Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ୟବସାୟର ଅନ୍ୟନାମ କାଶ୍ମୀର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ୟବସାୟର ଅନ୍ୟନାମ କାଶ୍ମୀର


ସୌମେନ୍ଦ୍ର ଜେନା

ଅନେକ ଦଶନ୍ଧି ଧରି କାଶ୍ମୀର ନାମରେ ଦେଶ ଓ ବିଦେଶରେ ବହୁତ ଲୋକେ ନିଜନିଜ ଢଙ୍ଗରେ ଦୋକାନ ଚଳାଇ ଆସୁଛନ୍ତି ।  ଗୋଟିଏ ରାଜ୍ୟ କିପରି ଭାରତଠାରୁ ବିଶ୍ୱ ପର୍ଯ୍ୟନ୍ତ ଅନେକ ପ୍୍ରକାରର ଦୋକାନ ଖୋଲିବାକୁ ସୁଯୋଗ ଦେଇଛି ତାହା ବି·ରକଲେ ବିସ୍ମିତ ହେବାକୁ ପଡିଥାଏ । କାରଣ ଦେଶ ଭିତରେ କାଶ୍ମୀରରେ ୩୭୦ ଧାରା ଲାଗୁ କରି ଗୋଟିଏ ରାଜ୍ୟକୁ ଦେଶଠାରୁ ଅଲଗା କରି ରଖିବା ପରେ ରାଜନେତାମାନେ ସାଧାରଣ ଜନତାଙ୍କୁ ମୋ÷÷ଳିକ ସୁବିଧା ନଦେଇ ମଧ୍ୟ ମୂର୍ଖ ତର୍କ ମାଧ୍ୟମରେ ଆଜିଯାଏଁ ମେଣ୍ଢା ଶାସନ ଚଳାଇବା ପରି ଦେଶ ବାହାରେ ଥିବା ଗୋଷ୍ଠୀ କାଶ୍ମୀର ନାମରେ ଅନେକ ଦେଶରେ ସଂସ୍ଥା ଖୋଲି ଦୋକାନ ·ଲୁ ରଖିଛନ୍ତି । ଅନେକଙ୍କ ପାଇଁ ଏହା ଯେମିତି ପାରିବାରିକ ବ୍ୟବସାୟରେ ପରିଣତ ହୋଇଛି । ଏମାନେ ଆମେରିକା ଏବଂ ୟୁରୋପରେ ତଥାକଥିତ କର୍ମୀ ଆଳରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ଏହି ବ୍ୟବସାୟ ବାପପରେ ପୁଅ ପିଢୀ ପରେ ପିଢୀ ଚଳାଇ ଆସୁଛନ୍ତି । ଉଦାହରଣ ସ୍ୱରୂପ ଆୟୁବ ଠାକୁର, ମୁଜ୍ଜାମିଲ ଠାକୁର, ଘୁଲାମ ମୀରର ପିଲାମାନେ ଯେମିତି ହାଫ୍ସା କଞ୍ଜୱାଲ, ଅକ୍ରମ ଦାରର ପୁଅ  ଐଜାଜ୍ ଦାର ପରି ଅନେକ ଲୋକ ଏଥିରୁ ବେଶ୍ ଦି ପଇସା ରୋଜଗାର କରୁଛନ୍ତି । ଏମାନଙ୍କ ପରି ପାକିସ୍ଥାନରେ ଥିବା ଜମାତେ ଇସ୍ଲାମୀ ମଧ୍ୟ ଭଲ ପଇସା ରୋଜଗାର କରୁଛି । 
