Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
କେତେ ଗୁରୁତ୍ୱପୂର୍ଣ ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଋଷ ଗସ୍ତ ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେତେ ଗୁରୁତ୍ୱପୂର୍ଣ ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଋଷ ଗସ୍ତ ?

ଡ. ସମନ୍ୱୟ ନନ୍ଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତ ଓ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ଘଟଣାକୁ ନେଇ ପାଶ୍ଚାତ୍ୟ ଦେଶ ମାନଙ୍କ ତରଫରୁ ଓ ଭାରତର ଗୋଟିଏ ବର୍ଗ ତରଫରୁ ଖୁବ ନକାରାତ୍ମକ ଭାବରେ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କର ନୈରାଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଗସ୍ତ ପୂର୍ବରୁ କିଛି ବିଶ୍ଲେଷକ ଏଇଆ ମଧ୍ୟ କହିବା ଆରମ୍ଭ କରି ଦେଇଥିଲେ ଯେ ଯେହେତୁ ରୁଷ ଧୀରେ ଧୀରେ ଦୁର୍ବଳ ହେଉଛି ଓ ଚୀନ ସହ ତାର ପ୍ରଗାଢତା ଧୀରେ ଧୀରେ ବଢିବାରେ ଲାଗିଛି ତେଣୁ ଭାରତକୁ ମଧ୍ୟ କୌଣସି ପାଶ୍ଚାତ୍ୟ ଦେଶ ସହ ସହଭାଗିତାକୁ ଦୃଢ କରିବା ଆବଶ୍ୟକ ।

ଭାରତର ରୁଷ ସହ ସମ୍ପର୍କ ଖିୁବ ପୁରୁଣା । କେବଳ ସେତିକି ନୁହେଁ ଏହି ମିତ୍ରତା ବହୁ ପରୀକ୍ଷିତ ମଧ୍ୟ । ଭାରତ ସରକାର ବିଶେଷ ଭାବେ ମୋଦୀ ସରକାର ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ନିଜର ବିଦେଶ ନୀତିକୁ ସ୍ପଷ୍ଟ କରି ସାରିଛନ୍ତି । ଭାରତ ପାଇଁ ନିଜର ଓ ଭାରତୀୟ ମାନଙ୍କର ସ୍ୱାର୍ଥ ସର୍ବୋପରି । ଏହା ହିଁ ହେଉଛି ଭାରତୀୟ ବୈଦେଶିତ ନୀତିର ଆଧାର । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବହୁ ପ୍ରତିକ୍ଷୀତ ଋଷ ଯାତ୍ରା କରି ଏହି କଥାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଯାତ୍ରାର ଉଦ୍ଦେଶ୍ୟର ମୁଖ୍ୟ ବିନ୍ଦୁ ଗୁଡିକ ମଧ୍ୟରେ ଉଭୟ ଦେଶରେ ଶିଖର ସ୍ତରୀୟ କଥାବାର୍ତାକୁ ପୁନଃ ଆରମ୍ଭ କରିବା ସହ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ କିପରି ଆହୁରି ଗତିଶୀଳ କରାଯାଇପାରିବ ସେ ନେଇ ଆଲୋଚନା କରିବା ଥିଲା । ଏହା ବାଦ ରୁଷ ଉପରେ ଆର୍ôଥକ ମୋର୍ଚ୍ଚାରେ ଯେଭଳି ଭାବେ ପାଶ୍ଚାତ୍ୟ ଦେଶ ମାନଙ୍କ ଦ୍ୱାରା କଠୋର କଟକଣା ଯୋଗୁଁ ଉତ୍ପନ୍ନ ହୋଇଥିବା ବାଧାକୁ ଦୂର କରିବା ଥିଲା । ସେହିପରି ଦ୍ୱିପକ୍ଷୀୟ ବାଣିଜ୍ୟକୁ ଆହୁରି ଶକ୍ତିଶାଳୀ କରିବା ସହ ଉଭୟ ଦେଶ ମଧ୍ୟରେ ଅସ୍ଥିର ବାଣିଜ୍ୟ ସନ୍ତୁଳନକୁ ଠିକ କରିବା ଦିଗରେ ପ୍ରୟାସ କରିବା ମଧ୍ୟ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଇତି ମଧ୍ୟରେ ଭୂ- ରାଜନୈତିକ ସ୍ଥିତି ମଧ୍ୟ ଖୁବ ଜଟିଳ ହୋଇ ସାରିଛି । ରୁଷ ଓ ଚୀନ ପୁଣି ଥରେ ପାଶ୍ଚାତ୍ୟ ଦେଶ ମାନଙ୍କ ବିରୁଦ୍ଧରେ ଠିଆ ହୋଇଥିବା ଓ ଶୀତଳ ଯୁଦ୍ଧ ଭଳି ଉତେଜନାପୂର୍ଣ ପରିସ୍ଥିତି ଉତ୍ପନ୍ନ ହେବା ଆଡକୁ ଅଗ୍ରସର ହେଉଥିବା ଜଣା ପଡୁଛି । ତେଣୁ ଏଭଳି ପରିସ୍ଥିତିରେ ରୁଷ, ଆଡକୁ ଢଳୁଥିବା ଭଳି ଦେଖାଯାଉଛି । ତେଣୁ ଏହି ଦୃଷ୍ଟିରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରୁଷ ଗସ୍ତ ଖୁବ ଗୁରୁତ୍ୱପୂର୍ଣ ଥିଲା ।

ପାଖାପାଖି ପାଂଚ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଯାଇଥିଲେ । ୨୦୧୯ ମସିହାରେ ସେ ରୁଷ ଗସ୍ତରେ ଯିବା ପର ଠାରୁ ବର୍ତମାନ ଯାଏ ଅନେକ କିଛି ପରିବର୍ତନ ହୋଇ ସାରିଲାଣି । ସେତେବେଳେ ଭାରତ ଓ ରୁଷ ମଧ୍ୟରେ ବାଣିଜ୍ୟ ପାଖାପାଖି ୧୦ ବିଲିୟନ ଡଲାର ଥିଲା । କିନ୍ତୁ ୨୦୨୨ ମସିହାରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଏଥିରେ ଅନେକ କିଛି ପରିବର୍ତନ ହୋଇ ସାରିଛି । ଏବେ ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୬୫ ବିଲିୟନ ଡଲାରକୁ ପହଂଚି ସାରିଛି । ଅବଶ୍ୟ ଏଥିରେ ରୁଷରୁ ଶକ୍ତି କ୍ଷେତ୍ରରେ ହେଉଥିବା ଭାରତକୁ ରପ୍ତାନୀର ମାତ୍ରା ସବୁଠାରୁ ଅଧିକ ରହିଛି ।

ଯଦି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତରେ କଣ ହେଲା ସେ ବିଷୟରେ ଦୃଷ୍ଟିପାତ କରିବା ତେବେ ଦେଖିବା ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ବର୍ତମାନ ପରିସ୍ଥିତିରେ ରୁଷ ପାଇଁ ଭାରତର ଗୁରୁତ୍ୱକୁ ପ୍ରମାଣିତ କରୁଛି ।

ଏହି ଗସ୍ତରେ ଉଭୟଙ୍କ ମଧ୍ୟରେ ମୋଟ ୧୫ଟି ଚୁକ୍ତିରେ ଉଭୟ ଦେଶ ପକ୍ଷରୁ ସହମତି ପ୍ରକାଶ ପାଇଁ ହସ୍ତାକ୍ଷର କରା ଯାଇଛି । ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ ହେଲା ଭାରତର ଟ୍ରେଡ ପ୍ରମୋସନ କାଉନସିଲ ଓ ଅଲ ରଷିଆ ପବ୍ଲିକ ଅର୍ଗାନାଇଜେସନ (ବିଜନେସ ରଷିଆ) ମଧ୍ୟରେ ହୋଇଥିବା ଏମଓୟୁ । ଏହା ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଂଜି ନିବେଶକୁ ପ୍ରୋତ୍ସାହନ ଦିଆଯିବାକୁ ସ୍ଥିର କରାଯାଇଛି । ଉଭୟ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟକୁ ବଢାଇବାକୁ ସ୍ଥିର କରିବା ସହ ୨୦୩୦ ସୁଦ୍ଧା ବାର୍ଷିକ ବାଣିଜ୍ୟକୁ ଶହେ ବିଲିୟନ ଡଲାର ଯାଏ ପହଂଚାଇବାକୁ ଲକ୍ଷ୍ୟ ରଖା ଯାଇଛି । ଏହାକୁ କେବଳ କାଗଜପତ୍ରରେ କରାଯାଇ ନାହିଁ ବରଂ ଏହି ଲକ୍ଷ୍ୟକୁ କିଭଳି ହାସଲ କରି ହେବ ସେ ନେଇ ଠୋସ ପଦକ୍ଷେପ ନେଇ ମଧ୍ୟ ଆଲୋଚନା କରାଯାଇଛି ।

ରୁଷର ଏକାଟରିନବର୍ଗ ଓ କଜାନ ଠାରେ ଭାରତ ଦୁଇଟି ନୂଆ କନସୁଲେଟ ଖୋଲିବାକୁ ନିଷ୍ପତି ନେଇଛି । ଭାରତୀୟ ବଂଶୋଦ୍ଭବ ମାନଙ୍କର ରୁଷରେ ବଢୁଥିବା ପ୍ରଭାବକୁ ମଧ୍ୟ ଏହା ସ୍ପଷ୍ଟ ଦର୍ଶାଉଛି । ଯଦିଓ ରୁଷରେ ଭାରତୀୟ ବିଜନେସ ଖୁବ କମ ମାତ୍ରାରେ ରହିଛି, ହେଲେ ଗତ କିଛି ବର୍ଷ ମଧ୍ୟରେ ଏଥିରେ ପ୍ରବଳ ବୃଦ୍ଧି ହୋଇଛି । ଉଭୟ ଦେଶ ମଧ୍ୟରେ ଗ୍ୟାସ ଓ ପେଟ୍ରୋଲଜାତ ସାମଗ୍ରୀର ହିଁ ଅଧିକ ବ୍ୟବସାୟ ବର୍ତମାନ ସୁଦ୍ଧା ହେଉଥିବା ବେଳେ ଏବେ ଭାରତର ଫାର୍ମାସିଟିକାଲ ସେକ୍ଟର ରୁଷରେ ସବୁଠାରୁ ବଡ ଔଷଧ ଯୋଗାଣକାରୀ ହେବାରେ ଲାଗିଛି । ଭାରତ ଏହି ମାମଲାରେ ଜର୍ମାନୀକୁ ପଛରେ ପକାଇ ଦେଇଛି । ଅନେକ ଭାରତୀୟ ମେଡିସିନ କମ୍ପାନୀ ରୁଷରେ ସ୍ଥାନୀୟ ଫାର୍ମ ମାନଙ୍କ ସହ ମିଶି ସେଠାରେ ମେଡିସିନ ନିର୍ମାଣ କାମ କରୁଛନ୍ତି ।

ଗସ୍ତ ପରେ ଉଭୟ ଦେଶ ପକ୍ଷରୁ ଯେଉଁ ମିଳିତ ବିବୃତି ଜାରୀ କରାଯାଉଛି ସେଥିରେ ବାସ୍ତବରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି କିପରି ପ୍ରଗାଢ କରାଯାଇ ପାରିବ ତାର ଉଲ୍ଲେଖ ରହିଛି । ଭାରତ ଓ ରୁଷ ମଧ୍ୟରେ ପାରମ୍ପାରିକ କ୍ଷେତ୍ରରେ କିଭଳି ସହଯୋଗକୁ ବଢା ଯାଇ ପାରିବ ଓ ଉଭୟଙ୍କ ପାଉଁ ଲାଭପ୍ରଦ ହେଉଥିବା ଦୀର୍ଘକାଳୀନ ସହଯୋଗକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଚିହ୍ନିତ କରାଯାଇଛି । ଏହି ଦସ୍ତାବେଜ ହେଉଛି ଏକ ଆଧାର । ଏହି ଦସ୍ତାବେଜ ଆଧାରରେ ଉଭୟ ଦେଶ ସୁସମ୍ପର୍କ ବଢାଇବା ତଥା ଆର୍ôଥକ କ୍ଷେତ୍ରରେ ପରସ୍ପରକୁ ଲାଭ ପହଂଚାଇବା ପାଇଁ କାର୍ଯ୍ୟ କରିବେ ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଟିନଙ୍କ ପକ୍ଷରୁ ଯେଉଁ ବ୍ୟବହାର ମିଳିଥିଲା ତାର ମଧ୍ୟ ଉଲ୍ଲେଖ କରାଯିବା ଜରୁରୀ ହେବ । ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବାକୁ ରୁଷର ଫାର୍ଷ୍ଟ ଡେପୁଟି ପ୍ରାଇମ ମିନିଷ୍ଟର ଆସିଥିଲେ । ପୂର୍ବରୁ ଭାରତର ରାଷ୍ଟ୍ରାଧ୍ୟକ୍ଷଙ୍କୁ ବିମାନ ବନ୍ଦରରେ ପାଛୋଟି ନେବାକୁ ଏଭଳି ସ୍ତରର ନେତା ଆସୁଥିବାର ନଜିର ନାହିଁ । କେବଳ ସେତିକି ନୁହେଁ ରାଷ୍ଟ୍ରପତି ପୁଟିନ ତାଙ୍କର ଘରୋଇ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାଢେ ଚାରି ଘଂଟା ବିତାଇଥିଲେ । ଉଭୟଙ୍କ ମଧ୍ୟରେ ୱାନ ଟୁ ୱାନ ବୈଠକ ପାଖାପାଖି ଅଢେଇ ଘଂଟା ଧରି ଚାଲିଥିଲା । ଉଭୟଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବା ବିଷୟ ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହା ବାଦ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯିବା କଥା ଉପରୁ ଉଲ୍ଲେଖ ସରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ରୁଷ ଗସ୍ତ କେତେ ଗୁରୁତ୍ୱପୂର୍ଣ ଥିଲା?ଏହା ଦ୍ୱାରା କଣ ହାସଲ ହେଲା ଓ ଏହା ଦ୍ୱାରା କଣ ବାର୍ତା ଗଲା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ସର୍ବ ପ୍ରଥମେ ରୁଷକୁ ଗସ୍ତ କରିଛନ୍ତି । ଭାରତ ଏକ ଧୃବୀୟ ନୁହେଁ ବରଂ ବହୁଧୃବୀୟ ବିଶ୍ୱ ଚାହେଁ । ଏହି ଦୃଷ୍ଟି ରହିଥିବା ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ପ୍ରମାଣିତ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ ବା ୨୦୨୩ ମସିହାରେ ରୁଷ ଗସ୍ତରେ ଯାଇ ନ ଥିବା କାରଣରୁ ପରିବର୍ତିତ ପରିସ୍ଥିତିରେ ଭାରତର ରୁଷ ସହ ସମ୍ପର୍କରେ ସେତେ ପ୍ରଗାଢତା ନାହିଁ ବୋଲି ଯେଉଁ ଧାରଣା ତିଆରି ହେଉଥିଲା ବା ତିଆରି କରିବାକୁ ଚେଷ୍ଟା କରା ଯାଉଥିଲା ତା ଉପରେ ମଧ୍ୟ ଏହି ଗସ୍ତ ପୂର୍ଣଚ୍ଛେଦ ଲଗାଇଛି । ଏହି ଗସ୍ତ ଏହା ମଧ୍ୟ ପ୍ରମାଣିତ କରୁଛି ଯେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଓ ସହଯୋଗ ସମ୍ପୂର୍ଣ ରୂପେ ସ୍ଥିର ରହିଛି ଓ ଭୂରାଜନୈତିକ ସ୍ଥିତି ଯେପରି ହେଲେ ମଧ୍ୟ ତା ଦ୍ୱାରା ପ୍ରଭାବିତ ହୁଏ ନାହିଁ ବୋଲି ମଧ୍ୟ ପ୍ରମାଣିତ କରୁଛି ।

Leave a Reply