ଜାତୀୟ ହସ୍ତତନ୍ତ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା

ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ । ୦୭ ଅଗଷ୍ଟ ।

ହସ୍ତତନ୍ତ ଶିଳ୍ପ – ଭାରତର ଏକ ସାଂସ୍କୃତିକ ସମ୍ପତ୍ତି

ଜାତୀୟ ହସ୍ତତନ୍ତ ଦିବସର ହାର୍ଦ୍ଦିକ ଶୁଭେଚ୍ଛା

ହସ୍ତତନ୍ତ ଶିଳ୍ପ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଗ୍ରାମୀଣ ଏବଂ ଅର୍ଦ୍ଧ-ଗ୍ରାମୀଣ ଅଞ୍ଚଳରେ ଜୀବିକା ନିର୍ବାହର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯେଉଁଠାରେ ୭୦% ରୁ ଅଧିକ କର୍ମଶକ୍ତି ମହିଳା। ଏହାର ପରିବେଶ ଅନୁକୂଳ ଏବଂ କମ ପୁଞ୍ଜି ଉତ୍ପାଦନ ବ୍ୟବସ୍ଥା ମହିଳା ସଶକ୍ତିକରଣ ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରେ। ୭ ଅଗଷ୍ଟ ୧୯୦୫ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହେବାର ସ୍ମୃତିରେ, ଏହି ଦିନଟିକୁ ୨୦୧୫ ଠାରୁ ପ୍ରତିବର୍ଷ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ। ଏହି ଦିନଟି ହସ୍ତତନ୍ତ ବୁଣାକାରମାନଙ୍କ କଳା, ସେମାନଙ୍କର ଅବଦାନ ଏବଂ ଆତ୍ମନିର୍ଭର ଭାରତ ପ୍ରତି ଆମର ସଂକଳ୍ପକୁ ସମ୍ମାନିତ କରିବାର ଏକ ଅବସର।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଆଜି ଆମର ସମୃଦ୍ଧ ବୟନ ପରମ୍ପରାକୁ ପାଳନ କରିବାର ଦିନ, ଯାହା ଆମ ଲୋକଙ୍କ ସୃଜନଶୀଳତାକୁ ପରିଦର୍ଶିତ କରେ । ଆମେ ଭାରତର ହସ୍ତତନ୍ତ ବିବିଧତା, ଜୀବିକା ଏବଂ ସମୃଦ୍ଧିକୁ ବଢ଼ାଇବାରେ ଏହାର ଭୂମିକା ପାଇଁ ଗର୍ବିତ ବୋଲି ସେ କହିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା!”

ଆଜି ଆମର ସମୃଦ୍ଧ ବୟନ ପରମ୍ପରାକୁ ପାଳନ କରିବାର ଦିନ, ଯାହା ଆମ ଲୋକଙ୍କ ସୃଜନଶୀଳତାକୁ ପ୍ରଦର୍ଶିତ କରେ । ଆମେ ଭାରତର ହସ୍ତତନ୍ତ ବିବିଧତା, ଜୀବିକା ଏବଂ ସମୃଦ୍ଧିକୁ ବଢ଼ାଇବାରେ ଏହାର ଭୂମିକା ପାଇଁ ଗର୍ବିତ ।”

Leave a Reply