Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀନଗରରେ ରେ ଜି- ୨୦ ବୈଠକ ଓ ବ୍ୟତିବ୍ୟସ୍ତ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀନଗରରେ ରେ ଜି- ୨୦ ବୈଠକ ଓ ବ୍ୟତିବ୍ୟସ୍ତ ପାକିସ୍ତାନ


ଡ. ସମନ୍ୱୟ ନନ୍ଦ
ଶ୍ରୀନଗରରେ ଭାରତ ଜି-୨୦ର ପର୍ଯ୍ୟଟନ ସମ୍ପର୍କିତ ୱାର୍କିଂ ଗ୍ରୁପର ବୈଠକ ଆଗାମୀ ମେ ମାସ ୨୨ରୁ ୨୪ ଯାଏ ଆୟୋଜନ କରିବାକୁ ଯାଉଛି । କାଶ୍ମୀରରେ ଜି ୨୦ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ସର୍ବାଧିକ କଷ୍ଟ ପାକିସ୍ତାନକୁ ହୋଇଛି । ପାକିସ୍ତାନ କହିଛି ଯେ ସେ କାଶ୍ମୀର ଏକ ବିବାଦୀୟ ଅଂଚଳ ହୋଇଥିବା କାରଣରୁ ସେଠାରେ ଜି ୨୦ର ବୈଠକ ହେବା ଉଚିତ ନୁହେଁ । ପାକିସ୍ତାନ ଏହାକୁ ଖୋଲାଖୋଲି ବିରୋଧ କରିବା ସହ ତୁର୍କୀ, ସାଉଦୀ ଆରବ ଓ ଚୀନ ନିକଟରେ ଏହି ମାମଲାରେ ଲବି କରିଛି । ଏହି ଦେଶ ମାନଙ୍କ ମଧ୍ୟରେ କେବଳ ଚୀନ ହିଁ ଏକ ମାତ୍ର ଦେଶ ଯିଏ ପାକିସ୍ତାନ ସମର୍ଥନରେ ବକ୍ତବ୍ୟ ଦେଇଛନ୍ତି । ଅନ୍ୟ ଦୁଇ ଦେଶ ଏହି ମାମଲାରେ ପାଟି ଖୋଲିବାକୁ ଉଚିତ ମନେ କରି ନାହାନ୍ତି ।
ଅନ୍ୟ ପକ୍ଷରେ ମୋଦୀ ସରକାର ଜି-୨୦ ବୈଠକ ଶ୍ରୀନଗରରେ କରି ଏକ ବଡ ବାର୍ତା ଦେବାର କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାନ୍ତି । ଶ୍ରୀନଗରରେ ବୈଠକ କରି ପାକିସ୍ତାନ ଦ୍ୱାରା କାଶ୍ମୀରକୁ ନେଇ ତିଆରି କରାଯାଇଥିବା ନ୍ୟାରେଟିଭକୁ ଧ୍ୱସ୍ତ କରିବା ଦିଗରେ କାମ କରୁଛନ୍ତି । ପ୍ରଥମେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ଓ ଏବେ ଆନ୍ତର୍ଜାତିକ ବୈଠକ କରି ଭାରତ ବିଶ୍ୱ ସମୁଦାୟ ସାମନାରେ ପ୍ରମାଣିତ କରିବାକୁ ଯାଉଛି ଯେ ପାକିସ୍ତାନ କାଶ୍ମୀର ମାମଲାରେ ସବୁବେଳେ ମିଛ କହି ଆସୁଛି । କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ଏହାକୁ ନେଇ କୌଣସି ପ୍ରକାର ବିବାଦ ନାହିଁ ।

