Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶା ନିଆଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶା ନିଆଁ


କଥାରେ ଅଛି ସର୍ପକୁ ଯେତେ କ୍ଷୀର ଅମୃତ ଦେଇ ପାଳିଲେ ବି ସର୍ପ ଚୋଟ ମାରିଥାଏ ଏବଂ ସେହି ଚୋଟରେ ଅମୃତ ବଦଳରେ ବିଷ ହିଁ ବାହାରିଥାଏ । କାରଣ ସର୍ପ ଯାହା ପାନ କଲେ ବି ତା ଦନ୍ତମୂଳ ରେ ବିଷ ସ୍ରୁଷ୍ଟି ହୁଏ ଏବଂ ସର୍ପ ଚୋଟ ମାରିବା ତା ପ୍ରକୃତି । ବିଭିନ୍ନ ପ୍ରକାର ବିଷଧର ସର୍ପ ମାନଙ୍କ ମଧ୍ୟରୁ ତମ୍ପସର୍ପ ଅଧିକ ମାରାତ୍ମକ କାରଣ ବିନା ଆଘାତ ରେ ତମ୍ପସର୍ପ ଆକ୍ରମଣ କରେ । ଦନ୍ତମୂଳ ରେ ବିଷ ର ମାତ୍ରା ଅଧିକ ହେବା କାରଣରୁ ଅସହ୍ୟ ହୋଇ ତମ୍ପସର୍ପ ବିନା ଆଘାତ ରେ ଗୋଡାଇ ଗୋଡାଇ ଚୋଟ ମାରିବାକୁ ଚେଷ୍ଟା କରେ ଏବଂ ବିଷ ଓଗାଳିବା ପରେ ସାପ ସୁସ୍ଥ ଅନୁଭବ କରେ । ଠିକ୍ ସେମିତି ଭାରତର ଏକ ପଡ଼ୋଶୀ ଦେଶ ତମ୍ପସର୍ପ ସଦୃଶ , ଯେତେ ପ୍ରକାର ସାହାର୍ଯ୍ୟ କଲେ ବି ବିଷ ଓଗାଳିବା ତା ଧର୍ମ ।
ଧାର୍ମିକ ଆଧାରରେ 1947 ମସିହାରେ ଭାରତ ଠୁ ପାକିସ୍ତାନ ବିଭାଜିତ ହେବା ସମୟରେ ଭାରତର ବଙ୍ଗ ପ୍ରଦେଶ କୁ ମଧ୍ୟ ଦୁଇ ଭାଗରେ ବିଭାଜିତ କରାଯାଇ ପୂର୍ବବଙ୍ଗ ଓ ପଶ୍ଚିମବଙ୍ଗ ନାମରେ ନାମିତ କରାଯାଇଥିଲା । ପଶ୍ଚିମବଙ୍ଗ ଭାରତର ଅଂଶ ଏବଂ ପୂର୍ବବଙ୍ଗ ଭାରତ ଠୁ ଅଲଗା ହୋଇ ପାକିସ୍ତାନ ରେ ମିଶିବା ପରେ ପୂର୍ବବଙ୍ଗ କୁ ପୂର୍ବପାକିସ୍ତାନ ନାମରେ ନାମିତ କରାଗଲା । କାଳକ୍ରମେ ଉଚ୍ଚଜାତି ଓ ନୀଚଜାତି ଭିତରେ ଭେଦଭାବ ଯୋଗୁଁ ମୂଳ ପାକିସ୍ତାନ ବାସିନ୍ଦା ବଙ୍ଗଳାଭାଷୀ କହୁଥିବା ପୂର୍ବପାକିସ୍ତାନ ବାସିନ୍ଦାଙ୍କୁ ଅତ୍ୟାଚାର ଏବଂ ପରେ ନରସଂହାର କରିବା କାରଣରୁ ଉଭୟଙ୍କ ଭିତରେ ଗୃହ ଯୁଦ୍ଧ ଚାଲିଲା । ପାକିସ୍ତାନ ର ଅସହ୍ୟ ଅତ୍ୟାଚାର ସହିନପାରି ପୂର୍ବପାକିସ୍ତାନର ସ୍ଵାଧୀନତା ସଂଗ୍ରାମୀମାନେ ଭାରତ ର ସହାୟତା ଲୋଡ଼ିଥିଲେ ।1971 ମସିହାରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ପାକିସ୍ତାନ ବିପକ୍ଷରେ ଯୁଦ୍ଧ କରି ପୂର୍ବପାକିସ୍ତାନ କୁ ମୂଳପାକିସ୍ତାନ କବଳରୁ ରକ୍ଷା କରିବା ସହ ସ୍ଵାଧୀନତା ଆଣିଦେଇଥିଲେ ଏବଂ ପୂର୍ବପାକିସ୍ତାନ ର ନାମକୁ ବଦଳାଇ ବାଂଲାଦେଶ ନାମରେ ନାମିତ କରିଥିଲେ ।
ଯେଉଁ ବାଙ୍ଗଲାଦେଶ କୁ ଦିନେ ଭାରତ ଜନନୀ ସାଜି ଜନ୍ମ ଦେଇଥିଲା ଆଜି ସେଇ ଦେଶ ଭାରତ କୁ ଚୋଟ ମାରୁଛି । ପାକିସ୍ତାନ ଠୁ ଅଧିକ ଅସହିଷ୍ଣୁ ଓ କ୍ରିୟାଶୀଳ ହୋଇପଡିଛି ଢାକା । ସେଠାରେ ରହୁଥିବା ହିନ୍ଦୁ ମାନଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ଅକଥନୀୟ ଅତ୍ୟାଚାର କରାଯାଉଛି, ଧାର୍ମିକ ଅନୁଷ୍ଠାନ ଓ ହିନ୍ଦୁ ଦେବାଦେବୀ ଙ୍କ ମନ୍ଦିର ଭଙ୍ଗା ଯାଉଛି ,ଝିଅ ବୋହୁ ଙ୍କୁ ଧର୍ଷଣ କରାଯାଉଛି । ଏତିକିରେ ମନ ଶାନ୍ତି ନହେବା କାରଣରୁ ଭାରତର ପଶ୍ଚିମବଙ୍ଗ ରାଜ୍ୟ କୁ ନିଜ ରାଜ୍ୟ ଭାବେ ପୋଷଣ କରିବାକୁ ଲାଗିଲେ , ବ୍ୟାପାର ବାଣିଜ୍ୟ କରିବା ବାହାନାରେ ଆସି ପଶ୍ଚିମବଙ୍ଗ ରେ ନିଜ ଆଧିପତ୍ୟ ଜାହିର କରିବାକୁ ଲାଗିଲେ । ପଶ୍ଚିମବଙ୍ଗ ରେ ଥିବା ସରକାର ନିଜ ଭୋଟବ୍ୟାଙ୍କ କୁ ମଜଭୁତ କରିବା ପାଇଁ ଅନୁପ୍ରବେଶକାରୀ ଙ୍କୁ ସ୍ଥାନ ଦେଇ ସେମାନଙ୍କ ସ୍ଥିତିକୁ ସ୍ଥାୟୀ କରିଛନ୍ତି । ଯାହାଫଳରେ ପଶ୍ଚିମବଙ୍ଗ ରେ ବାଙ୍ଗଲାଦେଶ ଭଳି ପରିସ୍ଥିତି ସ୍ରୁଷ୍ଟି ହୋଇଛି ଏବଂ ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶା ଉପରେ ଏହି ବାଙ୍ଗଲା ଅନୁପ୍ରବେଶକାରୀ ଙ୍କ ନଜର ପଡ଼ିଛି ।
ବାଲେଶ୍ଵର ରୁ ଖୋର୍ଦ୍ଧା ଯାଏଁ ସବୁଠି ଏହି ବାଂଲାଦେଶୀ ଘେରି ଗଲେଣି , ଓଡ଼ିଶା ରେ ରହି ଅନେକ ଅପରାଧିକ ଘଟଣା ଘଟାଉଛନ୍ତି । ପ୍ରଥମେ ଫେରିବାଲା ହୋଇ ଗାଁ ଗଣ୍ଡା ରେ ଶସ୍ତା ରେ ବ୍ୟାପାର କରି ଧୀରେ ଧୀରେ ତାଙ୍କ ସମ୍ପର୍କୀୟ ମାନଙ୍କୁ ଆଣି ରାସ୍ତା କଡରେ କୁଡିଆ କରି ରହୁଛନ୍ତି । ଧୀରେ ଧୀରେ ସେମାନଙ୍କ ସଂଖ୍ଯା ବଢ଼ିବା ପରେ ସରକାରୀ ଜାଗା କୁ ଜବରଦଖଲ କରି ବଡ଼ ବଡ଼ ବସ୍ତି ତିଆରି କରି ତାଙ୍କ ସ୍ଥିତି ଜାହିର କରୁଛନ୍ତି ଏବଂ ଭୋଟବ୍ୟାଙ୍କ ପାଇଁ ସ୍ଥାନୀୟନେତା ଏହି ସବୁ ଘଟଣା କୁ ପ୍ରଶ୍ରୟ ଦେଉଛନ୍ତି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା,ଜଗତସିଙ୍ଗପୁର ପରେ ଏବେ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଏମାନେ ବଡ ବଡ଼ ବସ୍ତି କରି ଆଧିପତ୍ୟ ଜାହିର କରିବା ଆରମ୍ଭ କରିସାରିଲେଣି । ଚୋରି ଛିନ୍ତାଇ କରିବା ସହ ବ୍ରାଉନସୁଗାର, ନକଲି ସାମଗ୍ରୀ, ଗୋରୁ ଚାଲାଣ ଭଳି କଳାବଜାରୀ କାର୍ଯ୍ୟରେ ଲିପ୍ତ ରହି ପୁଳା ପୁଳା ଅର୍ଥ ଅର୍ଜନ କରିବା ସହ ଅଶାନ୍ତ ଖେଳାଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ ଘଟଣା ଏ ଘଟଣା କୁ ନେଇ ରାଜନୈତିକ ସ୍ତରରେ କୌଣସି ନେତାମନ୍ତ୍ରୀ ମାନେ ଚିନ୍ତିତ ନୁହଁ । ଯେଉଁ ଘଟଣା ପାଇଁ ଆଜି ମଣିପୁର ଜଳୁଛି ଠିକ ସମାନ ଘଟଣା ଆଜି ପଶ୍ଚିମବଙ୍ଗରେ ଦାନା ବାନ୍ଧିସାରିଛି ଏବଂ ଓଡ଼ିଶାରେ ଧୀରେ ଧୀରେ ମୁଣ୍ଡ ଟେକୁଛି । କେବଳ ବାଙ୍ଗଲାଦେଶୀ ନୁହଁ ମିୟାଁମାର ରୁ ତଡାଖଇ ଆସିଥିବା ରୋହିଜ୍ଞାମାନେ ବି ରାଜଧାନୀ କୁ କବଜା କଲେଣି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋହିଜ୍ଞା ଓ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଙ୍କୁ ଖୁଲମଖୁଲା ଶରଣ ଦେବାପରେ ସେମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି ଏବଂ ଏହାର ପାର୍ଶ୍ୱପ୍ରତିକ୍ରିୟା ଓଡ଼ିଶାରେ ଦେଖାଦେଇଛି । ପରିବର୍ତ୍ତନ ଏବଂ ଓଡ଼ିଆ ଅସ୍ମିତାର ଦ୍ୱାହିଦେଇ ଆସିଥିବା ନୂତନ ସରକାର ଏଥିପ୍ରତି ଯଦି ଯତ୍ନବାନ୍ ନୁହଁନ୍ତି ଆଗାମୀ ଦଶବର୍ଷ ପରେ ଓଡିଶା ରେ ମଣିପୁରର ନିଆଁ ଲାଗିବ ଏଥିରେ କୌଣସି ଦ୍ୱିମତ ନାହିଁ। -ଓମ ପ୍ରକାଶ ନାଥ

Leave a Reply