Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିବିସି କାନ୍ଧରେ ବନ୍ଧୁକ; ଖଳନାୟକ ଇମ୍ରାନ୍ ହୁସେନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିବିସି କାନ୍ଧରେ ବନ୍ଧୁକ; ଖଳନାୟକ ଇମ୍ରାନ୍ ହୁସେନ

ମାତୃଦତ୍ତ ମହାନ୍ତ

ନରେନ୍ଦ୍ର ଦାମୋଦାର ଦାସ ମୋଦୀ, ୧୪୦ କୋଟି ଭାରତୀୟଙ୍କ ପ୍ରଧାନମନ୍ତ୍ରୀ । ବିଶ୍ୱର ଜଣେ ଜନପ୍ରିୟ ନେତା । କୌଣସି ମନୋନୟନ ଅଥବା ସଂରକ୍ଷଣ ବ୍ୟବସ୍ଥା ଜରିଆରେ ପ୍ରଧାନମନ୍ତ୍ରୀ ଆସନରେ ସେ ଅଭିଷିକ୍ତ ନୁହନ୍ତି । କିମ୍ବା କୌଣସି ଗଳାବାଟ ଦେଇ ତାଙ୍କ ଦଳ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରି ନାହିଁ । ବରଂ ସେ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ । ଭାରତୀୟ ନିର୍ବାଚନ ପ୍ରକି୍ରୟା ମାଧ୍ୟମରେ ନିର୍ବାଚନ ଲଢି ତାଙ୍କ ଦଳ ବହୁମତ ହାସଲ କରିବା ପରେ ସେ ଭାରତର ନେତୃତ୍ୱ ନେଉଛନ୍ତି । ତାଙ୍କ ପ୍ରଧାନମନ୍ତ୍ରିତ୍ୱ ଏକ ଆଇନ ସିଦ୍ଧ ଏବଂ ଗଣତାନ୍ତ୍ରିକ ଚୟନ । କିନ୍ତୁ ଦେଶର କିଛି ଅନୁଷ୍ଠାନ, ବ୍ୟକ୍ତି ଏବଂ ଗୋଷ୍ଠୀ ଏ କଥା ସ୍ୱୀକାର କରିବାକୁ ନାରାଜ । ଫଳ ସ୍ୱରୂପ ସେମାନେ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ, ନିନ୍ଦିତ କରିବା ଆଳରେ ଭାରତ ଏବଂ ୧୪୦ କାଟି ଭାରତୀୟଙ୍କୁ ଅପମାନିତ କରୁଛନ୍ତି । ଭାରତର ସାର୍ବଭୌମତ୍ୱ ଏବଂ ଲୋକତାନ୍ତ୍ରିକ ବିଦ୍ଧି ବ୍ୟବସ୍ଥାକୁ ଉପହାସ କରୁଛନ୍ତି । ସେହି ଭାରତ ବିରୋଧୀ ଶକ୍ତିମାନେ କେବଳ ଭାରତରେ ସକ୍ରିୟ ନାହାନ୍ତି ବରଂ ତାଙ୍କର ଚେର ଦେଶ ବିଦେଶ ଯାଏ ଲମ୍ବିଛି । ବିଶ୍ୱର ବିଭିନ୍ନ ଦେଶରେ ନିଜର ଏଜେଟଂ ନିଯୁକ୍ତ କରି ସେମାନେ ମୋଦୀଙ୍କ ବିପକ୍ଷରେ ଏକ ବିଧିବଦ୍ଧ ଏଜେଣ୍ଡା ଚଳାଇଛନ୍ତି । ମୋଦୀଙ୍କୁ ଅପମାନିତ କରିବା କାର୍ଯ୍ୟରେ ବିଦେଶୀ ସଂସ୍ଥା, ବ୍ୟକ୍ତି ଏବଂ ଅନୁଷ୍ଠାନର ସହାୟତା ମଧ୍ୟ ନିଆଯାଉଛି । ସେହି କ୍ରମରେ ଏଥର ପାଳି ପଡିଛି ଅନ୍ତର୍ଜାତୀୟ ଖବର ପ୍ରସାରଣ ସଂସ୍ଥା ବିବିସି ବା ବି୍ରଟିଶ ବ୍ରୋଡକାଷ୍ଟିଙ୍ଗ କର୍ପୋରେସନ ର । ଏହା ୟୁନାଇଟେଡ କିଙ୍ଗଡମର ଏକ ଜାତୀୟ ପ୍ରସାରଣ ସଂସ୍ଥା । ବିଶ୍ୱର ସର୍ବପୁରାତନ ଏବଂ ସର୍ବବୃହତ ଜାତୀୟ ପ୍ରସାରଣ ସଂସ୍ଥା ଭାବରେ ପରିଚୟ ହାସଲ କରିଥିବା ବିବିସି ଦ୍ୱାରା ମୋଦୀଙ୍କୁ ଟାର୍ଗେଟ କରାଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ଗୁଜୁରାଟ ଦଙ୍ଗାର ମୁଖ୍ୟ ନାୟକ ବୋଲି ଚିତ୍ରଣ କରି ବିବିସି ନିକଟରେ ଏକ ବୃତଚିତ୍ର ପ୍ରସ୍ତୁତ ଏବଂ ପ୍ରସାରଣ କରିଛି । ‘ଇଣ୍ଡିଆ ଦି ମୋଦୀ କୋଶ୍ଚିନ’ ଶୀର୍ଷକ ଏହି ବୃତଚିତ୍ର ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ । ଏଥିରେ ବିବିସି ମୋଦୀଙ୍କୁ ମୁସଲମାନ ବିରୋଧୀ ବୋଲି ଦର୍ଶାଇଛି । ଏବଂ ଗୁଜୁରାଟ ଦଙ୍ଗା ପାଇଁ ମୋଦୀଙ୍କୁ ଦାୟୀ କରିଛି । ବୃତଚିତ୍ର ପ୍ରସାରଣ ହେବା ପରେ ଭାରତ ଏବଂ ବି୍ରଟେନ ସମେତ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ବିବିସି ଭଳି ଏକ ସଂସ୍ଥା ମିଥ୍ୟା, ଅତିରଞ୍ଜିତ ଏବଂ ଭିତିହୀନ ଖବର ପ୍ରସାରଣ କରିପାରେ ଏ କଥା ବିଶ୍ୱାସ ହେଉ ନଥିଲେ ସୁଦ୍ଧା ତାହା ସତ୍ୟ । ଗୁଜୁରାଟ ଦଙ୍ଗା ମାମଲାରେ ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତ କମିଟି ମୋଦୀଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ପାଇଲେ ନାହିଁ । ଏହି ମାମଲାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଥିଲେ ଯେ ମୋଦୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ । କେବଳ ସେତିକି ନୁହେଁ ୨୦୧୩ରେ ସ୍ଥାନୀୟ କୋର୍ଟ ମୋଦୀଙ୍କୁ କ୍ଲିନ୍ ଚିଟ ମଧ୍ୟ ଦେଇଥିଲେ । ଭାରତୀୟ ଆଇନ ବ୍ୟବସ୍ଥାର ନିରପେକ୍ଷତା, ସ୍ୱଛତା ଏବଂ ବିଶ୍ୱସନୀୟତାକୁ ବିବିସି ଉପହାସ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ କରିଛି । ଭାରତ ଏବଂ ମୋଦୀଙ୍କ ବିରୁଦ୍ଧରେ ଚାଲିଥିବା ଅନ୍ତର୍ଜାତୀୟ ଷଡଯନ୍ତ୍ରର ଏହା ଏକ ଅଂଶ । ଏଥର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ସେମାନେ ବିବିସିକୁ ଚୟନ କରିଛନ୍ତି । ଅର୍ଥାତ୍ ଭାରତ ବିରୁଦ୍ଧରେ ଚଳାଇଥିବା ବନ୍ଧୁକ ବିବିସି କାନ୍ଧରେ ରଖାଯାଇଛି । ଏହି ଯୋଜନାକୁ ରୂପରେଖ ଦେବା ଦାୟିତ୍ୱ ନେଇଛନ୍ତି ପାକିସ୍ଥାନ ଜନ୍ମିତ ବ୍ରିଟିସ ସାଂସଦ ଇମ୍ରାନ୍ ହୁସେନ୍ । ତାଙ୍କ ପ୍ରରୋଚନାରେ ଏହି ବୃତଚିତ୍ର ପ୍ରସ୍ତୁତ କରାଯାଇଛି । ୪୪ ବର୍ଷୀୟ ଇମ୍ରାନ ବ୍ରିଟିସ ଲେବର ପାର୍ଟିର ନେତା । ଜଣେ ବାରିଷ୍ଟର । ବ୍ରାଡଫୋଡଇଷ୍ଟ ସଂସଦୀୟ କ୍ଷେତ୍ରରୁ ସେ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ମୋଦୀଙ୍କୁ ଅପମାନିତ କରିବା ପାଇଁ ନେଇଥିବା ପଦକ୍ଷେପ ଏବଂ ତା ପଛରେ ଥିବା ତାଙ୍କର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । ସେ ଜଣେ ହିନ୍ଦୁ ବିରୋଧୀ ବୋଲି ପ୍ରମାଣିତ ହୋଇ ଯାଇଛି । କାରଣ ଗୁଜୁରାଟ ଦଙ୍ଗାରେ କ୍ଷତିଗ୍ରସ୍ତ ମୁସଲମାନଙ୍କ ଦୁଃଖ ଦୁର୍ଦଶା କେବଳ ତାଙ୍କୁ ଦେଖା ଯାଇଛି । ଟ୍ରେନ ଭିତରେ ଛଟପଟ ହୋଇ ପୋଡି ମରିଥିବା କରସେବକଙ୍କ ଚିକ୍ରାର ସେ ଶୁଣି ପାରି ନାହାନ୍ତି । ଅନ୍ୟପକ୍ଷରେ ଭାରତ ବିରୋଧୀ ଖବର ପ୍ରସାଣ କରିବା ବିବିସିର ଏକ ପୁରଣା ଅଭ୍ୟାସ । ଭାରତ ବିପକ୍ଷରେ କୌଣସି ଖବର ପ୍ରସାରଣ କଥା ପଡିଲେ ସେ ନିଜର ସମସ୍ତ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇଦିଏ । ଗୁଜୁରାଟ ଦଙ୍ଗାର ୨୦ ବର୍ଷ ପରେ ଏଭଳି ଏକ ଖବର ପ୍ରସାରଣ କରିବା ପଛରେ ଅନେକ ରହସ୍ୟ ଲୁଚି ରହିଛି । ଏକ ବି୍ରଟିଶ ପ୍ରସାରଣ ସଂସ୍ଥା ଭାରତର ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏପରି ଖବର ପ୍ରସାରଣ କରି ନିଜର ଉପନିବେଶବାଦ ଆଭିମୁଖ୍ୟର ପ୍ରମାଣ ଦେଇଛି । ଭାରତକୁ ଶାସନ କରୁଥିବା ସମୟରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିଭେଦର ମଞ୍ଜି ବୁଣିଥିବା ଗୋରା ମାନେ ଆଜି ମଧ୍ୟ ନିଜ ଚରିତ୍ରରେ କୌଣସି ପରିବର୍ତନ କରି ନାହାନ୍ତି । ଭାରତରେ ଥିବା ସାମ୍ପ୍ରଦାୟିକ ସଦଭାବନାକୁ ଭାଙ୍ଗିବା ଏହି ବୃତଚିତ୍ର ପ୍ରସାରଣ ଅନ୍ୟତମ ଲକ୍ଷ୍ୟ । ଏହାଦ୍ୱାରା ବିଶ୍ୱର ମୁସଲମାନ ସମୁଦାୟ ମଧ୍ୟରେ ଭାରତ ତଥା ହିନ୍ଦୁଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ଉଦ୍ୟମ କାରାଯାଇଛି । ଜନପ୍ରିୟ ନେତା ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିର ଛବି ଖରାପ କରି ଆସନ୍ତା ନିର୍ବାଚନରେ ଭାଜପା ସରକାରକୁ ଗାଦିଚୁ୍ୟତ କରିବା ମଧ୍ୟ ଏହି ମିଶନର ଅନ୍ୟତମ ଉଦେ୍ଦଶ୍ୟ । ମୋଦୀଙ୍କ ବ୍ୟକ୍ତିତ୍ୱକୁ ବିଶ୍ୱମଂଚରେ କଳୁଷିତ କରି ଭାରତର ବିକାଶ ଅଭିଯାନକୁ ମଧ୍ୟ ବାଧାପ୍ରାପ୍ତ କରିହେବ ବୋଲି ଷଡଯନ୍ତ୍ରକାରୀ ମାନେ ବେଶ ଭଲ ଭାବେ ଜାଣନ୍ତି । ମାନବବାଦର ଦ୍ୱାହି ଦେଇ ବିଭାଜନର ମଞ୍ଜି ବୁଣିବା ପାଇଁ ପ୍ରୟାସ କରିଥିବା ଇମ୍ରାନ୍ ହୁସେନଙ୍କୁ ୧୯୪୭ ଭାରତ ବିଭାଜନ ଏବଂ ପରବର୍ତୀ ଦଙ୍ଗାରେ ପ୍ରଭାବିତ ଲକ୍ଷଲକ୍ଷ ଭାରତୀୟଙ୍କ ଲହୁଲୁହ ଦେଖା ଯାଇ ନାହିଁ । ବିଭାଜନ ବେଳେ ଭାରତୀୟଙ୍କ ହତ୍ୟା, ବଳାକ୍ରାର, ବିସ୍ଥାପନ ପାଇଁ ଦାୟୀ ମହାପୁରଷୁମାନଙ୍କ କଳଙ୍କିତ ଆଭିମୁଖ୍ୟ ସେ ଦେଖି ପାରି ନାହାନ୍ତି । ୧୯୮୪ ଶିଖ ବିରୋଧୀ ଦଙ୍ଗା, କାଶ୍ମୀର ପଣ୍ଡିତଙ୍କ ଗଣସଂହାର । ତାଜ ଆତଙ୍କବାଦୀ ଆକ୍ରମଣ । ଜେଏନୟୁରେ ଟୁକଡେ ଟୁକଡେ ନାରା । ସାହିନ ବାଗ୍ ଗୁଣ୍ଡାରାଜ, ଚାଷୀ ଆନେ୍ଦାଳନ ନାମରେ ଅରାଜକତା ପ୍ରଭୃତିର କୁତ୍ସିତ ତଥା ଘୃଣ୍ୟ ଚେହେରା ବ୍ରିଟେନ ମାଟି ପର୍ଯ୍ୟନ୍ତ ପହଁଚି ନାହିଁ । ଭାରତର ନିଷ୍ପେସିତ ଜନତାଙ୍କ ପାଇଁ ଲୁହ ନିଗାଡୁଥିବା ବିବିସି ଏବଂ ଇମ୍ରାନ୍ ହୁସେନ କେବେ ୪୭ ମସିହାର ଭାରତକୁ ବି ଅଧ୍ୟୟନ କରି ବୃତଚିତ୍ର ପ୍ରସ୍ତୁତ କରନ୍ତୁ । ଭାରତୀୟ ମୁସଲମାନଙ୍କ ସ୍ୱାର୍ଥ ପାଇଁ ବିଳାପ କରୁଥିବା ଇମ୍ରାନ୍ ଓ ବିବିସି କେବେ ଚୀନ୍ ର ଉଇଗର ମୁସଲମାନଙ୍କ ପୀଡା ସମ୍ପର୍କରେ ବି ଖବର ପ୍ରସାରଣ କରନ୍ତୁ । ଭାରତୀୟ ସମ୍ବିଧାନ, ନ୍ୟାୟପାଳିକା ଏବଂ ଜନମତକୁ ଅପମାନିତ କରିଥିବା ଷଡଯନ୍ତ୍ରକାରୀ ସାଂସଦଙ୍କୁ ବି୍ରଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିନ୍ଦା କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । କିନ୍ତୁ ତାହା ଯଥେଷ୍ଟ ନୁହେଁ । କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ ଦେଇଥିବା ଇମ୍ରାନ୍ ହୁସେନ ଏବଂ ବିବିସି ଉଭୟଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ ।
ଜୟରାଷ୍ଟ୍ର, କେନ୍ଦ୍ରାପଡା

Leave a Reply