Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକ୍ ଓ ଜମାତର ଭାରତ ବିରୋଧୀ ପ୍ରଚାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକ୍ ଓ ଜମାତର ଭାରତ ବିରୋଧୀ ପ୍ରଚାର


ସୌମେନ୍ଦ୍ର ଜେନା

ପାକ୍ ସରକାର ଏବଂ ଜମାତେ ଇସଲାମୀ (ପାକିସ୍ଥାନ)ର ମିଳିତ ଉଦ୍ୟମରେ ପୃଥିବୀର ଭିନ୍ନ ଭିନ୍ନ ଦେଶରେ ନିରନ୍ତର ଭାରତ ବିରୋଧୀ ପ୍ରଚାର ଜାରି ରହିଛି । ଏଥିରେ ଆମେରିକାର ଦୋ’ନମ୍ବରୀ ଗଣତନ୍ତ୍ରର ସମର୍ଥନ ରହିଆସିଛି । “ଆଗରେ ବହୁ ଆଦର ପଛରୁ ଗୋଇଠା ମାର” -ଏହା ଆମେରିକାର ତଥାକଥିତ ଷଡଯନ୍ତ୍ରକାରୀ ଗଣତନ୍ତ୍ରର ବିଦେଶନୀତିରେ ପରିଣତ ହୋଇଛି । ‘ନାଲିଆଖି ଦେଖାଇ ଅନ୍ୟକୁ ଭୟଭୀତ କର  ନ ମାନିଲେ ଉଦ୍ଦଣ୍ଡ ବାହିନୀକୁ ନିୟୋଜିତ କର’ -ଏହା ମଧ୍ୟ ଆମେରିକାର ଅନ୍ୟ ଏକ ନୀତି ହୋଇଛି । ସେଥିପାଇଁ ଆମେରିକାର ସରକାର ଶହଶହ ତଥାକଥିତ ସ୍ୱେଚ୍ଛାସେବୀ ସଂଗଠନକୁ ଅର୍ଥଦେଇ ପାଳିପୋଷି ଆସିଛନ୍ତି,ଯେଉଁମାନେ ବିଦେଶରେ ସରକାର ବିରୋଧୀ ପ୍ରଚାର ଚଳାଇବା, ଗଣତନ୍ତ୍ର, ମାନବାଧିକାର ନାମରେ ଆନେ୍ଦାଳନ କରିବା, ଶକ୍ତିଶାଳୀ ସରକାରକୁ ଦୁର୍ବଳ କରିବା ପାଇଁ ଲାଗିପଡିଥାନ୍ତି । ଯଦି ଆବଶ୍ୟକ ପଡେ ଏମାନେ ଅସ୍ତ୍ରଶସ୍ତ୍ର ପ୍ରଦାନ କରି ଆର୍ଥôକ ସହଯୋଗ ଦେଇ ଅଶାନ୍ତି, ଅସ୍ଥିରତା ଏବଂ ଗୃହଯୁଦ୍ଧ ପରସ୍ଥିତିି ସୃଷ୍ଟିକରି ସରକାରଙ୍କୁ ପଦଚୁ୍ୟତ କରିବାରେ ଲାଗିପଡିଥାନ୍ତି । ତଥାକଥିତ ଆରବର ବସନ୍ତର କ୍ରାନ୍ତୀ ବୋଲି କୁହାଯାଉଥିବା ସରକାର ହଟାଅ  ଆନେ୍ଦାଳନ ସବୁ ବିଦେଶୀଶକ୍ତି ପ୍ରାୟୋଜିତ ଗୃହଯୁଦ୍ଧ ଥିଲା, ଯାହାକୁ ସେତେବେଳେ ଗଣମାଧ୍ୟମରେ ଜନସମୂହର ଆନେ୍ଦାଳନ କହି ପ୍ର·ର କରାଯାଇଥିଲା । ଭଟାଟିଆ ସଂସ୍ଥା ଏବଂ ବଖରାଖିଆ ଆନେ୍ଦାଳନକାରୀଙ୍କ ସଂପର୍କରେ ସେତେବେଳେ କେହି ସନେ୍ଦହ ପ୍ରକାଶ କରିନଥିଲେ  । ଆମେରିକାର ନିଜସ୍ୱ ରାଜନୈତିକ ସ୍ୱାର୍ଥ ଏବଂ ରାଜନେତାଙ୍କ ମତକୁ ନେଇ ସମଗ୍ର ବିଶ୍ୱରେ ଧନପତିଙ୍କ ଅର୍ଥରେ ତଳସ୍ତରରେ  ସେତେବେଳେ ଅସ୍ଥିରତା ସୃଷ୍ଟିକାରୀ ଷଡଯନ୍ତ୍ର ର·ଯାଇଥିଲା, ଯାହାର ପରିଣାମ ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ଅନେକ ଦେଶ ଆଜିଯାଏଁ ଭୋଗୁଛନ୍ତି । ଏମାନଙ୍କ ପଛରେ ତଥାକଥିତ କିଛି ବିଶ୍ୱବିଦ୍ୟାଳୟ, ସେମାନଙ୍କର ପ୍ରାଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଗୋଷ୍ଠୀ ମଧ୍ୟ ରହିଥାନ୍ତି, ଯେଉଁମାନେ ଏମାନଙ୍କର ଅର୍ଥରେ ସାରାବର୍ଷ କାର୍ଯ୍ୟ କରିଥାନ୍ତି । ସେମିତି କିଛି ସଂଗଠନ ବାବଦରେ ଏଠାରେ ଆଲୋଚନା କରାଯାଇପାରେ । 
ଆମେରିକାରେ କାର୍ଯ୍ୟରତ ଜଷ୍ଟିସ ଫର୍ ଅଲ୍ (ଜେଏଫଏ)ର ୱେବସାଇଟରେ ଭାରତ ବିରୋଧୀ ପ୍ରଚାର ପାଇଁ ପାକ୍ ନେତା ଘୁଲାମ ନବି ଫାୟି ନିୟମିତ କାଶ୍ମୀରକୁ କେନ୍ଦ୍ର କରି ବ୍ଲଗରେ ଲେଖିଥାଏ । ଜେଏଫ୍ଏ ଫ୍ଲାଟଫର୍ମରେ ଫାୟିର ସାକ୍ଷାତକାର ଅବଦୁଲ ମାଲିକ ମୁଜାହିଦ ପ୍ରସ୍ତୁତ କରିଥାଏ । ଏହା ପଛରେ ପାକ୍ ସରକାର ଏବଂ ପାକ୍ ସରକାରଙ୍କ ଥିଙ୍କଟ୍ୟାଙ୍କରେ ଥିବା ଲୋକେ ଯୋଜନା ପ୍ରସ୍ତୁତ କରିଥାନ୍ତି ।  ବୋସ୍ନିଆ ଟାସ୍କ ଫୋର୍ସ ଏବଂ କୋସୋଭା ଟାସ୍କ ଫୋର୍ସର ସଫଳତାପୂର୍ଣ୍ଣ ପ୍ରଚାର ପରେ ଆମେରିକାରେ କାର୍ଯ୍ୟରତ ପାକ୍ ସମର୍ଥôତ ଜମାତେର ସଂଗଠନ ଇସ୍ନା ବା ଇସଲାମିକ କାଉନସିଲ ଅଫ୍ ନର୍ଥ ଆମେରିକା ୨୭ ଏପ୍ରିଲ ୧୯୯୯ରେ ଜେଏଫ୍ର ପ୍ର·ର ଆରମ୍ଭ କରିଥିଲା, ଯାହା ପୂର୍ବରୁ କାଶ୍ମୀର ଏବଂ କୋସୋଭା ଟାସ୍କ ଫୋର୍ସ ନାମରେ ପ୍ରଚାର ଚଳାଇ ଆସିଥିଲା । ୧୯୯୯ରେ ଜଷ୍ଟିସ ଫର୍ ଅଲ୍ ଆମେରିକାରେ ଆରମ୍ଭ ହେବା ଦିନଠାରୁ ଏହାର ବିଚାର ପାକ୍ ସରକାର ଏବଂ ପାକ୍ ସରକାରଙ୍କ ନୀତି ଅନୁଯାୟୀ ହୋଇଆସିଛି । ଆମେରିକାରେ ପାକ୍ ସରକାରଙ୍କ ନୀତିକୁ ପ୍ର·ର କରିବା ପାଇଁ ଜେଏଫ୍ଏ କାଶ୍ମୀର ପାଇଁ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିଲା, ଯାହା ପାକ୍ ସରକାରଙ୍କ ସୀମାପାର ଆତଙ୍କବାଦକୁ ଲିଭାଇବା ପାଇଁ କାଶ୍ମୀର କଥା କହିଲା ବେଳେ ଲସ୍କର -ଇ-ତୈବା କିମ୍ବା ହିଜବୁଲ ମୁଜାହିଦ୍ଦୀନ ବିଷୟରେ କିଛି କହିନଥାଏ । ଏହି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ମଧ୍ୟରେ ଆମେରିକାର ସାଂସଦମାନଙ୍କୁ ନିୟମିତ ପତ୍ର ଲେଖି କାଶ୍ମୀର ବିଷୟ ଜଣାଇବା, ରାଜନେତାଙ୍କୁ ସାକ୍ଷାତ କରି କାଶ୍ମୀର ବିଷୟ ବୁଝାଇବା, ଭାରତ ସରକାରଙ୍କ ପଦକ୍ଷେପ ବିରୁଦ୍ଧରେ ସାଂସଦମାନଙ୍କୁ ପ୍ର୍ସ୍ତୁତ କରିବା,ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଗବେଷକମାନଙ୍କୁ ଭାରତ ବିରୋଧୀ ପ୍ର·ରରେ ସାମିଲ କରାଇବା ସହ କାନାଡାରେ ନେତା ଓ ସଂଗଠନଗୁଡିକୁ ଭାରତ ବିରୋଧୀ କରାଇବା ଥିଲା ଏହାର ଲକ୍ଷ୍ୟ । ଏଥିପାଇଁ ଜେଏଫ୍ଏ ଆମେରିକା ଓ କାନାଡା ପାଇଁ ଦୁଇଟି ସଂଗଠନ ଗଢିଲା -(୧) କାଶ୍ମୀର ଆମେରିକାନ କାଉନସିଲ,(୨) କାଶ୍ମୀର କାନାଡିଆନ୍ କାଉନସିଲ । 
କାଶ୍ମୀର ଆମେରିକାନ କାଉନ୍ସିଲ (କେଏସି) ଗଠନ ପଛରେ ଆଇଏସ୍ଆଇର ନିଦେ୍ର୍ଦଶକ୍ରମେ କାର୍ଯ୍ୟ କରୁଥିବା ଘୁଲାମ ନବି ଫାୟିର ଭୂମିକା ଥିଲା ଅଧିକ । ୧୩ ଏପ୍ରିଲ ୧୯୯୦ରେ ଫାୟି କେଏସିକୁ ଆମେରିକାରେ  ପଞ୍ଜିକୃତ କଲା । ଆମେରିକାରେ ଭାରତ ବିରୁଦ୍ଧରେ କାଶ୍ମୀର କୈନ୍ଦ୍ରୀକ ଗୋଷ୍ଠୀ ଗଠନ ସହ ସମାଜର ବିବିଧବର୍ଗ ମଧ୍ୟରେ ମିଥ୍ୟା ପ୍ରଚାର ଏହାର ଲକ୍ଷ୍ୟ ରହିଲା । ୧୯ ଜୁଲାଇ ୨୦୧୧ରେ ୩.