Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକ୍‌ରେ ହେବ କ୍ଷମତା ପରିବର୍ତ୍ତନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକ୍‌ରେ ହେବ କ୍ଷମତା ପରିବର୍ତ୍ତନ


ସୌମେନ୍ଦ୍ର ଜେନା

ପାକିସ୍ଥାନରେ କ୍ଷମତା ପରିବର୍ତ୍ତନକୁ କେନ୍ଦ୍ର କରି ନୂଆ ଗଣିତ ଆରମ୍ଭ ହୋଇଯାଇଛି । ଏକଦା ନିର୍ବାଚନରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଏବଂ ଏବେ ଜେଲରେ ରହିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପୁଣିଥରେ ସରକାରକୁ ଫେରିବାର ସମ୍ଭାବନା ଦେଖାଦେଇଛି । ବିଗତ ଦିନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହଯୋଗୀ ଡୋନାଲଡ ଲୁ ଯେପରି ଏସିଆର ପାକ୍ ଓ ବଙ୍ଗଳାଦେଶରେ ଅସ୍ଥିରତା ସୃଷ୍ଟିକରି କ୍ଷମତା ପରିବର୍ତ୍ତନ କରାଇଥିଲେ ତାକୁ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପସନ୍ଦ କରିନାହାନ୍ତି । ସେ ଦାୟିତ୍ୱ ଗ୍ରହଣ କରିନଥିଲେ ମଧ୍ୟ ଇମ୍ରାନ ଖାନ୍‌ଙ୍କ ସହ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରିବେ ବୋଲି କହିଛନ୍ତି । ଏଥିରୁ ଜେଲରେ ଥିବା ଇମ୍ରାନ ମୁକୁଳିବାର ରାସ୍ତା ଫିଟିବ ବୋଲି କୁହାଯାଉଛି । ପାକିସ୍ଥାନରେ ଇମ୍ରାନଙ୍କୁ ହଟାଇବା ଲାଗି ଆକ୍ରମଣ ଷଡଯନ୍ତ୍ର, ମିଥ୍ୟା ଅଭିଯୋଗ ପରି ବହୁପ୍ରକାର ପଦକ୍ଷେପ ବର୍ତ୍ତମାନର ସରକାରରେ ଥିବା ଦଳଗୁଡିକ କରିଥିଲେ । ଇମ୍ରାନ ଏବଂ ତାଙ୍କ ପତ୍ନୀ ବୁସରା ବିବିଙ୍କ ବିରୋଧରେ ଅଭିଯୋଗ ଅଣାଯାଇ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲଦଣ୍ଡ ଦିଆଯାଇଥିଲା । ତାଙ୍କ ଦଳର ମାନ୍ୟତାକୁ ରଦ୍ଦ କରାଯାଇଥିଲା । ଯାହା ଫଳରେ ନିର୍ବାଚନରେ ଖୋଲାଖୋଲି ଚାପ ସୃଷ୍ଟି କରାଯାଇଥିଲା । ବିପକ୍ଷ ଦଳ ଇମ୍ରାନଙ୍କ ପାକ୍ ତେହରିକ ଇନସାଫ୍ ଲୋକେ ଚିହ୍ନ ନପାଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୁଇ ବର୍ଷର ରାଜନୈତିକ ଅସ୍ଥିରତା ମଧ୍ୟରେ ଇମ୍ରାନଙ୍କୁ ଅନାସ୍ଥା ପ୍ରସ୍ତାବ ଆଣି କ୍ଷମତାରୁ ହଟାଯିବା ପରେ ରାଜନୀତିରୁ ପାଞ୍ଚବର୍ଷ ପାଇଁ ବାସନ୍ଦ ହେବା ସହ ଦୁର୍ନୀତି ଅଭିଯୋଗରେ ସେ ଜେଲ ଯାଇଥିଲେ । ସୁପ୍ରିମକୋର୍ଟ ପିଟିଆଇ ଦଳଠାରୁ ଚିହ୍ନ କାଢି ନେବା ଦ୍ୱାରା ଇମ୍ରାନଙ୍କ ଲୋକେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ବାଧ୍ୟ ହୋଇଥିଲେ । ୩୩୬ ଆସନ ବିଶିଷ୍ଟ ପାକିସ୍ଥାନର ସଂସଦୀୟ ନିର୍ବାଚନରେ ପିଟିଆଇ ସମର୍ôଥତ ସ୍ୱାଧୀନ  ପ୍ରାର୍ଥୀମାନେ ସର୍ବାଧିକ ୩୧.୧୭ ପ୍ରତିଶତ ଭୋଟ ପାଇ ସବୁଠୁ ଆଗରେ ରହିଥିଲେ । ପାକିସ୍ଥାନ ମୁସଲିମ ଲିଗ (ନୱାଜ) ୨୩.୬୪, ପାକିସ୍ଥାନ ପିପୁଲସ ପାର୍ଟି ୧୩.୯୨, ତହରିକେ ଲବାଇକ ପାକିସ୍ଥାନ ୩.୬୫, ଜମାତେ ଇସଲାମୀ ୨.୨୬ ମୁତାହିଦା କ୍ୱାମୀ ମୁଭମେଣ୍ଟ ୧.୮୯ ପ୍ରତିଶତ ଭୋଟ ପାଇଥିଲା । ନିର୍ବାଚନ ପରେ ଲିଆକତ ଅଲି ଚର୍ଚ୍ଚା ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ୧୩ଟି ଆସନରୁ ୧୧ଟିରେ ପାକିସ୍ଥାନ ମୁସଲିମ ଲିଗ-ନୱାଜ ଦଳ ବିଜୟୀ ହେବା ପଛରେ ଜାଲିଆତି ରହିଥିବା କଥା ସେ ସ୍ୱୀକାର କରିଥିଲେ । ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପଛରେ ସେନାର ଭୂମିକା ସନ୍ଦେହଜନକ ରହିଥିଲା । ଦେଶ ବିଦେଶର ଗଣମାଧ୍ୟମଗୁଡିକ ପାକ୍‌ର ନିର୍ବାଚନ ଫଳାଫଳକୁ ଗ୍ରହଣ ନକରି ସମାଲୋଚନା କରିଥିଲେ । କିନ୍ତୁ ସେନାବାହିନୀକୁ ଅତୀତରେ ସମାଲୋଚନା କରିଥିବା ଇମ୍ରାନଙ୍କୁ ନିର୍ବାଚନ ପ୍ରଚାରବେଳେ ହତ୍ୟା କରିବାଲାଗି ବାରମ୍ବାର ପ୍ରୟାସ ସତ୍ତ୍ୱେ ଭାଗ୍ୟଜୋର ଦୃଷ୍ଟିରୁ ଇମ୍ରାନ ବଞ୍ôଚଗଲେ । ତେଣୁ ତାଙ୍କୁ କ୍ଷମତାରୁ ବାହାରେ ରଖିବାକୁ ପାକ୍ ସେନା ଷଡଯନ୍ତ୍ର କଲା । ହେଲେ ସମାନ ଢଙ୍ଗରେ ନିର୍ବାଚନ ପ୍ରଚାରବେଳେ ଅଳ୍ପକେ ମୃତ୍ୟୁରୁ ରକ୍ଷା ପାଇଥିବା