ଅବଦୁଲ ମାଲିକ ମୁଜାହିଦର ବୋହୂ ସମାନା ସିଦ୍ଦିକୀ ଅବଦୁଲର ପୁଅ ବିଲାଲ ମୁଜାହିଦକୁ ବିବାହ କରିଛି । ୧୯୯୯ରୁ ସାଉଣ୍ଡ ଭିଜନ୍ ସଂସ୍ଥାରେ ସମାନା ବିଷୟ ପରି·ଳିକା ଭାବେ କାର୍ଯ୍ୟ କରିବା ସହ ସାଉଣ୍ଡ ଭିଜନର ୱେବସାଇଟରେ ବ୍ଲଗ ଲେଖି ଆସୁଛି ।  ‘ଚିକାଗୋ କ୍ରିସେଣ୍ଟ’ ନାମକ ମାସିକ ପତ୍ରିକାରେ ସମାନା ପୂର୍ବରୁ ସ୍ତମ୍ଭକାରଭାବେ କାର୍ଯ୍ୟ କରିଛି, ଯାହା ୨୦୦୬ରୁ ୨୦୧୬ ପର୍ଯ୍ୟନ୍ତ ପ୍ରକାଶ ପାଉଥିଲା । ସାଉଣ୍ଡ ଭିଜନ ସଂସ୍ଥାର ନିଦେ୍ର୍ଦଶକ ମହମ୍ମଦ ୟୁନୁସର ୮ଜଣ ପିଲା ୨୫ଜଣ ନାତି-ନାତୁଣୀ । ତା’ପରିବାର ଲୋକେ ଆମେରିକାର ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକାର କାର୍ଯ୍ୟକୁ ସମ୍ଭାଳିଛନ୍ତି । ତା ପୁଅ ତୟବ ୟୁନୁସ ଏବଂ ଝିଅ ସାଦ୍ଦିଆ ୟୁନୁସ ଆଇସିଏନ୍ଏର ଶାଖା ଦାୟିତ୍ୱରେ ରହି ଆସିଛନ୍ତି ।  ସଂସ୍ଥାର ଯୁବଶାଖା ୟଙ୍ଗ୍ ମୁସଲିମର ରାଷ୍ଟ୍ରୀୟ ସଂଯୋଜକ ଭାବେ ତୟବ ପୂର୍ବରୁ କାର୍ଯ୍ୟ କରିସାରିଛି । ପରେ ସେ ଡିସେମ୍ବର ୨୦୧୮ରୁ ମଇ ୨୦୧୯ ପର୍ଯ୍ୟନ୍ତ ୬ମାସ ପାଇଁ ଇସ୍ନାର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଦାୟିତ୍ୱରେ ରହିଥିଲା । ୨୦୨୦ରେ ସେ ଇସ୍ଲାମିକ  ସର୍କଲ ଅଫ୍ ନର୍ଥ ଆମେରିକାର ବାର୍ଷିକ ଛୋଟ ସଭାରେ ଅତିଥିମାନଙ୍କ ସହ ୧୯୯୩ର ବିଶ୍ୱ ବାଣିଜ୍ୟ କେନ୍ଦ୍ର ବୋମାକାଣ୍ଡର ଅନ୍ୟତମ ଷଡଯନ୍ତ୍ରକାରୀ ଇମାମ୍ ସିରାଜ ୱାହିଜ ସହ ଯୋଗ ଦେଇଥିଲା । ୧୯୯୩ ବୋମାମାଡ ଘଟଣାର ଷଡଯନ୍ତ୍ରକାରୀ  ଓସାମାବିନ  ଲାଡେନର ଗୁରୁ ଅବଦୁଲ୍ଲା ଆଜମ ଏବଂ ବୋମା  ପ୍ରସ୍ତୁତକାରୀ ଆମେରିକା ସେନାର ପୂର୍ବତନ ଯବାନ କ୍ଲିମେଣ୍ଟ ରୋଡନୀ ହାମ୍ପଟନ -ଏଲ୍ ସହ ସିରାଜର ଭଲ ସଂପର୍କ ରହିଥିଲା । ମହମ୍ମଦ ୟୁନୁସର ଝିଅ ସାଦ୍ଦିଆ ସଂସ୍ଥାର ରିଲିଫ୍ ଏବଂ ପତ୍ରିକା ‘ଦି ମେସେଜ୍ ଇଣ୍ଟର ନେସ୍ନାଲ’ରେ ୨୦୧୨-୧୩ରେ କାର୍ଯ୍ୟ କରିଥିଲା । 
