ଭାରତୀୟ ରସାୟନ ଗବେଷଣା ଓ ରସାୟନ ଶିଳ୍ପର ଜନକ ପ୍ରଫେସର. ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ ।

୨ ଅଗଷ୍ଟ ୧୮୬୧ ମସିହା , ବଙ୍ଗଳା କେମିକାଲ ଆଣ୍ଡ ଫାର୍ମାସ୍ୟୁଟିକାଲ ୱାର୍କ୍ସର ପ୍ରତିଷ୍ଠାତା, ପ୍ରଖ୍ୟାତ ଭାରତୀୟ ରସାୟନବିଦ , ପ୍ରଫେସର. ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜୟନ୍ତୀରେ ତାଙ୍କୁ କୋଟି କୋଟି ପ୍ରଣାମ ।

ପ୍ରଫୁଲ୍ଲ ଚନ୍ଦ୍ର ରାୟ। ସେ ଥିଲେ ଭାରତୀୟ ରସାୟନ ଗବେଷଣା ଓ ରସାୟନ ଶିଳ୍ପର ଜନକ। ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ ବୋଷ ଓ ମେଘନାଦ ଶାହାଙ୍କ ପରି ପ୍ରସିଦ୍ଧ ବୈଜ୍ଞାନିକମାନେ ଥିଲେ ତାଙ୍କର ଛାତ୍ର। ରସାୟନ ବିଜ୍ଞାନରେ ଗବେଷଣା କରି ୧୮୯୬ରେ ସେ ସ୍ଥିର ମର୍‍କ୍ୟୁରସ୍ ନାଇଟ୍ରେଟ୍‍ ଉତ୍ପାଦନର ପ୍ରକ୍ରିୟା ଆବିଷ୍କାର କରିଥିଲେ। ୧୯୦୧ ମସିହାରେ ପ୍ରତିଷ୍ଠା କରିଥିଲେ ଦେଶର ପ୍ରଥମ ଔଷଧ କମ୍ପାନି ‘ବେଙ୍ଗଲ୍ କେମିକାଲ୍‍ସ୍ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍‍ସ୍ ଲିମିଟେଡ୍’। ବୈଜ୍ଞାନିକ ରାୟଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଔଷଧ କମ୍ପାନି ସେବେଠାରୁ ଦେଶରେ ଔଷଧ ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଛି। ୧୯୮୦ ମସିହାରେ ଭାରତ ସରକାର ଏହି କମ୍ପାନିକୁ ଅଧିଗ୍ରହଣ କରି ପରିଚାଳନା କରୁଛନ୍ତି। ବର୍ତ୍ତମାନ ଏହା ଦେଶରେ ଆଗ ଧାଡ଼ିର କ୍ଲୋରକୁଇନ୍ ଉତ୍ପାଦନକାରୀ ଭାବେ ପରିଗଣିତ।

Leave a Reply

Your email address will not be published. Required fields are marked *