Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ପାକିସ୍ତାନ ଛଟ ପଟ ହେବାର କାରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଛଟ ପଟ ହେବାର କାରଣ


ଡ. ସମନ୍ୱୟ ନନ୍ଦ
ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଜଣେ ପ୍ରଫେସର ଅଛନ୍ତି । ତାଙ୍କର ନାମ ପ୍ରଫେସର ଏମ.ଏ. ମୁକ୍ତାଦେର ଖାନ । ସେ ଆନ୍ତର୍ଜାିତିକ ରାଜନୀତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି । ସେ ବର୍ତମାନର ଭାରତ ଓ ପାକିସ୍ତାନର ପରିସ୍ଥିତିକୁ ନେଇ ଏକ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି – “ଭାରତର ଆନ୍ତର୍ଜାତିକ ସ୍ତରରେ ଶକ୍ତି ଖୁବ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ ପାକିସ୍ତାନର ସ୍ଥିତି ଧୀରେ ଧୀରେ ଦୟନୀୟ ହେବାରେ ଲାଗିଛି । ଆଗାମୀ ଦିନରେ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବାକୁ ଲାଗିବ । ମନେ କରନ୍ତୁ ଠିକ ଏହାର ଓଲଟା ସ୍ଥିତି ଥାଆନ୍ତା । ଅର୍ଥାତ ପାକିସ୍ତାନର ସ୍ଥିତି ଭଲ ଥାଆନ୍ତା ଓ ଭାରତର ସ୍ଥିତି ଖରାପ ଥାଆନ୍ତା । ତେବେ ପାକିସ୍ତାନ ଏତେ ବେଳକୁ ଭାରତ ଉପରେ ପୁଣି ଥରେ ଆକ୍ରମଣ କରି ସାରିଥାନ୍ତା ।” ପ୍ରଫେସର ଏମ.ଏ. ମୁକ୍ତାଦେର ଖାନଙ୍କ ଏହି ବକ୍ତବ୍ୟ ପାକିସ୍ତାନର ମୂଳ ଓ ଅସଲ ମାନସିକତାକୁ ବୁଝିବା ପାଇଁ ଯଥେଷ୍ଟ ।
ପାକିସ୍ତାନରେ ରାଜନୈତିକ ଅସ୍ଥିରତା, ଦୟନୀୟ ଆର୍ଥିକ ସ୍ଥିତି, ଓ ଖୈବର ପୁଖତୁନଖବା ରାଜ୍ୟରେ ତେହେରିକ-ଏ- ତାଲିବାନ ପାକିସ୍ତାନ (ଟିଟିପି) ଦ୍ୱାରା ଲଗାତାର ଆକ୍ରମଣ. ବଲୁଚିସ୍ତାନରେ ବଲୋଚ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧଂଦେହୀ ଡାକରା ସତ୍ୱେ ସେ ତାର ଭାରତ ବିରୋଧୀ ଆଭିମୁଖ୍ୟ ଛାଡି ନାହିଁ । ପାକିସ୍ତାନ ଭାରତରେ ବଡ ଧରଣର ଆକ୍ରମଣ କରିବାରେ ଅସମର୍ଥ ଥିବା ସତ୍ୱେ ସେ ଜାମ୍ମୁ କାଶ୍ମୀରରେ ଏବେ ମଧ୍ୟ ହିନ୍ଦୁ ମାନଙ୍କୁ ଟାର୍ଗେଟେଡ କିଲିଂ କରିବାର ଅଭିଯାନ ଜାରୀ ରଖିଛି । ଯଦି ବାସ୍ତବରେ ବର୍ତମାନ ପାକିସ୍ତାନର ଆର୍ଥିକ ସ୍ଥିତି ଓ ଅନ୍ୟ ସ୍ଥିତି ଭଲ ଥାଆନ୍ତା ତେବେ ବଡ ମାତ୍ରାରେ ସେ ଭାରତରେ ଆକ୍ରମଣ କରିଥାନ୍ତା । ମାତ୍ର ବର୍ତମାନ ତାର ସ୍ଥିତି କାରଣରୁ ସେ ବଡ ଭାରତ ବିରୋଧୀ କାମ କରି ପାରୁ ନାହିାଁ
ପଠାନକୋଟ ଆକ୍ରମଣ ପର ଠାରୁ ହିଁ ଭାରତର ପାକିସ୍ତାନ ପ୍ରତି କଠୋର ନୀତି ଜାରୀ ରହିଛି । ମୋଦୀ ସରକାରଙ୍କର ଏହି ନୀତିର ଲାଭାଂଶ ଏବେ ମିଳିବାକୁ ଲାଗିଛି । ଅବଶ୍ୟ ‘ଅମନ କି ଆଶା’ ଗ୍ୟାଙ୍ଗ ଓ ମୋହମବତୀ ବ୍ରିଗେଡର ସଦସ୍ୟ ମାନଙ୍କୁ ଏହା ଭଲ ଲାଗୁ ନାହିାଁ ପାକିସ୍ତାନ ସହିତ କ୍ରିକେଟ ଖେଳ ହେଉ ବା ପାକିସ୍ତାନୀ ସିନେମାକୁ ଭାରତରେ ରିଲିଜ କରାଇଦେବା ହେଉ ସବୁ ଉପରେ ରୋକ ଲଗା ଯାଇଛି ଓ ଏହି ପ୍ରକ୍ରିୟା ନିରନ୍ତରତାର ସହ ଚାଲିଛି ।
ନରେନ୍ଦ୍ର ମୋଦୀ ସରକାର ଓ ବର୍ତମାନର ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କ ପାକିସ୍ତାନକୁ ଆନ୍ତର୍ଜାତିକ ସ୍ତରରେ ଘେରାବନ୍ଦୀ କରିବା ସହ ଆତଙ୍କବାଦ ପ୍ରସଙ୍ଗରେ ଏକଘରିକିଆ କରିବାରେ ବହୁଳ ମାତ୍ରାରେ ସଫଳତା ହାସଲ କରିଛନ୍ତି । ଆତଙ୍କବାଦକୁ ସହଯୋଗ କରୁଥିବା ଦେଶ ମାନଙ୍କ ଉପରେ ଦୃଷ୍ଟି ରଖୁଥିବା ସଂସ୍ଥା ଏଫଏଟିଏଫର ଗ୍ରେ ଲିଷ୍ଟରେ ପାକିସ୍ତାନକୁ ଦୀର୍ଘ ସମୟ ଧରି ରଖିବା ପଛରେ ଭାରତର ସଫଳ କୂଟନୀତି ହିଁ ଦାୟୀ । ଏହି ସବୁ କାରଣ ଯୋଗୁ ପାକିସ୍ତାନର ଆର୍ଥିକ ସ୍ଥିତି ଦୟନୀୟ ହୋଇଛି ।
ଭାରତ ବର୍ତମାନ ଯେଉଁ ସ୍ଥିତି ରେ ପହଂଚି ସାରିଛି ଓ ଭାରତର ଆର୍ଥିକ ସ୍ଥିତି ଯେପରି ହୋଇଛି ସେଥିରେ ଭାରତକୁ ଆଉ ପାକିସ୍ତାନର ଆବଶ୍ୟକତା ନାହିଁ ବରଂ ପାକିସ୍ତାନକୁ ଭାରତର ଆବଶ୍ୟକତା ରହିଛି । ତେଣୁ ପାକିସ୍ତାନ ଏବେ ଛଟପଟ ହେବା ଆରମ୍ଭ ହୋଇଛି ।
ପାକିସ୍ତାନ ବର୍ତମାନ ତିନି- ତିନି ଆଡୁ ଚାପରେ ଅଛି । ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଅଛି । ତାର ଏକ ପ୍ରକାର କାଙ୍ଗାଳ ହେବାର ସ୍ଥିତି ଆସିଗଲାଣି । ବିଦେଶୀ ମୁଦ୍ରା ଭଣ୍ଡାରରରେ ଦୁଇ ସପ୍ତାହ ଚଳିବା ପାଇଁକ୍ର୍ ନାହିାଁ ଅତ୍ୟାବଶ୍ୟକ ଜିନିଷ ଗୁଡିକର ଦାମ ଆକାଶ ଛୁଇଁଲାଣ ି । ଅଟା ୧୫୦କୁ ୨୦୦ ଟଙ୍କା କିଲୋରେ ବିକ୍ରୀ ହେଉଛି । ଅଟା ପାଇଁ ପାକିସ୍ତାନରେ ଦଙ୍ଗା ପରିସ୍ଥିତି ଦେଖା ଦେଲାଣି । ସେହିପରି ବଲୋଚିସ୍ତାନର ଗ୍ୱାଦର ଠାରୁ ଆରମ୍ଭ କରି ପାକ ଅଧିକୃତ କାଶ୍ମୀରରେ ବାଲତିସ୍ତାନ ଓ ଗିଲଗିତରେ ପାକିସ୍ତାନ ବିରୋଧୀ ପ୍ରବଳ ଜନ ଆନେ୍ଦାଳନ ମୁଣ୍ଡ ଟେକିଲାଣି । ଠିକ ସେହିପରି ଏବେ ତେହେରିକ-ଏ- ତାଲିବାନ ପାକିସ୍ତାନ ବା ଟିଟିପି କେବଳ ଯେ ଖୈବର ପୁଖତୁନଖବା ରାଜ୍ୟରେ ଆକ୍ରମଣ କରି ସେନା ଓ ପୋଲିସକର୍ମୀଙ୍କୁ ହତ୍ୟା କରୁ ନାହାନ୍ତି ବରଂ ରାଜଧାନୀ ଇସଲାମାବାଦରେ ମଧ୍ୟ ସେମାନେ ବୋମା ବିସ୍ଫୋରଣ ଆରମ୍ଭ କଲେଣି । ଅନ୍ୟ ପଟେ ବଲୋଚିସ୍ତାନରେ ସ୍ୱାଧୀନତା ସଂଗ୍ରାମୀ ମାନେ ମଧ୍ୟ ପାକିସ୍ତାନୀ ସେନାକୁ ଲଗାତାର ଟାର୍ଗେଟ କରୁଛନ୍ତି । କେବଳ ସେତିକି ନୁହେଁ ଆଫଗାନିସ୍ତାନରେ ଶାସନରେ ଥିବା ତାଲିବାନ ମଧ୍ୟ ପାକିସ୍ତାନକୁ ସହଯୋଗ କରିବା ଦେଖା ଯାଉ ନାହିାଁ ସେମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ ଡୁରାଣ୍ଡ ଲାଇନକୁ ସେମାନେ ମାନନ୍ତି ନାହିାଁ ସେମାନେ ଟିଟିପିକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଛନ୍ତି । ଏବେ କିଛି ଦିନ ତଳେ ଇରାନ ସୀମୀରେ ମଧ୍ୟ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରା ଯାଇଛି । ତେଣୁ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ସଂକଟ, ଆଭ୍ୟନ୍ତରୀଣ ସଂକଟ ଓ ବାହ୍ୟ ସଂକଟ ପରି ସଂକଟ ମାନ ଲାଗି ରହିଛି । ଏ ସବୁ ପ୍ରସଙ୍ଗ ପାକିସ୍ତାନର ସ୍ଥିତିକୁ ଅତ୍ୟନ୍ତ ଜଟିଳ କରି ଦେଇଛି । ତେଣୁ ପାକିସ୍ତାନ ଛଟପଟ ହେଉଥିବା ଦେଖା ଯାଉଛି ।
ପାକିସ୍ତାନରେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ କୌଣସି ବିଶେଷ କ୍ଷମତା ନ ଥାଏ । ପାକିସ୍ତାନର ସେନା ହିଁ ସେଠାରେ ସବୁକିଛି । ପାକିସ୍ତାନ ସରକାର ସେନାର ନିଷ୍ପତିକୁ ମାନିଥାଏ । ଏହାର ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି । ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଆରବ ଦେଶର ଏକ ଚାନେଲକୁ ଦେଇଥିବା ସାକ୍ଷାତକାରରେ ଭାରତ ସହ କଥାବାର୍ତା କରିବାକୁ ଚାହୁଁଥିବା କଥା କହିଥିଲେ । ତିନୋଟି ଯୁଦ୍ଧ ଲଢିବା ପରେ ପାକିସ୍ତାନ ଶିକ୍ଷା ଗ୍ରହଣ କରିଥିବା କଥା ମଧ୍ୟ ସେ କହିଥିଲେ । ହେଲେ ଏହି ବକ୍ତବ୍ୟ ଦେବାର କିଛି ଘଂଟା ମଧ୍ୟରେ ବୋଧ ହୁଏ ପାକିସ୍ତାନୀ ସେନା ପକ୍ଷରୁ ମାଡ ପଡିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଶାହବାଜଙ୍କ ବକ୍ତବ୍ୟରେ ୟୁ ଟର୍ନ ଆସିଥିଲା । ବୋଧ ହୁଏ ଶାହବାଜ ଶରିଫ ଓ ପାକିସ୍ତାନ ଭାବିଥିଲେ ଯେ ୧୯୮୯ ମସିହା ପର ଠାରୁ ଜାମ୍ମୁ କାଶ୍ମୀର ସମେତ ସାରା ଭାରତରେ ଆତଙ୍କବାଦ ପ୍ରସାର ପାଇଁ ଯେଉଁ ଇନଭେଷ୍ଟମେଂଟ କରିଥିଲେ ତାହାର ଆଗାମୀ ଦିନରେ ମଧ୍ୟ ଲାଭ ପାଇବେ । ବର୍ତମାନ ସମୟ ଖରାପ ଚାଲିଛି । ହେଲେ ଭବିଷ୍ୟତରେ ସ୍ଥିତି ଟିକେ ଭଲ ହେଲେ ପୁଣି ଥରେ ଆତଙ୍କବାଦର ସେହି ସମାନ ଖେଳ ସେମାନେ ଜାରୀ ରଖିବେ । ଏହି ଉଦେ୍ଦଶ୍ୟ ନେଇ ବର୍ତମାନ ପାକିସ୍ତାନ ବୋଧ ହୁଏ ତାର ରଣନୀତି ବଦଳାଇବାକୁ ଚେଷ୍ଟା କରିଥିଲା । ହେଲେ ପୁଣି ଥରେ ରାଜନୈତିକ ବାଧ୍ୟ ବାଧକତା ହେଉ ବା ପାକିସ୍ତାନୀ ସେନାର ମାଡ ହେଉ ଶାହବାଜ ୟୁ ଟର୍ନ ନେଇଛନ୍ତି ।
ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏ ପ୍ରସଙ୍ଗରେ ଉଚିତ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଗୋଟିଏ କଥା କହୁଛନ୍ତି, ତାଙ୍କର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଆଉ ଗୋଟିଏ କଥା କହୁଛି । ତାଙ୍କର ଅନ୍ୟ ନେତା ମାନେ ଭିନ୍ନ କଥା କହୁଛନ୍ତି । ତେବେ ଭାରତର ଏହି ମାମଲାରେ ଆଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ ରହିଛି । “ଆମେ ପୂର୍ବରୁ କହି ସାରିଛୁ ଓ ଏବେ ମଧ୍ୟ କହିବାକୁ ଚାହୁଁଛୁ ଯେ ଭାରତ ନିଜର ପ୍ରତ୍ୟେକ ପଡୋଶୀ ଦେଶ ଓ ପାକିସ୍ତାନ ସହ ଭଲ ସମ୍ପର୍କ ଚାହୁଁ । କିନ୍ତୁ ଏଇଥି ପାଇଁ ସଠିକ ପରିବେଶ ପ୍ରସ୍ତୁତ କରିବାକୁ ପଡିବ । ଆତଙ୍କବାଦ ଓ ହିଂସାର ପରିବେଶରେ କଥାବାର୍ତା ସମ୍ଭବ ନୁହେଁ । ଆମର ଆଭିମୁଖ୍ୟରେ କୌଣସି ପ୍ରକାର ପରିବର୍ତନ ଆସି ନାହିଁ ।”
ପାକିସ୍ତାନକୁ ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ୧୯୮୯ ମସିହାର ସ୍ଥିତି ଆଉ ନାହିାଁ ଗଙ୍ଗା ନଦୀରେ ପ୍ରବଳ ପାଣି ବହି ସାରିଛି । ଅନ୍ୟ ପକ୍ଷରେ ଭାରତରେ ଥିବା ମାନବିକତାବାଦୀ ମୁଖାରେ ଥିବା ପାକିସ୍ତାନ ସମର୍ଥକ ମାନେ ପୁଣି ଥରେ ଡ୍ରାମାବାଜୀ କରିବେ । ମାନବିକତା ସବୁଠାରୁ ବଡ ବୋଲି ଭାବନାତ୍ମକ କଥା ମାନ କହିବେ । ହେଲେ ସେମାନଙ୍କର କଥାରେ ପ୍ରଭାବିତ ହେବା ଆଦୌ ଉଚିତ ନୁହେଁ । କାରଣ ପାକିସ୍ତାନ ଏବେ ଭାରତକୁ ଏତେ କ୍ଷତି କରୁ ନାହିଁ ଏହାର କାରଣ ଯେ ସୁଧୁରି ଯାଇଛି ନୁହେଁ, ବରଂ ଏଇଥି ପାଇଁ ଯେ ତାର ସ୍ଥିିତି ଦୟନୀୟ ହୋଇ ଯାଇଛି । ତେଣୁ ପୁଣି ଥରେ ଟିକେ ଶକ୍ତି ପାଇଲେ ପାକିସ୍ତାନ ତାର ପୁରୁଣା ରୂପରେ ପୁଣି ଦେଖା ଦେବ । ତେଣୁ ପାକିସ୍ତାନକୁ ଆହୁରି ଏକଘରକିଆ କରିବା ଦିଗରେ ଭାରତ ସରକାର ତାଙ୍କର କୂଟନୈତିକ ପ୍ରଚେଷ୍ଟା ଜାରୀ ରଖିବା ଆବଶ୍ୟକ ।

Leave a Reply