Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜର୍ଜ ସୋରୋସଙ୍କ ନେଟବର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜର୍ଜ ସୋରୋସଙ୍କ ନେଟବର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ


ଡ. ସମନ୍ୱୟ ନନ୍ଦ
ବର୍ତମାନ ଜର୍ଜ ସୋରୋସଙ୍କ ନାମ ବିତର୍କର କେନ୍ଦ୍ର ବିନ୍ଦୁରେ ରହିଛି । ୯୦ ବର୍ଷରୁ ଉର୍ଧ ବୟସ ର ଜର୍ଜ ସୋରୋସ ହେଉଛନ୍ତି ବିଶ୍ୱର ଜଣେ ଧନାଢ୍ୟ ବ୍ୟକ୍ତି । ତାଙ୍କ ନିକଟରେ ଅଜସ୍ର ଧନ ରହିଛି । କିଛି ଦିନ ତଳେ ସେ ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବକ୍ତବ୍ୟ ଦେଇଥିଲେ । ଅନେକ ବର୍ଷ ପୂର୍ବରୁ ସେ ଭାରତ ସମ୍ପର୍କରେ ତାଙ୍କର ମନର ଉଦେ୍ଦଶ୍ୟ ସ୍ପଷ୍ଟ କରି ସାରିଥିଲେ । ଭାରତରୁ ସନାତନ ଧର୍ମ, ଭାରତୀୟ ସଭ୍ୟତାକୁ ନଷ୍ଟ କରିବା ତାଙ୍କର ଉଦେ୍ଦଶ୍ୟ ବୋଲି ସେ ଆଗରୁ କହି ସାରିଛନ୍ତି । । ସେତେବେଳେ ଏହି ବକ୍ତବ୍ୟର କୌଣସି ପ୍ରତ୍ୟକ୍ଷ ରାଜନୈତିକ ଅର୍ଥ ନ ଥିବା କାରଣରୁ ଏହାକୁ ନେଇ ବିଶଦ ଭାବେ ଚର୍ଚା ହୋଇ ନ ଥିଲା । ହେଲେ ବର୍ତମାନ ଜର୍ଜ ସୋରୋସ ଆଉ ଏକ ପାଦ ଆଗକୁ ଯାଇଛନ୍ତି । ଭାରତର ସନାତନ ଧର୍ମ, ଭାରତୀୟ ସଭ୍ୟତାକୁ ସମାପ୍ତ କରିବା ଦିଗରେ ସବୁଠାରୁ ବଡ ଅବରୋଧ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଶାସନ କ୍ଷମତାରୁ ହଟିଲେ ଓ ତାଙ୍କ ସ୍ଥାନରେ ଆଉ କେହି ଭାରତର ପ୍ରଧାନମନ୍ତ୍ରୀ ହେଲେ ତାଙ୍କୁ ଏହି କାମ କରିବା ଅତ୍ୟନ୍ତ ସହଜ ହୋଇ ଯିବ । ତେଣୁ ଏବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟାର୍ଗେଟରେ ଅଛନ୍ତି । ଆମେ ଯଦି ଠିକ ଭାବେ ଦୃଷ୍ଟି ପକାଇବା ତେବେ ଦେଖିବା ପ୍ରଥମେ ବିବିସିର ମୋଦୀ ବିରୋଧୀ ପ୍ରପାଗଣ୍ଡା ଡକ୍ୟୁମେଂଟାରୀ ତା ପରେ ଅଡାନୀ ମାମଲାରେ ହିଣ୍ଡେନବର୍ଗ ରିପୋର୍ଟ ଓ ଏବେ ଜର୍ଜ ସୋରୋସଙ୍କ ବକ୍ତବ୍ୟ ଅନେକ କିଛି ସ୍ପଷ୍ଟ କରୁଛି ।
ଏବେ ଆମେ ଦୃଷ୍ଟି ପକାଇବା ଜର୍ଜ ସୋରୋସ କିଏ । ଜର୍ଜ ସୋରୋସ ହେଉଛି ଜଣେ ଆମେରିକାର ପୁଂଜିପତି । ସେ ଷ୍ଟକ ମାର୍କେଟରେ ପୁଂଜି ଖଟାଇ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି । ଫୋର୍ବସ ପତ୍ରିକାର ରିପୋର୍ଟ ଅନୁସାରେ ୧୯୩୦ ମସିହାରେ ହଙ୍ଗେରୀରେ ଜନ୍ମ ଗ୍ରହଣ କରିଥିବା ଜର୍ଜ ସୋରୋସଙ୍କ ନିକଟରେ ୬.୭ ବିଲିୟନ ଡଲାର ଅର୍ଥାତ ପାଖା ପାଖି ୫୫,୪୫୫ କୋଟି ଟଙ୍କାର ସମ୍ପତି ରହିଛି ।
ସେ ଜଣେ ପୁଂଜିପତି ହୋଇଥିଲେ ସୁଦ୍ଧା ସାରା ବିଶ୍ୱର ବାମପନ୍ଥୀ ମାନଙ୍କର ସେ ଅତ୍ୟନ୍ତ ପ୍ରିୟ । କାରଣ ସେ ବିଭିନ୍ନ ଦେଶରେ ଅରାଜକତାର ସ୍ଥିତି ଉତ୍ପନ୍ନ କରିବାକୁ ବିପୁଳ ଧନରାଶି କମ୍ୟୁନିଷ୍ଟ ମାନଙ୍କୁ ଦେଇଥାନ୍ତି । ଯେଉଁ ଦେଶରେ ଆବଶ୍ୟକ ସେ ସେହି ଦେଶରେ ସେ ଇସଲାମୀ କଟ୍ଟରପନ୍ଥୀ ଓ ଖ୍ରୀଷ୍ଟିଆନ ମତାନ୍ତରଣକାରୀ ମାନଙ୍କୁ ମଧ୍ୟ ଧନ ଦେଇଥାନ୍ତି । ଏହି ସବୁ ଅର୍ଥ ସେ ସମାଜସେବା ନାମରେ ଦେଇଥାନ୍ତି ।

୧୯୮୪ ମସିହାରେ ସେ ଓପନ ସୋସାଇଟି ନାମରେ ଏକ ସଂସ୍ଥା ତିଆରି କରିଛନ୍ତି । ତାଙ୍କର କାମ କରିବାର ଶୈଳୀ ହେଲା ଯେ ତାଙ୍କର ଏହି ସଂସ୍ଥା ବିଭିନ୍ନ ଦେଶରେ କାମ କରୁଥିବା ଏନଜିଓ ମାନଙ୍କୁ ଅର୍ଥ ପ୍ରଦାନ କରିଥାଏ । ଏହି ଅର୍ଥରେ ଏହି ଏନଜିଓ ମାେନେ ସେହି ଦେଶରେ ବିଭିନ୍ନ ଉପାୟରେ ଅରାଜକତା ସୃଷ୍ଟି କରିବାକୁ କାମ କରିଥାନ୍ତି । ବିଶେଷ ଭାବେ ଜର୍ଜ ସୋରୋସ ନ୍ୟାରେଟିଭ ନିର୍ମାଣ କରିବା ଉଦେ୍ଦଶ୍ୟରେ ଓପନ ସୋସାଇଟି ଜରିଆରେ ବିପୁଳ ଅର୍ଥ ଖର୍ଚ କରିଥାନ୍ତି ।
ଜର୍ଜ ସୋରୋସ ତାଙ୍କର ଏହି ଅର୍ଥ ବଳରେ ଅନେକ ଦେଶରେ କ୍ଷମତା ପରିବର୍ତନ କରାଇବାରେ ସଫଳ ହୋଇଥିବା ବେଳେ ଅନେକ ଦେଶର ଅର୍ଥନୀତିକୁ ଧ୍ୱସ୍ତ କରି ସାରିଛନ୍ତି । ଥାଇଲାଣ୍ଡର ଆର୍ଥିକ ଦୁରାବସ୍ଥା ପାଇଁ ସୋରୋସଙ୍କୁ ଦାୟା କରା ଯାଇଥାଏ । ଅନେକ ଛୋଟ ଛୋଟ ଦେଶ ତ ଜାଣି ପାରନ୍ତି ନାହିଁ ଯେ ତାଙ୍କ ଦେଶରେ ଖରାପ ସ୍ଥିତି ପାଇଁ ସୋରୋସ ଦାୟୀ । କୁହାଯାଏ ଯେ ଯେଉଁ ଦେଶରେ ହଠାତ ଏନଜିଓ ମାନଙ୍କର ସଂଖ୍ୟା ବଢେ ସେଠାରେ ସୋରୋସଙ୍କ ପ୍ରବେଶ ହେଲା ବୋଲି ଧରିବାକୁ ପଡିବ ।
କାଶ୍ମୀରରୁ ଧାରା ୩୭୦ର ଅସ୍ଥାୟୀ ବ୍ୟବସ୍ଥା ହଟିବା ପରେ ମଧ୍ୟ ଜର୍ଜ ସୋରୋସଙ୍କ ବକ୍ତବ୍ୟ ସାମନାକୁ ଆସିଥିଲା । ସେତେବେଳେ ସେ ମୋଦୀ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଥିଲେ ଓ କହିଥିଲେ ଯେ ଭାରତ ହିନ୍ଦୁ ରାଷ୍ଟ୍ର ହେବା ଆଡକୁ ଅଗ୍ରସର ହେଉଛି ।
ଭାରତରେ ଗତ କିଛି ବର୍ଷ ମଧ୍ୟରେ ଯେଉଁ ସବୁ ଆନେ୍ଦାଳନ ହୋଇଛି ତା ଉପରେ ଦୃଷ୍ଟି ପକାଇଲେ ଜର୍ଜ ସୋରସ ଓ ତାଙ୍କର ସଂଗଠନ ଓପନ ସୋସାଇଟି ଫାଉଣ୍ଡେସନ କିଭଳି ଭାବେ କାମ କରିଥାଏ ତାହା ସ୍ପଷ୍ଟ ହୁଏ ।
ବିଶେଷ ଭାବେ କୃଷି ବିଲ ପାରିତ ହେବା ପରେ ଏହା ବିରୁଦ୍ଧରେ ଏକ ଆନେ୍ଦାଳନ ହୋଇଥିଲା । ଏହି ଆନେ୍ଦାଳନକୁ ସାରା ଦେଶର ଚାଷୀ ମାନଙ୍କର ଆନେ୍ଦାଳନ ବୋଲି ପ୍ରଚାରିତ କରିବାକୁ ଚେଷ୍ଟା କରା ଯାଇଥିଲେ ସୁଦ୍ଧା ଏହା କେବଳ ପଂଜାବର କିଛି ଚାଷୀ ମାନଙ୍କର ଆନେ୍ଦାଳନ ଥିଲା । ବିଶେଷ ଭାବେ ଦିଲ୍ଲୀର ସିଂଘୁ ବୋର୍ଡରରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଆନେ୍ଦାଳନରେ ଯେଉଁ ଏନଜିଓର ଭୂମିକା ଥିଲା ସେହି ଏନଜିଓକୁ ଫଣ୍ଡିଂ ଜର୍ଜ ସୋରସ ଓ ତାଙ୍କର ସଂଗଠନ ଓପନ ସୋସାଇଟି ଫାଉଣ୍ଡେସନ କରୁଥିଲା । ଏହି ତଥାକଥିତ ଚାଷୀ ଆନେ୍ଦାଳନ ଉପରେ ଦୃଷ୍ଟି