୫ ମିଲିଅନ୍ ଡଲାର ଲବିଂ କାର୍ଯ୍ୟ ପାଇଁ ସାଙ୍ଗରେ ଧରି ଯିବା ବେଳେ ସେ ଧରାପଡି ଗିରଫ ହୋଇଥିଲା । କାଶ୍ମୀର ବିରୋଧୀ ପ୍ରଚାର କାରଖାନାକୁ ଚଳାଇ ରଖିବା ପାଇଁ ତାର ଦୁଇପିଢୀ କାର୍ଯ୍ୟ କଲେଣି । ଫାୟି ଜେଏଫ୍ରେ ଭାରତ ବିରୋଧୀ ବ୍ଲଗରେ ଲେଖିବା ବେଳେ ମୁସଲିମ ଟିଭି ନେଟୱାର୍କରେ  ବିଶେଷଜ୍ଞ ହୋଇ ସାକ୍ଷାତକାର ଦେଇଥାଏ, ଯାହାର ମାଲିକାନା ସାଉଣ୍ଡ୍ ଭିଜନ ହାତରେ ରହିଛି । 
କାଶ୍ମୀର କାନାଡିଆନ କାଉନସିଲ (କେସିସି)ର କାର୍ଯ୍ୟକୁ ଦେଖିଲେ ଜାଣିହେବ ଯେ ଏହା କାଶ୍ମୀରର ସ୍ୱାର୍ଥକୁ ନେଇ କାନାଡା ଏବଂ ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟରତ ଥିବା କଥା କହୁଥିଲେ ହେଁ ଜି-୭ ନେତୃବୃନ୍ଦ,ରାଜ୍ୟଗୋଷ୍ଠୀର ରାଷ୍ଟ୍ରସମୂହ, କାନାଡା ସରକାରଙ୍କ ନିକଟରେ କାଶ୍ମିରୀ (ଭାରତୀୟ) ଲୋକଙ୍କ ଆତ୍ମନିୟନ୍ତ୍ରଣ କଥା କହି ପାକ୍ଅଧିକୃତ କାଶ୍ମୀର କଥାକୁ ଏଡାଇ ଦେଇଥାଏ । ଏହାର ସଂସ୍ଥାପକ ସଦସ୍ୟ ହେଲେ ମୁସ୍ତାକ ଜିଲାନୀ, ହାରୁନ ଭାବା, ମହମ୍ମଦ ଅସ୍ରଫ । ମୁସ୍ତାକ ଜିଲାନୀ କାନାଡାର ଟୋରୋଣ୍ଟୋର ଅଧିବାସୀ । ସେ କାନାଡାରେ କାଶ୍ମୀର ନାମରେ ତିନୋଟି ସଂଗଠନ ଗଢିଛନ୍ତି । ସେଗୁଡିକ ହେଲା କାଶ୍ମୀର କାନାଡିଆନ କାଉନ୍ସିଲ (କେସିସି), କାଶ୍ମୀର ରିଲିଫ ଫଣ୍ଡ ଅଫ୍ କାନାଡା (କେଆର୍ଏଫ୍ସି) ଏବଂ କାଶ୍ମୀର ପିସ୍ ଏଣ୍ଡ୍ ଜଷ୍ଟିସ ଫୋରମ୍ (ପିଜେଏଫ୍) । ଅଲ୍ ପାର୍ଟିଜ୍ ହୁରିୟାତ କନ୍ଫରେନ୍ସ (ଏପିଏଚ୍ସି) ୨୦୦୩ରେ ଏହାର ଶାଖା ନିଉୟର୍କ, ଲଣ୍ଡନ, ଟୋରୋଣ୍ଟୋ ଏବଂ ବ୍ରୁସେଲ୍ସରେ ଖୋଲିବାକୁ ସ୍ଥିର କଲା । ତେଣୁ ହୁରିୟାତ ପକ୍ଷରୁ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟର (ଜେକେଏଲ୍ଏଫ୍) ବାରିଷ୍ଟର ମାଜିଦ ଟ୍ରମ୍ବୁକୁ ବ୍ରୁସେଲ୍ସ, ଅୟୁବ ଠାକୁରକୁ ଲଣ୍ଡନ, ଘୁଲାମ ନବି ଫାୟିକୁ ନିଉୟର୍କ ଓ ମୁସ୍ତାକ ଜିଲାନୀକୁ ହୁରିୟାତର ଟୋରୋଣ୍ଟୋ (କାନାଡା)ସ୍ଥିତ କାର୍ଯ୍ୟାଳୟରେ ଦାୟିତ୍ୱ ଦେଇଥିଲା । ଜିଲାନୀ ହୁରିୟାତର ଖାସ୍ ଲୋକ ହିସାବରେ ବାରମ୍ବାର ପାକ୍ ଗସ୍ତକରି ପାକ୍ ସରକାର ଏବଂ ଆଇଏସ୍ଆଇ ସହ ସଂପର୍କ ରକ୍ଷା କରିଥାଏ । 
ଅଗଷ୍ଟ ୨୦୧୩ରେ କାନାଡା ରେଭିନୁ୍ୟ ଏଜେନ୍ସୀ (ସିଆର୍ଏ) ଅନୁସନ୍ଧାନ ଚଳାଇ ଇସ୍ଲାମିକ ସୋସାଇଟୀ ଅଫ୍ ନର୍ଥ ଆମେରିକା ଡେଭେଲପମେଣ୍ଟ ଫାଉଣ୍ଡେସନର ପଞ୍ଜିକରଣକୁ ରଦ୍ଦ କରିଥିଲେ । ଏହି ସଂସ୍ଥା କାଶ୍ମୀର କାନାଡିଆନ୍ କାଉନସିଲ (କେସିସି) ଏବଂ କାଶ୍ମୀର ରିିଲିଫ୍ ଫଣ୍ଡ ଅଫ୍ କାନାଡା ସହ ମିଶି କାର୍ଯ୍ୟ କରୁଥିଲା । କେସିସି ଏବଂ କେଆର୍ଏଫ୍ସି କାନାଡାରୁ ଅର୍ଥ ସଂଗ୍ରହ କରି ପାକ୍ର ରିଲିଫ୍ ଅର୍ଗାନାଇଜେସନ ଫର୍ କାଶ୍ମୀର ମୁସଲିମ୍ (ଆରଓକେଏମ୍)କୁ ପ୍ରାୟ ୨୮୧,୯୯୬ ଡଲାର ଅର୍ଥ ଯୋଗାଇଥିଲେ । କାନାଡା ରେଭିନୁ୍ୟ ଏଜେନ୍ସୀର ଅନୁସନ୍ଧାନରୁ ଜଣାପଡିଲା ଯେ ଆର୍ଓକେମ୍ ପ୍ରକୃତରେ ଜିମାତେ ଇସଲାମୀର ସଂସ୍ଥା ଯାହାର ଉଗ୍ରବାଦୀ ସଂଗଠନ ହେଉଛି ହିଜବୁଲ ମୁଜାହିଦ୍ଦୀନ । ହିଜବୁଲ ମୁଜାହିଦ୍ଦୀନର ସନ୍ତ୍ରାସବାଦୀ କାର୍ଯ୍ୟ ପାଇଁ ଏହି ସଂଗଠନ ଉପରେ ପୃଥିବୀର ଅନେକ ରାଷ୍ଟ୍ରରେ ନିଷେଧାଦେଶ ରହିଛି । ରିିଲିଫ୍ ଅର୍ଗାନାଇଜେସନ ଫର୍ କାଶ୍ମୀର ମୁସଲିମ ସଂଗଠନ କାନାଡାରୁ ଯେଉଁ ଅର୍ଥ ପାକିସ୍ଥାନର ଜମାତେ ଇସଲାମୀକୁ ଦେଇଥିଲା ତାହା ନିଶ୍ଚିତ ରୂପେ ହିଜବୁଲ ମୁଜାହିଦ୍ଦୀନର କାର୍ଯ୍ୟରେ ବିନିଯୋଗ ହୋଇଥିବା ନେଇ ଅନୁସନ୍ଧାନକାରୀ ଏଜେନ୍ସୀ ନିଶ୍ଚିତ ହୋଇଥିଲେ ।
ଜଷ୍ଟିସ ଫର୍ ଅଲ୍ ସଂଗଠନ ଆମେରିକାରେ ରହି କିପରି ପାକ୍ ସରକାର ଏବଂ ଆଇଏସ୍ଆଇ ସହ ସଂପର୍କ ରଖି କାର୍ଯ୍ୟ କରିଥାଏ ତାହା ଦେଖାଯାଉ । ୧୯୯୯ରେ ଜେଏଫ୍ଏ ୱେବସାଇଟରେ କାଶ୍ମୀର ଇନ୍ଫରମେସନ ନେଟୱାର୍କ (କେଆଇଏନ୍) ନାମଥିବା ଦେଖାଯାଇଥିଲା । ତାକୁ କ୍ଲିକ୍ କଲେ ତାହା ପାକ୍ ସରକାରଙ୍କ ୱେବସାଇଟ୍ ପାକ୍ ଗଭ୍ନେଟ୍ରେ ପହଞ୍ଚାଇ ଦେଉଥିଲା ।  