Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ବିଦେଶୀ ଗଣମାଧ୍ୟମ, ଯୋଗୀ ଆଦିତ୍ୟନାଥ ଓ ବାସ୍ତବିକତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦେଶୀ ଗଣମାଧ୍ୟମ, ଯୋଗୀ ଆଦିତ୍ୟନାଥ ଓ ବାସ୍ତବିକତା


-ଡ, ସମନ୍ୱୟ ନନ୍ଦ
୨୦୧୭ ମସିହାରେ ଯେତେବେଳେ ଯୋଗୀ ଆଦିତ୍ୟନାଥ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ବିଧାୟକ ଦଳ ବୈଠକ ପରେ ଘୋଷଣା କରା ଗଲା ସେତେବେଳେ ବିଦେଶୀ ସମ୍ବାଦପତ୍ର ମାନଙ୍କର ଶିରୋନାମା ଓ ଖବର ଦେଖିବାଯୋଗ୍ୟ ଥିଲା । ସେମାନେ ଯୋଗୀ ଆଦିତ୍ୟନାଥଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରା ଯାଉଛି ବୋଲି ପ୍ରଶ୍ନ କରିବା ସହ ତାଙ୍କ ବିରୁଦ୍ଧରେ ଅନେକ ଭିତିହୀନ କଥା ମାନ ଲେଖିଥିଲେ । ବିଦେଶରୁ ପ୍ରକାଶିତ ହେଉଥିବା ଗୋଟିଏ- ଦୁଇଟି ଇଂରାଜୀ ସମ୍ବାଦପତ୍ରର ଶିରୋନାମା ଉପରେ ଦୃଷ୍ଟିପାତ କଲେ ଏହା ଭଲ ଭାବେ ବୁଝି ହେବ । ଗାର୍ଡିଆନ ସମ୍ବାଦପତ୍ର ଏହାକୁ ନେଇ ଯେଉଁ ସମ୍ପାଦକୀୟ ପ୍ରକାଶିତ କରିଥିଲା ତାର ଶୀର୍ଷକ ଥିଲା – ‘ମୁସଲମାନ ବିରୋଧୀ ଧର୍ମାନ୍ଧତାର ବିଜୟ ’ା ଆମେରିକାରୁ ପ୍ରକାଶିତ ବାଶିଂଙ୍ଗଟନ ପୋଷ୍ଟର ଏ ସମ୍ପର୍କିତ ସମ୍ପାଦକୀୟର ଶିରୋନାମା ଥିଲା – ‘ରାଜ୍ୟର ନେତା ପାଇଁ ମୋଦୀ ଏପରି ରାଜନୀତିଜ୍ଞଙ୍କୁ ବାଛିଲେ ଯିଏ ପୂର୍ବରୁ ମୁସଲମାନ ମାନଙ୍କୁ ହତ୍ୟା କରିବାକୁ ଓକିଲାତି କରୁଥିଲେ’ । ଏହି ପରି ଅନେକ ଉଦାହରଣ ଦିଆ ଯାଇ ପାରେ । ଭାରତରେ ପ୍ରକାଶ ପାଉଥିବା ଇଂରାଜୀ ସମ୍ବାଦପତ୍ର ମାନଙ୍କର ଏହି ପ୍ରସଙ୍ଗରେ ଲାଇନ ମଧ୍ୟ ବିଦେଶୀ ସମ୍ବାଦପତ୍ର ପରି ଥିଲା । ଭାରତର ଇଂରାଜୀ ସମ୍ବାଦପତ୍ର ମାନେ ମଧ୍ୟ ଯୋଗୀଙ୍କୁ ଜଣେ ମୁସଲମାନ ବିରୋଧୀ ନେତା ବୋଲି ଚିତ୍ରିତ କରିବା ସହ ମୁଖ୍ୟମନ୍ତ୍ରୀ ଆଦୌ କରା ଯିବା ଉଚିତ ନ ଥିଲା ବୋଲି ତର୍କ ମାନ ଦେଇଥିଲେ ।