ଡୋନାଲ୍‌ଡ ଟ୍ରମ୍ପ ଇମ୍ରାନଙ୍କ ପ୍ରକୃତ କଷ୍ଟକୁ ବୁଝିପାରିଛନ୍ତି । ଯେଉଁ ଶକ୍ତି ତାଙ୍କୁ ଆମେରିକାରେ ଆକ୍ରମଣ କରିଥିଲା ସେହି ଶକ୍ତି ପାକିସ୍ଥାନରେ ମଧ୍ୟ ଇମ୍ରାନଙ୍କ ଉପରେ ଆକ୍ରମଣ କରାଇଥିଲା । ତେଣୁ ୨୦ ଜାନୁଆରୀରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପାକିସ୍ଥାନରେ ସରକାର ପରିବର୍ତ୍ତନ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । 
ଦ୍ୱିତୀୟରେ ବଙ୍ଗଳାଦେଶ ମାମଲାରେ ଆମେରିକା ସରକାରଙ୍କ ହସ୍ତକ୍ଷେପକୁ ସମାଲୋଚନା କରିଆସୁଥିବା ଡୋନାଲଡ୍ ଟ୍ରମ୍ପ ମଧ୍ୟ ପାକ୍ ସେନାର ଭୂମିକାକୁ ଗ୍ରହଣ କରିପାରିନାହାନ୍ତି । ମହମ୍ମଦ ୟୁନୁସଙ୍କ ପରି କ୍ଲିଣ୍ଟନ ଫାଉଣ୍ଡେସନର ବ୍ୟକ୍ତିକୁ କ୍ଷମତାରେ ଆସୀନ ହେବା ଦ୍ୱାରା ଏସିଆରେ ଆମେରିକାର ସମ୍ମାନ ନଷ୍ଟ ହୋଇଥିବା କଥା ସେ କହୁଛନ୍ତି । ତେଣୁ ଆଗାମୀ ଦିନରେ ପାକ୍ ସେନାବାହିନୀକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରମ୍ପ ସରକାର ଅଧିକ କଠୋର ହେବା ସହ ପାକ୍ ସରକାର ହାତରୁ ପରମାଣୁ କ୍ଷମତାକୁ ଛଡାଇ ନେବା ପାଇଁ ଚେଷ୍ଟା କରିବେ । ସେଥିପାଇଁ ଏବେଠାରୁ କ୍ଷେପଣାସ୍ତ୍ର ନିର୍ମାଣର ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଯାଇଛି । ଆଫଗାନିସ୍ଥାନ ଉପରେ ପାକ୍ ବାୟୁସେନା ବୋମାମାଡ ପରେ ପାକ୍‌-ଆଫଗାନ ସେନା ମୁହାଁମୁହିଁ ହୋଇଛନ୍ତି । ତାଲିବାନ୍ ସରକାର ପ୍ରତିଶୋଧ ନେବାକୁ ଘୋଷଣା କରିବା ସହ ତହରିବେ ତାଲିବାନ ପାକିସ୍ଥାନ ଅଧିକ ରକ୍ତମୁଖା ହୋଇଉଠିଛି । ନିକଟରେ ପାକ୍ ସୀମାର ଦୁଇଟି ସେନା ପହରାସ୍ଥଳୀକୁ ଦଖଲକୁ ନେବା ସହ ଅନେକ ପାକ୍ ଯବାନଙ୍କୁ ଆଫଗାନ ସେନା ଖତମ୍ କରିଛି । ଦୁଇଦେଶ ମଧ୍ୟରେ ଆଗାମୀ ଦିନରେ ଯେଉଁ ତିକ୍ତତା ଓ ସଂଘର୍ଷ ବୃଦ୍ଧିପାଇବ ତାକୁ ଆଳକରି ସେନାବାହିନୀ ସେଠାରେ କ୍ଷମତାକୁ ଦଖଲ କରିପାରେ । ସେହି ପରିସ୍ଥିତିରେ ପାକ୍‌ସେନା ଚୀନର ଶରଣାଗତ ହେବା ଅବଶ୍ୟମ୍ଭାବୀ । କିନ୍ତୁ ଇମ୍ରାନ ସରକାରକୁ ଆସିଲେ ସେ ଚୀନ ତୁଳନାରେ ଟ୍ରମ୍ପଙ୍କର ଅଧିକ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିବେ । ଆର୍ôଥକ ସଂକଟରେ ଥିବା ପାକିସ୍ଥାନକୁ ଟ୍ରମ୍ପ ଚାହିଁଲେ ଆର୍ôଥକ ସହାୟତା ପ୍ରଦାନ କରି ଟ୍ରାକ୍‌କୁ ଫେରାଇ ଆଣିପାରିବେ । ସମୟର ଆବଶ୍ୟକତା ଦୃଷ୍ଟିରୁ  ଟ୍ରମ୍ପଙ୍କ ଚାଲ ପାକିସ୍ଥାନରେ କାମଦେବ ଏଥିରେ ସନ୍ଦେହ ନାହିଁ । କାରଣ ଏସିଆରେ ଆମେରିକାକୁ ପୂରାପୂରି ଭରସା କରି ସହଯୋଗ କରୁଥିବା ବଡରାଷ୍ଟ୍ର ଜାପାନ ଛଡା ଆଉ କେହି ନାହାନ୍ତି । ବାଇଡେନଙ୍କ ନୀତି ଯୋଗୁ ଅନେକ ରାଷ୍ଟ୍ର ଆମେରିକା-ବିରୋଧୀ ହୋଇଯାଇଛନ୍ତି । ତେଣୁ କ୍ଷମତାକୁ ଆସିବାପରେ ପାକ୍ ଓ ବଙ୍ଗଳାଦେଶର କ୍ଷମତା ପରିବର୍ତ୍ତନ ଲାଗି ଟ୍ରମ୍ପ ଜୋର ଦେବେ । ଏହା ସହିତ ଉତ୍ତର କୋରିଆ ଯେପରି ପାକ୍‌କୁ ଅଧିକ ପରମାଣୁ ଅସ୍ତ୍ର ନିର୍ମାଣରେ ସହାୟତା ନଦେବ ସେଥିପାଇଁ ପଦକ୍ଷେପ ନେବେ । ତେଣେ ବଙ୍ଗଳାଦେଶରେ ନିଜ ବିଦ୍ୟୁତ ପ୍ରକଳ୍ପ ସୁରକ୍ଷା ପାଇଁ ମଧ୍ୟ ଯେପରି ରୁଷିଆ ୟୁନୁସ ସରକାରଙ୍କ ବିରୋଧୀ ହେବ ଠିକ୍ ସେମିତି ତାଲିବାନର ନିକଟତର ଥିବା ରୁଷିଆ ପାକ୍‌କୁ ନିୟନ୍ତ୍ରଣ କରିବା ପାଇଁ ଆଫଗାନ ସରକାରକୁ ସମର୍ଥନ କରିପାରେ । 
ଗ୍ୱାଦର ବନ୍ଦରରେ କାର୍ଯ୍ୟରତ ଚୀନର ଲୋକଙ୍କ ସୁରକ୍ଷା ନେଇ ଚୀନର ସରକାର ଅଧିକ ଚିନ୍ତିତ । ପାକ୍‌ର ସରକାର ଗ୍ୱାଦର ବନ୍ଦର ଦେବା ବଦଳରେ ଅଧିକ ଯୁଦ୍ଧବିମାନ ଚୀନଠାରୁ ମାଗଣାରେ ପାଇବାକୁ ଉଦ୍ୟମ କରୁଥିବାବେଳେ ଚୀନ ସରକାର  ପାକ୍‌କୁ ସେହି ସୁବିଧା ଦେବା ସପକ୍ଷରେ ନାହାନ୍ତି । ସିରିଆରେ ଯୁଦ୍ଧ ଲଢୁଥିବା ସନ୍ତ୍ରାସବାଦୀମାନେ ଆଗାମୀ ଦିନରେ ଉଇଘୂର ଲୋକଙ୍କ ପାଇଁ ଲଢିବାକୁ ଘୋଷଣା କରିବା ପରେ ଚୀନ ସରକାର ଏବେ ଚିନ୍ତାରେ ପଡିଛନ୍ତି । ସନ୍ତ୍ରାସବାଦୀମାନେ ଉଭୟ ଆଫଗାନିସ୍ଥାନ ଏବଂ ପାକିସ୍ଥାନ ପଟୁ ଉଇଘୂରଙ୍କ ଅଞ୍ଚଳକୁ ପ୍ରବେଶ କରିବା ସମ୍ଭାବନା ଥିବା ହେତୁ ଚୀନ ସରକାର ସିପେକ୍ ପ୍ରକଳ୍ପମାର୍ଗକୁ ଅଧିକ ଯାଞ୍ଚରେ ରଖିବେ କିମ୍ବା ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବନ୍ଦ କରିଦେଇପାରନ୍ତି । ତା’ହେଲେ ପାକ୍ ସରକାର ନିଜ ଦେଶ ଭିତରେ ଅଧିକ ଲୋକଙ୍କର ବିରୋଧକୁ ସାମ୍‌ନା କରିବେ । ସେଭଳି ସମସ୍ୟା ହେଲେ ପାକ୍ ସରକାର ସଣ୍ଢୁଆସୀ ଆକ୍ରମଣର ଶିକାର ହୋଇ କ୍ଷମତାକୁ ଛାଡିବାକୁ ବାଧ୍ୟ ହେବେ । ଶୁଣାଯାଉଛି ଯେ ତାଲିବାନ ବିରୁଦ୍ଧରେ ଚୀନକୁ ପାକିସ୍ଥାନ ଉସ୍‌କାଉଛି । ଏମିତି ଅଭିଯୋଗ ଖୋଦ୍ ତାଲିବାନ କରିଛି । କେବଳ ସେତିକି ନୁହେଁ ଆଫଗାନିସ୍ଥାନରେ ସକ୍ରୀୟ ଥିବା ତାଲିବାନ ବିରୋଧୀ ଆଇଏସ୍ ଗୋଷ୍ଠୀକୁ ପାକ୍ ସେନା ଆଫଗାନିସ୍ଥାନରେ ଆକ୍ରମଣ ପାଇଁ ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି । ନିକଟରେ ଡିସେମ୍ବର ୨୦୨୪ରେ ଆଫଗାନ ଶରଣାର୍ôଥ ମନ୍ତ୍ରୀ ଖଲିଲ ଉର୍‌-ରହମାନ ହକ୍କାନୀଙ୍କର ଆତ୍ମଘାତୀ ବୋମା ଆକ୍ରମଣରେ ମୃତ୍ୟୁ ହୋଇଥିଲା । ୫୮ବର୍ଷୀୟ ହକ୍କାନୀ ଆଇଏସ୍‌-ଖୋରାସାନ ଗୋଷ୍ଠୀର ଟାର୍ଗେଟରେ ରହିଥିଲେ । ଏହି ଗୋଷ୍ଠୀ ବିଗତ ବର୍ଷମାନଙ୍କରେ ପ୍ରାୟ ୮ଜଣ ତାଲିବାନ ନେତାଙ୍କୁ ଆତ୍ମଘାତୀ ଆକ୍ରମଣରେ ହତ୍ୟା କରିସାରିଛି । କାବୁଲଠାରେ ହୋଇଥିବା ଉକ୍ତ ଆକ୍ରମଣରେ ହକ୍କାନୀଙ୍କ ସହ ଅନ୍ୟ ୪ଜଣ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହକ୍କାନୀଙ୍କ ନାମରେ ଆମେରିକା ୫ ମିଲିଅନ ଡଲାର ସୂଚନା ଦେବାଲାଗି ପୂର୍ବରୁ ଘୋଷଣା କରିଥିଲା । ସିରାଜୁଦ୍ଦୀନ ହକ୍କାନୀଙ୍କ ପରିବାର ସଦସ୍ୟ ଖଲିଲ ଆଫଗାନିସ୍ଥାନରେ ଆଇଏସ୍ ଏବଂ ଅଲକାୟଦା ଗୋଷ୍ଠୀ ବିରୁଦ୍ଧରେ ଅପରେସନ ଚଳାଇ ଆସିଥିଲେ । ସିରିଆରେ ଯେମିତି ବ୍ରିଟେନର ଗୁଇନ୍ଦା ସଂସ୍ଥା ଏମ୍‌ଆଇ-୬ ଏବଂ ଆମେରିକାର ଗୋଇନ୍ଦା ସଂସ୍ଥା ସିଆଇଏ ସନ୍ତ୍ରାସବାଦୀ ଆଇଏସ୍ ଗୋଷ୍ଠୀଙ୍କୁ ଅର୍ଥ ପ୍ରଦାନ କରି ରୁଷିଆର ସେନାଙ୍କ ଉପରେ ଆକ୍ରମଣ କରିବାକୁ ଉସ୍‌କାଉଛି ଠିକ୍ ସେମିତି ଆଫଗାନିସ୍ଥାନରେ ମଧ୍ୟ ଆମେରିକାର ଏଜେଣ୍ଟମାନେ ଆଇଏସ୍ ଗୋଷ୍ଠୀକୁ ତାଲିବାନ ନେତାଙ୍କୁ ହତ୍ୟାକରିବା ଲାଗି ପ୍ରୋତ୍ସାହିତ କରୁଛନ୍ତି । ଡୋନାଲଡ୍ ଲୁଙ୍କ ପାକ୍ ଗସ୍ତକାଳରେ ସେହି ଯୋଜନାକୁ ମାର୍ଗଦର୍ଶନ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି । ବିଗତ ଦିନମାନଙ୍କରେ ପାକ୍ ଓ ବଙ୍ଗଳାଦେଶରେ କ୍ଷମତା ପରିବର୍ତ୍ତନ ପାଇଁ ଲୁଙ୍କ ହସ୍ତକ୍ଷେପ ବିଷୟରେ ସମସ୍ତେ ଜାଣିଛନ୍ତି । ଏବେ ଆଫଗାନିସ୍ଥାନରେ ଅସ୍ଥିରତା, ଅଶାନ୍ତି ଓ ହତ୍ୟାକୁ ଜାରିରଖିବା ପାଇଁ ଭଡାଟିଆ ହତ୍ୟାକାରୀଙ୍କୁ ଆମେରିକା ନିଯୁକ୍ତ କରିଥିବା ଅଭିଯୋଗ ଆଫଗାନିସ୍ଥାନରେ ହେଉଥିବାବେଳେ ଏହା ପଛରେ ପାକ୍ ସରକାରଙ୍କର ନୀରବ ସମର୍ଥନ ରହିଥିବା କଥା କୁହାଯାଉଛି । ତେଣୁ ବର୍ତ୍ତମାନର ତାଲିବାନ ସରକାର ପାକ୍ ସରକାରଙ୍କୁ ଏବେ ନିଜର ବଡ ଶତ୍ରୁ ବୋଲି ବିଚାର କରୁଥିବା ହେତୁ ଆଗାମୀ ଦିନରେ ପାକ୍‌ରେ ଶାହବାଜଙ୍କ ସରକାରକୁ ହଟାଇବାଲାଗି ଚାହୁଁଥିବା ଦଳଗୁଡିକୁ ସମର୍ଥନ କରିବେ ଏଥିରେ ସନ୍ଦେହ ନାହିଁ । ପାକ୍‌ରେ ଏବେ ବି ଲକ୍ଷ ଲକ୍ଷ ଆଫଗାନ ଲୋକେ ବସବାସ କରୁଥିବା ହେତୁ ସରକାର ବିରୋଧୀ ଅଭିଯାନରେ ସେମାନେ ଲୋକଙ୍କୁ ସମର୍ଥନ ଦେବେ ବୋଲି କୁହାଯାଉଛି ।
ଦେଶରେ ଅସ୍ଥିରତା, ଆଭ୍ୟନ୍ତରୀଣ ଆର୍ôଥକ ଚାପ, ବିଦେଶୀ ଶକ୍ତିଙ୍କ ବିରୋଧ, ପଡୋଶୀ ରାଷ୍ଟ୍ରଗୁଡିକ ସହ ଖରାପ ସଂପର୍କ, ବୃହତ୍‌ଶକ୍ତିମାନଙ୍କର ଟାର୍ଗେଟରେ ଥିବା ପାକ୍ ସରକାର ଖୁବ୍ କମ ସମୟରେ କ୍ଷମତା ହରାଇବେ ବୋଲି ଆଲୋଚନା ହେଉଛି । ଡୋନାଲଡ ଟ୍ରମ୍ପ ୨୦ ଜାନୁଆରୀରେ କ୍ଷମତାକୁ ଆସିବା ପରେ ସେହି  ଅଭିଯାନ ଜୋରଧରିବ ବୋଲି କୁହାଯାଉଛି । 

ଭାରତୀୟ ସମ୍ବାଦ ସେବା(ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Leave a Reply