଇଥାନ୍ତି । ଟାଇଡ୍ ଫାଉଣ୍ଡେସନକୁ ବିଲ ଗେଟ୍ସ, ଓମିଦ୍ୟାର, ରକ୍ଫେଲର, ଫୋର୍ଡ ଫାଉଣ୍ଡେସନ ଏବଂ ସୋରୋସ ଆଦି ଆର୍ଥôକ ସହାୟତା ଦେଇଥାନ୍ତି । ସେମିତି ସୋରୋସ, ଫୋର୍ଡ ଫାଉଣ୍ଡେସନ, ରକ୍ ଫେଲର, ଓମିଦ୍ୟାର, ବିଲ ଗେଟ୍ସ ଏବଂ ଅଜିମ ପ୍ରେମଜୀଙ୍କଠାରୁ ଆର୍ଥôକ ସହାୟତା ପାଉଥିବା ଭାରତୀୟ ଏନ୍ଜିଓ ହେଉଛି ନେସନାଲ ଫାଉଣ୍ଡେସନ ଅଫ୍ ଇଣ୍ଡିଆ । ୱିପ୍ରୋର ମାଲିକ ଅଜିମ୍  ପ୍ରେମଜୀଙ୍କ ନେତୃତ୍ୱରେ ଆଇପିଏସ୍ଏମ୍ଏଫ୍ ନାମକ ଏକ ଏନ୍ଜିଓ ରହିଛି ଯାହା ଅଲ୍ଟ ନିଉଜ, ଦି ୱାୟାର, ଦି କାରାଭାନ, ଦି ନିଉଜ୍ ମିନୁଟ ପରି ବାମପନ୍ଥୀ ଏବଂ ଭାରତ ବିରୋଧୀ ଗୋଷ୍ଠୀଙ୍କ ପ୍ର·ର ପାଇଁ ଅର୍ଥ ପ୍ରଦାନ କରିଥାଏ । ସିପିଏମ୍ର ନେତା ସୀତାରାମ ୟେଚୁରୀଙ୍କ ପନôୀ ସୀମା ଚିସ୍ତି ଏନ୍ଏଫଆାଇ ମିଡିଆ ମାର୍ଗଦର୍ଶିକା । ଦି ୱାୟାର ନିଉଜ୍୍ ୱେବସାଇଟର ଭାରତ ବିରୋଧୀ ସୋରୋସ, ଫୋର୍ଡ, ବିଲ ଗେଟ୍ସ, ଅଜିମ ପ୍ରେମ୍ଜୀ, ଓମିଦ୍ୟାର, ରକ୍ଫେଲର ଅନୁଦାନ ପ୍ରାପ୍ତ ଏନ୍ଏଫ୍ଆର ସହ ସଂପର୍କ ରହିଛି । ୨୦୧୭ରୁ ଅଷ୍ଟ୍ରେଲିଆରେ ଆଦାନୀଙ୍କ ପ୍ରକଳ୍ପ ବିରୁଦ୍ଧରେ ଦି ୱାୟାର  ୫ଟି ଲେଖା ପ୍ରକାଶ କରିଆସିଛି । ଏନ୍ଏଫ୍ଆଇର ଅନ୍ୟତମ ମିଡିଆ ପରାମର୍ଶଦାତ୍ରୀ ଧନ୍ୟା ରାଜେନ୍ଦ୍ରନ୍ ଦି ନିଉଜ୍ ମିନୁଟର ସହ ସଂସ୍ଥାପିକା ଯିଏକି ସୋରୋସଙ୍କଠାରୁ ଏମ୍ଡିଆଇଏଫ୍ ମାଧ୍ୟମରେ ଅର୍ଥ ସଂଗ୍ରହ କରି ଡିଜିପବ ନାମରେ ଏକ ମିଡିଆ ପ୍ର·ରକ ଗୋଷ୍ଠୀ ଗଠନ କରିଛନ୍ତି , ଯାହା ଭାରତରେ ଭାରତ ବିରୋଧୀ ପ୍ର·ରରେ ଲିପ୍ତ ରହିଛି । ଏହି ସଂସ୍ଥାର ଉପସଭାପତି ପଦରେ ଅର୍ଥ ଜାଲିଆତିରେ ଲିପ୍ତ ନିଉଜ୍ କ୍ଲିକର କମୁ୍ୟନିଷ୍ଟ ନେତା ପ୍ରବୀର ପୁରକାୟସ୍ତଙ୍କ ପରି ଲୋକେ ରହିଛନ୍ତି । ଡିଜିପବ୍ ନିଉଜ୍ ମିଡିଆ ଫାଉଣ୍ଡେସନ ଅର୍ଗାନାଇଜେସନରେ ଅଲ୍ଟ ନିଉଜ୍, ଆର୍ଟିକିଲ୍ ୧୪, ବୁମଲାଇଭ, କୋବ୍ରା