Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଆମେରିକାର ବିଭିନ୍ନ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ମାଧ୍ୟମ ୟୁଏସଏଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାର ବିଭିନ୍ନ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ମାଧ୍ୟମ ୟୁଏସଏଡ

ଆମେରିକାର ବିଭିନ୍ନ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ମାଧ୍ୟମ ୟୁଏସଏଡ
ଡ. ସମନ୍ୱୟ ନନ୍ଦ
ଗୋରା ସାମ୍ରାଜ୍ୟବାଦୀ ଶକ୍ତି ମାନେ ବିଭିନ୍ନ ଦେଶ ଉପରେ ଶାସନ କରି ସେମାନଙ୍କ ସଂସ୍କୃତି ଉପରେ ଆକ୍ରମଣ କରିବା ସହ ଆର୍ôଥକ ଭାବେ ପ୍ରବଳ ମାତ୍ରାରେ ଶୋଷଣ କରିଥିଲେ । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ସାମ୍ରାଜ୍ୟବାଦୀ ଶକ୍ତି ମାନଙ୍କ କବଳରୁ ବିଭିନ୍ନ ଦେଶ ମାନେ ସ୍ୱାଧୀନତା ଲାଭ କଲେ ସତ । ହେଲେ ଏହି ସାମ୍ରାଜ୍ୟବାଦୀ ଶକ୍ତି ମାନେ ଏହା ପରେ ମଧ୍ୟ ଏହି ଦେଶ ମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଜାରୀ ରଖିଛନ୍ତି । ବିକାଶ, ମାନବିକ ଅଧିକାର, ଗଣତନ୍ତ୍ର ଆଦି ବିଭିନ୍ନ କଥା କହି ଏହି ଦେଶ ମାନଙ୍କରେ ଫଣ୍ଡିଂ କରି ଗୋରା ଦେଶ ମାନେ ସେମାନଙ୍କୁ ନିୟନ୍ତ୍ରିତ କରିବା ଓ ଉକ୍ତ ଦେଶ ମାନଙ୍କୁ ସେମାନଙ୍କ ସ୍ୱାର୍ଥ ସାଧନ କରିବା କାର୍ଯ ଜାରୀ ରଖିଛନ୍ତି ।ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତାକୁ ଆସିବା ପରେ ଗତ ୨୯ ଜାନୁଆରୀ ଦିନ ୟୁନାଇଟେଡ ଷ୍ଟେଟ ଏଜେନ୍ସୀ ଫର ଇଂଟରନ୍ୟାସନାଲ ଡେଭଲପମମେଣ୍ଟ (ୟୁଏସଏଡ)ର କାର୍ଯକଳାପ ଉପରେ କଟକଣା ଲଗାଇ ଦେଇଛନ୍ତି । ଏହା ପରେ ସାରା ବିଶ୍ୱରେ ଫଣ୍ଡିଂ କରୁଥିବା ଏହି ଆମେରିକୀୟ ଏଜେନ୍ସୀର କଳା କାରନାମା ଦିନକୁ ଦିନ ସାମନାକୁ ଆସୁଛି । ପ୍ରତିଦିନ ଏଥିରେ ନୂଆ ନୂଆ ଫର୍ଦ ଯୋଡି ହେବାରେ ଲାଗିଛି । ବିଭିନ୍ନ ଦେଶରେ ରହୁଥିବା ଓ ୟୁଏସଏଡର ଅର୍ଥରେ ଲାଭାନ୍ୱିତ ହେଉଥିବା ତଥାକଥିତ ଏନଜିଓକର୍ମୀ, ସାମ୍ବାଦିକ, ସାମାଜିକ କାର୍ଯକର୍ତା ମାନଙ୍କର ଅସଲ ରୂପ ମଧ୍ୟ ସମସ୍ତଙ୍କ ସାମନାକୁ ଆସୁଛି ।
