Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋସୋଭା ଟାସ୍କପୋର୍ସର ଷଡଯନ୍ତ୍ରକାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋସୋଭା ଟାସ୍କପୋର୍ସର ଷଡଯନ୍ତ୍ରକାରୀ


-ସୌମେନ୍ଦ୍ର ଜେନା-

ସନ୍ତ୍ରାସବାଦୀ ଏବଂ ସ୍ୱେଚ୍ଛାସେବୀ ଏବେ ସାଙ୍ଗ ହୋଇ ସାରା ପୃଥିବୀରେ କାର୍ଯ୍ୟ କରୁଛନ୍ତି । ସ୍ୱେଚ୍ଛାସେବୀ ସେବା ଆଳରେ ଅର୍ଥ ସଂଗ୍ରହ କରୁଛନ୍ତି । ସନ୍ତ୍ରାସବାଦୀ ସେହି ଅର୍ଥରେ କିପରି ମଣଷ ଶିକାର କରୁଛନ୍ତି ତାହା ଦେଖାଯାଉ । କୋସୋଭା ଟାସ୍କ ଫୋର୍ସ ଅନ୍ତର୍ଗତ ଅନ୍ୟ  ସଂଗଠନ କାଉନସିଲ ଅଫ୍ ଆମେରିକାନ୍ ଇସଲାମିକ ଅର୍ଗାନାଇଜେସନ୍ସ (କାଏର) ୧୯୯୪ରେ ଇସଲାମିକ ଆସୋସିଏସନ୍ ଅଫ୍ ପାଲେଷ୍ଟାଇନରୁ ବାହାରି ଜନ୍ମ ନେଇଥିଲା, ଯାହା ସନ୍ତ୍ରାସୀ ସଂଗଠନ ହାମାସ ସମର୍ଥନରେ ଆମେରିକାରୁ ଅର୍ଥ ସଂଗ୍ରହ କରୁଥିଲା  । ଏହାର ପ୍ରତିଷ୍ଠାତା ନିହଦ ଆୱାଦ ପାଲେଷ୍ଟାଇନ ସଂଗଠନରେ ବଡ ପଦବୀରେ ରହିଥିଲା । ୨୦୦୭ରେ ହୋଲି ଲାଣ୍ଡ ଫାଉଣ୍ଡେସନ ସହ ମିଶି ହାମାସ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ ଅଭିଯୋଗରେ କାଏରକୁ ଆମେରିକାର ଅପରାଧୀକ ବି·ରର ସମ୍ମୁଖୀନ ହେବାକୁ ପଡିଥିଲା । ଆମେରିକା ସରକାରଙ୍କ ଆକଳନ ଅନୁଯାୟୀ ୧୯୯୫-୨୦୦୧ ମଧ୍ୟରେ ହୋଲି ଲାଣ୍ଡ ଫାଉଣ୍ଡେସନ ସନ୍ତ୍ରାସବାଦୀ ଗୋଷ୍ଠୀ ହାମାସକୁ ୧୨.୪ ମିଲିଅନ ଡଲାରର ଦାନ ଓ ସାମଗ୍ରୀ ଆମେରିକାରୁ ପଠାଇଥିଲା । ହାମାସକୁ ଦ୍ରବ୍ୟ ଯୋଗାଣ ଅଭିଯୋଗରେ ହୋଲି ଲାଣ୍ଡ ଫାଉଣ୍ଡେସନର ପାଞ୍ଚଜଣ ଅଧିକାରୀ ସୁକ୍ରୀ ଅବୁବକର, ମହମ୍ମଦ ଏଲ୍ ମେଜୈନ, ଘସନ ଇଲାସୀ, ମୁଫିଦ ଅବଦୁଲକାଦର ଓ ଅବଦୁଲ ରହମନ ଓଡେହ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୁସଲିମ ବ୍ରଦରହୁଡର ସନ୍ତ୍ରାସବାଦୀ ସଂଗଠନ ହାମାସ ସହ ସଂପର୍କ ରଖିଥିବା ହେତୁ ୨୦୧୪ରେ କାଏର ସମେତ ୮୨ଟି ଗୋଷ୍ଠୀକୁ ୟୁନାଇଟେଡ୍ ଆରବ ଏମିରେଟ ସନ୍ତ୍ରାସବାଦୀ ଗୋଷ୍ଠୀ ଭାବେ ଘୋଷଣା କରିଥିଲେ । 
