ସୋମେନ୍ଦ୍ର ଜେନା-
ଗତ କିଛିମାସ ହେବ ଦେଶର ନ୍ୟାୟିକ ବ୍ୟବସ୍ଥା, ନ୍ୟାୟାଳୟର କାର୍ଯ୍ୟସମୟ, ବି·ରପତିଙ୍କ ସୁବିଧା ସୁଯୋଗ, ଦେଶରେ ମାମଲାର ବଢୁଥିବା ସଂଖ୍ୟା,ଉଚ୍ଚ ଅଦାଲତରେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ କେନ୍ଦ୍ରକରି ଅନେକ ଆଲୋଚନା-ସମାଲୋଚନା ସମସ୍ତଙ୍କ ଦୃଷ୍ଟିକୁ ଆସିଛି । ଦେଶର ଗଣମାଧ୍ୟମଗୁଡିକ ଆଜି ପର୍ଯ୍ୟନ୍ତ କେବଳ ରାଜନୀତି, ରାଜନେତା ଏବଂ ରାଜନୈ÷ତିକ ଦଳଗୁଡିକୁ କେନ୍ଦ୍ରକରି ଖବର ପ୍ରସାର କରୁଥିବା ବେଳେ ଦେଶର ସବୁ ସମସ୍ୟାର ମୂଳ କେବଳ ସେମାନେ ବୋଲି କୁହାଯାଇଆସିଛି, ଦର୍ଶାଯାଇ ଆସିଛି । କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାର ଏହା ଏକମାତ୍ର ଅଂଶବିଶେଷ, ସବୁକିଛି ନୁହେଁ ବୋଲି ଆମକୁ ଗ୍ରହଣ କରିବାକୁ ହେବ । ଅଥଚ ଦେଶର ରାଜନୀତିରେ ପିତାପରେ ପୁତ୍ରର ରାଜନୀତିକୁ ବଂଶବାଦର ଆଖ୍ୟା ପ୍ରଦାନ କରାଯାଉଥିଲା ବେଳେ ବଡ ବ୍ୟବସାୟୀର ପୁତ୍ର ଆହୁରି ବଡ ବ୍ୟବସାୟୀ ହେବା, ସିନେ ତାରକାଙ୍କ ପୁଅଝିଅମାନେ ବାପାମାଆଙ୍କ ପରି ସିନେ ଜଗତକୁ ଦଖଲ କଲେ ମଧ୍ୟ ସେଠାରେ ବଂଶବାଦକୁ ନେଇ କେହି ଏଠି ଆଲୋଚନା କରୁନାହିଁ । ସେମିତି ଦେଶର ବି·ର ବ୍ୟବସ୍ଥାରେ ମଧ୍ୟ ବଂଶବାଦ ଆଧାରିତ ପରମ୍ପରା ଅଧିକ ସୁଦୃଢ ହେଉଥିବା ସମୟରେ ତାକୁ କେହି ଦୋଷ ଦେଉନାହାନ୍ତି । ଏବି ବଂଶବାଦୀ ଧରାଧରି ବ୍ୟବସ୍ଥା ଯୋଗୁ ଅନେକ ଯୋଗ୍ୟ ବି·ରପତି ଉଚ୍ଚନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)କୁ ଆସିବାର ସୁଯୋଗ ନପାଇ ତଳ ଅଦାଲତରେ ନିଜର କାର୍ଯ୍ୟକାଳ ଶେଷ କରିବାକୁ ବାଧ୍ୟ ହେଉଛନ୍ତି । ଦେଶର କଲେଜିୟମ ବ୍ୟବସ୍ଥା ଯୋଗ୍ୟ ବି·ରପତିମାନଙ୍କୁ ସ୍ଥାନ ନଦେଇ ସଂପର୍କୀତ ଏବଂ ନିକଟତର ବି·ରପତିମାନଙ୍କୁ ପଦପଦବୀରେ ଆସୀନ କରୁଥିବା ହେତୁ ଅସଲ ସଙ୍କଟ ସୃଷ୍ଟି ହେଉଥିବା କଥା କୁହାଯାଉଛି । ଗତ କିଛିଦିନ ତଳେ ରାଷ୍ଟ୍ରପତି ଦ୍ରୋ÷÷ପଦୀ ମୁର୍ମୁ ·ପୁଡାମାରି ଜେଲରେ ଥିବା ଦେଶର ଗରିବ, ଆଦିବାସୀମାନଙ୍କ ଅସହାୟତା କଥା