ପାକିସ୍ତାନ ୧୯୪୭ ମସିହା ପର ଠାରୁ ଲଗାତାର ଭାବେ ଖୁବ ପରିଶ୍ରମରେ ଓ ଖୁବ ଅର୍ଥ ଖର୍ଚ କରି ଏକ ନ୍ୟାରେଟିଭ ତିଆରି କରି ଆସିଥିଲା । ଏହି ନ୍ୟାରେଟିଭ ହେଲା ଯେ କାଶ୍ନୀରରେ ଅଧିକାଂଶ ଲୋକ ହେଉଛନ୍ତି ମୁସଲମାନ । ଦ୍ୱିରାଷ୍ଟ୍ରବାଦ ସିଦ୍ଧାନ୍ତ ଅନୁସାରେ କାଶ୍ମୀର ପାକିସ୍ତାନରେ ମିଶିବା ଉଚିତ ଥିଲା । କାଶ୍ମୀରୀ ମାନଙ୍କୁ ଭାରତ ଦମନ କରିଥାଏ । କାଶ୍ମୀରୀ ମାନଙ୍କର ମାନବିକ ଅଧିକାରର ଉଲ୍ଲଂଘନ କରାଯାଇଥାଏ । କାଶ୍ମୀରର ଲୋକ ମାନେ ଭାରତରେ ନୁହେଁ, ପାକିସ୍ତାନରେ ମିଶିବାକୁ ଚାହାନ୍ତି । କାଶ୍ମୀରୀ ମାନେ ସ୍ୱାଧୀନତା ସଂଗ୍ରାମ ଲଢୁଛନ୍ତି । ମୋଟ ଉପରେ ପାକିସ୍ତାନ ଏହି ପ୍ରକାରର ନ୍ୟାରେଟିଭ ତିଆରି କରିବାକୁ ଲଗାତାର ଭାବେ ଚେଷ୍ଟା କରି ଆସିଛି ।
ପାକିସ୍ତାନ ଦ୍ୱାରା ଗଢା ଯାଇଥିବା ଏହି ନ୍ୟାରେଟିଭ ବାସ୍ତବିକତା ଠାରୁ ସମ୍ପୂର୍ଣ ଭିନ୍ନ । କାଶ୍ମୀରର ବିଲୟ ଆଇନ ଅନୁସାରେ ଭାରତ ସହ ହୋଇଛି । କାଶ୍ମୀରର ରାଜା ହରିସିଂହ ଅନ୍ୟ ଦେଶୀୟ ରାଜ୍ୟ ମାନଙ୍କ ପରି କାଶ୍ମୀରର ବିଲୟ ଭାରତ ସହ କରିଥିଲେ । ଏହି ବିଲୟ ଅନ୍ୟ ଦେଶୀୟ ରାଜ୍ୟ ପରି ସମ୍ପୂର୍ଣ ଥିଲା । କାଶ୍ନୀରରେ ପାକିସ୍ତାନ ଦ୍ୱାରା ଦିଆଯାଉଥିବା ଅର୍ଥରେ ଚଳୁଥିବା କିଛି ହୁରିୟତ ଓ ଅନ୍ୟ ନେତା ଓ ତାଙ୍କର କିଛି ହାତଗଣତି ସମର୍ଥକ ମାନଙ୍କୁ ଛାଡି ଦେଲେ ପାକିସ୍ତାନ ସମର୍ଥନରେ କେହି ନାହାନ୍ତି । ପାକିସ୍ତାନ ଭଡାରେ ବିଦେଶୀ ଆତଙ୍କବାଦୀ ମାନଙ୍କୁ କାଶ୍ମୀରରେ ଯେଉଁ ଆତଙ୍କବାଦ ଚଳାଉଛି ।
ପାକିସ୍ତାନ ଉପରୋକ୍ତ ନ୍ୟାରେଟିଭକୁ ସ୍ଥାପିତ କରିବାକୁ ଖୁବ ଅର୍ଥ ଖର୍ଚ କରିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ବିପୁଳ ପରିମାଣରେ ଅର୍ଥ ବିଦେଶରେ ପାକିସ୍ତାନର ଏହି ନ୍ୟାରେଟିଭକୁ ଆଗକୁ ବଢାଇବା ପାଇଁ ଲବି କରିଥାଏ । ପାକିସ୍ତାନରେ ନିଜର ଲୋକ ମାନେ ବରଂ ଦୁଇ ଓଳି ଖାଇବାକୁ ନ ପାଆନ୍ତୁ ହେଲେ ବିଦେଶରେ ଏହି ପ୍ରସଙ୍ଗରେ ଲବି କରିବାକୁ ବିପୁଳ ଧନରାଶି ଖର୍ଚ କରି ଆସିଛି । ଗୋରା ଦେଶ ମାନଙ୍କର ଅର୍ଥାତ ବିବିସି ପରି ବିଦେଶୀ ଗଣମାଧ୍ୟମ ମଧ୍ୟ ସେମାନଙ୍କର ଭାରତ ବିରୋଧୀ ଆଭିମୁଖ୍ୟ କାରଣରୁ ପାକିସ୍ତାନର ଏହି ନ୍ୟାରେଟିଭକୁ ଲଗାତାର ଅନେକ ଦଶନ୍ଧି ଧରି ଆଗକୁ ବଢାଇବାରେ ଲାଗିଛନ୍ତି ।
ତେବେ ଏହି ପରିପ୍ରକ୍ଷୀରେ ପୂର୍ବବର୍ତୀ ସରକାରଙ୍କ ଦୃଷ୍ଟିକୋଣ ମଧ୍ୟ ମୁର୍ଖତାପୂର୍ଣ ରହି ଆସିଛି । ପାକିସ୍ତାନ ଭାରତରୁ ଅଲଗା ହୋଇ ଇସଲାମୀ ଦେଶ ହେଲା । ଭାରତ ସେକୁଲାର ଦେଶ ହେଲା ।ଭାରତ ସ୍ୱାଧୀନ ହେବା ପରେ ତକôାଳୀନ ସରକାର ସମଗ୍ର ଭାରତ ବର୍ଷରେ ଗୋଟିଏ ବ୍ୟବସ୍ଥା ଲାଗୁ କରିଥିଲେ ହେଲେ ଜାମ୍ମୁ କାଶ୍ମୀର ପାଇଁ ଅଲଗା ବ୍ୟବସ୍ଥା ଅର୍ଥାତ ଅନୁଚ୍ଛେଦ ୩୭୦ ଲାଗୁ କରିଥିଲେ । ଏଭଳି ଅନୁଚ୍ଛେଦ ଲାଗୁ କରିବା ଦ୍ୱାରା ବୋଧ ହୁଏ ଭାରତ ସରକାର ହିଁ ସାରା ବିଶ୍ୱକୁ ଏପରି ସଂକେତ ଦେଇଥିଲେ ଯେ କାଶ୍ମୀର ଭାରତର ଅନ୍ୟ ଅଂଚଳ ପରି ନୁହେଁ । ମୁସଲମାନଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ଅଲଗା ବ୍ୟବସ୍ଥା ରହିଛି । ଅନୁଚ୍ଛେଦ ୩୭୦ ଲାଗୁ କରାଯିବା ପାକିସ୍ତାନ ପାଇଁ ଭଲ ହେଲା । ପାକିସ୍ତାନ ସାରା ବିଶ୍ୱରେ ପ୍ରଚାରିତ କରିବାରେ ଲାଗିଲା ଯେ କାଶ୍ମୀର ଭାରତର ଅନ୍ୟ ଅଂଚଳ ପରି ନୁହେଁ, କାରଣ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯାଇଛି ।
ଅନୁଚ୍ଛେଦ ୩୭୦ ଅସ୍ଥାୟୀ ଥିବା ସତ୍ୱେ ଏହାକୁ ହଟା ଯାଉ ନ ଥିଲା । ଶେଷରେ ୍ର ମୋଦୀ ସରକାର ଏହି ଅସ୍ଥାୟୀ ଅନୁଚ୍ଛେଦକୁ ହଟାଇ ଏକ ଐତିହାସିକ ପଦକ୍ଷେପ ନେବା ସହ ଜାମ୍ମୁ କାଶ୍ମୀରର ପୁନର୍ଗଠନ କଲେ । ଏହା ପରେ ପାକିସ୍ତାନର ସମସ୍ତ ସ୍ୱପ୍ନ ଧୁଳିସାତ ହୋଇଗଲା । ଦେଶର ଅନ୍ୟ ରାଜ୍ୟ ମାନଙ୍କ ପରି ଏବେ କାଶ୍ମୀରରେ ମଧ୍ୟ ଦେଶର ସମ୍ବିଧାନ ସମ୍ପୂର୍ଣ ରୂପେ ଲାଗୁ ହେଲା । ଏହା ପରେ ସେଠାରେ ପଥର ଫିଙ୍ଗା,ହÿଡତାଳ ଆଦି ଅତୀତର କଥା ହୋଇ ସାରିଥିବା ବେଳେ ସେଠାରେ ବିପୁଳ ପୁଂଜିନିବେଶ ହେଉଛି । ଏହା ଫଳରେ ପାକିସ୍ତାନର କାଶ୍ମୀର ସମ୍ପର୍କିତ ନ୍ୟାରେଟିଭ ଧ୍ୱସ୍ତ ହେଉଛି ।
ଶ୍ରୀନଗର ଠାରେ ହେବାକୁ ଥିବା ଜି ୨୦ର ପର୍ଯ୍ୟଟନ ସମ୍ପର୍କିତ ୱାର୍କିଂ ଗ୍ରୁପର ବୈଠକ ଯେତେ ନିକଟତର ହେଉଛି ପାକିସ୍ତାନର କ୍ରୋଧ ଓ ଅଶାନ୍ତି ସେତେ ବଢିବାରେ ଲାଗିଛି । ସବୁଠାରୁ ବଡ କଥା ହେଲା ଯେ ସେ ଏଭଳି ସ୍ଥିତିରେ କିଛି କରିବା ସ୍ଥିତିରେ ନାହିଁ । ତାର ଆଖି ସାମନାରେ ଦୀର୍ଘ ୭୦ ବର୍ଷରୁ ଉର୍ଧ ସମୟ ଧରି ବିପୁଳ ପରିଶ୍ରମ ଓ ଧନ ଖର୍ଚ କରି ବିଦେଶୀ ମାନଙ୍କ ମଧ୍ୟରେ ତିଆରି କରିଥିବା ନ୍ୟାରେଟିଭ ଧ୍ୱସ୍ତ ହେବାକୁ ଯାଉଛି ।
ପାକିସ୍ତାନ ତାର ତଥାକଥିତ ମିତ୍ର ଦେଶ ମାନଙ୍କ ନିକଟରେ ଗୁହାରୀ କରିବା ପରେ ମଧ୍ୟ କିଛି ଲାଭ ହୋଇ ନାହିଁ । ଗୁହାରୀ କରିଥିବା ଦେଶ ମାନଙ୍କ ମଧ୍ୟରୁ କିଛି ଦେଶ ଏହି ମାମଲାରେ କୌଣସି ଆଗ୍ରହ ଦେଖାଇ ନ ଥିବା ବେଳେ ଚୀନ ଭଳି ଦେଶ ପାକିସ୍ତାନ ସମର୍ଥନରେ ବକ୍ତବ୍ୟ ପ୍ରଦାନ କରିଛି । ଏବେ କିଛି ଦିନ ତଳେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବକ୍ତବ୍ୟ ଜାରୀ କରି ଶ୍ରୀନଗରରେ ଜି୨୦ର ବୈଠକ ଆୟୋଜିତ କରିବାକୁ ନେଇ ଆପତି ବ୍ୟକ୍ତ କରିଥିଲା । ବକ୍ତବ୍ୟରେ ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜିତ କରିବାକୁ ଭାରତର ଏହି ନିଷ୍ପତିକୁ ଦାୟିତ୍ୱହୀନ ପଦକ୍ଷେପ ବୋଲି କହିଥିଲା । ବକ୍ତବ୍ୟରେ ଭାରତର ଏହି ପଦକ୍ଷେପକୁ ନିନ୍ଦା କରିଥିଲା ।
ଭାରତ ମଧ୍ୟ ପାକିସ୍ତାନର ଏହି ବକ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ଦେଇଥିଲା । ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଶ୍ରୀନଗରରେ ଏହି ବୈଠକ ଆୟୋଜିତ କରିବାକୁ ସ୍ୱାଭବିକ ବୋଲି କହିଥିଲେ । ସେ କହିଥିଲେ ଯେ –“ଜି ୨୦ର ବୈଠକ ଦେଶର ପ୍ରତ୍ୟେକ ଅଂଚଳରେ ଆୟୋଜିତ କରାଯାଉଛି । ଜି-୨୦ର ବୈଠକ ଜାମ୍ମୁ କାଶ୍ମୀର ଓ ଲଦାଖରେ ଆୟୋଜିତ କରିବା ସ୍ୱାଭବିକ କାରଣ ଏହି ଅଂଚଳ ଗୁଡିକ ଭାରତର ଅଭିନ୍ନ ଓ ଅବିଭାଜ୍ୟ ଅଂଗ । ”
ପୂର୍ବରୁ ସରକାର ମାନେ ବିଦେଶୀ ସରକାରଙ୍କ ଚାପର ବଶବର୍ତି ହେବାର ଅନେକ ଉଦାହରଣ ରହିଛି । ଇତିହାସରେ ଏହାର ଉଦାହରଣ ରହିଛି ଯେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ତବାଙ୍ଗକୁ ଯାତ୍ରା କାର୍ଯକ୍ରମ ସ୍ଥିର କରନ୍ତି ସେତେବେଳେ ଚୀନ ଏହାକୁ ନେଇ ଆପତି ବ୍ୟକ୍ତ କରେ । ସେତେବେଳର ପ୍ରଧାନମନ୍ତ୍ରୀ ମଧ୍ୟ ଚୀନର ଏହି ବକ୍ତବ୍ୟ ପରେ ଚାପର ବଶବର୍ତୀ ହୋଇ ତୱାଙ୍ଗ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଅନ୍ତି ଓ ଇଟାନଗରରୁ ଫେରି ଆସନ୍ତି । କିନ୍ତୁ ବର୍ତମାନ ସେପରି ହେଉ ନାହିଁ । ବର୍ତମାନ ଚୀନର ବୈଦେଶିକ ମନ୍ତ୍ରଣାଳୟର ଆପତି ଅଭିଯୋଗକୁ ଭାରତ ଭୃକ୍ଷେପ କରୁ ନାହିଁ । ଭାରତର ସ୍ୱାର୍ଥ ପାଇଁ ଯାହା ଜରୁରୀ ତାହା କରୁଛି । କାହା ଚାପର ବଶବର୍ତୀ ହେବାର ପ୍ରଶ୍ନ ଉଠୁ ନାହିଁ । ଚୀନ ଭଳି ଦେଶଙ୍କୁ ସେମାନେ ଯେଉଁ ଭାଷା ବୁଝନ୍ତି ସେହି ଭାଷାରେ ଜବାବ ଦିଆଯାଉଛି । ଏହା ଏକ ଭିନ୍ନ ପ୍ରକାରର ଭାରତ । ଆତ୍ମବିଶ୍ୱାସରେ ପରିପୂର୍ଣ ଭାରତ । ଏକ ଏଭଳି ଭାରତ ଯାହା ପାଇଁ ତାର ଦେଶ, ଦେଶବାସୀଙ୍କ ସ୍ୱାର୍ଥ ସର୍ବୋପରି । ଭାରତ ସରକାରଙ୍କ ଏହି ଆଭିମୁଖ୍ୟ ଚୀନ ଓ ପାକିସ୍ତାନ ସମେତ ବିଶ୍ୱର ଅନ୍ୟ ଦେଶ ମାନଙ୍କୁ ଆବଶ୍ୟକୀୟ ବାର୍ତା ପ୍ରଦାନ କରିଛି । ଏବେ ଏହି ଦେଶ ମାନେ ବୁଝି ଯିବା ଦରକାର ଭାରତ କାହାର ଚାପର ବଶବର୍ତୀ ହେଉଥିବା ଦିନ ଶେଷ ହୋଇ ଯାଇଛି ।

Leave a Reply