Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଅଭିଯୋଗ ନ କରି ଆତ୍ମ ନୀରିକ୍ଷଣ କରୁ ବଲିଉଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଭିଯୋଗ ନ କରି ଆତ୍ମ ନୀରିକ୍ଷଣ କରୁ ବଲିଉଡ


ଡ. ସମନ୍ୱୟ ନନ୍ଦ
ଏବେ କିଛି ଦିନ ତଳେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇ ଯାଏ ଉତର ପ୍ରଦେଶରେ ଫିଲ୍ମ ସିଟି ନିର୍ମାଣ ନେଇ ବଲିଉଡର କିଛି ଲୋକଙ୍କ ସହ କଥାବାର୍ତା କରିଥିଲେ । ଏହି ବୈଠକ ଅତ୍ୟନ୍ତ ସାଧାରଣ ବୈଠକ ଥିଲା । ହେଲେ ଏହି ବୈଠକରେ ଆକ୍ଟର ସୁନୀଲ ଶେଟ୍ଟୀ ଯୋଗୀ ଆଦିତ୍ୟନାଥଙ୍କୁ ହଠାତ ଏକ ଗୁହାରୀ କରିବା ଦେଖିବାକୁ ମିଳିଥିଲା । ସେ କହିଥିଲେ “ଦର୍ଶକ ମାନେ ସିନେମା ହଲକୁ ଆସୁ ନାହାନ୍ତି, ସେମାନଙ୍କୁ ସିନେମାହଲକୁ ଅଣା ଯିବା ବଡ ଜରୁରୀ । ବୟକଟ ବଲିଉଡ ନାମରେ ଯେଉଁ ହ୍ୟାସଟାଗ ଚଳା ଯାଉଛି, ତାହା ଆପଣଙ୍କର (ଯୋଗୀ)ଙ୍କ କହିବା ପରେ ବନ୍ଦ ହୋଇ ଯାଇପାରେ । ଆମେ ଖୁବ ଭଲ କାମ କରି ସାରିଛୁ । ପଚି ଯାଇଥିବ ସେଓ ସବୁ ସ୍ଥାନରେ ଥାଏ ହେଲେ ଆପଣ ଆମ ସମସ୍ତଙ୍କୁ ସେଭଳି ଭାବି ପାରିବେ ନାହିାଁ ”
ସେ ଆହୁରି କହିଥିଲେ ଯେ “ ଦର୍ଶକ ମାନଙ୍କ ମନରେ ଗୋଟିଏ କଥା ପଶି ଯାଇଛି ଯେ ବଲିଉଡ ବା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ ଲୋକ ନାହାନ୍ତି । ବଲିଉଡରେ ୯୯ ପ୍ରତିଶତ ଲୋକ ସେପରି ନାହାନ୍ତି ଓ ସମସ୍ତେ ଦିନ ବେଳେ ଡ୍ରଗ୍ସ ନିଅନ୍ତି ନାହିଁ ।” ସେ ଏତିକିରେ ଅଟକି ନ ଥିଲେ । ସେ ଯୋଗୀଙ୍କୁ ଏହି କଥା ପ୍ରଧାନମନ୍ତ୍ରୀ ମୋଦୀ ପର୍ଯ୍ୟନ୍ତ ଏହି କଥା ପହଂଚାଇବାକୁ ଅନୁରୋଧ କରିଥିଲେ ।
ସୁନୀଲ ଶେଟ୍ଟୀ ଉଠାଇଥିବା ପ୍ରସଙ୍ଗ ଉପରେ ଯୋଗୀ ଆଦିତ୍ୟନାଥ ଯାହା ଉତର ଦେଇଥିବେ ତାହା ଭିନ୍ନ କଥା । ଏହି କଥାକୁ ସୁନୀଲ ଶେଟ୍ଟୀ ନିଜେ ଉଠାଇ ଥାଇ ପାରନ୍ତି ବା ବଲିଉଡର ଆଉ କେହି ବଡ ଲୋକ ତାଙ୍କୁ ଉଠାଇବାକୁ କହିଥାଇ ପାରେ । ହେଲେ ସୁନୀଲ ଶେଟ୍ଟୀ ବା ତାଙ୍କୁ ଏହି କଥା ଉଠାଇବାକୁ କହିଥିବା ବଲିଉଡର ଅନ୍ୟ ଲୋକ ମାନଙ୍କର ବଲିଉଡକୁ ବୟକଟ କରିବାକୁ କରା ଯାଉଥିବା ଆହ୍ୱାନକୁ ନେଇ କୌଣସି ପ୍ରକାର ବାସ୍ତବିକ ଜ୍ଞାନ ନ ଥିବା ସ୍ପଷ୍ଟ ହୋଇଛି ।
ବଲିଉଡର ଲୋକଙ୍କ ମତ ହେଲା ଯେ ଯୋଗୀ ଆଦିତ୍ୟନାଥ କହିଲେ ବୟକଟ ବଲିଉଡ ଅଭିଯାନକୁ ରୋକା ଯାଇ ପାରିବ । ତେବେ ପ୍ରଶ୍ନ ଉଠୁଛି ଯେ ଯୋଗୀ ଆଦିତ୍ୟନାଥ କଣ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି ଯେ ସେ କହିଲେ ଲୋକ ମାନେ ଏହାକୁ ବନ୍ଦ କରି ଦେବେ । ଦେଶରେ ବଲିଉଡ ବିରୋଧରେ ତିଆରି ହୋଇଥିବା ଏହି ବାତାବରଣରେ ଦେଶର ସାଧାରଣ ଲୋକ ମାନେ ଅଛନ୍ତି । ଏହି ସାଧାରଣ ଲୋକ ମାନେ କେବେ ଏହି ବଲିଉଡର ଲୋକ ମାନଙ୍କୁ ହିରୋ ସଜାଇଥିଲେ । ବଲିଉଡ ଯେଭଳି ଭାବେ ଫିଲ୍ମ ଜରିଆରେ ଅଶ୍ଲୀଳତା, ହିନ୍ଦୁ ବିରୋଧ, ପାକିସ୍ତାନ ପ୍ରେମ, ବୋକ ସଂସ୍କୃତିକୁ ପ୍ରୋତ୍ସାହନ, ଇସଲାମିଷ୍ଟ ମାନଙ୍କର ମହିମାମଣ୍ଡନ ଆଦି କରୁଛି ସେହି କାରଣରୁ ଦେଶର ସାଧାରଣ ଲୋକ ମାନଙ୍କର ବଲିଉଡ ପ୍ରତି ମୋହଭଙ୍ଗ ହୋଇଛି । ତେଣୁ ସେମାନେ ବଲିଉଡକୁ ବହିଷ୍କାର କରିବାକୁ ଅପିଲ କରୁଛନ୍ତି ।
ଏଠାରେ ସୁନୀଲ ଶେଟ୍ଟୀ ଜଣେ ବ୍ୟକ୍ତି ନୁହନ୍ତି । ସେ ବଲିଉଡର ପ୍ରତିନିଧି । ସେ ଯାହା କହୁଛନ୍ତି ତାହା ବଲିଉଡ କହୁଛି ବୋଲି ଧରିବାକୁ ପଡିବ । ଯେପରିକି ଉଲ୍ଲେଖ କରା ଯାଇଛି ଯେ ଦେଶର ଲୋକ ମାନେ ଏହି ବଲିଉଡକୁ ବହିଷ୍କାର ପାଇଁ ଅପିଲ କରୁଛନ୍ତି । ବଲିଉଡକୁ ବହିଷ୍କାର କରିବାକୁ ଅପିଲ କରି ଦେଶବାସୀ କୌଣସି ଅପରାଧ କରୁ ନାହାନ୍ତି । ଗଣତନ୍ତ୍ରରେ ସମସ୍ତଙ୍କୁ ଶାନ୍ତିପୂର୍ଣ ଭାବେ ବିରୋଧ କରିବାର ଅଧିକାର ରହିଛି । ଦେଶର ଲୋକ ମାନେ ଏହି ଅଧିକାରକୁ ହିଁ ବ୍ୟବହାର କରୁଛନ୍ତି । ଇଂରେଜ ମାନେ ଶାସନରେ ଥିବା ବେଳେ ଭାରତୀୟ ମାନେ କେବେ ଏହି ଭଳି ଅସହଯୋଗ ଆନେ୍ଦାଳନ କରିଥିଲେ । ଏବେ ବଲିଉଡ ବିରୁଦ୍ଧରେ ଲୋକ ମାନେ ସେହି ସମାନ କାମ କରୁଛନ୍ତି । ତେଣୁ ସେମାନେ କୌଣସି ପ୍ରକାର ଅପରାଧ କରୁ ନାହାନ୍ତି ଏହା ସୁନୀଲ ଶେଟ୍ଟୀଙ୍କୁ ବୁଝିବାକୁ ପଡିବ ।
ଅନ୍ୟ ପକ୍ଷରେ ଯୋଗୀ ଆଦିତ୍ୟନାଥ କିମ୍ବା ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା ଅନୁସାରେ ଏହି ଅଭିଯାନକୁ କେହି ଚଳାଉ ନାହାନ୍ତି । ଦେଶର ଲୋକ ମାନେ ବଲିଉଡର ଚରିତ୍ରକୁ ଦୀର୍ଘ ସମୟ ଧରି ଦେଖିବା ପେ ଏହି ଅଭିଯାନ ଚଳାଇଛନ୍ତି ।
ତେବେ ଗୋଟିଏ କଥାର ଉଲ୍ଲେଖ ଏଠାରେ କରିବା ସମୀଚିନ ହେବ ଯେ ପୂର୍ବରୁ ମଧ୍ୟ ବଲିଉଡର ଫିଲ୍ମକୁ ବୟକଟ କରିବାକୁ ଆହ୍ୱାନ ପୂର୍ବରୁ ମଧ୍ୟ କିଛି ଲୋକ ଦେଉଥିଲେ । ହେଲେ ତାହା ସଫଳ ହେଉ ନଥିଲା । ବରଂ ଏହାକୁ ବଲିଉଡର ଲୋକ ମାନେ ପବ୍ଲିସିଟିର ମାଧ୍ୟମ ବୋଲି ମନେ କରୁଥିଲେ ।
ସମସ୍ତଙ୍କର ମନେ ଥିବ ଗୁଜରାତରେ ନର୍ମଦା ନଦୀର ବନ୍ଧର ଉଚ୍ଚତା ବଢାଇବା ବିରୁଦ୍ଧରେ ମେଧା ପାଟକର ଧାରଣାରେ ବସିଥିଲେ । ନର୍ମଦା ନଦୀ ବନ୍ଧର ଉଚ୍ଚତା ବଢିଲେ ଗୁଜରାତର ଅନେକ ଜଳକ୍ଲିଷ୍ଟ ଅଂଚଳକୁ ପାଣି ପହଂଚିବାର ଥିଲା । ସେତେବେଳେ ହଠାତ ସେଠାରେ ପହଂଚିଥିଲେ ଆମିର ଖାନ । ଆମିର ଖାନଙ୍କ ଉକ୍ତ ବିଷୟ ଉପରେ ଜ୍ଞାନ ନ ଥିଲା । ତଥାପି ସେତେବେଳେ ସେ ମେଧାଙ୍କ ସମର୍ଥନରେ ପହଂଚିଥିଲେ । ଏହା ପରେ ତାଙ୍କର ଫିଲ୍ମ ଫନା ରିଲିଜ ହେବାର ଥିଲା । କିଛି ଲୋକ ମାନେ ତାଙ୍କ ଫିଲ୍ମକୁ ବୟକଟ କରିବାକୁ ଆହ୍ୱାନ କରିଥିଲେ । ହେଲେ ଫିଲ୍ମ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା । ଫିଲ୍ମ ଭଲ ଚାଲିଥିଲା । ସେହିପରି ଆମିର ଖାନଙ୍କ ଏକ ଫିଲ୍ମ ପିକେ ରେ ହିନ୍ଦୁ ଦେବାଦେବୀଙ୍କୁ ଅତ୍ୟନ୍ତ ଖରାପ ଓ ଉପହାସ କରି ଦେଖା ଯାଇଥିଲା । ଲୋକ ମାନେ ଏହି ଫିଲ୍ମକୁ ବୟକଟ କରିବାକୁ ଆହ୍ୱାନ କରିଥିଲେ । ମାତ୍ର ବୟକଟର ଆହ୍ୱାନ ସଫଳ ହୋଇ ନ ଥିଲା । ପିକେ ଫିଲ୍ମଟି ଭଲ ସଫଳତା ଅର୍ଜନ କରିଥିଲା । ତେଣୁ ସେତେବେଳେ ଯାଏ ବଲିଉଡର ଲୋକ ମାନେ ବୟକଟ୍ ଅଭିଯାନକୁ ଗୁରୁତ୍ୱ ଦେଉ ନ ଥିଲେ । ଆମୀର ଖାନ ଏକ ସାକ୍ଷାତାକାରରେ କହିଥିଲେ ଯେ ଯେଉଁ ମାନେ ଫିଲ୍ମକୁ ଦେଖିବାକୁ ଚାହୁଁ ନାହାନ୍ତି ସେମାନେ ତାଙ୍କ ଫିଲ୍ମ ନ ଦେଖିବାକୁ ଆସନ୍ତୁ । ସେହିପରି କରୀନା କପୁର ଖାନ ଏକ ସାକ୍ଷାତକାରରେ ଆଉ ଏକ ପାଦ ଆଗକୁ ବଢି କହିଥିଲେ ଯେ – ଆମେ କଣ ଦର୍ଶକ ମାନଙ୍କୁ ନିମନ୍ତ୍ରଣ କରୁଛୁ କି । ଯାହାର ଦେଖିବାର ଇଚ୍ଛା ଅଛି ସେ ଆସୁ, ଯାହାର ଇଚ୍ଛା ନାହିଁ ସେ ନ ଆସୁ । ଏହା ବଲିଉଡର ଅହଂକାରର ସଂକେତ ଥିଲା ।
ଏବେ କିଛି ଦିନ ତଳେ ଆମିର ଖାନଙ୍କ ଲାଲ ସିଂହ ଚଢା ଓ ବ୍ରହ୍ମାସ୍ତ୍ର ଫିଲ୍ମକୁ ବୟକଟ କରାଯିବାକୁ ଅଭିଯାନ ପରେ ଫିଲ୍ମ ଗୁଡିକ ମାଡ ଖାଇଥିଲା । ତେଣୁ ଏବେକାର ବୟକଟ ବଲିଉଡ ସେମାନଙ୍କର ଅହଂକାରକୁ ଚୁରମାର କରି ଦେଇଛି । ତେଣୁ ସେମାନେ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ବୟକଟ ବଲିଉଡ ଅଭିଯାନକୁ ବନ୍ଦ କରିବାକୁ ଗୁହାରୀ କରୁଥିବା ଦେଖିବାକୁ ମିଳୁଛି ।

ସୁନୀଲ ଶେଟ୍ଟୀ ବା ବଲିଉଡ ଯଦି ନିଜକୁ ପ୍ରଶ୍ନ ପଚାରିଥାନ୍ତା ତେବେ ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ଏପରି ଅନୁରୋଧ କରିବାର ଆବଶ୍ୟକତା ପଡି ନ ଥାନ୍ତା । ଲୋକମାନଙ୍କ ମନ ଉପରେ ଫିଲ୍ମର ଗଭୀର ପ୍ରଭାବ ପଡି ଥାଏ । ତେଣୁ ଏହାର ଲାଭ ଉଠାଇ ବଲିଉଡ ସୁନିୟୋଜିତ ଭାବେ ଦେଶରେ ବିଦେଶୀ ଇସଲାମୀ ଆକ୍ରମଣକାରୀ ମାନଙ୍କର ମହିମାମଣ୍ଡନ କରିବା, ଭାରତୀୟ ଦେବାଦେବୀଙ୍କୁ ଖରାପ ଭାବେ ଚିତ୍ରିତ କରିବା ଭାମ୍ର ଦେଶୀ ପରମ୍ପରା ଓ ସଂସ୍କୃତିିକୁ ଖରାପ ବୋଲି ଦର୍ଶାଇବା ଆଦି କାମ ଲଗାତାର କରି ଆସୁଛି । ସେହିପରି ମନ୍ଦିରର ପୂଜାରୀ ମାନଙ୍କୁ ଖରାପ ବୋଲି ଦେଖାଇବା ଓ ଅନ୍ୟ ପଟରେ ଚର୍ଚର ପାଦ୍ରୀକୁ ଓ ଇସଲାମକୁ ମାନୁଥିବା ବ୍ୟକ୍ତିକୁ ଭଲ ବୋଲି ଦେଖାଇବା, ହିନ୍ଦୁବାଦୀ ମାନଙ୍କୁ ଖରାପ ଭାବେ ଚିତ୍ରିତ କରିଥାନ୍ତି । ତେଣୁ ଏହି କାରଣରୁ ବଲିଉଡକୁ ବୟକଟ କରିବାକୁ ଆହ୍ୱାନ ଲୋକ ମାନେ ଦେଉଛନ୍ତି । ତେଣୁ ବଲିଉଡ ଏ ବାବଦରେ ଅଭିଯୋଗ ନ କରି ଆତ୍ମ ନୀରିକ୍ଷଣ କରିବା ଆବଶ୍ୟକ ।

Leave a Reply