Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ବିରୋଧୀ ଦଳଙ୍କ ମୁହଁରେ ଶତ୍ରୁ ଦେଶଙ୍କର ଭାଷା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିରୋଧୀ ଦଳଙ୍କ ମୁହଁରେ ଶତ୍ରୁ ଦେଶଙ୍କର ଭାଷା


ଡ. ସମନ୍ୱୟ ନନ୍ଦ
କୌଣସି ଦେଶରେ ଗଣତନ୍ତ୍ରରେ କ୍ଷମତାସୀନ ଦଳ ଓ ବିରୋଧୀ ଦଳ ରହିଥାନ୍ତି । ସରକାରୀ ଦଳର ଦୋଷ ଦୁର୍ବଳତାକୁ ଲୋକ ଲୋଚନକୁ ଆଣିବା, କୌଣସି ଭୁଲ ଭଟକା ହେଲେ ତାକୁ ନେଇ ଜନମତ ତିଆରି କରିବା ଗଣତନ୍ତ୍ରରେ ବିରୋଧୀ ଦଳର କାମ । । ସଫଳ ଗଣତନ୍ତ୍ର ପାଇଁ ଦୃଢ ବିରୋଧୀଦଳର ଆବଶ୍ୟକତାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ତେବେ ଭାରତରେ ଦେଖା ଯାଉଛି ଯେ ବିରୋଧୀ ଦଳର ନେତା ମାନେ କ୍ଷମତାରେ ଥିବା ଦଳର ବିରୋଧ କରିବାକୁ ଯାଇ ସେମାନଙ୍କ ଶତ୍ରୁ ଦେଶ ମାନଙ୍କର ଭାଷା କହୁଛନ୍ତି । ଏବେ କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଥରେ ପାକିସ୍ତାନ ଉପରେ ଭାରତୀୟ ସେନା ପକ୍ଷରୁ କରା ଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇବା ସହ ଏପରି ହୋଇଥିବାର ପ୍ରମାଣ ମାଗିଥିଲେ ।
ଭାରତୀୟ ସେନାର ବୀରତ୍ୱ ଓ ସାହସ ଉପରେ ପ୍ରଶ୍ନ ଉଠାଇବା ଓ ପ୍ରମାଣ ମାଗିବା ପାଇଁ ସେ ଯେଉଁ ଦିନଟିକୁ ବାଛିଥିଲେ ତାହାର ମଧ୍ୟ ଉଲ୍ଲେଖ କରା ଯିବା ଜରୁରୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅର୍ଥାତ ପରାକ୍ରମ ଦିବସକୁ ସେ ଏହି କାମ ପାଇଁ ବାଛିଥିଲେ । ପରାକ୍ରମ ଦିବସ ଅବସରରେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ପରମ ବଳିଦାନୀ ଓ ପରମ ବୀର ଚକ୍ର ବିଜେତା ମାନଙ୍କ ନାମରେ ଆଣ୍ଡାମାନ ଦ୍ୱୀପପୁଂଜର ଦ୍ୱୀପ ଗୁଡିକର ନାମକରଣ କରୁଥିଲେ ସେତେବେଳେ ଏହି କଂଗ୍ରେସ ନେତା ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇବାରେ ବ୍ୟସ୍ତ ଥଲେ ।
ଦିଗବିଜୟ କହିଥିଲେ – ‘ସରକାର ସର୍ଜିକାଲ ଷ୍ଟ୍ରାଇକର କଥା କହୁଛି । ଅନେକ ଲୋକ ମାନଙ୍କୁ ମାରିଥିବାର ଦାବି କରୁଛି । ହେଲେ ପ୍ରମାଣ ଦେଉ ନାହିଁ । ସରକାର କେବଳ ମିଛ କଥା କହି ଶାସନ କରୁଛି । ’
ଦିଗବିଜୟ ସିଂହ କଂଗ୍ରେସର କୌଣସି ସାଧାରଣ ନେତା ନୁହନ୍ତି । ସେ ମଧ୍ୟ ପ୍ରଦେଶ ଭଳି ବଡ ରାଜ୍ୟର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ସୋନିଆ ଓ ରାହୁଲଙ୍କ ଅତ୍ୟନ୍ତ ପାଖ ଲୋକ ବୋଲି ତାଙ୍କୁ ମନେ କରା ଯାଏ । ଏବେ ମଧ୍ୟ କଂଗ୍ରେସ ସଂଗଠନରେ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ମନେ କରା ଯାଇଥାଏ ।
ତେବେ ତାଙ୍କର ଏହି ବକ୍ତବ୍ୟ ପରେ ସାରା ଦେଶରେ ଏହାକୁ ନେଇ ପ୍ରତିକ୍ରିୟା ଦେଖିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଏହି ବକ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ବକ୍ତବ୍ୟ ବୋଲି କହି ନିଜକୁ ଅଲଗା କରି ନେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ ଦିଗବିଜୟ ସିଂହଙ୍କର ଯଦି ଏହି ବକ୍ତବ୍ୟ ତାଙ୍କର ବ୍ୟକ୍ତିଗତ ବକ୍ତବ୍ୟ ତେବେ ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ କାହିଁକି ? ଏହାର କାରଣ କଣ ହୋଇ ପାରେ ?
ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଭାରତ ପକ୍ଷରୁ କରା ଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ଆଧିକାରିକ ଭାବେ ସ୍ୱୀକାର କରି ନାହିଁ । ସେ ଏହାକୁ ନେଇ ଭାରତକୁ ପ୍ରମାଣ ମାଗୁଛି । ହେଲେ ପାକିସ୍ତାନର ନ୍ୟାସନାଲ ଆସେମ୍ବଲୀରେ ପାକିସ୍ତାନର ସଦସ୍ୟ ମାନେ ଭାରତର ସର୍ଜିକାଲଷ୍ଟ୍ରାଇକର କଥାକୁ ସ୍ୱୀକାର କରି ସାରିଛନ୍ତି ।
ତେଣୁ ଏଠାରେ ଦିଗବିଜୟ ସିଂହ ଭାରତର ଶତ୍ରୁ ଦେଶ ପାକିସ୍ତାନର ଭାଷାକୁ କହୁଛନ୍ତି ।
ହେଲେ ଦିଗବିଜୟ ସିଂହ ଯାହା କହୁଛନ୍ତି ତାହା କଂଗ୍ରେସ ଦଳ ପାଇଁ ନୂଆ ନୁହେଁ । କଂଗ୍ରେସର ନେତା ରାହୁଲ ଗାନ୍ଧୀ ନିଜେ ୨୦୧୯ରେ ଭାରତୀୟ ସେନା ଉପରେ ଏହି ପ୍ରଶ୍ନ ଉଠାଇ ସାରିଛନ୍ତି । ତେଣୁ ଦିଗବିଜୟ ସିଂହ ଏହି ସମାନ କଥାକୁ କଂଟିନ୍ୟୁଟିରେ କହିଛନ୍ତି । ତାଙ୍କ ଦଳର ଏହି ଷ୍ଟାଣ୍ଡକୁ ସେ କେବଳ ଦୋହରାଇଛନ୍ତି । ତେବେ ଜନ ପ୍ରତିକ୍ରିୟାକୁ ଦେଖି ତାଙ୍କର ବକ୍ତବ୍ୟକୁ ବ୍ୟକ୍ତିଗତ ମତ ବୋଲି ଏବେ ଦର୍ଶା ଯାଉଛି । ଯଦି ଏହାକୁ ନେଇ କଂଗ୍ରେସ ଗମ୍ଭୀର ଥାଆନ୍ତା ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା । ମାତ୍ର ସେପରି କିଛି ହେବା ଭଳି ଦେଖା ଯାଉ ନାହିାଁ
କଂଗ୍ରେସର ଏହି ବରିଷ୍ଠ ନେତା ଦିଗବିଜୟ ସିଂହ ପ୍ରଥମ ଥର ପାଇଁ ପାକିସ୍ତାନର ଭାଷା କହିଛନ୍ତି ସେପରି ମଧ୍ୟ ନୁହେଁ । ଯେତେବେଳେ ପାକିସ୍ତାନର ଆତଙ୍କବାଦୀ ମାନେ ସମୁଦ୍ର ରାସ୍ତାରେ ଭାରତରେ ପ୍ରବେଶ କରି ମୁମ୍ବାଇକୁ ଲହୁ ଲୁହାଣ କରିଥିଲେ ଓ ଶହ ଶହ ନୀରିହ ଲୋକ ମାନଙ୍କୁ ହତ୍ୟା କରିଥିଲେ ସେତେବେଳେ ମଧ୍ୟ ଏହି କଂଗ୍ରେସ ନେତା ଦିଗବିଜୟ ସିଂହ ପାକିସ୍ତାନର ଭାଷା କହିବା ଦେଖା ଦେଇଥିଲା । ଏହି ଆକ୍ରମଣ ପରେ ପାକିସ୍ତାନ ସରକାର ଏହି ଆତଙ୍କବାଦୀ ଆକ୍ରମଣ ପଛରେ ତାଙ୍କ ଦେଶର ହାତ ନ ଥିଲା ବୋଲି କହୁଥିଲା । ସେତେବେଳେ ମୁମ୍ବାଇର ୨୬-୧୧ ଆକ୍ରମଣ ପଛରେ ପାକିସ୍ତାନର ନୁହେଁ ବରଂ ଆରଏସଏସର ହାତ ଅଛି ବୋଲି ଏକ ପୁସ୍ତକ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଦିଗବିଜୟ ସିଂହ ଯୋଗ ଦେଇ ପାକିସ୍ତାନକୁ କ୍ଲିନ ଚିଟ ଦେବା ସହ ଆରଏସଏସକୁ ଏହି ଆକ୍ରମଣ ପାଇଁ ଦାୟୀ କରିଥିଲେ ।
ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ପାକିସ୍ତାନ ମଧ୍ୟ ଏହି ମୁମ୍ବାଇର ୨୬-୧୧ ଆକ୍ରମଣ ପଛରେ ସେ ନ ଥିବା କଥା ଦାବି କରି ଆସୁଥିଲା । ଏଭଳି ପରିସ୍ଥିତିରେ ଦିଗବିଜୟ ସିଂହ ପାକିସ୍ତାନକୁ କ୍ଲିନ ଚିଟ ଦେଇଥିଲେ ଓ ଆରଏସଏସ ଏହା ପଛରେ ରହିଥିବା କହିଥିଲେ । ତେଣୁ ଗୋଟିଏ ପ୍ରକାରରେ ସେ ପାକିସ୍ତାନ ପାଇଁ ସେତେବେଳେ ଢାଲ ସାଜିଥିଲେ । ଅବଶ୍ୟ କସାବ ଜୀବନ୍ତ ଧରା ପଡି ଯିବା ପରେ ପାକିସ୍ତାନର ଦାବି ଭୁଲ ପ୍ରମାଣିତ ହୋଇଥିଲା । ହେଲେ ଦିଗବିଜୟ ସିଂହ ପାକିସ୍ତାନକୁ ରକ୍ଷା କରିବାକୁ ଯେତିକି କରା ଯାଇ ପାରେ ତାହା କରିଥିଲେ ।
ସେହିପରି ଭାରତ –ଚୀନ ମଧ୍ୟରେ ଉତେଜନାପୂର୍ଣ ପରିସ୍ଥିତି ସମୟରେ ମଧ୍ୟ ମୁଖ୍ୟ ବିରୋଧୀ ଦଳ କଂଗ୍ରେସରେ ସେହି ଭଳି ଆଭିମୁଖ୍ୟ ବାରମ୍ବାର ଦେଖା ଯାଉଛି । ଅନ୍ୟ ଦେଶ ମାନଙ୍କ ସହ ଉତେଜନାପୂର୍ଣ ପରିସ୍ଥିତିରେ ଦେଶର ରାଜନୈତିକ ଦଳ ମାନେ ନିଜର ମତଭେଦ ଭୁଲିବା ସହ ଗୋଟିଏ ସ୍ୱରରେ କଥା କହିବା କଥା । ଭାରତ ପାକିସ୍ତାନ ସହ କିମ୍ବା ଚୀନ ସହ ଯେତେବେଳେ ଯୁଦ୍ଧର ସାମନା କରିଛି ସେତେବେଳର ଭାରତର ବିରୋଧୀ ଦଳ ମାନେ ସରକାରଙ୍କ ସହ ଚଟ୍ଟାଣ ଭଳି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଏହା ଦ୍ୱାରା ଭାରତର ରାଜନୈତିକ ଦଳ ମାନେ ବାହ୍ୟ ଶକ୍ତି ମାନଙ୍କ ସହ ଲଢେଇ ମାମଲାରେ ସେମାନେ ଏକଜୁଟ ବୋଲି ଶକ୍ତିଶାଳୀ ବାର୍ତା ଦେଇ ଆସିଛନ୍ତି ।
ହେଲେ ବର୍ତମାନ ସେପରି ହେଉ ନାହିଁ । ବର୍ତମାନର ବିରୋଧୀ କଂଗ୍ରେସ ଦଳ ଭାରତ ସରକାର, ଭାରତୀୟ ସେନା ସମର୍ଥନରେ ଠିଆ ହେବା ପରିବର୍ତେ ଭାରତୀୟ ସେନା ଓ ଭାରତ ସରକାରଙ୍କୁ କାଠଗଡାରେ ଛିଡା କରାଇବା ସହ ପ୍ରଶ୍ନ ପଚାରୁଛି । ଡୋକଲାମ ଠାରୁ ଆରମ୍ଭ କରି ଲଦାଖ ଓ ଏବେ ଅରୁଣାଚଳ ପ୍ରଦେଶରେ ଚୀନ ସହ ସଂଘର୍ଷ ବେଳେ କଂଗ୍ରେସର ସେହି ନୀତି ଜାରୀ ରହିଛି ।
କଂଗ୍ରେସ ଦଳ ସରକାରୀ ଭାବେ ଭାରତର ବଡ ଶତ୍ରୁ ଦେଶ ଚୀନର ସରକାର ଚଳାଉଥିବା ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଏକ ଏମଓୟୁ କରିଛି । ଏହା ଲୁଚା ଛୁପାରେ ନୁହେଁ ବରଂ ସାର୍ବଜନୀନ ଭାବେ କରିଛି । ହେଲେ କଂଗ୍ରେସ ଏହି ଏମଓୟରେ କଣ ରହିଛି ତାହା ଗୁପ୍ତ ରଖିଛି । ଦେଶର ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳକୁ ତ ଏଭଳି ଶତ୍ରୁ ଦେଶର ସରକାରୀ ଦଳ ସହିତ ଏଭଳି ଏମଓୟୁ କରିବା ଉଚିତ ନ ଥିଲା, ଯଦି କରିଛନ୍ତି ତେବେ ସେଥିରେ କଣ ରହିଛି ତାହା ଦେଶବାସୀଙ୍କୁ ଜଣାଇବା ଉଚିତ ଥିଲା ।
ତେବେ ଚୀନ ସହ ସଂଘର୍ଷର ପରିସ୍ଥିତିରେ କଂଗ୍ରେସ ଦଳର ଯେଭଳି ଭାବେ ବକ୍ତବ୍ୟ ଆସୁଛି ସେଥିରୁ ଅନେକ କିଛି ଅନୁମାନ କରା ଯାଇ ପାରୁଛି । ୨୦୨୦ ମସିହାରେ ଡୋକଲାମ ଠାରେ ଚୀନ ସହ ଭାରତର ଉତେଜନାପୂର୍ଣ ପରିସ୍ଥିତି ସମୟରେ କଂଗ୍ରେସ ନେତା ଚୀନର ଦୂତାବାସ ଯାଇ ଚୀନ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ । ଏହା ବାଦ ସେ ଓ କଂଗ୍ରେସ ଦଳର ନେତା ମାନେ ଭାରତୀୟ ସେନାର ବୀରତ୍ୱ ପାଇଁ ପ୍ରଶଂସା କରିବା ପରିବର୍ତେ କାଠଗଡାରେ ଠିଆ କରାଇବା ପରି ବକ୍ତବ୍ୟ ଦେଇଥିଲେ । ଯଦି ଏବେ ଅରୁଣାଚଳ ପ୍ରଦେଶର ତବାଙ୍ଗ ଠାରେ ଭାରତ – ଚୀନ ସଂଘର୍ଷର କଥା କହିବା ତେବେ ରାହୁଲ ଗାନ୍ଧୀ କିଛି ଦିନ ତଳେ ନିଜର ଭାରତ ଯୋଡୋ ଯାତ୍ରାରେ ‘ଚୀନର ସେନା ଭାରତୀୟ ସେନାକୁ ପିଟୁଛି ‘ବୋଲି ବକ୍ତବ୍ୟ ଦେଇଥିଲେ । ସେତେବେଳେ ମଧ୍ୟ ଏହାକୁ ନେଇ ଖୁବ ବିବାଦ ହୋଇଥିଲା । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ପାକିସ୍ତାନ ହେଉ ବା ଚୀନ ହେଉ ତେଣୁ କଂଗ୍ରେସ ଦଳ ଶତ୍ରୁ ଦେଶ ମାନଙ୍କର ଭାଷାକୁ କହିବାରେ ବ୍ୟସ୍ତ ଅଛି ।

Leave a Reply