ୟୁଏସ ଏଡ କିଭଳି ଅର୍ଥ ପ୍ରଦାନ କରି ସାରା ବିଶ୍ୱକୁ ପ୍ରଭାବିତ କରି ଆସିଛି ସେ ସମ୍ପର୍କରେ ଉଲ୍ଲେଖ କରାଗଲେ ଅନେକ ଲେଖା ଲେଖିବାକୁ ପଡିବ । ଆମେରିକା ୟୁଏସଏଡ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶ ମାନଙ୍କରେ ନିର୍ବାଚିତ ସରକାରକୁ ହଟାଇ ଥାଏ । ଏଥି ପାଇଁ ସମସ୍ତ ପ୍ରକାର ଫଣ୍ଡିଂ କରାଯାଇଥାଏ । ଏଭଳି କରି ସେ ତାକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷକୁ ଉକ୍ତ ଦେଶରେ ଶାସକ ଭାବରେ ବସାଇଥାଏ । ୟୁଏସଏଡ୍ ର କାର୍ଯ୍ୟଧାରାକୁ ବୁଝିବା ପାଇଁ ଏହା କିଭଳି ଭାବେ ଆମ ଦେଶ ଭାରତ, ପଡୋଶୀ ଦେଶ ବଙ୍ଗଳାଦେଶ କାମ କରିଥିଲା ସେ ବିଷୟରେ ଜାଣିଲେ ଆମେ ସେମାନଙ୍କର କାର୍ଯ୍ୟ କରିବାର ଉପାୟ ଓ କିଭଳି ଭାବେ ଆମେରିକା ତାଙ୍କ ଦେଶରୁ ଥାଇ ଅନ୍ୟ ଦେଶ ଗୁଡିକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିଥାଏ ତାହା ସହଜରେ ବୁଝି ପାରିବା । ପବ୍ଲିକ ଡୋମେନରେ ଯେଉଁ ତଥ୍ୟ ମାନ ରହିଛି ସେହି ତଥ୍ୟ ଆଧାରରେ ହିଁ ୟୁଏସଏଡର କାର୍ଯ୍ୟଧାରାକୁ ବୁଝିବାକୁ ଚେଷ୍ଟା କରିବା ।
ପ୍ରଥମେ ବଙ୍ଗଳାଦେଶ ବିଷୟରେ ଉଲ୍ଲେଖ କରିବା । ଗତ ବର୍ଷ ବଙ୍ଗଳାଦେଶରେ ନିର୍ବାଚିତ ସରକାର ଅର୍ଥାତ ଶେଖ ହସିନାଙ୍କ ସରକାରକୁ କ୍ଷମତାଚ୍ୟୁତ କରାଇବା ବା ରିଜିମ ଚେଂଜ କରାଇବାରେ ଏହି କୁଖ୍ୟାତ ୟୁଏସଏଡ ର ପ୍ରମୁଖ ଭୂମିକା ରହିଥିଲା । ଏହାର କାରଣ ଥିଲା ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକାକୁ ବଙ୍ଗଳାଦେଶରେ ଖୋଲାଖୋଲି ହସ୍ତକ୍ଷେପ କରିବାକୁ ଦେଇ ନ ଥିଲେ । ଆମେରିକା ୨୦୨୪ ମସିହା ସେପ୍େଟମ୍ବର ୧୫ ତାରିଖରେ ପ୍ରକାଶିତ ସଣ୍ଡେ ଗାର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ ବଙ୍ଗଳାଦେଶରେ ରିଜିମ ଚେଂଜ ପାଇଁ ଆମେରିକା ୨୦୧୯ ମସିହାରୁ କାର୍ଯ୍ୟ ଆରମ୍ଭ କରି ଦେଇଥିଲା । ଆମେରିକାରୁ କାମ କରୁଥିବା ସରକାରୀ ଅନୁଦାନ ପ୍ରାପ୍ତ ଏଜେନ୍ସୀ ମାନଙ୍କ ଦ୍ୱାରା ଏହି କାର୍ଯର କ୍ରିୟାନ୍ୱୟନ କରାଯାଇଥିଲା । ଆମେରିକାରୁ ଫଣ୍ଡିଂ କରି ଏହି କାମ କରାଯାଇଥିଲା ଓ ଏହାକୁ ଛାତ୍ର ଆନ୍ଦୋଳନ ବୋଲି ପ୍ରଚାରିତ କରାଯାଇଥିଲା । ଶେଷରେ ଆମେରିକା ସଫଳ ହେଲା ଓ ଏକ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ଦିଆଗଲା ଓ ହିନ୍ଦୁ ମାନଙ୍କ ଉପରେ ଦମନଲୀଳା ଆରମ୍ଭ ହୋଇଥିଲା ।
ସେହିପରି ଭାରତରେ ୟୁଏସଏଡ ଭାରତୀୟ ସମାଜକୁ ବିଭାଜିତ କରିବା ଓ ନିର୍ବାଚନକୁ ପ୍ରଭାବିତ କରିବାକୁ ଫଣ୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା । ୨୦୦୪ରୁ ୨୦୧୩ ଯାଏ ୟୁଏସଏଡ ଭାରତ ସରକାରଙ୍କୁ ୨୦୪,୨୮ ମିଲିୟନ ୟୁଏସ ଡଲାର ପ୍ରଦାନ କରିଥିବା ବେଳେ ବିଭିନ୍ନ ଏନଜିଓ ମାନଙ୍କୁ ୨୧୧୪.୯୬ ମିଲିୟନ ୟୁଏସ ଡଲାର ପ୍ରଦାନ କରିଥିଲା । ହେଲେ ମୋଦୀ ସରକାର କ୍ଷମତାରେ ଆସିବା ପରେ ହଠାତ ଭାରତ ସରକାରଙ୍କୁ ୟୁଏସ ଏଡ ପକ୍ଷରୁ କରାଯାଉଥିବା ଫଣ୍ଡିଂ ହଠାତ ହ୍ରାସ ପାଇ ୧.୫୧ ମିଲିୟନ (୨୦୧୫ ଯାଏ) ହୋଇଯାଇଥିଲା ଓ କିନ୍ତୁ ଏନଜିଓ ମାନଙ୍କୁ ପ୍ରଦାନ କରାଯାଉଥିବା ୟୁଏସ ଏଡର ଫଣ୍ଡିଂ ବଢି ୨୬୭୯ ମିଲିୟନ ୟୁଏସ ଡଲାର ହୋଇଯାଇଥିଲା । ୟୁଏସଏଡ ପକ୍ଷରୁ ଗଣତନ୍ତ୍ର, ମାନବିକ ଅଧିକାର ଓ ଗଭର୍ଣାନ୍ସ ନାମରେ ଫଣ୍ଡିଂ କରାଯାଇଥିଲା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ଅର୍ଥାତ ୨୦୨୨ ମସିହାରେ ଆଶ୍ଚର୍ଯ୍ୟଜନକ ଭାବେ ହଠାତ ଫଣ୍ଡିଂ ବୃଦ୍ଧି ପାଇଥିଲା । ଯଦି ଆମେ ସାର୍ବଜନୀନ ଡୋମେନରେ ଥିବା ତଥ୍ୟକୁ ଦେଖିବା ତେବେ ପାଇବା ଭାରତର ଲୋକ ମାନଙ୍କୁ ଖ୍ରିଷ୍ଟିଆନିଟିରେ କନଭର୍ଟ କରିବା କାମରେ ଲାଗିଥିବା କ୍ୟାଥୋଲିକ ରିଲିଫ ସର୍ଭିସ ନାମକ ଖ୍ରିଷ୍ଟିଆନ ମିଶନାରୀ ସଂସ୍ଥାକୁ ସର୍ବାଧିକ ୨୧୮ ମିଲିୟନ ଆମେରିକୀୟ ଡଲାର ଅର୍ଥ ଅନୁଦାନ ଭାବେ ପ୍ରାପ୍ତ ହୋଇଛି । ସେହିପରି କେୟାର ଇଂଟରନ୍ୟାସନାଲ ନାମକ ଏନଜିଓକୁ ମଧ୍ୟ ୨୦୮ ମିଲିୟନ ଆମେରିକୀୟ ଡଲାର ଅନୁଦାନ ପ୍ରାପ୍ତ ହୋଇଛି । ଓସିସିଆରପି ନାମକ ଏକ ପ୍ରକଳ୍ପକୁ ମଧ୍ୟ ୟୁଏସଏଡ ପକ୍ଷରୁ ବିପୁଳ ଧନରାଶି ଅର୍ଥାତ ୪୭ ମିଲିୟନ ଆମେରିକୀୟ ଡଲାର ପ୍ରାପ୍ତ ହୋଇଛି । ଆଉ ଏକ ବଡ ଆଶ୍ଚର୍ଯ୍ୟର କଥା ହେଲା ଯେ ଓସିସିଆରପି ପ୍ରଜେକ୍ଟ ଜରିଆରେ ଅନେକ ରିପୋର୍ଟ ଲେଖା କରାଯାଇଥିଲା ଓ ସବୁ ରିପୋର୍ଟ ଗୁଡିକ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୁଦ୍ଧରେ ଥିଲା । ଏହି ରିପୋର୍ଟ ଗୁଡିକୁ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ବ୍ୟବହାର କରାଯାଇଥିଲା । କେବଳ ସେତିକି ନୁହେଁ ୟୁଏସଏଡ ପକ୍ଷରୁ ଭାରତୀୟ ସାମ୍ବାଦିକ ମାନଙ୍କୁ କଥିତ ରୁପେ ପ୍ରଶିକ୍ଷଣ ଦିଆଯାଇଥିଲା ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଏହି ସାମ୍ବାଦିକ ମାନଙ୍କ ଜରିଆରେ ମିଡିଆ ନ୍ୟାରେଟିଭକୁ ପ୍ରଭାବିତ କରିବା ।
ଭାରତରେ କିଭଳି ଭାବେ ଭୋଟ ପ୍ରତିଶତ ବଢା ଯିବ ଏଇଥି ପାଇଁ ମଧ୍ୟ ଆମେରିକାର ୟୁଏସ ଏଡ ପକ୍ଷରୁ ବିପୁଳ ଅର୍ଥ ଭାରତରେ ଖର୍ଚ୍ଚ କରାଯାଇଥିବାର ରିପୋର୍ଟ ଆସୁଛି । ଏ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶ୍ନ କରିଛନ୍ତି ଯେ ଖୋଦ ଆମେରିକାରେ ଭୋଟ ଦାନର ପ୍ରତିଶତ ଏତେ କମ ଥିବା ବେଳେ ଏହି ଅର୍ଥ ଆମେରିକାରେ ଖର୍ଚ୍ଚ କରାଯାଇ ଭୋଟ ଦାନର ପ୍ରତିଶତକୁ ବଢାଇବାକୁ ପ୍ରୟାସ କାହିଁକି କରାଯାଉ ନ ଥିଲା । ଭାରତରେ କାହିଁକି କରାଯାଉଥିଲା ?
ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ବିଭିନ୍ନ ଅନୁସନ୍ଧାନମୂଳକ ରିପୋର୍ଟରେ ଯେଉଁ ତଥ୍ୟ ସାମନାକୁ ଆସୁଛି ତାହା ଅତ୍ୟନ୍ତ ବିପଜ୍ଜନକ । ୟୁଏସଏଡ ପକ୍ଷରୁ ଭାରତର ୫୪ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଫଣ୍ଡିଂ କରାଯାଇଛି । ଏମାନଙ୍କ ମଧ୍ୟରେ ଏନଜିଏଓ, ମିଡିଆ ସଂସ୍ଥା, ଶୈକ୍ଷଣିକ ସଂସ୍ଥା ଓ ବ୍ୟକ୍ତିବିଶେଷ ମାନେ ଅଛନ୍ତି । ଫଣ୍ଡିଂ କରାଯାଇଥିବା ଏହି ସଂସ୍ଥା ଓ ବ୍ୟକ୍ତିବିଶେଷ ମାନେ ଭାରତ ବିରୋଧୀ ନ୍ୟାରେଟିଭ ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥାନ୍ତି । ଏହି ଫଣ୍ଡିଂର ଅସଲ ଉଦ୍ଦେଶ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଅସ୍ଥିର କରିବା, ଭାରତର ସାମ୍ବିଧାନିକ ସଂସ୍ଥାଗୁଡିକୁ ଦୁର୍ବଳ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଦୁଷ୍ପ୍ରଚାର କରିବା । ୟୁଏସ ଏଡ ପକ୍ଷରୁ ଫଣ୍ଡିଂ କରାଯାଇଥିବା ଏଥି ମଧ୍ୟରୁ ଅଧିକାଂଶ ସଂସ୍ଥା ଓ ବ୍ୟକ୍ତିବିଶେଷ ଦିଲ୍ଲୀ ଆଧାରିତ । ତେଣୁ ଭାରତ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ସର୍ବାଧିକ ଷଡଯନ୍ତ୍ର ଦିଲ୍ଲୀରୁ ହିଁ ହେଉଥିଲା ।
ଶେଷରେ ଗୋଟିଏ କଥାର ଉଲ୍ଲେଖ କରିବା ଅତ୍ୟନ୍ତ ଜରୁରୀ ମନେ ହେଉଛି । ଆମେରିକା ଓ ଅନ୍ୟ ଗୋରା ଦେଶ ମାନେ ବିଭିନ୍ନ ମାଧ୍ୟମରେ ଅନ୍ୟ ସାର୍ବଭୌମ ଦେଶ ମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଛି । ହେଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବାକୁ ପଡିବ ଯେ ସେ ଆମେରିକା ଦ୍ୱାରା ବିଭିନ୍ନ ଦେଶରେ ବିକାଶ, ମାନବିକ ଅଧିକାର, ଗଣତନ୍ତ୍ର ଓ ଅନ୍ୟ ବାହାନାରେ ଯେଭଳି ଭାବେ ହସ୍ତକ୍ଷେପ କରାଯାଉଥିଲା ଓ ବିପୁଳ ମାତ୍ରାରେ ଧନରାଶି ସେହି ଦେଶରେ ଖର୍ଚ୍ଚ କରାଯାଉଥିବା ତା ଉପରୁ ନିଜେ ପରଦା ଉଠାଇ ଦେଇଛନ୍ତି । ତେଣୁ ସେ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ।
ଟ୍ରମ୍ପ ତାଙ୍କ ଦେଶରୁ କରାଯାଉଥିବା ଏହି କଳାକାରନାମା ଉପରୁ ପରଦା ଉଠାଇ ଦେଇଛନ୍ତି । ଏବେ ପରବର୍ତୀ କାମ ଭାରତକୁ କରିବାର ଅଛି । ୟୁଏସଏଡରୁ ଲାଭାନ୍ୱିତ ହୋଇଥିବା ଏହି ସଂସ୍ଥା ଓ ବ୍ୟକ୍ତିବିଶେଷ ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ପରଦାଫାଶ କରାଯିବାର ଆବଶ୍ୟକତା ରହିଛି । ଭଦ୍ର ମୁଖା ପିନ୍ଧି ମାନବାଧିକାର, ଗଣତନ୍ତ୍ର ଆଦିର କଥା କହି ବିଦେଶୀ ଅର୍ଥରେ ନାଚୁଥିବା ଏହି ସଂସ୍ଥା ଓ ବ୍ୟକ୍ତିବିଶେଷ ମାନେ କିଏ ତାହା ଉପରେ ପରଦା ଉଠାଇବାର ଆବଶ୍ୟକତା ରହିଛି । ସେମାନେ କିଭଳି ଭାବେ ବିଦେଶରୁ ଅର୍ଥ ପାଇ ଭାରତ ବିରୁଦ୍ଧରେ କାମ କରୁଥିଲେ ଓ କଣ କଣ କରୁଥିଲେ ତାହାର ରହସ୍ୟୋଦଘାଟନ ହେବା ଜରୁରୀ । କାରଣ ଏହା ଦେଶର ସୁରକ୍ଷା ସହ ଜଡିତ ପ୍ରସଙ୍ଗ ।

Leave a Reply