ଡକ୍ଟର ଅହମ୍ମଦ ମୁରାଦ ହେଉଛି ସାଉଣ୍ଡୟ ଭିଜନ ସଂସ୍ଥାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଏବଂ ସଂସ୍ଥାର ଉପାଧ୍ୟକ୍ଷ । ଦୈ÷ନିକ ପ୍ରାର୍ଥନା ପାଇଁ କୋରାନ ଜାଣିବାକୁ ବ୍ୟବହୃତ ହେଉଥିବା ସଫ୍ଟୱେର ଅଲ-କ୍ୱାରି ପ୍ଲସ ଏବଂ ସଲତବେସ୍ର ସେ ବିକ୍ରେତା । ପାକିସ୍ଥାନର ଜମାତେ ଇସଲାମୀର ଉପସଭାପତି ଜେଲ ବଙ୍ଗଳାଦେଶର ଅଧ୍ୟକ୍ଷ ଥିବା ଖୁର୍ରମ୍ ଝା ମୁରାଦର ସେ ପୁଅ । ୧୯୭୧ରେ ବଙ୍ଗଳାଦେଶରେ ଗଣହତ୍ୟା ଚଳାଇଥିବା ଅଲ୍ବଦର ସନ୍ତ୍ରାସବାଦୀ ଗୋଷ୍ଠୀର ଜଣେ ପ୍ରମୁଖ ସଦସ୍ୟ ଥିଲା ଖୁର୍ରମ ମୁରାଦ । ନିଜର ଥ୍ରୀ ନଟ୍ ଥ୍ରୀ ବନ୍ଧୁକ କାର୍ଯ୍ୟ କରୁଛି କି ନାହିଁ ଜାଣିବାକୁ ସେ ୧୫ଜଣ ହିନ୍ଦୁଙ୍କୁ ବଙ୍ଗଳାଦେଶରେ ହତ୍ୟା କରିଥିବାର ପ୍ରମାଣ ରହିଛି । 

ସନ୍ତ୍ରାସବାଦୀ ମୁରାଦର ପାରିବାରିକ ଶାସନ ପରମ୍ପରା ଆମେରିକା ଏବଂ ବ୍ରିଟେନରେ ପ୍ରସାରଲାଭ କରିଛି । ୨୦୧୨ପର୍ଯ୍ୟନ୍ତ ତା’ପୁଅ ଅହମ୍ମଦ ମୁରାଦ ସାଉଣ୍ଡ ଭିଜନର ଉପାଧ୍ୟକ୍ଷ ରହିଥିଲା । ସନ୍ତ୍ରାସବାଦୀ ମୁରାଦର ଅନ୍ୟ ପୁଅ ଫାରୁକ ସଲ୍ମନ ମୁରାଦ ବ୍ରିଟେନର ମୁସଲିମ -ଏଡ୍ ସଂସ୍ଥାର ଅଧ୍ୟକ୍ଷ ରହିବା ସହ ମୁସଲିମ-ଏଡ୍ ପାକିସ୍ଥାନର ଟ୍ରଷ୍ଟି ରହିଥିଲା । ସନ୍ତ୍ରାସବାଦୀ ଗୋଷ୍ଠୀ ହାମାସ ଏବଂ ପାଲେଷ୍ଟାଇନ ଇସଲାମିକ ଜିହାଦ ପରି ଆଠଟି ସନ୍ତ୍ରାସବାଦୀ ଗୋଷ୍ଠୀକୁ ମୁସଲିମ-ଏଡ୍ ସଂସ୍ଥା ଆର୍ଥôକ ସହାୟତା ମାର୍ଚ୍ଚ ୨୦୧୦ରେ ଦେଇଥିଲା । କାଶ୍ମୀରରେ କାର୍ଯ୍ୟରତ ଜମାତେ ଇସଲାମୀ ଗୋଷ୍ଠୀର ସହଯୋଗୀ ସନ୍ତ୍ରାସୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନର ସେବା ସଂସ୍ଥା ଅଲ୍ ଖିଦମତ୍ ସହ ମୁସଲିମ-ଏଡ୍ ସଂସ୍ଥା ମିଶି କାର୍ଯ୍ୟ କରିଆସିଛି । ଫାରୁଖ ମୁରାଦ କୁବେ ପବ୍ଲିଶିଂ ଲିମିଟେଡ୍ ନାମକ ଏକ ପ୍ରକାଶକ ସଂସ୍ଥାର ପ୍ରତିଷ୍ଠାତା ଯାହାକି ଇସଲାମିକ ଫାଉଣ୍ଡେସନକୁ ଚଳାଇଥାଏ । ଏହି ସଂସ୍ଥାର ଦୁଇଜଣ ଟ୍ରଷ୍ଟିଙ୍କର ତାଲିବାନ ଏବଂ ଅଲ-କାୟଦା ସହ ସଂପର୍କ ଥିବାରୁ ଆମେରିକା ସେମାନଙ୍କ ବିରୋଧରେ କଟକଣା ଜାରି କରିଛି ।
୨୦୨୧ରେ ଭାରତର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ବେଳେ ମୁସଲିମ-ଏଡ୍ ଭାରତ ନାମରେ ଆନ୍ତର୍ଜାତିକ ସ୍ତରରେ ·ନ୍ଦା ଆଦାୟ କରୁଥିଲା । କିନ୍ତୁ ସେହି ସଂଗୃହୀତ ଅର୍ଥରୁ ଭାରତକୁ କେତେ ଅର୍ଥ ଦେଇଥିଲା ତାର ସ୍ପଷ୍ଟ ହିସାବ ସଂସ୍ଥା ଘୋଷଣା କରିନାହିଁ । ଏହି ସଂସ୍ଥା ୧୯୭୧ର ଯୁଦ୍ଧ ଅପରାଧୀ େ·÷÷ଧୁରୀ ମୁଇନ -ଉଦ୍ଦୀନ ଦ୍ୱାରା ଆରମ୍ଭ ହୋଇଥିଲା । ଯାହାର ସଂପର୍କ ଆଇଏସ୍ଆଇର ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଖାଲିଦ ଲତିଫ ମୁଗଲ ଏବଂ ସନ୍ତ୍ରାସୀ ସମର୍ଥକ ବିଲାଲ ଫିଲିପ୍ସ ସହିତ ରହିଥିଲା । ଭାରତ ନାମରେ ମୁସଲିମ-ଏଡ ତିନୋଟି ବାଟରେ ·ନ୍ଦା ସଂଗ୍ରହ କରିଥିଲା, ମୁସଲିମ-ଏଡ (ବ୍ରିଟେନ), ଆମେରିକା ଏବଂ ଅଷ୍ଟ୍ରେଲିଆ । ସେଥିପାଇଁ ଏହି ସଂସ୍ଥା ଲଞ୍ଚଗୁଡ ନାମକ କ୍ରାଉଡଫଣ୍ଡିଂ ପ୍ଲାଟଫର୍ମକୁ ବ୍ୟବହାର କରିଥିଲା । ଆମେରିକା ଓ ଅଷ୍ଟ୍ରେଲିଆର ଶାଖା ଯଥାକ୍ରମେ ୭୬୮୮୬ ଏବଂ ୭୭୮୯ ଡଲାର ସଂଗ୍ରହ କରିଥିଲେ । ଫେସବୁକ୍ରେ ମଧ୍ୟ ଅର୍ଥ ସଂଗ୍ରହ ପାଇଁ ବିଜ୍ଞାପନ ସବୁ ଆସିଥିଲା । ସେମାନେ ଏହି ଅର୍ଥ ସଂଗ୍ରହ ବେଳେ ପାକ୍ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାରତର ମାନଚିତ୍ରକୁ ସେମାନଙ୍କ ୱେବସାଇଟ୍ରେ ବ୍ୟବହାର କରିଥିଲେ । ମୁସଲିମ-ଏଡ ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆର ଶାଖା ·ନ୍ଦା ସଂଗ୍ରହ ପାଇଁ ଲେଖିଥିଲେ, “ଭାରତକୁ ବଞ୍ଚôବା ଲାଗି ସାହାଯ୍ୟ କରନ୍ତୁ ।” ·ନ୍ଦା ସଂଗ୍ରହ କରିବାକୁ ଏମାନେ ଗେଟୀ ଇମେଜ ଏବଂ ସଟ୍ଟରଷ୍ଟକ ମାଧ୍ୟମରେ କିଛି ନକଲି ଫଟୋ ସଂଗ୍ରହ କରି ଲଗାଇଥିଲେ । ଭାରତରୁ ପଳାୟନ କରିଥିବା ଜାକିର ନାୟକ ସହ ମୁସଲିମ-ଏଡ୍ର ସଂପର୍କ ରହିଛି । ୨୦୨୦ରେ ଭାରତର ଭିନ୍ନ ଭିନ୍ନ ସହରରେ ଏକାଧିକ ବୋମା ବିସ୍ଫୋରଣ କରିବାକୁ ଜାକିର ନାୟକ ଯୋଜନା କରି ଅର୍ଥ ପ୍ରଦାନ କରିଥିବା ଯୋଗୁ ସେ ଭାରତର ଯାଞ୍ଚ ଏଜେନ୍ସୀଗୁଡିକର ଟାର୍ଗେଟରେ ରହିଛି । ମୁସଲିମ-ଏଡ୍ର ଜଣେ ସଦସ୍ୟ ଜଫର ହୁସେନ କୁ୍ୟରେସୀ ଜାକିର ନାୟକର ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନର ସଦସ୍ୟ ରହିଥିଲା । ଏହିସବୁ ଗୋଷ୍ଠୀ ନିଜକୁ ପରସ୍ପରଠାରୁ ଭିନ୍ନ ବୋଲି ଦେଖାଉଥିଲେ ହେଁ ସେମାନେ ପରସ୍ପର ସହ ଅନେକ ମେଣ୍ଟ ମାଧ୍ୟମରେ ସଂପର୍କ ରଖିଆସିଛନ୍ତି ।
ସଂପ୍ରତି ଇସଲାମିକ ଆସୋସିଏସନ୍ ଅଫ୍ ନର୍ଥ ଆମେରିକା (ଇମାନା)ର ମହମ୍ମଦ (ଅଧ୍ୟକ୍ଷ) ଏବଂ ଫାରୁକ ମୁରାଦ (ଉପାଧ୍ୟକ୍ଷ) ଭାବେ ବ୍ରିଟେନସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଇଲମ ଟ୍ରଷ୍ଟରେ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଟି ୧୬ଜୁନ୍ ୧୯୯୦ରେ ଆରମ୍ଭ ହୋଇଥିଲା । ଏହାର ଶାଖା ବ୍ରିଟେନ ଏବଂ ପାକ୍ରେ ରହିଛି । ଅହମ୍ମଦ ମୁରାଦ ଇସଲାମିକ କାଉନସିଲର କାର୍ଯ୍ୟକ୍ରମମାନଙ୍କରେ ବକ୍ତା ଭାବେ ଯୋଗ ଦେଉଥିବା ଦୃଷ୍ଟିରୁ ନିଜର ଜମାତେ ସଂପର୍କକୁ ଲୁ·ଇବା ସମ୍ଭବପର ନୁହେଁ । ଆମେରିକାରେ କାଶ୍ମୀର ଛତାଧାରୀ ଅନ୍ୟ ଏକ ସଂଗଠନ ହେଲା କାଉନସିଲ ଅଫ୍ ଆମେରିକାନ୍ ଇସଲାମିକ ଅର୍ଗାନାଇଜେସନ (କାଏର) । ଏହି ସଂସ୍ଥା ଇସ୍ଲାମିକ ଆସୋସିଏସନ୍ ଅଫ୍ ପାଲେଷ୍ଟାଇନରୁ ବାହାରି ୧୯୯୪ରେ ଜନ୍ମ ନେଇଥିଲା । ହାମାସ ସନ୍ତ୍ରାସୀଙ୍କ ପ୍ରଶଂସା କରିବା ସହ ସଂସ୍ଥା ଆମେରିକାରେ ସେମାନଙ୍କୁ ସହାୟତା ଦେବାଲାଗି ଅର୍ଥ ସଂଗ୍ରହ କରିଥାଏ । ଏହାର ସଂସ୍ଥାପକ ନିହଦ ଅୱାଦର ଡଲ୍ଲାସଠାରେ କାର୍ଯ୍ୟାଳୟ ଥିଲାବେଳେ ସେ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଧ୍ୱଂସକାରୀ ଷଡଯନ୍ତ୍ର ସହ ସାମିଲ ଥିଲା । ୨୦୦୪ରେ ଇସଲାମିକ ଆସୋସିଏସନ୍ ଅଫ୍ ପାଲେଷ୍ଟାଇନ ବନ୍ଦ ହୋଇ ମୁସଲିମ ବ୍ରଦରହୁଡ ସହ ମିଶି ନୂଆ ନେଟୱାର୍କ ସ୍ଥାପନ କଲା । ଆମେରିକାରେ କାଶ୍ମୀର ବିଷୟକୁ ନେଇ ସଂସ୍ଥା ପୂର୍ବରୁ ବିକ୍ଷୋଭ ଆୟୋଜନ କରିସାରିଛି । ୧୦ ଅଗଷ୍ଟ ୨୦୧୯ରେ ସଂସ୍ଥା ପାକ୍ ସମର୍ଥôତ ଷ୍ଟାଣ୍ଡ ୱିଥ୍ କାଶ୍ମୀର, ଇସଲାମିକ କାଉନସିଲ ଅଫ୍ ନର୍ଥ ଆମେରିକା, ଜେୱିସ ଭଏସ୍ ଫର୍ ପିସ୍, ପ୍ରୋଜେକ୍ଟ ସାଉଥ, ବର୍ମିଜ ରୋହିଙ୍ଗିୟା କମୁ୍ୟନିଟୀ ଅଫ୍ ଜର୍ଜିଆ ସହ ମିଶି ଏହି କାର୍ଯ୍ୟକ୍ରମ କରିଥିଲା । ହ୍ୱାଇଟ ହାଉସରେ ନେସନାଲ ଇକୋନୋମିକ୍ କାଉନ୍ସିଲର ଉପନିଦେ୍ର୍ଦଶକ ଭାବେ କାର୍ଯ୍ୟରତ ସମୀରା ଫାଜିଲି ଏହି କାର୍ଯ୍ୟକ୍ରମର ସଂଯୋଜନା କରୁଥିଲା । ଷ୍ଟାଣ୍ଡ ୱିଥ୍ କାଶ୍ମୀରର ଅନ୍ୟ ଜଣେ ସଂସ୍ଥାପିକା ହାଫ୍ସା କଞ୍ଜୱାଲର ଭଉଣୀ ସମୀରା ପିଲାଟିବେଳୁ ଆମେରିକାର ପାକ୍ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ସଂପର୍କରେ ରହିବା ସହ ଜମାତେ ନେତା ଘୁଲାମ ନବି ଫାୟି ସହ ସଂପର୍କ ରଖିଆସିଛି । ଅଗଷ୍ଟ ୨୦୨୦ରେ କାଏରର ଫିଲାଡେଲ୍ଫିଆ ଶାଖା ପକ୍ଷରୁ କାଶ୍ମୀର ସଂକ୍ରାନ୍ତରେ ଏକ ୱେବିନାରର ଆୟୋଜନ କରାଯାଇଥିଲା । ସେଥିରେ ଷ୍ଟାଣ୍ଡ୍ ୱିଥ୍ କାଶ୍ମୀରର ସଂସ୍ଥାପିକା ହାଫ୍ସା କଞ୍ଜୱାଲ ଏବଂ ସବିନା ଫାଜିଲିଙ୍କୁ ଭାଷଣ ଦେବାପାଇଁ ନିମନ୍ତ୍ରଣ କରାଯାଇଥିଲା । ୫ଅଗଷ୍ଟ ୨୦୨୧ରେ ଆମେରିକାସ୍ଥିତ ଭାରତୀୟ ଦୂତାବାସ ବାହାରେ କାଏର ପକ୍ଷରୁ କାଶ୍ମୀର ପାଇଁ ଏକ ବିକ୍ଷୋଭର ଆୟୋଜନ କରାଯାଇଥିଲା , ଯେଉଁଥିରେ ୱାର୍ଲଡ କାଶ୍ମୀର ଆୱାରନେସ୍ ଫୋରମ୍, କାଶ୍ମୀର ସଲିଡାରିଟୀ କାଉନସିଲ, ଇସ୍ଲାମିକ କାଉନସିଲ ଅଫ୍ ନର୍ଥ ଆମେରିକା ପ୍ରଭୃତି ଯୋଗ ଦେଇଥିଲେ । ଦେଖିବାକୁ ଗଲେ କାଶ୍ମୀର ନାମରେ ପାକିସ୍ଥାନ ସରକାରଙ୍କଠାରୁ ଆରମ୍ଭ କରି ଅନେକ ସଂସ୍ଥା ସାରା ବିଶ୍ୱରେ ଦୋକାନ ଖୋଲି ଭଲ ପଇସା ରୋଜଗାରରେ ଲାଗିଛନ୍ତି ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply