Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଟ୍ରମ୍ପଙ୍କ ବିଜୟ ପରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟ୍ରମ୍ପଙ୍କ ବିଜୟ ପରେ


ସୌମେନ୍ଦ୍ର ଜେନା

୫ ନଭେମ୍ବର ୨୦୨୪ରେ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କ୍ଷମତାସୀନ ଦଳ ଡେମୋକ୍ରାଟର ପ୍ରାର୍ଥୀ କମଳା ହାରିସଙ୍କୁ ପରାସ୍ତ କରି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦ ଜାନୁଆରୀ ୨୦୨୫ରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆମେରିକାର ବ୍ୟବସ୍ଥା ଅନୁଯାୟୀ ଯେଉଁ ରାଜ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ଅଧିକ ଭୋଟ ପାଇଥାନ୍ତି ସେହି ରାଜ୍ୟର ସବୁ ଭୋଟ ତାଙ୍କ ସପକ୍ଷରେ ଯାଇଥାଏ । ଥରେ ନିର୍ବାଚନରେ ୨୦୨୦ରେ ହାରିଯିବା ପରେ ପୁନର୍ବାର ଟ୍ରମ୍ପ ଯେପରି ସଫଳତା ପାଇଲେ ତାହା ଶତାବ୍ଦୀରେ ପ୍ରଥମ ବୋଲି କୁହାଯାଉଛି । ପ୍ରଥମେ ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନ ଲଢିବାକୁ ଦଳପକ୍ଷରୁ ପ୍ରାର୍ଥୀ ହୋଇ ପରେ ଜନସମର୍ଥନ ଅଭାବରୁ ପଛକୁ ହଟିବାକୁ ବାଧ୍ୟ ହେଲେ । କିନ୍ତୁ ଚଳିତ ବର୍ଷ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଦୁଇଥର ଉଦ୍ୟମ ହେବା ଆମେରିକା ଗଣତନ୍ତ୍ରରେ ଅସହିଷ୍ଣୁତାର ପ୍ରମାଣ । ନିର୍ବାଚନରେ ହିଂସା, ଦ୍ୱେଷ, ଗାଳି ପର୍ଯ୍ୟନ୍ତ କଥା ଯାଇଥିଲା । ଏପରିକି ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଭୋଟରମାନଙ୍କୁ ଅଳିଆ ବୋଲି ସାଧାରଣରେ ପ୍ରକାଶ କରି ରାଷ୍ଟ୍ରପତି ଜୋ ବାଇଡେନ୍ ନିିଜର ଘୃଣା ପ୍ରଦର୍ଶନ କରିଥିଲେ । ଏଥର ନିର୍ବାଚନ ପ୍ରଚାର ସମୟରେ ଦୁଇଦଳ ପକ୍ଷରୁ ଜୋରଦାର ଲୋକସଂପର୍କ କାର୍ଯ୍ୟକ୍ରମ ହୋଇଥିଲା ।  ଉଭୟ ପକ୍ଷରେ ପ୍ରତିଷ୍ଠିତ ଲୋକେ ମଧ୍ୟ ଲଢେଇରେ ସାମିଲ ହୋଇଥିଲେ । ବାଇଡେନଙ୍କ ସପକ୍ଷରେ ଜର୍ଜ ସୋରୋସ୍‌, ସିନେ ତାରକା ସୋରୋନ ଷ୍ଟୋନ, ଆମେରିକା ଫେରେରା, ଟୋନୀ ପ୍ରୋସିଓ ପ୍ରମୁଖ ଅତୀତରେ ଟ୍ରମ୍ପଙ୍କୁ କାହିଁ କେତେ ଅପଶବ୍ଦ ଦେଇ ଗାଳି ଦେଇଥିବା ହେତୁ ଏବେ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିବା କଥା ଜଣାପଡିଛି ,ଯାହାକୁ ‘ଆମେରିକାଜିଟ’ କୁହାଯାଉଛି । ହଲିଉଡର କଳାକାରଗଣ ବିଶେଷ କରି ବ୍ଲୁ ଷ୍ଟେଟ୍ସ ଭାବେ ପରିଚିତ ଆମେରିକାର ରାଜ୍ୟ ଭେର୍ମଣ୍ଟ, ମେଇନେ, ଓରେଗନ, ୱାସିଂଟନରେ ବସବାସ କରୁଥିବା ଲୋକେ ଏବେ ନିଜକୁ ଅସୁରକ୍ଷିତ ମନେକରୁଥିବା ପ୍ରକାଶ କରିଛନ୍ତି । ନିର୍ବାଚନ ଫଳାଫଳ ଘୋଷଣା ପରେ ୬ ନଭେମ୍ବରରୁ ଏହି ଅସୁରକ୍ଷା ଭାବ ଆମେରିକାରେ ବଢୁଥିବା କଥା କୁହାଯାଉଛି, ଯାହା ୨୦୧୪ରେ ଭାରତରେ ନରେନ୍ଦ୍ର ମୋଦିଙ୍କ ବିଜୟ ପରେ ଦେଖାଦେଇଥିଲା । ସେତେବେଳେ କର୍ଣ୍ଣାଟକର ଜଣେ ଲେଖକ ଦେଶଛାଡି ବାହାରକୁ ଯିବାକୁ ଘୋଷଣା କରିଥିଲେ । ହଲିଉଡ୍ ପରି ବଲିଉଡ୍‌ର କଳାକାର ଅମିର ଖାଁ ମଧ୍ୟ ଆମେରିକା ଢଙ୍ଗରେ ଭାରତରେ ଅସୁରକ୍ଷିତ ମନେକରୁଥିବା କଥା କହିଥିଲେ । ଜାଭେଦ ଅଖତାରଙ୍କଠାରୁ ଆରମ୍ଭ କରି ମୁମ୍ବାଇର ସିନେ ନିର୍ଦ୍ଦେଶକ, କଳାକାର ଓ ସଂଗୀତକାର ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଥିବା ପ୍ରକାଶ କରି ନିଜ ନିଜର ସୋସିଆଲ ମିିଡିଆ ଏକାଉଣ୍ଟରେ ମନର ଭୟକୁ ପ୍ରକାଶ କରିଥିଲେ । ଆମେରିକାର ନୀଳବର୍ଣ୍ଣର ରାଜ୍ୟପରି ଭାରତର ଏହିସବୁ ନୀଳବର୍ଣ୍ଣର ଶୃଗାଳପ୍ରାୟ ଦୋହରା ମଣିଷମାନେ କେହି ଦେଶଛାଡି ଗତ ଦଶ ବର୍ଷରେ ବିଦେଶରେ ରହିବାକୁ ଯାଇନାହାନ୍ତି । କିନ୍ତୁ ଆମେରିକାର ନାୟିକା ଆମେରିକା ଫେରୋରା ନିଜ ସ୍ୱାମୀଙ୍କ ସହ ବ୍ରିଟେନକୁ ଯିବାକୁ କହିଛନ୍ତି । ସେରୋନ ଷ୍ଟୋନ କାନାଡାରେ ବାସ କରିବେ ବୋଲି ଘୋଷଣା କରିଛନ୍ତି । ସେମିତି ଟୋନୀ ପ୍ରୋସିଓ ମଧ୍ୟ ବ୍ରିଟେନ ଚାଲିଯିବାକୁ କହିଛନ୍ତି । କାରଣ ଟୋନୀ ନିଜର ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଲା ଟ୍ରମ୍ପ ନିର୍ବାଚନ ପ୍ରଚାର ସମୟରେ ସମଲିଙ୍ଗୀ ବିବାହ, ବେଆଇନ ଅପ୍ରବାସୀ, ନିଜ ଇଛାରେ ଗର୍ଭଧାରଣର ଅଧିକାର ବିରୋଧରେ ନିଜ ମତ ଦେଇସାରିଛନ୍ତି । ସେହିପରି ଅତୀତରେ ଲେଫ୍ଟ ଲିବରାଲ, ଇସଲାମିଷ୍ଟ, ଆଣ୍ଟି -ସେମିଟିକ୍ ଲୋକେ ବିକ୍ଷୋଭ ଆଳରେ ଆମେରିକାର ଭିନ୍ନ ଭିନ୍ନ ରାଜ୍ୟ ଓ ଶିକ୍ଷାନୁଷ୍ଠାନରେ ଯେଭଳି ଦଙ୍ଗାଗୋଳ କରିଥିଲେ ଟ୍ରମ୍ପ ସେମାନଙ୍କୁ ଚେତାବନୀ ଦେଇଥିଲେ ଏବଂ ଏବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ଏକଥା ସତ ଯେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ୫୩୭ ଆସନରୁ ୨୯୨ ଆସନରେ ବିଜୟୀ ହୋଇ ୭୮ବର୍ଷୀୟ ଡୋନାଲଡ ଟ୍ରମ୍ପ ରିପବ୍ଲିକାନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଛନ୍ତି । ସେ ଯେପରି ନିର୍ବାଚନ ଲଢି ନପାରିବେ ସେଥିପାଇଁ ଡେମୋକ୍ରାଟ ଦଳ ଲୋକେ ସମସ୍ତ ପ୍ରକାର ଷଡଯନ୍ତ୍ର ଚଳାଇଥିଲେ ମଧ୍ୟ ସଫଳ ହୋଇନାହାନ୍ତି । କ୍ୟାପିଟାଲ ହିଲ୍ ହିଂସା, ସିକ୍ରେଟ ଫାଇଲ ମାମଲା, ପର୍ଣ୍ଣଷ୍ଟାରଙ୍କ ସହ ସଂପର୍କ ମାମଲାରେ ଟ୍ରମ୍ପ କାଠଗଡାକୁ ଆସିଥିଲେ । କିନ୍ତୁ ଏସବୁକୁ ଖାତିର ନକରି ସେ ଲଢୁଆ ମନୋବୃତ୍ତି ନେଇ ନିର୍ବାଚନ ଲଢିଥିଲେ । ଆମେରିକା ରାଷ୍ଟ୍ରପତି ହେବାଲାଗି ୨୭୦ ବହୁମତ ଦରକାର ଥିଲାବେଳେ ଟ୍ରମ୍ପ ଢେର ଆଗରେ ରହିଛନ୍ତି । ୫୫ ହଜାର କୋଟି ସଂପତ୍ତିର ଅଧିକାରୀ ଟ୍ରମ୍ପଙ୍କୁ ୩୦ ଏପ୍ରିଲ ୨୦୧୧ରେ ହ୍ୱାଇଟ ହାଉସଠାରେ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ରମ୍ପଙ୍କ ପ୍ରତି କଟାକ୍ଷ ତାଙ୍କୁ ଅସହ୍ୟ ଲାଗିଥିଲା । ପରେ ସେ  ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ମନ ସ୍ଥିର କରିଥିଲେ । ଏବେ ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ଅନେକଗୁଡିଏ ଝୁଲା ରାଜ୍ୟର ସମର୍ଥନ ପାଇ କମଳାଙ୍କୁ ହରାଇବାକୁ ସେ ସକ୍ଷମ ହେଲେ । ଆମେରିକା ଭିତରେ ଏବଂ ବାହାରେ ସଂଖ୍ୟାଲଘୁ ହିନ୍ଦୁ, ଈହୁଦୀମାନଙ୍କୁ ସୁରକ୍ଷା ଦେବାକଥା କହି ଟ୍ରମ୍ପ କମଳାଙ୍କ ଭୋଟ ବ୍ୟାଙ୍କକୁ ଭାଙ୍ଗିବାକୁ ସକ୍ଷମ ହୋଇଥିଲେ । ନିର୍ବାଚନ ପ୍ରଚାର କାଳରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା, ଇସ୍ରାଏଲକୁ ସମର୍ଥନ, ୟୁକ୍ରେନ ଯୁଦ୍ଧର ଅନ୍ତ, ମଧ୍ୟପ୍ରାଚ୍ୟରେ ଅଶାନ୍ତିକୁ ରୋକିବା, ରୁଷିଆକୁ ଚୀନ ପ୍ରଭାବରୁ ମୁକ୍ତ କରିବା, ଆମେରିକାବାସୀଙ୍କୁ ଚଢା କରରୁ ମୁକ୍ତି ଦେବା ଇସଲାମିକ ସନ୍ତ୍ରାସୀଙ୍କୁ ଧ୍ୱଂସ କରିବା, ଇରାନକୁ ନିୟନ୍ତ୍ରଣ କରିବା, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରଭାବ ବୃଦ୍ଧି କରିବା ପରି ଅନେକ କଥା କହି ଟ୍ରମ୍ପ ସମର୍ଥନ ଲାଭ କରିବାକୁ ସକ୍ଷମ ହୋଇଛନ୍ତି । କୋରୋନା ପରବର୍ତ୍ତୀ କାଳରେ ଅର୍ଥନୀତିକୁ ସୁଦୃଢ କରିବାକୁ ଆମେରିକାବାସୀ ଯେପରି ଡେମୋକ୍ରାଟକୁ ସମର୍ଥନ ଦେଇଥିଲେ ତାହା ପରେ କ୍ଷତିକାରକ ସାବ୍ୟସ୍ତ ହୋଇଛି । ଗତ ଦିନରେ ଗାଈ କ୍ଷୀର ବୋତଲ ଚାରିବର୍ଷରେ ତିନିଗୁଣା ହୋଇଛି । ସବୁଠି ମାନ୍ଦାବସ୍ଥା ଦେଖାଦେବା ସମୟରେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଇ ୟୁରୋପକୁ ଅଶାନ୍ତ ରଖି ବାଇଡେନ ଆମେରିକାକୁ ଅସ୍ଥିରକରି ରଖିଥିଲେ । ସୀମାକୁ ଖୋଲାକରି ଅନୁପ୍ରବେଶର ମାର୍ଗକୁ ପ୍ରଶସ୍ତ କରି ସେମାନଙ୍କ ଥଇଥାନ ପାଇଁ ଅର୍ଥ ପ୍ରଦାନ କରୁଥିଲେ ବାଇଡେନ ସରକାର । କ୍ୱାଡର ଆଲୋଚନାକୁ ଦୁର୍ବଳ କରି ବାଇଡେନ ଆମେରିକାର ଗୁରୁତ୍ୱକୁ ଏସିଆରେ ଦୁର୍ବଳ କରିଥିଲେ । ବଙ୍ଗଳାଦେଶ ଓ ପାକିସ୍ଥାନ ସରକାରକୁ ହଟାଇ ଦକ୍ଷିଣ ଏସିଆରେ ଶତ୍ରୁତା ବୃଦ୍ଧି କରିଥିଲେ । ଅଶାନ୍ତିର ବାତାବରଣ ଯୋଗୁ ଏହି କ୍ଷେତ୍ରରେ ବହୁ ଧନଜୀବନର ହାନୀ ହୋଇଥିଲା । ୟୁରୋପ ମଧ୍ୟ ବାଇଡେନଙ୍କ ନୀତିରେ ଯାଇ ଅସ୍ଥିର ହୋଇଥିଲା । ତେବେ ୟୁରୋପକୁ ଅଧିକ ସୁବିଧା ଦେବାପାଇଁ ଟ୍ରମ୍ପ ପ୍ରୟାସ କରିବେ ନାହିଁ । କାରଣ ବିଜୟୀ ହେବାପରେ ଭାରତ, ଇସ୍ରାଏଲ ଏବଂ ସାଉଦି ଆରବ ଫୋନ କରି ଟ୍ରମ୍ପ ଏହିସବୁ ରାଷ୍ଟ୍ରର ମୁଖ୍ୟଙ୍କ ସହ କଥା ହୋଇଛନ୍ତି । 
ଟ୍ରମ୍ପଙ୍କ ବିଜୟ ପଛରେ ଟେସଲା କମ୍ପାନୀର ମାଲିକ ଏଲନ୍ ମସ୍କ ବଡକାର୍ଯ୍ୟ କରିଥିଲେ । ୨୦୨୦ରେ ଯେଉଁ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିଥିଲା ପରେ ମସ୍କ ସେହି ଟ୍ୱିଟରକୁ କିଣି “ଏକ୍ସ” ନାମରେ ଚଳାଇବା ସହ ସେହି ସୋସିଆଲ ମିଡିଆର ପ୍ଲାଟଫର୍ମକୁ ନିର୍ବାଚନ ପ୍ରଚାର ପାଇଁ ଉପଯୋଗ କରି ସଫଳ ହୋଇଛନ୍ତି । ମସ୍କଙ୍କ ପରି କଠୋରମନା ଲୋକଙ୍କ ସମର୍ଥନ ଟ୍ରମ୍ପଙ୍କ ପାଇଁ ଟ୍ରମ୍ପକାର୍ଡ ସଦୃଶ ହୋଇଛି । ଏବେ କଥାଉଠିଛି ଯେ ଟ୍ରମ୍ପଙ୍କ ବିଶ୍ୱନୀତି କିପରି ରହିବ? କାନାଡାର ଟ୍ରୁଡୋ ସରକାରଙ୍କ ପ୍ରତି ଟ୍ରମ୍ପଙ୍କ ଧାରଣା ଭଲ ନଥିବା ହେତୁ ଆଗାମୀ ଦିନରେ ସେଠାକାର ସରକାର ହାରିବା ଏକ ପ୍ରକାର ନିଶ୍ଚିତ । ୟୁକ୍ରେନକୁ  ଆମେରିକାର ସହଯୋଗ ହ୍ରାସପାଇଲେ ୟୁକ୍ରେନ ଯୁଦ୍ଧ ବନ୍ଦହେବ । ରୁଷିଆ ଉପରେ ଲାଗିଥିବା ଆମେରିକାର କଟକଣାକୁ ହ୍ରାସ କରି ଟ୍ରମ୍ପ ଚୀନକୁ ନିଜ ଟାର୍ଗେଟରେ ରଖିବେ । ବାହାର ଦେଶର ବସ୍ତୁ ଉପରେ ଅଧିକ କର ବସାଇ ଦେଶର କରଦାତାଙ୍କୁ ଚାପରୁ ହ୍ରାସ କରିବେ । ୟୁରୋପୀୟ ରାଷ୍ଟ୍ରଗୁଡିକୁ ଟ୍ରମ୍ପ ଅଧିକ ଗୁୁରତ୍ୱ ଦେବେ ନାହିଁ,ଏକଥା ସତ । ଟ୍ରମ୍ପଙ୍କ ଶାସନ କାଳରେ ଭାରତ ଏବଂ ଇସ୍ରାଏଲ ସହ ଆମେରିକାର ସହଯୋଗ ଅଧିକ ବଢିବ । ଟ୍ରମ୍ପ ବେଆଇନ ଅନୁପ୍ରବେଶକାରୀମାନଙ୍କୁ ନିଜ ଦେଶରୁ ତଡିବାକୁ କଠୋର ପଦକ୍ଷେପ ନେବେ । ‘ଆମେରିକା ପ୍ରଥମ’ ନୀତିକୁ ଗ୍ରହଣ କରି ସେ ଆମେରିକାର ଆର୍ôଥକ ସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରିବେ । ବିଶ୍ୱରେ ଆମେରିକାର ସହଯୋଗୀ ରାଷ୍ଟ୍ରମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ ଗ୍ରହଣ କରିବେ । ଆମେରିକାକୁ ମହାନ ରାଷ୍ଟ୍ରକରି ଗଢି ତୋଳିବାର ଶପଥକୁ ନେଇ ଟ୍ରମ୍ପ ଚାଲିବେ । ଜେ.ଡି ଭାନ୍ସ ଟ୍ରମ୍ପଙ୍କ ସହଯୋଗୀ ଭାବେ ଉପରାଷ୍ଟ୍ରପତି ହେବା ଏକପ୍ରକାର  ନିଶ୍ଚିତ । ସେହିପରି ୪୪ବର୍ଷୀୟ ଭାରତୀୟ ବଂଶୋଦଭବ କଶ୍ୟପ ପଟେଲଙ୍କୁ ସିଆଇଏର ମୁଖ୍ୟପଦବୀ ଟ୍ରମ୍ପ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଅତୀତ ଦିନରେ ସିଆଇଏ ଅଧିକାରୀମାନେ ହିଁ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ନମାନି ତାଙ୍କୁ ଅସୁବିଧାରେ ପକାଇଥିଲେ, ଯାହା ଟ୍ରମ୍ପ ଭୁଲିନାହାନ୍ତି । ଏହାଛଡା ନିଜ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ବାହାରିଥିବା ବିବେକ ରାମସ୍ୱାମୀ ମଧ୍ୟ ଟ୍ରମ୍ପଙ୍କ ନିକଟତର ବ୍ୟକ୍ତିଙ୍କ ବର୍ଗରେ ରହିବେ । ଏହାଛଡା ଡେମୋକ୍ରାଟ ଦଳ ଛାଡି ଟ୍ରମ୍ପଙ୍କୁ ସମର୍ଥନ କରିଥିବା ନେତ୍ରୀ ତୁଳସୀ ଗାବାର୍ଡ, ନିକି ହେଲୀ, ବବି ଜିନ୍ଦଲ ପ୍ରମୁଖ ଭାରତୀୟ ବଂଶୋଦ୍‌ଭବଙ୍କ  ଗୁରୁତ୍ୱ ଟ୍ରମ୍ପ ସରକାରରେ ରହିବ । ଏଲନ ମସ୍କ, ବ୍ରୁକେ ରୋନିନ୍ସ, ମାର୍କୋ ରୁବିଓ, ପୂର୍ବତନ ବିଦେଶ ସଚିବ ମାଇକ ପୋମ୍ପେଓ, ରବର୍ଟ କେନେଡି ଜୁନିଅର, ସ୍କଟ ବେସେଣ୍ଟ, ମାଇକ ୱାଲଜ,ଷ୍ଟିଫେନ ମିଲରଙ୍କ ପରି ନେତାମାନେ ଟ୍ରମ୍ପଙ୍କ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଭ କରିବାର ସମ୍ଭାବନା ରହିଛି । ଟ୍ରମ୍ପଙ୍କ ଶାସନ କାଳରେ ଆମେରିକାର ଅର୍ଥନୀତି, ସୁରକ୍ଷାନୀତି କଠୋର ହେବାର ସମ୍ଭାବନା ରହିଥିବା ହେତୁ ଆମେରିକାରେ ପ୍ରବେଶ କଟକଣାଯୁକ୍ତ ହୋଇପାରେ । ଆଗାମୀ ଦିନରେ  ଆମେରିକା ଅନେକ ବିଦେଶୀ ଲୋକଙ୍କୁ ନିଜ ଦେଶରୁ ବାହାର କରିଦେଇ ଅର୍ଥନୀତିକୁ ସମ୍ଭାଳିବାକୁ ଚେଷ୍ଟା କରିବ । ଆଇଏସ୍‌ଆଇଏସ୍‌କୁ ନଷ୍ଟ କଲାପରି ମଧ୍ୟ ପ୍ରାଚ୍ୟର ଇସଲାମିକ ଗୋଷ୍ଠୀ ହୁଥୀ, ହେଜବୋଲ୍ଲା, ହାମାସ ବିରୁଦ୍ଧରେ ଆମେରିକା ଲଢିବାର ସମ୍ଭାବନା ରହିଛି । ଇସଲାମିକ ରାଷ୍ଟ୍ର, ୟୁରୋପୀୟ ରାଷ୍ଟ୍ର ଆମେରିକା ଟାର୍ଗେଟରେ ରହିବାର ସମ୍ଭାବନା ଅଧିକ । 
ଟ୍ରମ୍ପ ବିଜୟୀ ହେବାର ପରବର୍ତ୍ତୀ ପ୍ରଭାବକୁ ଲିଜ୍ ହ୍ୱିଲର ନାମ୍ନୀ ଜଣେ ମହିଳା ତାଙ୍କ ଏକ୍ସ ଏକାଉଣ୍ଟରେ ଏକ ସୁନ୍ଦର ବିଶ୍ଳେଷଣ ଦେଇଛନ୍ତି ସେ ଲେଖିଛନ୍ତି ଯେ ଟ୍ରମ୍ପ ବିଜୟୀ ହେବାର ମାତ୍ର ଦୁଇଦିନ ହୋଇଛି ହେଲେ, ଷ୍ଟକ ମାର୍କେଟ ରେକର୍ଡ ଶୀର୍ଷକୁ ଛୁଇଁଛି । ଅନୁପ୍ରବେଶକାରୀମାନେ ଆମେରିକାର ସୀମାରୁ ହଟିଯାଇଛନ୍ତି । ଯୁଦ୍ଧ ଶେଷ କରିବାକୁ ହାମାସ ଘୋଷଣା କରିଛି । ବିଟକଏନ, ରେକର୍ଡ ସ୍ତରକୁ ଛୁଇଁଛି, ୟୁକ୍ରେନଯୁଦ୍ଧ ଶେଷ କରିବାକୁ ପୁତିନ ଘୋଷଣା କରିଛନ୍ତି । ହାମାସ ନେତାମାନଙ୍କୁ ଦେଶରୁ ବାହାର କରିବାଲାଗି କାତାର ଚେଷ୍ଟା ଆରମ୍ଭ କରିଛି । ୟୁରୋପୀୟ ସଂଘ ରୁଷିଆ ଗ୍ୟାସ ବଦଳରେ ଆମେରିକାଠାରୁ ଗ୍ୟାସ କିଣିବାକୁ ଆଗ୍ରହ ପ୍ରକାଶ କରିଛି । ଆମେରିକା ଡଲାରରେ ପୁତିନ ତୈଳ ବିକ୍ରି କରିବାକୁ ରାଜି ହୋଇଛନ୍ତି । ଟ୍ରମ୍ପ ଓ ଏଲନ୍ ମସ୍କଙ୍କୁ ଫୋନ କରି କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବେଆଇନ ଅନୁପ୍ରବେଶକାରୀଙ୍କ ସୁବିଧାକୁ ବନ୍ଦ କରିଛନ୍ତି ନ୍ୟୁୟର୍କର ମେୟର, ଆମେରିକା ସୀମାରେ ପ୍ରବେଶକୁ ବନ୍ଦ କରିବାକୁ ମେକ୍‌ସିକୋ ଘୋଷଣା କରିଛି । ଆମେରିକା ସହ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ପାଇଁ ଚୀନ ଘୋଷଣା କରିଛି । ଚୀନରୁ ବାହାରି ଆସିବାକୁ ବଡ ବଡ ଆମେରିକାର କମ୍ପାନୀ ଘୋଷଣା କରିଛନ୍ତି । ଏସବୁ ଟ୍ରମ୍ପଙ୍କ ବିଜୟର ପ୍ରଭାବ ବୋଲି ବୁଝିବାକୁ ହେବ । ଆଗାମୀ ଦିନରେ ଆହୁରି ଅନେକ କିଛି ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । 

ଭାରତୀୟ ସମ୍ବାଦ ସେବା (ଭାସ)
ଭୁବନେଶ୍ୱର-୭୫୧୦୦୩

Leave a Reply