ପ୍ରକାଶ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଜମି ନଥିବାରୁ ସେମାନେ କିପରି ଜାମିନଦାର ନ ପାଇବା, ସର୍ବହରା ହେବା ଭୟରେ ଅଦାଲତକୁ ନଯିବା କଥା କହିଥିଲେ । ଆଇନମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ବି·ର ବ୍ୟବସ୍ଥାରେ ପାରଦର୍ଶିତା,ନିଯୁକ୍ତିରେ ସ୍ୱଚ୍ଛତା, ଯୋଗ୍ୟତା ଚୟନରେ ବିଶ୍ୱସନୀୟତା ରହିବା ଉପରେ ଜୋର ଦେଇ ଦେଶର କଲେଜିୟମ ବ୍ୟବସ୍ଥାକୁ ପରୋକ୍ଷରେ ଇଙ୍ଗିତ କରିଥିଲେ ।
ବିଗତ ଦିନଗୁଡିକରେ ଦେଶର ବି·ର ବ୍ୟବସ୍ଥାର ଅବ୍ୟବସ୍ଥାକୁ କେନ୍ଦ୍ରକରି ଢେର ଢେର ଲେଖାମାନ ପ୍ରକାଶ ପାଇଛି । ସାମ୍ବିଧାନିକ ବ୍ୟବସ୍ଥାକୁ ଲକ୍ଷ୍ୟକଲେ ଦେଶର ତଳ କୋର୍ଟ ପାଇଁ ବିଧିବଦ୍ଧ ଭାବେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ବି·ରପତି ନିଯୁକ୍ତି ବ୍ୟବସ୍ଥା ରହିଥିଲେ ମଧ୍ୟ ଉପର କୋର୍ଟ (ହାଇକୋର୍ଟ, ସୁପ୍ରିମକୋର୍ଟ) ଗୁଡିକ ପାଇଁ ସେପରି ବ୍ୟବସ୍ଥା ନାହିଁ । ସମ୍ବିଧାନର ଧାରା ୧୨୪(୨) ଏବଂ ୨୧୭ରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଜଜ୍ (ବି·ରପତି)ମାନଙ୍କର ନିଯୁକ୍ତିି ସଂପର୍କରେ ଉଲ୍ଲେଖ ରହିଛି । କିନ୍ତୁ କୋ÷÷ଣସି ନିର୍ଦ୍ଧିଷ୍ଟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରାଯାଇନାହିଁ । ବ୍ୟବସ୍ଥା ଅନୁଯାୟୀ ୧୨୪(୨) କହେ ଯେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଜଜ୍ମାନଙ୍କୁ ନିଯୁକ୍ତି ପାଇଁ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ର ମୁଖ୍ୟ ବି·ରପତିଙ୍କ ସହ ଆଲୋଚନା କରିଥାନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବି·ରପତିଙ୍କ ନିଯୁକ୍ତି ପାଇଁ ସେ ଅନ୍ୟ ବି·ରପତିମାନଙ୍କ ସହ ଆଲୋଚନା କରିଥାନ୍ତି । ତେବେ ସମ୍ବିଧାନର ୨୧୭ଧାରା ଅନୁଯାୟୀ ହାଇକୋର୍ଟର ବି·ରପତିଙ୍କ ନିଯୁକ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ହେଉଥିଲେ ମଧ୍ୟ ସେ ସଂପୃକ୍ତ ରାଜ୍ୟର ରାଜ୍ୟପାଳ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବି·ରପତିଙ୍କ ସହ ଆଲୋଚନା କରିଥାନ୍ତି ।
ଦେଖିବାକୁ ଗଲେ ଏବେ ପ୍ରଚଳିତ କଲେଜିୟମ ବ୍ୟବସ୍ଥା ମୂଳ ସମ୍ବିଧାନରେ ନଥିଲା । ୨୮ ଅକ୍ଟୋବର ୧୯୯୮ରେ ୩ଜଣିଆ ଜଜ୍ ମାମଲାରେ ସୁପ୍ରିମକୋର୍ଟର ରାୟ ମାଧ୍ୟମରେ ଏହାକୁ ଦେଶରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ବ୍ୟବସ୍ଥା ଅନୁସାରେ ସୁପ୍ରିମକୋର୍ଟର ମୁଖ୍ୟ ବି·ରପତି ଏବଂ ୪ଜଣ ବରିଷ୍ଠ ଜଜ୍ଙ୍କୁ ନେଇ ଗଠିତ କମିଟି (କଲେଜିୟମ) ଦେଶର ବି·ରପତି (ଜଜ୍)ମାନଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିଯୁକ୍ତି ଦେଇଥାନ୍ତି, ବଦଳିପାଇଁ ସୁପାରିଶ କରିଥାଆନ୍ତି । କଲେଜିୟମର ସୁପାରିଶକୁ ସ୍ୱୀକୃତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥାଏ । ସେହି ତାଲିକାରେ ମତଭେଦ ଥିଲେ ସରକାର କିଛି ନୂଆ ପ୍ରସ୍ତାବିତ ନାମ ତାଲିକା ସହ ସଂଶୋଧନ ନିମନ୍ତେ କଲେଜିୟମକୁ ପଠାଇଥାନ୍ତି । କଲେଜିୟମ ସରକାରଙ୍କ ସଂଶୋଧନକୁ ଗ୍ରହଣ କରନ୍ତି କିମ୍ବା ନିଜ ମୁତାବକ ତାଲିକା କରି ପୁଣିଥରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥାନ୍ତି । ତେବେ ଦ୍ୱିତୀୟଥର ସରକାର କଲେଜିୟମର ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥାନ୍ତି ।
ଗତ ୨୫ ବର୍ଷରେ ଯାହା ଦେଖାଯାଇଛି ଏହି ବ୍ୟବସ୍ଥାରେ କେତେକ ହାତଗଣା ପରିବାର ବର୍ଗ ଉପକୃତ ହୋଇଛନ୍ତି । ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ବେଳେ କଲେଜିୟମ ବନାମ ସରକାର ସ୍ଥିତି ଉପୁଜିଲେ ଅଯଥା ବର୍ଷ ବର୍ଷ ସମୟ ନଷ୍ଟ ହୋଇଥାଏ, ନିଯୁକ୍ତି ବିଳମ୍ବିତ ହୋଇଥାଏ । କଲେଜିୟମ ସରକାରଙ୍କ ଆପତ୍ତିକୁ ଗ୍ରହଣ ନ କଲେ ସରକାର ମଧ୍ୟ କଲେଜିୟମର ବିରୋଧୀ ହୋଇଥାନ୍ତି । ଫଳସ୍ୱରୂପ ମକଦ୍ଦମା ସଂଖ୍ୟା ବଢୁଥାଏ, ବି·ରକାଳ ଗଡୁଥାଏ । ସରକାର କଲେଜିୟମର ପ୍ରସ୍ତାବକୁ ଗ୍ରହଣ କରି କେତେ ସମୟ ମଧ୍ୟରେ ନିଯୁକ୍ତି ଦେବେ ତାହା ସ୍ପଷ୍ଟ ନଥିବାରୁ ସରକାର ଟାଳଟୁଳନୀତି ଅବଲମ୍ବନ କରିଥାନ୍ତି । କଲେଜିୟମ ବ୍ୟବସ୍ଥାକୁ ବର୍ତ୍ତମାନର ସରକାର ବିରୋଧ କରିବାର କାରଣ ହେଲା ଯେ ଏହି ବ୍ୟବସ୍ଥା ପ୍ରିୟାପ୍ରୀତି ତୋଷଣକୁ ପ୍ରୋତ୍ସାହିତ କରିଆସୁଛି । ଏଥିରେ କେନ୍ଦ୍ର ସଚିବାଳୟ କିମ୍ବା ଅନ୍ୟ କାର୍ଯ୍ୟାଳୟର ଭୂମିକା ରହୁନାହିଁ । ୫ଜଣ ଜଜ୍ ବନ୍ଦ କୋଠରୀ ମଧ୍ୟରେ ଯାହା ସ୍ଥିର କରୁଛନ୍ତି ତାକୁ ସର୍ବମାନ୍ୟ ଭାବେ ଗ୍ରହଣ କରାଯାଉଛି । ଏହି ଚୟନ ପ୍ରକ୍ରିୟା ଆଦୋ÷÷ ଯୋଗ୍ୟତା ଏବଂ ପ୍ରତିଯୋଗିତାଭିତ୍ତିକ ନହୋଇ ବ୍ୟକ୍ତିଗତ ସଂପର୍କଭିତ୍ତିକ ହୋଇ ଆସିଛି । ଏଥିରେ ଅସ୍ୱଚ୍ଛତା ରହିଥିବା ହେତୁ ସନେ୍ଦହର ଘେରରେ ରହିଆସିଛି ।
ତେଣୁ କଲେଜିୟମ ବ୍ୟବସ୍ଥାର ସଂଶୋଧନ ପାଇଁ ୧୫ ଅଗଷ୍ଟ ୨୦୧୪ରେ ତତ୍କାଳୀନ ସରକାର ରାଷ୍ଟ୍ରୀୟ ନ୍ୟାୟାଳୟ ନିଯୁକ୍ତି ଆୟୋଗ (ଏନ୍ଜେଏସି) ଗଠନ କରିଥିଲେ । ଯାହାକୁ ୧୬ ଅକ୍ଟୋବର ୨୦୧୫ରେ ସୁପ୍ରିମକୋର୍ଟ ଆସାମ୍ବିଧାନିକ ଆଖ୍ୟା ଦେଇଥିଲେ । ଏଥିରେ ୬ଜଣିଆ ସଦସ୍ୟଙ୍କ ବ୍ୟବସ୍ଥା ଥିଲା । ଏହାର ପ୍ରମୁଖ ସୁପ୍ରିମକୋର୍ଟର ମୁଖ୍ୟ ବି·ରପତି ଥିଲାବେଳେ ୨ ସୁପ୍ରିମକୋର୍ଟ ଜଜ୍, କେନ୍ଦ୍ର ଆଇନମନ୍ତ୍ରୀ ଏବଂ ଭିନ୍ନ ଭିନ୍ନ କ୍ଷେତ୍ରରେ ୨ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହାର ସଦସ୍ୟ କରାଯିବା ଲାଗି ବ୍ୟବସ୍ଥା ରହିଥଲା । ଏହି ଦୁଇଜଣ ସଦସ୍ୟଙ୍କ ଚୟନ ବିରୋଧୀଦଳ ନେତାଙ୍କ କମିଟି ସ୍ଥିର କରିବାକୁ ଥିବା ହେତୁ ସୁପ୍ରିମକୋର୍ଟ ସରକାରଙ୍କ ପ୍ରସ୍ତାବରେ ଅରାଜି ହୋଇଥିଲେ ।
ନିକଟରେ ଅବସର ଗ୍ରହଣ କରିଥିବା ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବି·ରପତି ୟୁୟୁ ଲଳିତ ସୁପି୍ରିମକୋର୍ଟରେ ଖାଲିଥିବା ପଦପାଇଁ ୪ଜଣ ବି·ରପତିଙ୍କ ନାମ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ, ଯାହାକୁ କଲେଜିୟମ ମଧ୍ୟ ବିରୋଧ କରିଥିଲେ । ମୁଖ୍ୟ ବି·ରପତି ଲଳିତ ଅନ୍ୟ ନ୍ୟାୟାଧୀଶଙ୍କ ସମର୍ଥନ ·ହିଁଥିଲେ ହେଁ ୨ଜଣ ସଦସ୍ୟ ସେହି ପ୍ରସ୍ତାବର ବିରୋଧ କରିଥିଲେ । ଲଳିତଙ୍କ ତାଲିକାରେ ହରିୟାଣା ହାଇକୋର୍ଟର ମୁଖ୍ୟ ବି·ରପତି ରବିଶଙ୍କର ଝା, ପାଟନା ହାଇକୋର୍ଟର ମୁଖ୍ୟ ବି·ରପତି ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବି·ରପତି ସଞ୍ଜୟ କୁମାର, ବରିଷ୍ଠ ଓକିଲ କେବି ବିଶ୍ୱନାଥଙ୍କ ନାମ ରହିଥିଲା । ତେବେ ମୁଖ୍ୟ ବି·ରପତି ଲଳିତ କେବି ବିଶ୍ୱନାଥଙ୍କୁ ପଦୋନ୍ନତି ଦେଇ ଯେପରି ତାଲିକାରେ ତାଙ୍କୁ ସାମିଲ କରିଥିଲେ ତାକୁ ଅନ୍ୟ ବି·ରପତିମାନେ ଗ୍ରହଣ କରିପାରି ନଥିଲେ ।
ରାଜନୀତିରେ ବାପ ପରେ ପୁଅ ଶାସନକୁ ଆସିଲା ପରି କଲେଜିୟମ ବ୍ୟବସ୍ଥାରେ ବାପ ପରେ ପୁଅ ସୁପ୍୍ରିମକୋର୍ଟ, ହାଇକୋର୍ଟର ବି·ରପତି ଏବଂ ମୁଖ୍ୟ ବି·ରପତି ହେଉଛନ୍ତି । ଏ କ୍ଷେତ୍ରରେ ଯୋଗ୍ୟତା ଅପେକ୍ଷା କିଏ କାହାର ନିଜ ଲୋକ ତାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ବର୍ତ୍ତମାନର କଲେଜିୟମ କିପରି ବଂଶବାଦକୁ ସ୍ୱାଗତ କରୁଛି ତାହା କେବଳ ଅଭିଯୋଗ ନୁହେଁ ଜଳଜଳ ସ୍ପଷ୍ଟ । ୟଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ୧୬ଶ ମୁଖ୍ୟ ବି·ରପତି ଭାବେ ୨୨ ଫେବୃଆରୀ ୧୯୭୮ରୁ ୧୧ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ତାଙ୍କ ପୁଅ ଧନଞ୍ଜୟ ଚନ୍ଦ୍ରଚୂଡ ଏବେ ସୁପ୍ରିମକୋର୍ଟର ମୁଖ୍ୟ ବି·ରପତି ଥିଲାବେଳେ, ତାଙ୍କ ପୁଅ ଅଭିନବ ଚନ୍ଦ୍ରଚୂଡ ମୁମ୍ବାଇ ହାଇକୋର୍ଟର ଓକିଲ ରହିଛନ୍ତି । ଲୋକଙ୍କ କହିବାନୁସାରେ ଦେଶରେ କଲେଜିୟମ ବ୍ୟବସ୍ଥା ଜାରି ରହିଲେ ଅଭିନବ ମଧ୍ୟ ଆଗାମୀ ଦିନରେ ସୁପ୍ରିମକୋର୍ଟର ମୁଖ୍ୟ ବି·ରପତି ହେବା କିଛି ବଡ କଥା ହେବନାହିଁ । ସେହିପରି ସୁପ୍ରିମକୋର୍ଟର ବି·ରପତି ରହିଥିବା କୁଟ୍ଟିଲ କୁରିଏନ୍ ମାଥୁ୍ୟଙ୍କ ପିତା କେ.ଏମ୍. ଜୋସେଫ ମଧ୍ୟ ପୂର୍ବରୁ ସୁପ୍ରିମକୋର୍ଟର ବି·ରପତି ରହିଥିଲେ । ସୁପ୍ରିମକୋର୍ଟର ଜଜ୍ ଭାବେ ୨୦୨୨ରୁ କାର୍ଯ୍ୟରତ ଦୀପଙ୍କର ଦତ୍ତଙ୍କ ପିତା ସଲିଳ କୁମାର ଦତ୍ତ ଅତୀତରେ କୋଲକାତା ହାଇକୋର୍ଟର ଜଜ୍ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଭିଣୋଇ ମଧ୍ୟ ସୁପ୍ରିମକୋର୍ଟର ଓକିଲ ରହିଛନ୍ତି । ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ଜଜ୍ଥିବା ସଞ୍ଜୟ କିଷନ କାଉଲଙ୍କ ପରିବାର ଓକିଲାତି ପେସାରେ ରହିଆସିଛନ୍ତି । ଜାମ୍ମୁ-କାଶ୍ମୀର ରାଜ ପରିବାରର ବଂଶଧର କାଉଲଙ୍କ ପରିବାର ଲୋକେ ସେଠାର ରାଜନୀତିରେ ଥିଲେ । ରାଜା ସୂରଜ କିଷନ କାଉଲ ରାଜସ୍ୱ ମନ୍ତ୍ରୀ ଥିଲେ , ଦୟା କିଷନ କାଉଲ ଅର୍ଥମନ୍ତ୍ରୀ ଥିଲେ, ସାଆନ୍ତ ବାପା ରାଜା ଉପିନ୍ଦର କାଉଲ ରାଜନେତା ଥିଲାବେଳେ ଭାଇ ନୀରଜ କାଉଲ ଏବେ ଦିଲ୍ଲୀ ହାଇକୋର୍ଟର ଜଜ୍ ଭାବେ କାର୍ଯ୍ୟରତ । ସୁପ୍ରିମକୋର୍ଟର ବି·ରପତି ଜାମସେଦ ବୁର୍ଜୋର ପାରଡିୱାଲାଙ୍କ ତିନିପୁରୁଷ ଓକିଲାତିରେ ରହିଆସିଛନ୍ତି । ତାଙ୍କ ପିତା ବୁର୍ଜୋର କାୱାସଜୀ ପାରଡିୱାଲା ଗୁଜରାଟ ବିଧାନସଭାର ୭ମ ବାଚସ୍ପତି ଥିଲେ, ଯିଏକି ପରେ ଗୁଜରାଟ ହାଇକୋର୍ଟର ଓକିଲ ଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟର ବି·ରପତି ଅଜୟ ରସ୍ତୋଗୀଙ୍କ ପିତା ରାଜସ୍ଥାନର ଜଣେ ପ୍ରଭାବଶାଳୀ ଓକିଲ ଥିଲେ । ସୁପ୍ରିମକୋର୍ଟର ବି·ରପତି ଦୀନେଶ ମାହେଶ୍ୱରୀଙ୍କ ପିତା ରମେଶ ଚନ୍ଦ୍ର ମାହେଶ୍ୱରୀ ରାଜସ୍ଥାନ ହାଇକୋର୍ଟର ଓକିଲ ରହିଥିଲେ । ସୁପ୍ରିମକୋର୍ଟରେ କାର୍ଯ୍ୟରତ ବି·ରପତି ସଞ୍ଜୟ ଖାନ୍ନାଙ୍କ ପିତା ଜଷ୍ଟିସ ଦେବରାଜ ଖାନ୍ନା ଅତୀତରେ ଦିଲ୍ଲୀ ହାଇକୋର୍ଟର ବି·ରପତି ରହିଥିଲେ । ସୁପ୍ରିମକୋର୍ଟର ବି·ରପତି ବାଙ୍ଗାଲୋର ଭେଙ୍କଟରାମାୟା ନାଗରତ୍ନାଙ୍କ ପିତା ଇ.ଏସ୍. ଭେଙ୍କଟରାମାୟା ମଧ୍ୟ ସୁପ୍ରିମକୋର୍ଟର ମୁଖ୍ୟ ବି·ରପତି ଭାବେ କାର୍ଯ୍ୟ କରିଥିଲେ । କଥାହେଲା ଯେ ସାଧାରଣ ପରିବାର ଲୋକେ ଆଇ.ଏ.ଏସ୍, ଆଇପିଏସ୍ ପରି ତଳକୋର୍ଟର ଓକିଲ କିମ୍ବା ଜଜ୍ ସିନା ହେଉଛନ୍ତି, ହେଲେ ସୁପ୍ରିମକୋର୍ଟର ଜଜ୍ ହୋଇପାରୁନାହାନ୍ତି । କାରଣ ଏଥିପାଇଁ ଲମ୍ବାହାତ ଦରକାର, ଯୋଗ୍ୟତା ନୁହେଁ, ପ୍ରତିଯୋଗିତା ନୁହେଁ,କେବଳ ମନୋନୟନ । ଏହି ବଂଶବାଦ ସୁପ୍ରିମକୋର୍ଟଙ୍କ ପାଇଁ ବର୍ତ୍ତମାନ କଳଙ୍କର ବଡଦାଗ ହୋଇଛି ଯାହା ଚିନ୍ତାର ବିଷୟ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