କୋସୋଭା ଟାସ୍କ ଫୋର୍ସ ଅନ୍ତର୍ଗତ ଅନ୍ୟ ଏକ ସଂଗଠନ କାଉନସିଲ ଅଫ୍ ଇସଲାମିକ ଅର୍ଗାନାଇଜେସନ ଅଫ୍ ଚିକାଗୋ (ସିଆଇଓସି) ହେଉଛି ଚିକାଗୋ ଅଞ୍ଚଳରେ ମସଜିଦ୍ଠାରୁ ମୁସଲିମ ବିଦ୍ୟାଳୟ ପର୍ଯ୍ୟନ୍ତ ଗୋଷ୍ଠୀଗତ କାର୍ଯ୍ୟରେ ସକ୍ରୀୟଥିବା ୬୦ଟି ସଂଗଠନ ମଧ୍ୟରୁ ଅନ୍ୟତମ  । ଅନ୍ୟ କେତେକ ସଂଗଠନ ହେଲେ ଇଣ୍ଡିଆନ ଆମେରିକାନ୍ ମୁସଲିମ କାଉନସିଲ (ଆଇଏଏମ୍ସି) ,ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକା, ମୁସଲିମ ଆମେରିକାନ୍ ସୋସାଇଟୀ, ଜକାତ ଫାଉଣ୍ଡେସନ୍ ଆମେରିକା, ଏଚ୍ଏଚ୍ଆର୍ ଡିୟୁଏସ୍, ଏବଂ ଇମାନା ।  ୧୯୯୨ରେ ଏହି ସଂସ୍ଥା (ଇଆଇଏନ: ୩୬-୩୮୬୯୭୪୯) ସ୍ଥାପନା ହୋଇ ସେପ୍ଟେମ୍ବର ୧୯୯୫ରୁ ଟିକସ ଛାଡ ସୁବିଧା ପାଇଥିଲା । କାଉନସିଲ ଅଫ୍ ଇସଲାମିକ ଅର୍ଗାନାଇଜେସନ ଜେନେରାଲ କାଉନସିଲର ପ୍ରତିଷ୍ଠାତା  ମହମ୍ମଦ କୈ÷ଶରୁଦ୍ଦୀନ ଯିଏକି ସଂପ୍ରତି ଅନ୍ୟ ଏକ ସହଯୋଗୀ ସଂଗଠନ ଜକାତ ଚିକାଗୋର ଅଧ୍ୟକ୍ଷ ଏବଂ ଡାଉନଟାଉନ ଇସଲାମିକ ସେଣ୍ଟରର (ଡିଆଇସି)ର ଉପାଧ୍ୟକ୍ଷ ରହିଛନ୍ତି ।  କୈଶରୁଦ୍ଦୀନ ହାଇଦ୍ରାବାଦର ଓସ୍ମାନିଆ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ରହିଥିଲେ । 
୨୦୧୭ରେ ସିଆଇଓଜିସିର ନୂତନ ବୋର୍ଡ ସଦସ୍ୟ ଭାବେ ହଲିଲ ଡେମିରଙ୍କୁ ନିଯୁକ୍ତି ମିଳିଥିଲା । ୨୦୧୭ରେ ସେ ଜକାତ ଫାଉଣ୍ଡେସନ ଆମେରିକାର ନେତା ରହିଥିଲେ । ହମିର ନିଜେ ଜଣେ ତୁର୍କୀ ମୂଳର ଲୋକ ଯିଏକି ୨୦୦୧ରେ ଆମେରିକାରେ ଜକାତ ଫାଉଣ୍ଡେସନ ଆମେରିକା ଆରମ୍ଭ କରିଥିଲେ । ଏହା ବ୍ୟତିରେକ ହଲିଲ ଡେମିର ଚିକାଗୋର ବିନେଭେଲେନ୍ସ ଇଣ୍ଟରନେସନାଲ ଫାଉଣ୍ଡେସନ (ବିଆଇଏଫ୍)ର ଲୋକସଂପର୍କ ଅଧିକାରୀ । ଏହି ସଂସ୍ଥାର କାର୍ଯ୍ୟାଳୟ ବୋସନିଆ ଓ ହେର୍ଜେଗୋଭିନା, ପାକିସ୍ଥାନ, ଚୀନ,ରୁଷିଆର ଚେଚେନ୍ୟା ଇନଗ୍ୱିସେଟିଆରେ କାର୍ଯ୍ୟାଳୟ ରହିଛି । ୨୦୦୭ରେ ବିନୋଭେଲେନ୍ସ ଇଣ୍ଟରନେସନାଲ ଫାଉଣ୍ଡେସନ (ବିଆଇଏଫ୍) ସମେତ ଅନ୍ୟ ଦୁଇଟି ସଂସ୍ଥା ଅଲ୍ କାୟଦା ଏବଂ ଅନ୍ୟ ଉଗ୍ରବାଦୀ ସଂଗଠନକୁ ଆର୍ଥôକ ସହାୟତା ଯୋଗାଉଥିବା ବିଷୟ ଆମେରିକାର ଟ୍ରେଜେରୀ ପକ୍ଷରୁ ପ୍ରକାଶ କରାଯାଇଥିଲା । ବିଆଇଏଫ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଇନାମ ଆର୍ଣ୍ଣୋଟ ଏବଂ ଅଲ୍କାୟଦା ମୁଖ୍ୟ ଓସାମାବିନ୍ ଲାଡେନ ମଧ୍ୟରେ ଉତ୍ତମ ସଂପର୍କ ରହିଥିଲା । ଲାଡେନ ତରଫରୁ ଅନ୍ୟମାନଙ୍କୁ ସେ ଅର୍ଥ ଦେଉଥିଲା । ଏହା ସହ ଆର୍ଣ୍ଟୋଟ ଶେଷରେ ବୋସ୍ନିଆ ଏବଂ ଚେଚେନ୍ୟାର ଉଗ୍ରବାଦୀଙ୍କୁ ଅର୍ଥଦାନ ପାଇଁ ସଂସ୍ଥାର ପାଣ୍ଠିକୁ ବ୍ୟବହାର କରିଥିବା କଥା ସ୍ୱୀକାର କରିଥିଲେ । ସିଆଇଓଜିସିର କେତେକ ସଦସ୍ୟ ଯେମିତି ଡକ୍ଟର ବାସମ ଓସମାନ ଇସ୍ନା ଶୁରାଇ ଜଣେ ସଦସ୍ୟ ଥିଲେ । ସେମିତି ଜାହିଦ ମୋହସିନ ଆଇସିଏନ୍ଏ ଚିକାଗୋର ଅଧ୍ୟକ୍ଷ ୪ବର୍ଷ ଧରି ରହିଥିଲେ । ଜକାତ ଚିକାଗୋର  ସହଯୋଗୀ ସଂଗଠନ ସିଆଇଓଜିସି ଇଣ୍ଡିଆନ ମୁସଲିମ ରିଲିଫ  ଏଣ୍ଡ ·ରିଟିଜର ଅଧ୍ୟକ୍ଷ ଶେଖ ମକସୁଦ କ୍ୱାଦ୍ରୀ ସହ ସାମିଲ ଥିଲା । 
କୋସୋଭା ଟାସ୍କ ଫୋର୍ସରେ ଥିବା ଅନ୍ୟ ଏକ ସଂଗଠନ ହେଉଛି ଇସଲାମିକ ମେଡିକାଲ ଆସୋସିଏସନ । ୧୯୬୭ରେ ଏହା ଆରମ୍ଭ ହୋଇଥିଲା ।  ପରେ ଏହାର ନାମ ଇସଲାମିକ ମେଡିକାଲ ଆସୋସିଏସନ୍ ଅଫ୍ ନର୍ଥ ଆମେରିକା (ଇମାନା)କୁ ପରିବର୍ତ୍ତିତ କରାଯାଇଥିଲା । ଏହା ଇସଲାମିକ ସୋସାଇଟୀ ଅଫ୍ ନର୍ଥ ଆମେରିକାର ଖାସ୍୍ ସଦସ୍ୟମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଯଦିଓ କୈାଣସି ଇସଲାମିକ ମାନବାଧିକାର ଗୋଷ୍ଠୀ (ଆମେରିକାରେ କାର୍ଯ୍ୟରତ) ନିଜର ସଂପର୍କ ମୁସଲିମ ବ୍ରଦରହୁଡ ସହ ସିଧାସଳଖ ରହିଥିବା କଥା କହୁନାହାନ୍ତି, ତଥାପି ସେମାନେ ଏହାର ଶାଖା ସଂଗଠନ ଭାବେ କାର୍ଯ୍ୟ କରୁଛନ୍ତି । ଅନେକ ସଂଗଠନ ମିଶି ସମର୍ଥନ ମଧ୍ୟ କରୁଛନ୍ତି । ଯେମିତି ଇମାନା ଇସଲାମିକ ସୁରା କାଉନସିଲ ଏବଂ ଇସଲାମିକ ସୋସାଇଟୀ ଅଫ୍ ନର୍ଥ ଆମେରିକା (ଇସନା)ର ଦୃଷ୍ଟିକୋଣ ଅନୁଯାୟୀ କାର୍ଯ୍ୟକରେ । ଇସନା ଏକ ମୁସଲିମ ବ୍ରଦରହୁଡର ଶାଖା ସଂଗଠନ । ୨୦୦୦ବେଳକୁ ଇମାନା ସାରା ବିଶ୍ୱରେ ଇସଲାମର ପ୍ର·ର ପ୍ରସାରକୁ ପ୍ରଶଂସା କରିବାକୁ ଆରମ୍ଭ କରିଥିଲା । ପାକିସ୍ଥାନର ଅଲ୍-ମୁସ୍ତଫା ୱେଲଫେୟାର ଟ୍ରଷ୍ଟର    ବୈ·ରିକ ଦର୍ଶନରେ ଏହା କାର୍ଯ୍ୟକରେ ଯାହାକି ପାକ୍ ସେନାର କାର୍ଯ୍ୟକ୍ଷେତ୍ର ହୋଇଆସିଛି । ଇମାନାର ଜଣେ ନିଦେ୍ର୍ଦଶକ ଜାହିଦ ମହମ୍ମୁଦ ପୂର୍ବରୁ ପାକ୍ ନୋ÷÷ସେନାର ଅଧିକାରୀ ଥିଲେ ଏବଂ ପରେ ପାକ୍ ଇଣ୍ଟରନେସନାଲ ଏୟାରଲାଇନ୍ସରେ ମଧ୍ୟ କାର୍ଯ୍ୟ କରିଥିଲେ । 
