ଐତିହାସିକ ଘଟଣା – ଇଷ୍ଟି ଇଣ୍ଡିଆ କମ୍ପାନୀ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଶାସନ ଛାଡିଦେଲା

ଐତିହାସିକ ଘଟଣା – ଇଷ୍ଟି ଇଣ୍ଡିଆ କମ୍ପାନୀ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଶାସନ ଛାଡିଦେଲା

୦୨ ଅଗଷ୍ଟ ୧୮୫୮ – ଭାରତର ଲୋକଙ୍କ ଦ୍ୱାରା ଭୟଭୀତ ହୋଇ ରାଣୀ ଭିକ୍ଟୋରିଆ କମ୍ପାନୀର ଶାସନକୁ ଖାରଜ କରିଦେଲେ

୧୮୫୭ ସ୍ୱାଧୀନତା ସଂଗ୍ରାମର ସ୍ବାଧୀନତା ସଂଗ୍ରାମୀମାନଙ୍କୁ କୋଟି କୋଟି ନମସ୍କାର

ଇଷ୍ଟି ଇଣ୍ଡିଆ  କମ୍ପାନୀରୁ ରାଣୀ ଭିକ୍ଟୋରିଆଙ୍କୁ କ୍ଷମତା ହସ୍ତାନ୍ତର ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା। ୦୨ ଅଗଷ୍ଟ ୧୮୫୮ରେ ବ୍ରିଟେନରେ ଭାରତ ସରକାର ଆଇନ ପାସ୍ ହୋଇଥିଲା, ଯେଉଁଥିରେ ଭାରତର କ୍ଷମତା  ଇଷ୍ଟି ଇଣ୍ଡିଆ କମ୍ପାନୀରୁ ବ୍ରିଟିଶ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା।

ଭାରତରେ ଏହା ଆନୁଷ୍ଠାନିକ ଭାବରେ ୧ ନଭେମ୍ବର ୧୮୫୮ରେ ଘୋଷଣା କରାଯାଇଥିଲା। ୧୮୫୭ର ସ୍ୱାଧୀନତା ସଂଗ୍ରାମ  ଇଷ୍ଟି ଇଣ୍ଡିଆ କମ୍ପାନୀର ମୂଳଦୁଆକୁ ହଲାଇ ଦେଇଥିବାରୁ ରାଣୀ ଭିକ୍ଟୋରିଆ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ।

ସମଗ୍ର ଭାରତରେ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିପ୍ଲବ ନିୟନ୍ତ୍ରଣ କରିବା ପାଇଁ ବ୍ରିଟିଶମାନଙ୍କୁ କଷ୍ଟକର ହୋଇଥିଲା। ଏହା ଏପରି ଏକ ଗଣ ବିପ୍ଳବ ଥିଲା ଯାହା କେବଳ  ଇଷ୍ଟି ଇଣ୍ଡିଆ କମ୍ପାନୀକୁ ନୁହେଁ ବରଂ ବ୍ରିଟିଶ ରାଜତନ୍ତ୍ରକୁ ମଧ୍ୟ ଦୋହଲାଇ ଦେଇଥିଲା। ଦେଶ ୧୮୫୭ର ଅମର କ୍ରାନ୍ତିକାରୀମାନଙ୍କୁ ଦେଶ ସଲାମ ଜଣାଉଛି ।

Leave a Reply