ରଖିଥିବା ଲୋକ ମାନେ ଭଲ ଭାବେ ହୃଦୟଙ୍ଗମ କରିଥିବେ ଯେ ଆନେ୍ଦାଳନକୁ ପରିଚାଳନା କରୁଥିବା ଲୋକ ମାନେ କିଭଳି ଭାବେ କାମ କରୁଥିଲେ । ସେମାନଙ୍କର ଏକ ମାତ୍ର ଉଦେ୍ଦଶ୍ୟ ଥିଲା ଯେ ଭାରତ ସରକାର ଏହି ଆନେ୍ଦାଳନକୁ ହଟାଇବାକୁ ବଳ ପ୍ରୟୋଗ କରୁ । ଆନେ୍ଦାଳନରତ ଲୋକ ମାନଙ୍କ ଉପରେ ଲାଠି ମାଡ କରୁ କିମ୍ବା ଗୁଳି ଚଳାଉ । ଯଦି ଭାରତ ସରକାର ତାଙ୍କୁ ଆନେ୍ଦାଳନରୁ ହଟାଇବାକୁ ବଳ ପ୍ରୟୋଗ କରିଥାନ୍ତେ ତେବେ ଆନେ୍ଦାଳନକାରୀ ଓ ତାଙ୍କ ପଛରେ ଥିବା ଜର୍ଜ ସୋରସ ଓ ତାର ସଂଗଠନର ଉଦେ୍ଦଶ୍ୟ ପୂରଣ ହୋଇଥାନ୍ତା । ଏହା ପରେ ସେମାନେ ସାରା ମୋଦୀ ସରକାରଙ୍କୁ ଫାସିବାଦୀ ବୋଲି କହି ସାରା ବିଶ୍ୱରେ ପ୍ରଚାର କରିବା ସହ ସାରା ଦେଶରେ ନିଆଁ ଲଗାଇଥାନ୍ତେ । ହେଲେ ମୋଦୀ ସରକାର ଅତ୍ୟନ୍ତ ପରିପକ୍ୱତାର ସହ କାର୍ଯ୍ୟ କରି ସୋ. ତାଙ୍କର ଏନଜିଓ ଓ ଭାରତରେ କାମ କରୁଥିବା ତାଙ୍କର ଭଡାଟିଆ ଏନଜିଓ ମାନଙ୍କୁ ଏପରି କରିବାକୁ କୌଣସି ସୁଯୋଗ ଦେଇ ନ ଥିଲେ ।
ରାଫେଲ ଡିଲ ମାମଲା ବେଳେ ମଧ୍ୟ ଏଥିରେ ଦୁର୍ନୀତି ହୋଇଥିବା ରାହୁଲ ଗାନ୍ଧୀ ଓ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଖାରଜ କରି ଦେଇଥିଲେ । ତେବେ ଫ୍ରାନ୍ସର ଶେରପା ଫାଉଣ୍ଡେସନ ନାମକ ଏକ ଏନଜିଓ ଏଥିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲା । ଏହି ଶେରପା ଫାଉଣ୍ଡେସନକୁ ଜର୍ଜ ସୋରୋସଙ୍କ ଓପନ ସୋସାଇଟି ପକ୍ଷରୁ ଫଣ୍ଡିଂ ହୋଇଥିଲା ।
ସିଏଏ ଆଇନ ପରେ ଭାରତର ବିଭିନ୍ନ ଅଂଚଳରେ ଯେଉଁ ବିନା ଆଧାରରେ ଆନେ୍ଦାଳନ ହୋଇଥିଲା ତା ପଛରେ ଫଣ୍ଡିଂ ମଧ୍ୟ ଜର୍ଜ ସୋରୋସଙ୍କ ଥିଲା ସୋରସଙ୍କ ପରବର୍ତୀ ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଥିଲା ।
ରାହୁଲ ଗାନ୍ଧୀଙ୍କ ନିକଟରେ ହୋଇଥିବା ଭାରତ ଯୋଡୋ ଯାତ୍ରା ସହିତ ମଧ୍ୟ ଜର୍ଜ ସୋରୋସଙ୍କ ନାମ ଯୋଡି ହୋଇ ଯାଇଛି । ୨୦୨୨ ଅକ୍ଟୋବର ୩୧ରେ କର୍ଣାଟକରେ ଜଣେ ବ୍ୟକ୍ତି ସଲିଲ ଶେଟ୍ଟୀ ରାହୁଲ ଗାନ୍ଧୀଙ୍କ ସହ ଏହି ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ସଲିଲ ଶେଟ୍ଟୀ ଜର୍ଜ ସୋରୋସଙ୍କ ଦ୍ୱାରା ସ୍ଥାପିତ ଓପନ ସୋସାଇଟି ଫାଉଣ୍ଡେସନର ଗ୍ଲୋବାଲ ଭାଇସ ପ୍ରେସିଡେଂଟ । ତେଣୁ ଏହି ବ୍ୟାପକ ପୃଷ୍ଠ ଭୂମିରେ ଭାରତରେ ଜର୍ଜ ସୋରୋସଙ୍କ କାମ ଓ ତାଙ୍କର କାମର ଶୈଳୀକୁ ବୁଝିବା ପାଇଁ ହେବ ।
ଭାରତରେ ଅନେକ ଏନଜିଓ ବିଭିନ୍ନ କାମ ପାଇଁ ସକ୍ରିୟ ଅଛନ୍ତି । କିଏ ମହିଳା ଅଧିକାର କଥା କହୁଛି ତ କିଏ ଦୁର୍ନୀତି ବିରୁଦ୍ଧରେ ଲଢେଇର କଥା କହୁଛି । କେଉଁ ଏନଜିଓ ଆଇନ କ୍ଷେତ୍ରରେ ତ କିଏ ଶିଶୁ ମାନଙ୍କ ପାଇଁ କାମ କରୁ ଥିବା ଦାବି କରୁଛି । ଏପରି ଅନେକ ଏନଜିଓ ସୋରୋସଙ୍କ ଠାରୁ ଫଣ୍ଡିଂ ନେଇ ତାଙ୍କର ଯୋଜନାରେ କାମ କରୁଛନ୍ତି । ଦେଶରେ ଅନେକ ବଡ ବଡ ନାମୀ ଦାମୀ ଓକିଲ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଅଛନ୍ତି , ଯେଉଁ ମାନେ ଭାରତକୁ ଦୁର୍ବଳ କରିବା, ଭାରତକୁ ବିଭାଜିତ କରିବା କାମରେ ନିରନ୍ତର ଲାଗିଛନ୍ତି । ସେମାନେ ମଧ୍ୟ ସୋରୋସଙ୍କ ଠାରୁ ବିଭିନ୍ନ ଉପାୟରେ ଅନୁଗ୍ରହୀତ ହୁଅନ୍ତି । ତେଣୁ ଏଭଳି ଏନଜିଓ ହୁଅନ୍ତୁ, କିମ୍ବା ରାଜନୈତିକ ନେତା ହୁଅନ୍ତୁ, ସାମାଜିକ କାର୍ଯ୍ୟକର୍ତା ହୁଅନ୍ତୁ କିମ୍ବା ଓକିଲ, ଶିକ୍ଷାବିଦ ବୁଦ୍ଧିଜୀବୀ ହୁଅନ୍ତୁ, ଏମାନେ ସମସ୍ତେ ଜର୍ଜ ସୋରୋସଙ୍କ ହାତର କଣ୍ଡେଇ । ଏମାନଙ୍କୁ ଓ ତାଙ୍କର ନେଟବର୍କକୁ ଚିହ୍ନଟ କରି ସେମାନଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

Leave a Reply