Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନାତନ ରାଷ୍ଟ୍ର ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନାତନ ରାଷ୍ଟ୍ର ଭାରତ


ସର୍ବେଶ୍ୱର ବେହେରା

ବ୍ରିଟିଶ ବିଦ୍ୱାନମାନେ ଭାରତୀୟ ରାଷ୍ଟ୍ରବାଦ କିମ୍ବା ଭାରତ ସମ୍ବନ୍ଧରେ ସର୍ବଦା ଭ୍ରମାତ୍ମକ ତଥ୍ୟ ଉପସ୍ଥାପନା କରିଛନ୍ତି । ସେମାନେ ପାଶ୍ଚାତ୍ୟ ତଥା ରାଜନୈତିକ ଢ଼ାଞ୍ଚାର ଆଧାରରେ ଏହାର ମୂଲ୍ୟାଙ୍କନ କରିଛନ୍ତି । ସେମାନଙ୍କ ମତରେ ଭାରତରେ କଦାପି ରାଷ୍ଟ୍ରବାଦ କିମ୍ବା ରାଷ୍ଟ୍ରୀୟତା ବିଚାର ନଥିଲା କିମ୍ବା ଏଠାରେ କୌଣସି ରାଷ୍ଟ୍ରୀୟ ବିଚାର ଦେଖାହୋଇଥିଲା । ପ୍ରାରମ୍ଭରୁ ସେମାନେ ଭାରତର ପ୍ରାଚୀନ ସାହିତ୍ୟ ପ୍ରତି ସମ୍ପୂର୍ଣ୍ଣ ଅଜ୍ଞାନୀ ଓ ବିମୂଢ଼ ଥିଲେ ।
ଭାରତୀୟ ରାଷ୍ଟ୍ର ତଥା ରାଷ୍ଟ୍ରୀୟତାର ବିକାଶ ଅତ୍ୟନ୍ତ ପ୍ରାଚୀନ । ସ୍ୱାମୀ ବିବେକାନନ୍ଦଙ୍କ ଅନୁସାରେ ତଥାକଥିତ ପ୍ରାଚୀନ ରାଷ୍ଟ୍ର ଗୁଡ଼ିକରେ ବିଶ୍ୱରେ କୌଣସି ଚିହ୍ନବର୍ଣ୍ଣ ନଥିଲା, ଯେବେ ଭାରତରେ ଏକ ରାଷ୍ଟ୍ର ଉଦୀୟମାନ ଥିଲା । ସେ ଭାରତୀୟ ରାଷ୍ଟ୍ରକୁ ସମସ୍ତ ରାଷ୍ଟ୍ରଗୁଡ଼ିକର ଧର୍ମଚାରୀ (ଧାର୍ମିକ) ରାଷ୍ଟ୍ର ରୂପେ ସ୍ୱୀକାର କରିଛନ୍ତି । ଭାରତୀୟ ରାଷ୍ଟ୍ରୀୟତାର ମୂଳ ତତ୍ତ୍ୱ ୟୁରୋପ ପରି କୌଣସି ଯୁଦ୍ଧ କିମ୍ବା ବାଣିଜ୍ୟ କିମ୍ବା ଅନ୍ୟ କୌଣସି ଚୁକ୍ତିର ପରିଣାମ ନୁହେଁ । ସର୍ବଦା ଭାରତ ରାଷ୍ଟ୍ରୀୟତାର ଆଧାର ମାତୃଭୂମି ପ୍ରତି ଅପାର ଭକ୍ତି ତଥା ସାଂସ୍କୃତିକ ଜୀବନ ଆଦର୍ଶକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ।
ଇଂରେଜମାନେ ଭାରତରୁ ବହୁତ ଲୁଣ୍ଠନ କରିଥିଲେ । ବ୍ରିଟିଶ ସମ୍ରାଟ ଓ ସେମାନଙ୍କ କର୍ମଚାରୀମାନେ ମଧ୍ୟ ଏଥିରେ ଲିପ୍ତ ଥିଲେ । କିଛିବର୍ଷ ପରେ ଊନବିଂଶ ଶତାବ୍ଦୀରେ ଇଂରେଜମାନେ ଅଷ୍ଟ୍ରେଲିଆ ଓ ଉତ୍ତର ଆଫ୍ରିକା ପରି ସେଠାକାର ମୂଳ ବାସିନ୍ଦାମାନଙ୍କୁ ଧ୍ୱଂସ କରି, ଭାରତରେ ସ୍ଥାୟୀ ଇଂରେଜ କଲୋନୀ ତଥା ଭାରତକୁ ଏକ ଖ୍ରୀଷ୍ଟିଆନ ଦେଶରେ ରୂପାନ୍ତରିତ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ଏ ସମ୍ବନ୍ଧରେ ଅନେକ ଗୁପ୍ତ ଦସ୍ତାବେଜ ଉପଲବ୍ଧ ଅଛି । କିନ୍ତୁ ସେମାନେ ଭାରତୀୟ ରାଷ୍ଟ୍ରବାଦକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାରେ ଅସମର୍ଥ ହୋଇଥିଲେ ।
ବ୍ରିଟିଶ ପ୍ରଶାସକ ତଥା ବିଦ୍ୱାନମାନେ ପରିସ୍ଥିତି ଅନୁସାରେ ଭାରତ ରାଷ୍ଟ୍ର ସମ୍ବନ୍ଧରେ ଏଣ୍ଡୁଅ ପରି ରଙ୍ଗ ପରିବର୍ତ୍ତନ କରିଥିଲେ । ପ୍ରଥମେ ସେମାନେ ଭାରତର ରାଷ୍ଟ୍ରୀୟ ଅସ୍ତିତ୍ୱକୁ ପ୍ରତ୍ୟାଖ୍ୟାନ କରିଥିଲେ । ଭାରତରେ ଊନବିଂଶ ଶତାବ୍ଦୀରେ ଉଦୟ ହୋଇଥିବା ରାଷ୍ଟ୍ର ତଥା ରାଷ୍ଟ୍ରୀୟତାର ଚିନ୍ତନକୁ ଇଂରେଜମାନଙ୍କର ଦାନ ବୋଲି କହିଥିଲେ । ଭାରତର ଅତୀତର ସଂକଳ୍ପନାକୁ ଯୋଜନାବଦ୍ଧ ପଦ୍ଧତିରେ ସେମାନେ ସ୍ୱୀକାର କରିନଥିଲେ । ଜନ ମେଲକାମ (୧୭୬୯-୧୮୩୩) କହିଥିଲେ ‘ଭାରତ କୌଣସି ଏକ ଦେଶ ନୁହେଁ, ପରନ୍ତୁ ଏହା ଏକ ଉପମହାଦ୍ୱୀପ କିମ୍ବା ଏହା ଏକ ବିସ୍ତୃତ ମହାଦ୍ୱୀପ ।” ମାଉଣ୍ଟ ଷ୍ଟୁଆର୍ଟ ଏଲିଫିଣ୍ଟନ (୧୭୭୯-୧୮୫୯) ମଧ୍ୟ ଭାରତକୁ ଏକ ଉପମହାଦ୍ୱୀପ କହିଥିଲା । ସେ ଭାରତକୁ ଦଶ ରାଷ୍ଟ୍ରର ଏକ ସମୂହ ରୂପେ ପରିଗଣିତ କରିଥିଲା, ଯେଉଁଥିରେ ଖ୍ରୀଷ୍ଟିଆନ ରାଷ୍ଟ୍ରଗୁଡ଼ିକ ପରି ସମରୂପତା ପ୍ରଦର୍ଶନ କରାଯାଇଥିଲା । ବ୍ରିଟିଶ ସୁଧାରକ ଜନ ବ୍ରାଇଟ୍ ୧୮୫୨ ମସିହାରେ ବ୍ରିଟିଶ ସଂସଦରେ ଭାରତରେ ରାଷ୍ଟ୍ରୀୟତାର ଘୋର ଅଭାବ’ ରୂପେ ଭାଷଣ ଦେଇଥିଲା । ସେ ଭାରତରେ ୨୦ଟି ପ୍ରାନ୍ତୀୟ ଭାଷା ଆଧାରରେ ଏହାକୁ ୨୦ଟି ରାଷ୍ଟ୍ରମାନଙ୍କର ସମୂହ ବୋଲି କହିଥିଲା । ବ୍ରିଟିଶ ପ୍ରଶାସକମାନେ ତଥା ଇତିହାସକାରମାନେ ଯଥା ଜେମ୍ସ ବାଡ଼ (୧୭୮୨-୧୮୩୫), କ୍ୟାଣ୍ଟେନ ଜେମ୍ସ ଗ୍ରାଣ୍ଟ ଡଫ (୧୭୮୯-୧୮୫୮) ତଥା ଜେ.ଡି.କନ୍ନିପମ (୧୮୧୨-୧୮୫୧) ନିଜ ନିଜ ପ୍ରଦେଶରେ ସ୍ଥାନୀୟ ଲୋକମାନଙ୍କର ରାଷ୍ଟ୍ର୍ରୀୟ ଭାବନାକୁ ଗ୍ରହଣ କରିଥିଲେ । ସେମାନେ ସମଗ୍ର ଭାରତ ରାଷ୍ଟ୍ରରେ ରାଷ୍ଟ୍ରବାଦର ଭାବନାକୁ ଘୋର ସମାଲୋଚନା କରିଥିଲେ । ବ୍ରିଟିଶ ଇତିହାସକାର ଡବ୍ଲ୍ୟୁ ଡବ୍ଲ୍ୟୁ ଭଣ୍ଟର (୧୮୪୦-୧୯୦୦)ରେ ସର୍ବପ୍ରଥମେ କହିଥିଲା ଯେ ଭାରତ ଏକ ନିର୍ମାଣାଧୀନ ରାଷ୍ଟ୍ର (ଇ ଘବଗ୍ଧସକ୍ଟଦ୍ଭ ସଦ୍ଭ ଜ୍ଞବଳସଦ୍ଭଶ) ପୁଣି କହିଥିଲା ଯେ ଭାରତ ଏକ ମହାଦ୍ୱୀପ, ଯେଉଁଥିରେ ଅନେକ ଜାତି ଓ ଗୋଷ୍ଠୀ ଅଛନ୍ତି । ଅନ୍ୟ ଇତିହାସକାରମାନେ ମଧ୍ୟ ଏପରି ଭାଷାକୁ ଦୋହରାଇଥିଲେ । ସାର ଜନ ଷ୍ଟ୍ରେଚି ୧୮୮୪ ଖ୍ରୀଷ୍ଟାବ୍ଦରେ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଇ କହିଥିଲେ ଯେ “ଭାରତ କୌଣସି ଏକ ନୁହେଁ, ଏହା ଏକ ବଡ଼ ମହାଦ୍ୱୀପ । ଭାରତରେ ଗୋଟିଏ ରାଷ୍ଟ୍ରୀୟତାର ବିଚାର ଅସମ୍ଭବ ।”
ବିଂଶ ଶତାବ୍ଦୀ ପ୍ରାରମ୍ଭରେ ମଧ୍ୟ ବି.ଏ.ସ୍ମିଥ, ବି.ସିରୋଇ ତଥା ଏଚ.ଏଚ.ଡାକୱେଲ ମଧ୍ୟ ଏହିପରି ସମାନ ବ୍ୟାଖ୍ୟା କରିଥିଲେ । କଂଗ୍ରେସ ଦଳର ପ୍ରତିଷ୍ଠାତା ଏ.ଓ.ହ୍ୟୁମ ମଧ୍ୟ ଇଂରେଜମାନଙ୍କ ଦ୍ୱାରା ପ୍ରଚଳିତ ଏହି ବିକୃତି ଓ ଭ୍ରମାତ୍ମକ ପ୍ରଚାରକୁ ପ୍ରଚଳନ କରିଥିଲା । କଂଗ୍ରେସର ଅଧ୍ୟକ୍ଷତା କରି ସେ ଏହାକୁ ଜୋର ଦେଇଥିଲା । ତାଙ୍କ ପରେ ମଧ୍ୟ କଂଗ୍ରେସର ଅନେକ ଅଧ୍ୟକ୍ଷମାନେ ଭାଷଣ ଦେଇ ଦୋହରାଇଥିଲେ ଯେ ଭାରତ ଏକ ନିର୍ମାଣାଧୀନ ରାଷ୍ଟ୍ର । (ଇ ଘବଗ୍ଧସକ୍ଟଦ୍ଭ ସଦ୍ଭ ଜ୍ଞବଳସଦ୍ଭଶ).
୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ପରି ବିଶାଳ ପ୍ରାଚୀନ ରାଷ୍ଟ୍ରକୁ ଧର୍ମ ଆଧାରରେ ଦୁଇଟି ରାଷ୍ଟ୍ରରେ ଖଣ୍ଡିତ କରାଯାଇଥିଲା । ପରିଣାମ ସ୍ୱରୂପ ପାକିସ୍ତାନ ସହିତ ଚାରିଥର ଓ ଚୀନ୍ ସହିତ ଥରେ ଯୁଦ୍ଧ ହୋଇଥିଲା । ଚୀନ୍ ଅନେକ ଥର ସୀମା ଉଲ୍ଲଙ୍ଘନ କରିଆସୁଛି । ସ୍ୱାଧୀନତା ପରେ ମଧ୍ୟ ଇଂରେଜମାନେ ଭାରତକୁ ଉପମହାଦ୍ୱୀପ ରୂପେ ସ୍ୱୀକାର କରିଥିଲେ । ଏହି ଶବ୍ଦ ପାକିସ୍ତାନ ଓ ଚୀନକୁ ଆଘାତ ଦେଲା । ବିଶେଷକରି ପାକିସ୍ତାନକୁ ଭାରତର ଏକ ମହାଦ୍ୱୀପ କହିବା ଶବ୍ଦ ଆଘାତ ଦେଲା । କେତେଜଣ ପାକିସ୍ତାନକୁ ଭାରତର ଇଣ୍ଡୋପାକ୍ ଉପମହାଦ୍ୱୀପ କହିବା ଆରମ୍ଭ କରିଦେଲେ । କେତେଜଣ ପାକିସ୍ତାନକୁ ସାଉଥ ଏସିଆ ଉପମହାଦ୍ୱୀପ ଲେଖିବା ଆରମ୍ଭ କରିଦେଲେ । ପାକିସ୍ତାନ ଇତିହାସକାରମାନେ ପ୍ରଫେସର ଅସମଲ ସୟଦ ଆଦି ଉପମହାଦ୍ୱୀପ ସହିତ ଭାରତ ଶବ୍ଦକୁ ଯୋଡ଼ି ହୋଇଥିବା ଯୋଗୁଁ ଘୋର ଆପତ୍ତି କଲେ । ପାକିସ୍ତାନ ପରି ଚୀନ୍ ମଧ୍ୟ ନିଜ ବିସ୍ତାରବାଦୀ ନୀତି ଯୋଗୁଁ ଏହି ଶବ୍ଦ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲା । ଏହି ଚର୍ଚ୍ଚା କାଲିଫର୍ଣ୍ଣିଆରେ ହେଉଛି ଯେ ଭାରତକୁ କ’ଣ ସାଉଥ ଏସିଆ କିମ୍ବା ଭାରତ କୁହାଯିବ ।
ଉପରୋକ୍ତ ସଂକ୍ଷିପ୍ତ ବିଷୟ ବ୍ରିଟିଶ ଇତିହାସକାରମାନଙ୍କ ଘୃଣ୍ୟ ମାନସିକତା ତଥା କଂଗ୍ରେସର ନୀତିଭ୍ରଷ୍ଟ ରାଜନୀତିକୁ ଦର୍ଶାଉଛି । ଏହା ସ୍ପଷ୍ଟ ଯେ ଭାରତ କୌଣସି ନୂତନ ରାଷ୍ଟ୍ର ନୁହେଁ, କିମ୍ବା ଏହା ଏକ ରାଷ୍ଟ୍ରଗୁଡ଼ିକର ସମାହାର ନୁହେଁ । ଅତୀତରେ ଭାରତବର୍ଷରେ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି, କିନ୍ତୁ ଭାରତ ଏକ ସନାତନ ରାଷ୍ଟ୍ର ଓ ସାଂସ୍କୃତିକ ରାଷ୍ଟ୍ର ଥିଲା, ଅଛି ଓ ରହିବ ।
ଆଡ଼ଭୋକେଟ, ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪
-ଠ-

Leave a Reply