ଯେଉଁଠି ପାକ୍ ସରକାରଙ୍କ ସୂଚନା ବିଭାଗ ପକ୍ଷରୁ ପ୍ରଦତ୍ତ ବିଷୟସବୁ କାଶ୍ମୀର ଇନଫରମେସନ ନେଟୱାର୍କରେ ପଡୁଥିଲା । ଯେଉଁ  ବର୍ଷ ଜେଏଫ୍ଏ ଜନ୍ମ ନେଇଥିଲା ସେହିବର୍ଷ ୨୬ ଜାନୁଆରୀ ୧୯୯୯ରେ କାଶ୍ମୀର ଇନଫରମେସନ ନେଟୱାର୍କ କାର୍ଯ୍ୟାରମ୍ଭ କରିଥିଲା । 
କେବଳ ସେତିକି ନୁହେଁ, ଜେଏଫ୍ଏର ୧୯୯୯ରେ ଖୋଲାଯାଇଥିବା ୱେବସାଇଟରୁ ପାକ୍ ସରକାରଙ୍କ ସହ ସଂପର୍କ ରହିଥିବା ଅନେକ ପ୍ରମାଣ ରହିଛି । ଯେମିତି ଏହାର କାଶ୍ମୀର ବୁକ୍ସ ଅନ୍ଲାଇନରେ ଦୁଇଟି ପୁସ୍ତକ ରହିଥିଲା । ଦୁଇଟିଯାକ ପୁସ୍ତକରେ କ୍ଲିକ୍ କଲେ ତାହା ପାକ୍-ଗଭ୍-ପିଓକେରେ ପହଞ୍ଚାଇ ଦେଉଥିଲା , ଯାହା ପାକ୍ ସରକାରଙ୍କର ନିଜସ୍ୱ ୱେବସାଇଟ ଥିଲା, ଏହାକୁ ପାକ୍ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସାଇବର ଶାଖା ପରି·ଳନା କରୁଥିଲା । “ଏ ସର୍ଟ ବିବିଲିଓଗ୍ରାଫି  ଅନ୍ କାଶ୍ମୀର” ବହି ଏଥିରେ ରହିଥିଲା, ଯାହା ଉପରେ କ୍ଲିକ୍ କଲେ ତାହା ପାକ୍ ବିଶେଷଜ୍ଞମାନଙ୍କ ଦ୍ୱାରା ଲିଖିତ ପୁସ୍ତକାବଳୀ ଏବଂ ଇନ୍ଷ୍ଟିଚୁ୍ୟଟ ଅଫ୍ ପଲିସି ଷ୍ଟଡିଜ୍ (ଆଇପିଏ) ଏବଂ ଇନ୍ଷ୍ଟିଚୁ୍ୟଟ ଅଫ୍ ରେଜିଓନାଲ ଷ୍ଟଡିଜ୍, (ଇସଲାମାବାଦ) ନିକଟରେ ପହଞ୍ଚାଇ ଦେଉଥିଲା । 
ଜଷ୍ଟିସ ଫର୍ ଅଲ୍ ପକ୍ଷରୁ ·ଲିଥିବା ୨୦୦୦ପର ୱେବସାଇଟରେ ଇସଲାମାବାଦର ପଲିସୀ ଷ୍ଟଡିଜର ଅନେକ ଲେଖା ରହିଥିଲା । ୱେବସାଇଟର ସୂଚନା ଅନୁଯାୟୀ ଏହି ସଂସ୍ଥା (ଆଇପିଏସ୍) ଏକ ସ୍ୱୟଂସେବୀ ସଂଗଠନ ଭାବେ ୧୯୭୯ରେ ପାକିସ୍ଥାନର ସିନେଟର ଖୁ୍ର୍ସିଦ ଅହମଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।  ସେ  ଏହାର ଅଧ୍ୟକ୍ଷ ଏବଂ ମୁଖ୍ୟ ପୃଷ୍ଠପୋଷକ ରହିଆସିଛନ୍ତି । ଖୁର୍ସିଦ ଅହମଦ ତାଙ୍କ ଜୀବନ କାଳର ଅଧା ସମୟ ପାକ୍ରେ ବିତାଇଥିଲା ବେଳେ  ୧୯୭୯ରେ ଏହି ସଂସ୍ଥା ଆରମ୍ଭ କରିଥିଲେ । ଶିକ୍ଷା ଶେଷ ହେବା ପରେ ସେ ୧୯୪୯ରେ ଜମିଆତ୍ -ଇ-ତଲାବରେ ଯୋଗଦାନ କରି ପରେ ୧୯୫୩ରୁ ୧୯୫୫ ଯାଏଁ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ପରେ ସେ ଜମାତେ ଇସଲାମୀରେ ଯୋଗଦେଇ ଉପାଧ୍ୟକ୍ଷ ଏବଂ ବିଦେଶରେ ଜମାତର ପ୍ରବକ୍ତା ହୋଇଥିଲେ । ୧୯୬୬ରେ ସେ ଜଣେ ଗବେଷକ ଭାବେ ଇଂଲଣ୍ଡର ୟୁନିଭରସିଟୀ ଅଫ୍ ଲିସେଷ୍ଟରକୁ ଯାଇ ୧୯୬୮ରେ ଦି ଇସଲାମିକ ଫାଉଣ୍ଡେସନ ଗଠନ କଲେ । ତାଙ୍କର ସେହି କାର୍ଯ୍ୟରେ ବଙ୍ଗଳାଦେଶରେ ଯୁଦ୍ଧ ଅପରାଧୀ ଘୋଷିତ ଖୁର୍ରମ ମୁରାଦ ସହଯୋଗୀ ଥିଲା । ଇସଲାମିକ ଫାଉଣ୍ଡେସନ ଜମାତେ ଇସଲାମୀର ବ୍ରିଟେନସ୍ଥିତ ଥିଙ୍କଟ୍ୟାଙ୍କ୍ ଭାବେ ପରିଚିତ । 
୨୦୧୬ରେ ପାକ୍ ସିନେଟର ଏକ ରିପୋର୍ଟକୁ ଆଇପିଆର୍ଆଇ ଏବଂ ଇସଲାମାବାଦ ପଲିସୀ ଷ୍ଟଡିଜ୍ ମିଶି ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଭାରତର ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ, ଦଳିତ ଓ ମାଓବାଦୀ ସନ୍ତ୍ରାସବାଦରୁ ପାକିସ୍ଥାନ କିପରି ଲାଭ ଉଠାଇପାରିବ ସେ ବିଷୟରେ ଉଲ୍ଲେଖ ରହିଥିଲା । ଭାରତରେ ମୋଦୀ ସରକାରଙ୍କୁ ବିରୋଧ କରାଯିବା ଲାଗି କିପରି ବିରୋଧୀ ଦଳ, ଗଣମାଧ୍ୟମ, ସିଭିଲ ସୋସାଇଟୀ ସଂଗଠନ, ମାନବାଧିକାର ଗୋଷ୍ଠୀଗୁଡିକୁ କାର୍ଯ୍ୟରେ ଲଗାଯାଇପାରିବ ଏବଂ ଜାମ୍ମୁ-କାଶ୍ମୀର ବିଷୟକୁ ବିଦେଶୀ ମିଡିଆ ତଥା ସୋସିଆଲ ମିଡିଆରେ ଉପଯୋଗ କରାଯାଇପାରିବ,  ସେ ବିଷୟରେ ଉଲ୍ଲେଖ ରହିଥିଲା । ଏଥିରୁ ଏକ ଇକୋସିଷ୍ଟମକୁ ଧରି କିପରି ପାକ୍ ଏବଂ ଜମାତ ଗୋଷ୍ଠୀ ସମଗ୍ର ବିଶ୍ୱରେ ଭାରତ ବିରୋଧୀ ଚଳାଇଛନ୍ତି ଏସବୁ ତାର ସ୍ପଷ୍ଟ ପ୍ରମାଣ । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply