Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଆମେରିକାର ଭାରତ ବିରୋଧୀ ଅପ ପ୍ରଚାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାର ଭାରତ ବିରୋଧୀ ଅପ ପ୍ରଚାର


ଡ. ସମନ୍ୱୟ ନନ୍ଦ
ଗତ କିଛି ଦିନ ତଳେ ଭାରତରେ ରହି ଭାରତକୁ ବିଦେଶରେ ବଦନାମ କରୁଥିବା ବ୍ୟକ୍ତିବିଶେଷ ଯେପରିକି ରାଣା ଆୟୁବ ଓ ଅନ୍ୟ ମାନେ ଏବଂ ଭାରତ ଓ ଭାରତୀୟତା ବିରୁଦ୍ଧରେ ବିଷ ଓଗାଳୁଥିବା ବାୟାର, ସ୍କ୍ରୋଲ ଭଳି ବେବସାଇଟ ଗୁଡିକ ହଠାତ ଏକା ସମୟରେ ଗୋଟିଏ କଥା ଲେଖିବାକୁ ଲାଗିଲେ । ଏହି ଭାରତ ବିରୋଧୀ ଲୋକ ଓ ବେବସାଇଟ ଗୁଡିକ ଲେଖିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଠିକ ପୂର୍ବରୁ ଆମେରିକା ସରକାର ଭାରତକୁ ଝଟକା ଦେଇଛି । ଆମେରିକା ସରକାର ଏକ ଏପରି ରିପୋର୍ଟ ପ୍ରକାଶିତ କରିଛି ଯେଉଁଥିରେ ଭାରତରେ ସଂଖ୍ୟାଲଘୁ ମାନଙ୍କ ଉପରେ ଆକ୍ରମଣ କରା ଯାଉଥିବାର ଉଲ୍ଲେଖ କରା ଯାଇଛି । ଏହି ଭାରତ ବିରୋଧୀ ଲେଖକ ଓ ପୋର୍ଟାଲ ଗୁଡିକର ଏ ସମ୍ପର୍କରେ ଯେଉଁ ଲେଖା ପ୍ରାୟ ଗୋଟିଏ ସମୟରେ ଆସିଛି ସେଥିରେ ସେମାନଙ୍କର ଭାଷା ପ୍ରାୟ ଗୋଟିଏ ପ୍ରକାରର ଥିଲା । ଏହି ଭାରତୀୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ପୋର୍ଟାଲ ଗୁଡିକ ଆମେରିକାର ରିପୋର୍ଟ ନାମରେ ପୁଣି ଥରେ ଭାରତକୁ କାଠଗଡାରେ ଠିଆ କରାଇଥିଲେ । ଅବଶ୍ୟ ପ୍ରଥମ ଥର ପାଇଁ ଏମାନେ ଏପରି କରୁ ନଥିଲେ । ସେମାନେ ସବୁ ବେଳେ ବିଶ୍ୱ ଦରବାର ରେ ଭାରତକୁ ନିନ୍ଦିତ କରିବାକୁ ଚେଷ୍ଟା କରି ଆସିଛନ୍ତି । ସେମାନେ କେବଳ ଏହାକୁ ଦୋହରାଇଥିଲେ ।
ଏହି ଭାରତ ବିରୋଧୀ ପୋର୍ଟାଲ ଓ ଭାରତ ବିରୋଧୀ ଲେଖକ ମାନଙ୍କ ଏଭଳି ଲେଖା ପରେ ପରେ ତଥାକଥିତ ମେନଷ୍ଟ୍ରିମ ମିଡିଆ ମଧ୍ୟ ଏହାକୁ ନେଇ ଆଲୋଚନା କରିବା ଆରମ୍ଭ କରି ଦେଇଛି । ଏବେ ଏହି ପ୍ରସଙ୍ଗଟି ଚର୍ଚାର ବିଷୟ ପାଲଟିଛି ।
ଏବେ ଦେଖିବା ଆମେରିକାର ଷ୍ଟେଟ ଡିପାର୍ଟମେଂଟ ଦ୍ୱାରା ଜାରୀ କରା ଯାଇଥିବା ରିପୋର୍ଟରେ କେତେ ସତ୍ୟତା ରହିଛି । ଏହି ରିପୋର୍ଟରେ ଭାରତରେ ଖ୍ରୀଷ୍ଟିଆନ ଓ ମୁସଲମାନ ମାନଙ୍କ ଉପରେ ଅତ୍ୟାଚାର ହେଉଥିବା କାଳ୍ପନିକ କାହାଣୀର ଉଲ୍ଲେଖ କରା ଯାଇ ଏକ ଭାରତ ବିରୋଧୀ ନ୍ୟାରେଟିଭକୁ ସ୍ଥାପିତ କରିବାକୁ ଚେଷ୍ଟା କରା ଯାଇଛିା ଏହି ରିପୋର୍ଟରେ ଯେଉଁ ତଥ୍ୟ ଥିବା କୁହା ଯାଉଛି ସେଥି ମଧ୍ୟରୁ ଅନେକ ମନଗଢା କାହାଣୀ ଥିବା ବେଳେ ଅନେକ ସ୍ଥାନରେ କୌଣସି ପ୍ରକାର ତଥ୍ୟ ପ୍ରଦାନ କରା ଯାଇ ନାହିାଁ ଏଥିରେ ଯେଉଁ ସଂଖ୍ୟା ପ୍ରଦାନ କରା ଯାଇଛି ତାହାକୁ ଅତ୍ୟନ୍ତ ବଢାଇ ପ୍ରଦାନ କରା ଯାଇଛି । ମୋଟ ଉପରେ କହିବାକୁ ଗଲେ ଏଥିରେ ମନଗଢା, କାଳ୍ପନିକ କାହାଣୀ ଗୁଡିକ ଆଧାରରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରା ଯାଇଛି ।
ଏବେ ଏହି ରିପୋର୍ଟର ସବୁଠାରୁ ହାସ୍ୟାସ୍ପଦ କଥା ବିଷୟରେ ଉଲ୍ଲେଖ କରିବା । ଆମେରିକା ସରକାରର ଏହି ରିପୋର୍ଟ କେଉଁ ସଂସ୍ଥା ମାନଙ୍କର ତଥ୍ୟ ଆଧାରରେ ତିଆରି କରିଛନ୍ତି ତାହା ଉପରେ ଦୃଷ୍ଟି ପକାଇଲେ ଅନେକ କିଛି ସ୍ପଷ୍ଟ ହୋଇ ଯିବ । କିଛି ସଂସ୍ଥା ରହିଛନ୍ତି ଯେଉଁ ମାନେ ଭାରତରେ ଧର୍ମାନ୍ତରୀକରଣଉ ପାଇଁ ପରିବେଶ ତିଆରି କରିଥାନ୍ତି ଓ ଭାରତ ବିରୁଦ୍ଧରେ ଅପ ପ୍ରଚାର ପାଇଁ କଠିନ ପରିଶ୍ରମ କରିଥାନ୍ତି ସେହି ସଂସ୍ଥା ମାନଙ୍କ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରା ଯାଇଛି । ଏହି ସଂସ୍ଥା ମାନଙ୍କ ମଧ୍ୟରେ କିଛି ବିଦେଶୀ ଖ୍ରୀଷ୍ଟିଆନ ସଂସ୍ଥା ରହିଥିବା ବେଳେ କିଛି ଇସଲାମିକ ସଂସ୍ଥା ମଧ୍ୟ ରହିଛି । ଏଗୁଡିକ ମଧ୍ୟରେ ଇଂଟରନ୍ୟାସନାଲ ଖ୍ରିଷ୍ଟିଆନ କନସର୍ନ, ଫିଆକୋନା, ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ, ଏଭେଂଜେଲିକାଲ ଫେଲୋସିପ ଅଫ ଇଣ୍ଡିଆ, ଓପନ ଡୋର୍ସ ୟୁଏସଏ, ୟୁନାଇଟେଡ ଖ୍ରିଷ୍ଟିଆନ ଫୋରମ ।
ଏହି ସଂସ୍ଥା ମାନଙ୍କ ମଧ୍ୟରୁ ଅଧିକାଂଶ ସଂସ୍ଥା ଭାରତରେ ଖ୍ରୀଷ୍ଟିଆନ ମତାନ୍ତରଣକୁ ସହଯୋଗ କରିବାକୁ କାମ କରିଥାନ୍ତି । ଏହି ସଂସ୍ଥା ଗୁଡିକର ମୂଳ ଉଦେ୍ଦଶ୍ୟ ଆନ୍ତର୍ଜାତିକ ଚର୍ଚର ବୈଶ୍ୱିକ କନଭର୍ଜନ ଏଜେଣ୍ଡାକୁ ଆଗକୁ ବଢାଇବା । ଏହି ଖ୍ରୀ ଷ୍ଟିଆନ ସଂସ୍ଥା ଗୁଡିକ ଭାରତରେ ଖ୍ରୀଷ୍ଟିଆନ ମାନଙ୍କୁ ପୀଡିତ ବୋଲି ଦର୍ଶାଇ ଭାରତରେ ଧର୍ମାନ୍ତରୀକରଣ କାମ ପାଇଁ ଅଧିକରୁ ଅଧିକ ଧନ ବିଦେଶରୁ ଯୋଗାଡ କରିଥାନ୍ତି । ସେହିପରି ଫିଆକୋନା ଓ ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର ଭାରତ ବିରୋଧୀ ଆଭିମୁଖ୍ୟ ସର୍ବବିଦିତ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ହେଉ ବା ସିଏଏ ଆଇନ ପାରିତ ହେବା ପରେ ଏହି ସଂସ୍ଥା ମାନେ ସେମାନଙ୍କର ବାସ୍ତବିକ ଭାରତ ବିରୋଧୀ ଚେହେରା ଖୋଲାଖୋଲି ଭାବେ ଦେଖାଇଥିଲେ । ଧର୍ମାନ୍ତରଣକୁ ଖୋଲାଖୋଲି ଭାବେ ସମର୍ଥନ କରୁଥିବା ଓ ଭାରତକୁ ଦୁର୍ବଳ କରିବା ପାଇଁ ନ୍ୟାରେଟିଭ ତିଆରି କରିବାରେ ଲାଗିଥିବା ଏହି ସଂସ୍ଥା ଗୁଡିକର ମିଛ, କାଳ୍ପନିକ କାହାଣୀ ଆଧାରରେ ଆମେରିକାର ର ଷ୍ଟେଟ ଡିପାର୍ଟମେଂଟ ଏହି ରିପୋର୍ଟ ପ୍ରକାଶିତ କରିଛି । ଆମେରିକା ଏପରି କରି ଚର୍ଚର ଧର୍ମାନ୍ତରୀଣକର କାମକୁ ସୁଗମ କରିବାକୁ ଚେଷ୍ଟା କରିବା ସହ ଭାରତ ବିରୋଧୀ ବୈଶ୍ୱିକ ନ୍ୟାରେଟିଭ ତିଆରି କରିବାର ପ୍ରୟାସ କରିଛି ।
ପୂର୍ବରୁ କେବେ ଗୋରା ଉପନିବେଶବାଦର କେନ୍ଦ୍ର ଓ ପ୍ରତୀକ ଲଣ୍ଡନ ଥିଲା । ମାତ୍ର ଏବେ ଏହି ଗୋରା ଉପନିବେଶବାଦର କେନ୍ଦ୍ର ଓ ପ୍ରତୀକ ଆମେରିକା ଓ ବାଶିଙ୍ଗଟନୁ ସ୍ଥାନାନ୍ତରିତ ହୋଇ ଯାଇଛି । ଯେଉଁ କାମ ଦିନେ ଲଣ୍ଡନ କରୁଥିଲା ଏବେ ସେହି କାମ ବାଶିଙ୍ଗଟନ କରୁଛି । ଉପନିବେଶବାଦ ଆଉ ସେହିଭଳି ତାର ପୁରୁଣା ସ୍ୱରୂପରେ ନାହିଁ, ଏହାର ସ୍ୱରୂପରେ ପରିବର୍ତନ ଆସିଛି । ଏବେ ମଧ୍ୟ ଗୋରା ଉପନିବେଶବାଦୀ ମାନେ ଅନ୍ୟ ଦେଶ ମାନଙ୍କ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ସହ ସେମାନଙ୍କ ଉପରେ କିଭଳି ଚାପଗ୍ରସ୍ତ ରଖା ଯିବ ସେଥି ପାଇଁ ସେମାନେ ବିଭିନ୍ନ ପ୍ରକାର ରାସ୍ତା ତିଆରି କରି ରଖିଛନ୍ତି । ଏଥି ମଧ୍ୟରୁ ଅନ୍ୟ ଦେଶ ମାନଙ୍କରେ ସଂଖ୍ୟାଲଘୁ ମାନଙ୍କର ସ୍ଥିତି ହେଉ ବା ମାନବିକ ଅଧିକାରର ସ୍ଥିତି ଉପରେ ସେମାନେ ମନ୍ତବ୍ୟ ଦେଇଥାନ୍ତି । ଆମେରିକା ଭଳି ଦେଶ ଏହାକୁ ନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶିତ କରିଥାଏ । ଏହି ରିପୋର୍ଟ ଜରିଆରେ ସେ ଅନ୍ୟ ଦେଶ ମାନଙ୍କ ଉପରେ ଚାପ ସୃଷ୍ଟି କରିଥାନ୍ତି । ସେମାନେ କେବଳ ରିପୋର୍ଟ ଜରିଆରେ ଚାପ ସୃଷ୍ଟି କରି ନଥାନ୍ତି ବରଂ ଉକ୍ତ ଦେଶ ମାନଙ୍କରେ ରହିଥିବା ସେମାନଙ୍କର ଇକୋ ସିଷ୍ଟମର ଲେଖକ ଓ ପୋର୍ଟାଲ ମାନେ ମଧ୍ୟ ଏହାକୁ ନେଇ ହୋ ହାଲ୍ଲା କରିବା ଆରମ୍ଭ କରି ଦେଇଥାନ୍ତି । ଏହା ଭାରତ କ୍ଷେତ୍ରରେ ଦେଖା ଯାଉଛି ।
ଆମେରିକା ହେଉ ବା ଅନ୍ୟ କୌଣସି ଗୋରା ଦେଶ ହୁଅନ୍ତୁ । ସେମାନଙ୍କର ମଧ୍ୟରେ ଗୋଟିଏ କଥା ହେଉଛି ସାଧାରଣ । ଆମେରିକା ଓ ଅନ୍ୟ ଗୋରା ଦେଶ ମାନେ ଚାହାନ୍ତି ନାହିଁ ଯେ ଏସିଆରେ କୌଣସି ଦେଶରେ ରାଷ୍ଟ୍ରବାଦୀ ଶକ୍ତି ମାନେ ଶକ୍ତିଶାଳୀ ହୁଅନ୍ତୁ । ସେମାନଙ୍କ ହାତରେ ଶାସନ କ୍ଷମତା ଆସୁ । କୌଣସି ଦେଶ ତାର ସଭ୍ୟତା- ସଂସ୍କୃତିକୁ ମୂଳ କରି ଏହା ଆଧାରରେ ଭବିଷ୍ୟତର ରାସ୍ତାରେ ଅଗ୍ରସର ହେଉ । ଆମେରିକା ଓ ଅନ୍ୟ ଗୋରା ଦେଶ ମାନେ ଚାହାନ୍ତି ଯେ ଏହି ଦେଶ ମାନେ ସେମାନଙ୍କ ସଭ୍ୟତା- ସଂସ୍କୃତିକୁ ଛାଡି ଦିଅନ୍ତୁ ଓ ସେମାନେ ସ୍ଥିର କରିଥିବା ପାଶ୍ଚାତ୍ୟ ପଦ୍ଧତି ଆଧାରରେ ଆଗକୁ ବଢନ୍ତୁ । ତେଣୁ ଆମେରିକାକୁ ଜାପାନରେ ଜାପାନୀ ରାଷ୍ଟ୍ରବାଦୀ ମାନଙ୍କ ପ୍ରଭାବ ବଢିଲେ କଷ୍ଟ ହୁଏ । ଭାରତରେ ରଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବିଜେପି ପରି ଶକ୍ତି ମାନେ ଶକ୍ତିଶାଳୀ ହେଲେ ଆମେରିକାକୁ ଢେର କଷ୍ଟ ହୁଏ । ତେଣୁ ଏହାର କାଟ ପାଇଁ ଆମେରିକା ଏଭଳି ରିପୋର୍ଟ ମାନ ପ୍ରକାଶିତ କରି ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରେ । ଆମେରିକାର ଏହି ଉପାୟ କିଛି ନୂଆ ନୁହେଁ ।
ତେବେ ଭାରତ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ କଡା ପ୍ରତିକ୍ରିୟା ପ୍ରଦାନ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏଭଳି ରିପୋର୍ଟ ମିଥ୍ୟା ସୂଚନା ଉପରେ ଆଧାରିତ ହୋଇଥିବାରୁ ଏହା ଦୁର୍ଭାଗ୍ୟଜନକ । ଆମେ ପୂର୍ବରୁ କହି ସାରିଛୁ ଯେ ଏଭଳି ତଥ୍ୟହୀନ କଥା ଏହି ରିପୋର୍ଟକୁ କାଠଗଡାରେ ଠିଆ କରାଉଛିା ଚଳିତ ବର୍ଷର ରିପୋର୍ଟ ମଧ୍ୟ ଭାରତ ସମ୍ପର୍କରେ ଏଭଳି ପକ୍ଷପାତପୂର୍ଣ ମନ୍ତବ୍ୟକୁ ଜାରୀ ରଖା ଯାଇଛି । ଆମେ ଏହାକୁ ଖାରଜ କରୁଛୁ ।
ଆମେରିକା ତାର ଏହି ରିପୋର୍ଟରେ ଭାରତ ଭଳି ଚୀନକୁ ମଧ୍ୟ ଟାର୍ଗେଟ କରିଥାଏ । ହେଲେ ଚୀନ ଆମେରିକାକୁ ତାରି ଭାଷାରେ ଜବାବ ଦିଏ । ଆମେରିକା ଦ୍ୱାରା ଗତ କିଛି ବର୍ଷ ଧରି ଏଭଳି ରିପୋର୍ଟ ଜାରୀ କରିବା ପରେ ଚୀନ ମଧ୍ୟ ଆମେରିକାରେ ଲୋକମାନଙ୍କର ମାନବିକ ଅଧିକାର ଉଲ୍ଲଂଘନ କରା ଯାଉଥିବାର ନେଇ ରିପୋର୍ଟ ପ୍ରକାଶିତ କରିବା ଆରମ୍ଭ କରି ଦେଇଛି । ବର୍ତମାନ ଭାରତକୁ ମଧ୍ୟ ଚୀନ ଭଳି ଆମେରିକା ସମ୍ପର୍କରେ ରିପୋର୍ଟ ପ୍ରକାଶିତ କରି ତାକୁ ତାରି ଭାଷାରେ ଜବାବ ଦେବା ଉଚିତ । ଏହା ହେଉଛି ବର୍ତମାନ ସମୟର ଆବଶ୍ୟକତା ।

Leave a Reply