କିନ୍ତୁ ଯଦି ଆମେ ଆଜି ଛଅ ବର୍ଷ ପରେ ଏହି ବିଦେଶୀ ଖବର କାଗଜ ଓ ଦେଶର ଇଂରାଜୀ ଖବର କାଗଜ ମାନଙ୍କର ସେତେବେଳେ ଲେଖାକୁ ଦେଖିବା ଓ ଏବେ କାର ସ୍ଥିତିକୁ ଦେଖିବା ତା ହେଲେ ସ୍ପଷ୍ଟ ଯେ ଏହି ଖବର କାଗଜ ଗୁଡିକ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଯାହା ସବୁ ଲେଖିଥିଲେ ତାହା ସବୁ ଭୁଲ ଥିଲା । ଏମାନଙ୍କ ମନରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି କେତେ ଘୃଣା ଭର୍ତି ହୋଇଥିଲା ତାହା ସ୍ପଷ୍ଟ ହେଉଛି । ବାସ୍ତବରେ ଏହି ଘୃଣା ଯୋଗୀଙ୍କ ପାଇଁ ନ ଥିଲା ବରଂ ହିନ୍ଦୁତ୍ୱ ପାଇଁ ଥିଲା, ଯୋଗୀ ତ କେବଳ ହିନ୍ଦୁତ୍ୱର ପ୍ରତୀକ ଥିଲେ ଓ ସେ ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରୁଥିଲେ ।
ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପର ଠାରୁ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ପୂର୍ବରୁ ଦଙ୍ଗା ହେଉଥିବା ବେଳେ ୟୁପିରେ ଥରଟିଏ ହେଲେ ଦଙ୍ଗା ହୋଇ ନାହିାଁ ମାଫିଆ ମାନେ ପୂର୍ବରୁ ସରକାର ଚଳାଉଥିବା ବେଳେ ଏବେ ସେମାନେ ସେଠାରେ ଥରହର ହେଉଛନ୍ତି ।
ବର୍ତମାନର ଅତୀକ ଅହମଦର ଉଦାହରଣ ଏଠାରେ ଦିଆ ଯାଇ ପାରେ । ଏକ ହତ୍ୟା ମାମଲାରେ ନ୍ୟାୟାଳୟ ତାକୁ ଆଜୀବନ କାରାବାସର ଦଣ୍ଡ ଦେଇଛନ୍ତି । ଅତୀକ ଅହମଦ ବିରୁଦ୍ଧରେ ଶହେରୁ ଉର୍ଧ ମାମଲା ରହିଛି । ହେଲେ ଗୋଟିଏ ହେଲେ ମାମଲାରେ ତାକୁ କେବେ ହେଲେ ଦଣ୍ଡ ହୋଇ ନ ଥିଲା । ତା ବିରୁଦ୍ଧରେ ସର୍ବ ପ୍ରଥମେ ୪୪ ବର୍ଷ ପୂର୍ବେ ଅପରାଧ କରିଥିବା ସମ୍ପର୍କରେ ମାମଲା ରୁଜୁ ହୋଇଥିଲା । ଅର୍ଥାତ ୪୪ ବର୍ଷ ପରେ ତାକୁ କୌଣସି ମାମଲାରେ ଦଣ୍ଡ ବିଧାନ ହୋଇଛି । ଯେଉଁ ମାମଲାରେ ତାକୁ ଦଣ୍ଡ ବିଧାନ ହୋଇଛି ତାହା ମଧ୍ୟ ୧୭ ବର୍ଷ ପୁରୁଣା ମାମଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଯେ ଯାହା ନାମରେ ଶହେରୁ ଉର୍ଧ ହତ୍ୟା, ଅପହରଣ ଭଳି ସଙ୍ଗୀନ ମାମଲା ରହିଛି ତାକୁ କେବେ ହେଲେ ଦଣ୍ଡ କାହିଁକି ହେଉ ନ ଥିଲା । ଏହାର କାରଣ ଅତ୍ୟନ୍ତ ସରଳ । ପ୍ରଶାସନ ହେଉ ବା ପୋଲିସ ହେଉ ବା ରାଜନେତା ମାନେ ହୁଅନ୍ତୁ । ତାକୁ ସମସ୍ତେ ଭୟ କରୁଥିଲେ । ତା ବିରୁଦ୍ଧରେ କେହି କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରୁ ନ ଥିଲେ । ବରଂ ତାର ଗୁଣ୍ଡାଗର୍ଦିର ରାଜନୈତିକ ଲାଭ ନେବାକୁ ସମାଜବାଦୀ ପାର୍ଟି ଭଳି ରାଜନୈତିକ ଦଳ ମାନେ ତାକୁ ବ୍ୟବହାର କରୁଥିଲେ । ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏହି ଅପରାଧୀ ଅତୀକ ଅହମଦର କୁକୁରକୁ କୁଣ୍ଢାଉଥିବା ଫଟୋ ମଧ୍ୟ ଲୋକ ମାନେ ଦେଖିଛନ୍ତି । ତେଣୁ ଉତର ପ୍ରଦେଶର ରାଜନୀତି ଉପରେ ତାର କେତେ ପ୍ରଭାବ ଥିଲା ତାହା ଏଥିରୁ ଅନୁମେୟ । ସେ ପାଂଚ ପାଂଚ ଥର ବିଧାୟକ ଓ ଥରେ ସାଂସଦ ମଧ୍ୟ ରହି ସାରିଥିଲା । ସେ ବୁଥ କ୍ୟାପଚରିଂ କରୁଥିଲା । ସାଧାରଣ ଲୋକ ମାନଙ୍କ ଉପରେ ତାର ଏତେ ଭୟ ଥିଲା ଯେ କେହି ତା ବିରୁଦ୍ଧରେ ଅଭିଯୋଗ ମଧ୍ୟ କରୁ ନ ଥିଲେ । ନ ହେଲେ ଜୀବନ ଚାଲିଯିବାର ଭୟ ଥିଲା ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ଏହି ଦଣ୍ଡ ବିଷୟରେ ଶୁଣିବା ପରେ ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲା । ତାର ଭାଇକୁ କୁଣ୍ଢାଇ କହିଥିଲା ଯଦି ଆଲ୍ଲାହ ଚାହିଁବେ ତେବେ ସେ ପୁଣି ଥରେ ତାର ଭାଇ ଓ ତାର ପରିବାର ଲୋକଙ୍କୁ ଭେଟି ପାରିବ । ଏତେ ବଡ ମାଫିଆ ନିରାଶ ହୋଇ କୋର୍ଟରେ ଭୋ ଭୋ ହୋଇ କାନ୍ଦିବା ଆଦୌ ସାଧାରଣ ଘଟଣା ନୁହେଁ ।
ହେଲେ ପ୍ରଥମ ଥର ପାଇଁ ଅତୀକକୁ ଦଣ୍ଡ ହୋଇଛି । ଗୋଟିଏ ମାମଲାରେ ଦଣ୍ଡ ହୋଇଛି । ଅନ୍ୟ କିଛି ମାମଲାରେ ଆଗାମୀ ଛଅ ମାସ ମଧ୍ୟରେ ଶୁଣାଣୀ ସରିବ ଓ ସେଗୁଡିରେ ମଧ୍ୟ ଦଣ୍ଡ ହୋଇ ପାରେ । ତେବେ ପ୍ରଶ୍ନ ଉଠୁଛି ଯେ ଏଭଳି ବର୍ତମାନ କାହିଁକି ହେଉଛି । ପୂର୍ବରୁ କାହିଁକି ହେଉ ନଥିଲା । ଏହାର କାରଣ ହେଲା ଯୋଗୀ ଆଦିତ୍ୟନାଥଙ୍କ ଶାସନ ।
ଯୋଗୀ ଆଦିତ୍ୟନାଥ ୨୦୧୭ ମସିହାରେ ଯେତେବେଳେ ଦାୟିତ୍ୱ ନେଲେ ସେତେବେଳେ ତାଙ୍କ ସମ୍ମୁଖରେ ସବୁଠାରୁ ବଡ ଚ୍ୟାଲେଂଜ ଥିଲା ରାଜ୍ୟରେ ଆଇନର ଶାସନ ସ୍ଥାପିତ କରିବା । ଏହା ଏତେ ସହଜ ନ ଥିଲା । ଏହାର କାରଣ ହେଲା ଉତର ପ୍ରଦେଶର ରାଜନୀତିର ଅପରାଧୀକରଣ ହୋଇ ସାରିଥିଲା । ଯିଏ ଯେତେ ବଡ ଅପରାଧୀ ଓ ମାଫିଆ ସେ ରାଜନୀତିରେ ସେତେ ଶକ୍ତିଶାଳୀ । ସମାଜବାଦୀ ପାର୍ଟି ହେଉ ବା ବହୁଜନ ସମାଜ ପାର୍ଟି ହେଉ ସମସ୍ତେ ଏହି ଅପରାଧୀ ମାଫିଆ ମାନଙ୍କୁ ନିଜ ଦଳରେ ସାମିଲ କରି ସେମାନଙ୍କର ଆପରାଧିକ ପ୍ରଭାବକୁ ବ୍ୟବହାର କରି ନିର୍ବାଚନ ଜିତିବାକୁ ଚାହୁଁଥିଲେ । କିଏ କେତେ ଅପରାଧୀଙ୍କୁ ନିଜ ଦଳରେ ସାମିଲ କରିବ ସେ ନେଇ ପ୍ରତିଯୋଗିତା ହେଉଥିଲା । ପ୍ରଶାସନ ଓ ପୋଲିସ ମଧ୍ୟ ଏହି ଅପରାଧୀ – ମାଫିଆ ମାନଙ୍କ ଆଗରେ ନତ ମସ୍ତକ ଥିଲା । ଏହି ଅପରାଧୀ ମାନଙ୍କୁ ରାଜନୈତିକ ସଂରକ୍ଷଣ ପ୍ରାପ୍ତ ଥିବାରୁ କେହି ଏମାନଙ୍କୁ ହାତ ମାରିବାକୁ ଭୟ କରୁଥିଲା । କିଛି ବର୍ଷ ନୁହେଁ ବରଂ ଦୀର୍ଘ ବର୍ଷ ଧରି ଏହି ଖେଳ ଚାଲିଥିଲା । ଉତର ପ୍ରଦେଶର ସାଧାରଣ ଲୋକ ମାନେ କେବେ ଭାବି ନ ଥିଲେ ଯେ ଏହି ଅପରାଧୀ- ରାଜନୀତିର ଅସାଧୁ ମେଂଟ କେବେ ଭାଙ୍ଗି ପାରିବ ।
ପ୍ରଥମ ଦିନରୁ ହିଁ ଯୋଗୀ ମାଫିଆଙ୍କୁ ଧ୍ୱଂସ କରିବା କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ତାଙ୍କ ନିକଟରେ କୌଣସି କୁହୁକ ବାଡି ନ ଥିଲା । ସେଇ ପୋଲିସ, ସେଇ ବ୍ୟବସ୍ଥା ଥିଲା ଯାହାକୁ ନେଇ ମାଫିଆ ଓ ରାଜନେତା ମାନଙ୍କର ଅସାଧୁ ମେଂଟ ଚାଲୁଥିଲା । ହେଲେ ଯୋଗୀ ପ୍ରଥମ ଦିନରୁ ହିଁ ସେହି ପୋଲିସକୁ ସ୍ପଷ୍ଟ କରି ଦେଇଥିଲେ ଯେ ଅପରାଧୀ ଓ ମାଫିଆ ମାନଙ୍କ ବିରୁଦ୍ଧରେ ଶୂନ୍ୟ ସହଶୀଳତା ନୀତିରେ କାର୍ଯାନୁଷ୍ଠାନ ହେବ । ଯୋଗୀଙ୍କ ଏହି ନିର୍ଦେଶ କେବଳ କଥାରେ ସୀମିତ ନ ଥିଲା । ଏହାର ଫଳ ମଧ୍ୟ ଦେଖିବାକୁ ମିଳିଲା ଯେତେବେଳେ ମାଫିଆ ମାନଙ୍କର ସୁଉଚ୍ଚ ଅଟ୍ଟାଳିକା ଗୁଡିକୁ ଛୁଇଁବାକୁ ସାହସ କରୁ ନଥିବା ପ୍ରଶାସନ ବୁଲଡୋଜର ଲଗାଇ ଧ୍ୱସ୍ତ କରିବା ଆରମ୍ଭ କରି ଦେଲେ । ତାଙ୍କର ମାଫିଆ ବିରୋଧୀ କଡା ଆଭିମୁଖ୍ୟକୁ କୋର୍ଟ- କଚେରୀ, ମାନବିକ ଅଧିକାର ଆଦି ବିଭିନ୍ନ ଆଳରେ ଅଟକାଇବାକୁ ଚେଷ୍ଟା କରା ଯାଇଥିଲା । ହେଲେ ଯୋଗୀ ଏହାର ଚାପରେ କେବେ ହେଲେ ଆସି ନାହାନ୍ତି । ତେଣୁ ଆଜି ୟୁପିରେ ମାଫିଆ ମାନେ ଥର ହର ହେଉଛନ୍ତି । ରାଜ୍ୟର ଜନସାଧାରଣ ଶାନ୍ତିରେ ଅଛନ୍ତି । ଜଣେ ଶାସକ କିପରି ହେବା ଆବଶ୍ୟକ ତାର ସର୍ବୋକ୍ରୃଷ୍ଟ ଉଦାହରଣ ଯୋଗୀ ପ୍ରସ୍ତୁତ କରିଛନ୍ତି । ତଥାପି ବିଦେଶୀ ଗଣମାଧ୍ୟମ ହୁଅନ୍ତୁ ବା ଦେଶର ସେକୁଲାର ବୋଲାଉଥିବା ଗଣମାଧ୍ୟମ ଯୋଗୀଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ବଦଳି ନାହିାଁ ତେଣୁ ଜନସାଧାରଣଙ୍କ ମନର କଥାକୁ ବୁଝିବାରେ ଏମାନେ ବାରମ୍ବାର ବିଫଳ ହେଉଛନ୍ତି ।

Leave a Reply