ପୋଷ୍ଟ, ଏଚ୍ଡବ୍ଲୁ ନିଉଜ୍, ନିଉଜ୍ କ୍ଲିକ୍, ନିଉଜ୍ ଲଣ୍ଡ୍ରୀ, ସ୍କ୍ରଲ, ଦି ନିଉଜ୍ ମିନୁଟ , ଦି କୁ୍ୟଇଣ୍ଟ, ଦି ୱାୟାର ଆଦି ରହିଛନ୍ତି । ଏହିସବୁ ନିଉଜ୍ ୱେବସାଇଟ୍ଗୁଡିକ ଆଇପିଏସ୍ଏମ୍ଏଫରୁ ଅର୍ଥ ପାଉଛନ୍ତି ଏବଂ ଆଦାନୀଙ୍କ ବିରୁଦ୍ଧରେ ପ୍ର·ର କରୁଛନ୍ତି । ଏଥିରେ ସାମିଲ ଲୋକେ ହେଲେ ଧନ୍ୟା ରାଜେନ୍ଦ୍ରନ, ଆକାଶ ବାନାର୍ଜୀ, ଅଜିତ ଅଞ୍ଜୁମ୍, ଅଭିସାର ଶର୍ମା, ଫାୟେ ଡି ସୋ÷÷ଜା ଏବଂ ଆଲୋକ ଯୋଶୀ ପ୍ରମୁଖ । ଆଲିଶାନ ଜାଫ୍ରି ନାମକ ଅନ୍ୟଜଣେ ଟୋପିବାଜ୍ ଦି ୱାୟାର, ଦି କୁ୍ୟଇଣ୍ଟ, ନିଉଜ୍ କ୍ଲିକ୍ , ଏଜେ ଇଂଲିସ ପରି ୱେବସାଇଟ୍  ପାଇଁ ଲେଖିଥାଏ ଯିଏକି ଏନ୍ଏଫ୍ଆଇ ଫେଲୋସିପ୍ ପାଇଁ ବିବିସିର ଭାରତ ବିରୋଧୀ ପ୍ର·ରରେ ଦିନରାତି ଲାଗିପଡିଛି । ସୀତାରାମ ୟେଚୁରୀଙ୍କ ସ୍ତ୍ରୀ ସୀମା ପୂର୍ବରୁ ୧୦ବର୍ଷ କାଳ ବିବିସିର ସଂପାଦିକା ଥିଲେ । ଆଉ ଏବେ ଦି ୱାୟାରର ସଂପାଦିକା ଅଛନ୍ତି । ଡିଜିଟାଲ ସାମ୍ବାଦିକତା କ୍ଷେତ୍ରରେ ଭାରତ ବିରୋଧୀ ପ୍ର·ରରେ ଲାଗିଥିବା ଦି ୱାୟାର, ଆର୍ଟିକ୍ଲ୧୪, ଦି କାରାଭାନ, ଅଲ୍ ଜଜିରାରେ କାର୍ଯ୍ୟରତ ଲୋକଙ୍କୁ ବିଦେଶୀ ଅନୁଦାନ ପ୍ରାପ୍ତ ଏନ୍ଏଫ୍ଆଇ ପକ୍ଷରୁ ଫେଲୋସିପ୍ ପ୍ରଦାନ କରାଯାଇଥାଏ । ବିବିଏଫ୍ ଟ୍ୱିଟର ହ୍ୟାଣ୍ଡେଲକୁ ଆଧାର କରି ଟ୍ୱିଟରରେ ଆଦାନୀ ବିରୋଧୀ ପ୍ର·ର କରୁଥିବା ରବି ନାୟାର ଆଦାନୀ ୱାଚ, ଦି ୱାୟାର, ନିଉଜ୍ କ୍ଲିକ, ଜନତା କା ରିପୋର୍ଟର ପରି ଜିଡିପବ୍ ସହ ରହିଛି । 
ଅଷ୍ଟ୍ରେଲିଆରେ ଆଦାନୀ ବିରୋଧୀ ପ୍ର·ର ଚଳାଇଥିବା ବେଳେ ବ୍ରାଉନ୍ ଫାଉଣ୍ଡେସନ ୨୦୧୭ରେ ହୋବାର୍ଟ ସହରରେ  ଷ୍ଟପ୍ ଆଦାନୀ ରାଲିର ଆୟୋଜନ କରି ୫୦୦୦ଷ୍ଟପ୍ ଆଦାନୀ ଲେଖାଥିବା ବିଶାଳକାୟ ଷ୍ଟିକର ସବୁ ଅଷ୍ଟ୍ରେଲିଆରେ ମାଗଣାରେ ବାଣ୍ଟିଥିଲା । ଏହି ସଂସ୍ଥାର ମୁଖ୍ୟ ଅଧିକାରୀ ଷ୍ଟିଭେନ ·ଫର ଭାରତରୁ ତଡା ଖାଇଥିବା ଆମନେଷ୍ଟି ଏବଂ ଗ୍ରୀନପିସ୍ ପରି ସଂସ୍ଥା ସହ ରହିଛନ୍ତି । ଧନ୍ୟା-ରାଜେନ୍ଦ୍ରନଙ୍କ ଅଂଶୀଦାର ରିତୁ କପୁର ବ୍ରିଟେନରେ ଏକ ଜାଲି କମ୍ପାନୀ ଖୋଲି ଅତୀତରେ ଟିକସ ନଦେଇ ବନ୍ଦ କରିଦେଇଥିଲେ । ଏହିସବୁ ଜାଲି ଲୋକେ ବିଦେଶର ଜାଲି ସଂସ୍ଥା ଓ ଭାରତ ବିରୋଧୀ ଗୋଷ୍ଠୀ ସହ ସାମିଲ ହୋଇ ଦେଶରେ ଏବଂ ବିଦେଶରେ ଭାରତର ସମ୍ମାନକୁ କ୍ଷୁର୍ଣ୍ଣ କଲାପରି କାର୍ଯ୍ୟରେ ସାମିଲ ରହିଛନ୍ତି । ଇତି ମଧ୍ୟରେ କେବଳ ଆଦାନୀଙ୍କର ଯେମିତି କ୍ଷତି ହୋଇଛି ସେମିତି ଭାରତର ପୁଞ୍ଜିବଜାରରେ ବହୁକ୍ଷତି ହୋଇଛି । ଅନେକ ନିବେଶକଙ୍କ ଅର୍ଥର ମୂଲ୍ୟହ୍ରାସ ଘଟିଛି । ଚଳିତବର୍ଷ ଆରମ୍ଭରେ ବିଶ୍ୱର ତୃତୀୟ ଧନୀ ଭାବେ ମାନ୍ୟତା ଲାଭ କରିଥିବା ଆଦାନୀଙ୍କ ସଂପତ୍ତି ୧୨୧ ବିଲିଅନକୁ ଛୁଇଁଥିଲା । ହିଣ୍ଡନେବର୍ଗ ରିପୋର୍ଟ ପରେ ଫେବୃଆରୀ ୨ ବେଳକୁ ତାଙ୍କ ସଂପତ୍ତି ୧୦ଦିନରେ ହ୍ରାସ ପାଇ ୬୧.୩ ବିଲିଅନକୁ ଖସିଛି । ଆଦାନୀ ଧନୀ ତାଲିକାରେ ୩ରୁ ୨୧ତମ ସ୍ଥାନକୁ ଖସିଛନ୍ତି । ନିବେଶକଙ୍କର ୧୦ଲକ୍ଷ କୋଟି ଟଙ୍କା ଡୁବିଯାଇଛି । ୨୦୨୩ର ବିଶ୍ୱମାନ୍ଦାବସ୍ଥାରେ ଏପ୍ରକାର ଅନେକ ଷଡଯନ୍ତ୍ର ଦେଖିବାକୁ ମିଳିବ । କାର୍ପୋରେଟ ଲଢେଇରେ ଏମିତି ଅତୀତରେ ଅନେକଙ୍କ କ୍ଷତି ହୋଇଛି । ତେଣୁ ଭାରତର ଉଦୟରେ ଗାତ୍ରଦାହ ହେଉଥିବା ସଂସ୍ଥା ଏବଂ ଲୋକେ ଆଗାମୀ ଦିନରେ ଏମିତି ଅନେକ କାର୍ଯ୍ୟ କରିବେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ । ଧିରୁଭାଇ ଅମ୍ବାନୀଙ୍କ ବିରୁଦ୍ଧରେ ୮୦ଦଶକର ଏମିତି ଏକ ଝଡ ଆସିଥିଲା ଯାହାକୁ କୋଲକାତାର  କିଛି ଦଲାଲ ଷଡଯନ୍ତ୍ର କରି ବଜାରକୁ ଛାଡିଥିଲେ । ହେଲେ ସେ ହାରି ନଯାଇ ତାର ମୁକବିଲା କରିଥିଲେ । ଆଉ ଏବେ ରିଲାଏନ୍ସ ସମସ୍ତଙ୍କ ସମ୍ମୁଖରେ ରହିଛି । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply