ଭଗିନୀ ନିବେଦିତା

ଭାରତର ସେବାକୁ ନିଜର ଜୀବନ ସମର୍ପିତ କରିଥିବା ଭଗିନୀ ନିବେଦିତାଙ୍କ ଜନ୍ମ ଆୟର୍ଲାଣ୍ଡରେ ହୋଇଥିଲା ଏବଂ ତାଙ୍କର ମୂଳ ନାମ ମାର୍ଗରେଟ୍ ଏଲିଜାବେଥ୍ ନୋବେଲ୍ ଥିଲା।

୧୮୯୫ ମସିହାରେ ଲଣ୍ଡନରେ ସ୍ୱାମୀ ବିବେକାନନ୍ଦଙ୍କ ସହିତ ତାଙ୍କର ଭେଟ ହୋଇଥିଲା ଏବଂ ତାଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ତାଙ୍କର ଶିଷ୍ୟା ହୋଇଗଲେ ଏବଂ ଭାରତକୁ ନିଜର କର୍ମଭୂମି ବନାଇ ନେଲେ।

୧୮୯୮ ମସିହାରେ ସ୍ୱାମୀ ବିବେକାନନ୍ଦ ତାଙ୍କୁ ‘ନିବେଦିତା’ ନାମ ପ୍ରଦାନ କରିଥିଲେ, ଯାହାର ଅର୍ଥ ହେଉଛି “ପୂର୍ଣ୍ଣ ରୂପରେ ସମର୍ପିତ”।

ଭଗିନୀ ନିବେଦିତା ହିନ୍ଦୁ ସଂସ୍କୃତି, ଭାରତୀୟ ଆଧ୍ୟାତ୍ମିକ ପରମ୍ପରା ଏବଂ ବେଦାନ୍ତର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ।

ଭାରତୀୟ ସମାଜରେ ମହିଳା ଶିକ୍ଷାର ଗୁରୁତ୍ୱକୁ ବୁଝି ସେ କୋଲକାତାରେ ବାଳିକାମାନଙ୍କ ପାଇଁ ବିଦ୍ୟାଳୟ ପ୍ରାରମ୍ଭ କରିଥିଲେ।

୧୮୯୯ ମସିହାରେ କୋଲକାତାରେ ପ୍ଲେଗ୍ ମହାମାରୀ ସମୟରେ ସେ ସ୍ୱୟଂ ଆଗେଇ ଆସି ସେବା କାର୍ଯ୍ୟ କରିଥିଲେ ଏବଂ ସମାଜରେ ଜନଜାଗରଣ କରିଥିଲେ।

ସେ ଭାରତୀୟ ରାଷ୍ଟ୍ରଭାବନାର ପ୍ରବଳ ସମର୍ଥକ ଥିଲେ ଏବଂ ଭାରତୀୟ କଳା, ଇତିହାସ ଓ ସଂସ୍କୃତିର ପୁନର୍ଜାଗରଣ ପାଇଁ କାର୍ଯ୍ୟ କରିଥିଲେ।

ସାହିତ୍ୟ କ୍ଷେତ୍ରରେ ସେ “The Web of Indian Life”, “Kali the Mother”, “Cradle Tales of Hinduism” ଏବଂ “The Master As I Saw Him” ପରି ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖିଥିଲେ।

୧୩ ଅକ୍ଟୋବର ୧୯୧୧ ମସିହାରେ ତାଙ୍କର ପୁଣ୍ୟତିଥି ଅଟେ। ଭଗିନୀ ନିବେଦିତାଙ୍କ ସମ୍ପୂର୍ଣ୍ଣ ଜୀବନ ଭାରତ ମାତାଙ୍କ ସେବା, ସମାଜ ଉତ୍ଥାନ ଏବଂ ଭାରତୀୟ ଜ୍ଞାନ ପରମ୍ପରାର ସମ୍ମାନର ଏକ ପ୍ରେରକ ଉଦାହରଣ ଅଟେ

Leave a Reply

Your email address will not be published. Required fields are marked *