ନଭେମ୍ବର ୨୦୦୮ରୁ ଅକ୍ଟୋବର ୨୦୧୭ ପର୍ଯ୍ୟନ୍ତ ଇମାନାର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଥିବା ରସିଦ ଅହମ୍ମଦ ଏବେ ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି, ଯିଏକି ତ୍ରିପୁରା ହିଂସାକାଣ୍ଡ ବେଳେ ଦଙ୍ଗା କାଣ୍ଡ ପାଇଁ ଉସ୍କାଇଥିଲେ । ତେବେ ଇମାନା ଭାରତ ନାମରେ କୋଟି କୋଟି ଡଲାର ·ରିଆଡୁ ·ନ୍ଦା ସଂଗ୍ରହ କରିଛି । କୋରୋନା ସମୟରେ ଭାରତ ଯେଉଁସବୁ ରାଷ୍ଟ୍ରକୁ ଟୀକା ଯୋଗାଇଥିଲା ସେହିସବୁ ଦେଶରେ ପହଞ୍ଚô  ଇମାନା ଭାରତ ପ୍ରତି ଥିବା ଶ୍ରଦ୍ଧାରୁ ବେଶ୍ ଫାଇଦା ଉଠାଇଛି । କୋରୋନା ସମୟରେ ଭାରତକୁ ସାହାଯ୍ୟ କରିବା ଆଳରେ ‘ହେଲ୍ପ ଇଣ୍ଡିଆ ବ୍ରିଦ୍’ ଅଭିଯାନ ଚଳାଇ ସଂସ୍ଥା ବେଶ୍ ଭଲ ·ନ୍ଦା ସଂଗ୍ରହ କରିଥିଲା । ଏହାଛଡା ଅଲ୍-ଖିଦମତ୍ ଫାଉଣ୍ଡେସନକୁ ଇମାନା ଅର୍ଥ ଯୋଗାଇ ଆସିଛି ,ଯାହା ଜେଲର ସେବା ସଂସ୍ଥା । ଅଲ୍ ଖିଦମତ ହିଜବୁଲ ମୁଜାହିଦ୍ଦୀନ ଏବଂ ହାମାସ ସନ୍ତ୍ରାସବାଦୀ ଗୋଷ୍ଠୀକୁ ଆର୍ଥôକ ସହାୟତା ଦେଇଥାଏ । କହିବା କଥା ହେଲା ଏହିସବୁ ସ୍ୱେଚ୍ଛାସେବୀ ସଂଗଠନ ଆଳରେ ଏମାନେ ବିଶ୍ୱବ୍ୟାପି ସନ୍ତ୍ରାସ ଏବଂ ମୋ÷÷ଳବାଦର ବୀଜବପନ କରିବାରେ ଲାଗିଛନ୍ତି । ଏମାନଙ୍କ ଇକୋ ସିଷ୍ଟମ ବା ଧରାଧରି ହୋଇ କାର୍ଯ୍ୟକରିବା ଶୈ÷ଳୀ ପ୍ରତି କେହି ପ୍ରଶ୍ନ କରୁନାହାନ୍ତି, ଯାହା ଗଣମାଧ୍ୟମରେ ଅଧିକ ହେବା ଦରକାର । ସାଧାରଣ ଲୋକେ ଏମାନଙ୍କ ଛଦ୍ମ ପରିଚୟ ସଂପର୍କରେ ଜାଣିଲେ ଆର୍ଥôକ ସହାୟତା କରିବାଠୁ ଦୂରେଇ ରହିବେ । ସେବା ଆଳରେ ସନ୍ତ୍ରାସର ·ରାରୋପଣକାରୀ ଏହିସବୁ ସଂଗଠନଗୁଡିକ ପ୍ରତି ସମସ୍ତେ ସାବଧାନ ରହିବା ନିହାତି ଜରୁରୀ । 

ଭାରତୀୟ ସମ୍ବାଦ ସେବା(ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply