ଭାରତୀୟ ବିଦ୍ୱାନମାନଙ୍କର ଇତିହାସ

ସର୍ବେଶ୍ୱର ବେହେରା

ଏକ ପକ୍ଷରେ ବ୍ରିଟିଶ ଐତିହାସିକ, ଖ୍ରୀଷ୍ଟିଆନ ଲେଖକ ତଥା ଭାରତୀୟ ସଂସ୍କୃତି ବିରୋଧୀ ମାର୍କ୍ସବାଦୀ ପ୍ରଚାରକ ଓ ଛଦ୍ମବେଶୀ ଧର୍ମନିରପେକ୍ଷବାଦୀମାନେ ଭାରତର ଇତିହାସକୁ ବିକୃତୀକରଣ କରିବା ସହିତ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ହୋଇ ଭବିଷ୍ୟ ପିଢ଼ି ମଧ୍ୟରେ କୁପ୍ରଭାବ ଜନ୍ମାଇବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଭାରତର ଅନେକ ସାଂସ୍କୃତିକ ରାଷ୍ଟ୍ରପୁରୁଷ ଏହି ବିଭ୍ରାନ୍ତିକର ପ୍ରଚାର ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରୁଥିଲେ । ୧୮୯୧ ଖ୍ରୀଷ୍ଟାବ୍ଦରେ ସ୍ୱାମୀ ବିବେକାନନ୍ଦ କୋଲକାତା ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କୁ ସମ୍ବୋଧିତ କରି କହିଥିଲେ ଇଂରେଜମାନଙ୍କ ଦ୍ୱାରା ରଚିତ ମିଥ୍ୟା ଇତିହାସ ପଠନ କରିବା ଆବଶ୍ୟକ ନୁହେଁ । ସେ ଏହାକୁ ଚଗ୍ଦରଳୟକ୍ଟ ଐସଗ୍ଦଗ୍ଧକ୍ଟକ୍ସସମବକ୍ଷ ଚକ୍ସକ୍ଟକ୍ଟ୍ରବଶକ୍ଟଦ୍ଭୟବ କହିଥିଲେ । ମହର୍ଷି ଅରବିନ୍ଦଙ୍କ ପ୍ରସିଦ୍ଧ ଉତରପାଡ଼ା ଭାଷଣରେ ଭାରତର ଇତିହାସକୁ ବ୍ୟାଖ୍ୟା କରିଥିଲେ । ଶ୍ରୀ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ‘ବଙ୍ଗଦର୍ଶନ’ ଉପନ୍ୟାସରେ ବିକୃତ ଇତିହାସ ବିରୋଧରେ ଉଲ୍ଲେଖ କରି ଭାରତୀୟମାନେ ନିଜସ୍ୱ ଇତିହାସ ରଚନା କରିବା ପାଇଁ ଆହ୍ୱାନ କରିଥିଲେ । ଏହାକୁ ସିଷ୍ଟର ନିବେଦିତା ମଧ୍ୟ ଉଲ୍ଲେଖ କରିଥିଲେ । ନିଜର ଭାଷଣରେ ନିବେଦିତା ଭାରତୀୟ ସ୍ୱକୀୟ ଇତିହାସ ରଚନା ହେବା ଆବଶ୍ୟକ ବୋଲି କହୁଥିଲେ । ଲୋକମାନ୍ୟ ବାଲଗଙ୍ଗାଧର ତିଳକ ଇତିହାସ ନୂଆକରି ଲେଖିବା ପାଇଁ ଭାରତୀୟ ଐତିହାସିକମାନଙ୍କୁ ଆହ୍ୱାନ କରିଥିଲେ । ମହାତ୍ମା ଗାନ୍ଧୀ ମଧ୍ୟ ଇଂରେଜମାନଙ୍କ ଦ୍ୱାରା ରଚିତ ଇତିହାସ ବିକୃତ ବୋଲି ଅନେକ ସ୍ଥାନରେ ଉଲ୍ଲେଖ କରିଛନ୍ତି । ପ୍ରସିଦ୍ଧ ବିଦ୍ୱାନ ବି.ଡ଼ି. ବସୁ ଉଲ୍ଲେଖ କରିଛନ୍ତି ଯେ ଇଂଲଣ୍ଡବାସୀଙ୍କ ଠାରୁ ପ୍ରକୃତ ତଥା ବିଶ୍ୱସନୀୟ ଇତିହାସ ଆଶା କରିବା ସର୍ବଥା ଅସମ୍ଭବ । କାଶ୍ମୀରରେ ଦୀର୍ଘଦିନ ଉପକୁଳପତି ରହିଥିବା ଶ୍ରୀ କେ.ଏମ.ପାନ୍ନିକର ଭ୍ରମାତ୍ମକ ଓ ମିଥ୍ୟା ଇତିହାସ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଛନ୍ତି । ମହାକବି ରବୀନ୍ଦ୍ର ନାଥ ଠାକୁର ଉଲ୍ଲେଖ କରିଛନ୍ତି ‘ଆମେ ଭାରତର ଏକାଙ୍ଗୀ ଇତିହାସ ପାଠ କରୁଛୁ । ଇତିହାସରେ ଝଡ଼, ତୋଫାନ, ଭୂମିକମ୍ପ, ନଗର-ବସ୍ତି ଧ୍ୱଂସ ଆଦି ବର୍ଣ୍ଣନା ଅଛି । ଇତିହାସର ନିର୍ମାଣ, ବିକାଶର ମାର୍ଗଦ୍ରଷ୍ଟା- ସୁରଦାସ, ତୁଳସୀ, ମୀରା, ରସଖାନ, ନାନକ, ଚୈତନ୍ୟଙ୍କୁ ପଢ଼ୁନାହୁଁ । ଯଦି ଦିଲ୍ଲୀ, ଆଗ୍ରା ଉଲ୍ଲେଖ ଅଛି, ତେବେ କାଶୀ, ପ୍ରୟାଗ, ଉଜ୍ଜୈନ, ନବଦ୍ୱୀପ ସମ୍ବନ୍ଧରେ କାହିଁକି ଉଲ୍ଲେଖ ନାହିଁ ?’ ପ୍ରସିଦ୍ଧ ବିଦ୍ୱାନ ଆନନ୍ଦ କୁମାର ସ୍ୱାମୀ ଆହ୍ୱାନ କରିଛନ୍ତି ଯେ ଆମ ଇତିହାସକୁ ବିକୃତ ତଥା ଭ୍ରମାତ୍ମକ ଇତିହାସକୁ ଆଉ କେତେଦିନ ପାଠ କରିବା ? ପଶ୍ଚିମର ଐତିହାସିକମାନଙ୍କ ସାହାଯ୍ୟରେ କେତେଦିନ ପର୍ଯ୍ୟନ୍ତ ଏପରି ଆମେ ଦାସତ୍ୱବୋଧ ଓ ହୀନମନ୍ୟତାର ଇତିହାସ ପାଠ କରୁଥିବା ? ଆମର ବିଦ୍ୱାନମାନେ ପଶ୍ଚିମର ନକଲ କରି ନିଜତ୍ୱ ହରାଇବା ଠିକ୍ ନୁହେଁ । ଏପରିକି ପଣ୍ଡିତ ଜବାହରଲାଲ ନେହେରୁ ଯେ କି ହିନ୍ଦୁତ୍ୱବିରୋଧୀ ଥିଲେ କିନ୍ତୁ ସେ ଇତିହାସକୁ ସଠିକ ରୂପେ ବିବେଚନା କରୁନଥିଲେ । ୧୯୩୧ ମସିହା ଜାନୁଆରୀ ୮ତାରିଖରେ ସେ ଏକ ପତ୍ର ନିଜର କନ୍ୟା ଇନ୍ଦିରାଙ୍କୁ ଲେଖି ଜଣାଇଥିଲେ ଯେ ସ୍କୁଲ ଓ କଲେଜରେ ପଢ଼ାଯାଉଥିବା ଇତିହାସ ଠିକ୍ ନୁହେଁ । ଏହାକୁ ବିକୃତ କରି ଦର୍ଶାଯାଇଛି ତଥା ଆମ ଦେଶକୁ ଘୃଣା କରୁଥିବା ବିଦ୍ୱାନମାନେ ଏପରି ଇତିହାସ ରଚନା କରିଛନ୍ତି ।’ ଆମର ଇତିହାସକୁ ସେ ‘ଉତ୍‌ପଟାଙ୍ଗ’ ଇତିହାସ ବୋଲି କହିଥିଲେ । ସଂକ୍ଷେପରେ ପରାଧୀନତା କାଳଖଣ୍ଡ ମଧ୍ୟରେ ଆମ ଦେଶର ବିଦ୍ୱାନ ଓ ଚିନ୍ତକମାନେ ଇଂରେଜମାନଙ୍କ ଦ୍ୱାରା ରଚିତ ଇତିହାସକୁ ବିକୃତି, ଭ୍ରମାତ୍ମକ ଓ ମନଗଢ଼ା ତଥା ପୂର୍ବାଗ୍ରହରେ ପ୍ରେରିତ ବୋଲି କହିଥିଲେ ।

ଭାରତ ସ୍ୱାଧୀନ ହେବା ପରେ ପ୍ରକୃତ ନିରପେକ୍ଷ, ତଥ୍ୟଯୁକ୍ତ ଇତିହାସ ଲେଖାଯିବା ଅନିବାର୍ଯ୍ୟ ଥିଲା । ପ୍ରାଇମେରୀ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପାଠ୍ୟକ୍ରମକୁ ପରିଦର୍ଶନ କରିବା ଆବଶ୍ୟକ ବୋଲି ସମସ୍ତେ କହୁଥିଲେ । ଭାରତୀୟମାନେ ସ୍ୱାଭାବିକ ଆଶା କରୁଥିଲେ ଯେ ଭାରତର ଇତିହାସ ବିଦ୍ୱେଷ ଓ ପୂର୍ବାଗ୍ରହମୁକ୍ତ ହେଉ । ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ହେବାର ପ୍ରଥମ ଭାଷଣରେ ଏପରି ସୁଧାର ପାଇଁ ସଙ୍କେତ ଦେଇଥିଲେ । ବିଶ୍ୱରେ ଯେତେ ଦେଶ ପରାଧୀନ ମୁକ୍ତ ହୋଇଛନ୍ତି, ସେମାନେ ନିଜର ଇତିହାସ ରାଷ୍ଟ୍ରୀୟତା ଆଧାରରେ ଉଲ୍ଲେଖ କରିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଗୋଟିଏ କ୍ଷୁଦ୍ର ଦେଶ ହଂକଂ ଅଛି । ୧୯୯୭ ମସିହାରେ ହଂକଂ ଇଂରେଜମାନଙ୍କ ଠାରୁ ସ୍ୱାଧୀନ ହେବା ପରେ ତୁରନ୍ତ ଦୁଇମାସ ମଧ୍ୟରେ ଇତିହାସ ପରିବର୍ତ୍ତନ କରି ନିଜର ପ୍ରକୃତ ଇତିହାସ ଲାଗୁ କରିଛି ।

ଭାରତୀୟ ଇତିହାସର ଏକ ବିଡ଼ମ୍ବନା ଯେ ଇଂରେଜମାନେ ଭାରତ ପରିତ୍ୟାଗ କରିବା ସହିତ କୌଣସି ଜନମତ ସଂଗ୍ରହ ନକରି କ୍ଷମତା କଂଗ୍ରେସକୁ ହସ୍ତାନ୍ତରଣ କରିଥିଲେ । କଂଗ୍ରେସର ତତ୍କାଳୀନ ଉତ୍ତରାଧିକାରୀମାନେ ଇତିହାସକୁ ବିକୃତୀକରଣର କୌଣସି ସୁଧାର ନ କରି କ୍ଷମତା ହାସଲ କରିବା ପାଇଁ ତଥା କ୍ଷମତାରେ ଅଧିକ ଦିନ ତିଷ୍ଠି ରହିବା ପାଇଁ ଇତିହାସର ବୌଦ୍ଧିକ ସମ୍ପଦକୁ ଭାରତର ମାର୍କ୍ସବାଦୀମାନଙ୍କୁ ଅର୍ପଣ କରିଥିଲେ । ଏହାଦ୍ୱାରା ଭାରତ ଇତିହାସର ବିକୃତୀକରଣ ତୀବ୍ର ଗତିରେ ବୃଦ୍ଧି ପାଇଲା ।

କେବଳ ଭାରତର ବିଦ୍ୱାନମାନେ ନୁହନ୍ତି, ବିଦେଶର ଇତିହାସକାରମାନେ ଭାରତର ଏପରି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନେକ ବିଦ୍ୱାନ ଐତିହାସିକମାନେ ଭାରତୀୟ ଇତିହାସ ମଧ୍ୟରେ ଥିବା ବିକୃତି, ଭ୍ରାନ୍ତି, ମନଗଢ଼ା କାହାଣୀ ଅଛି ବୋଲି ଜାଣିଥିଲେ । ପ୍ରସିଦ୍ଧ ବ୍ରିଟିଶ ଐତିହାସିକ ସି.ଏଚ.ଫିଲିପ୍ସ ସ୍ୱୀକାର କରିଛନ୍ତି ଯେ “ଏ ପର୍ଯ୍ୟନ୍ତ ଭାରତର ଇତିହାସକୁ ବ୍ରିଟିଶମାନେ ବିଶ୍ଳେଷଣ କରିଛନ୍ତି, ଏବେ ଭାରତ ସ୍ୱାଧୀନ ହେବା ପରେ ଦେଖିବା ଯେ ଭାରତୀୟମାନେ ନିଜର ଇତିହାସକୁ କିପରି ରଚନା କରୁଛନ୍ତି ।” ଜର୍ମାନୀର ପ୍ରସିଦ୍ଧ ବିଦ୍ୱାନ ତଥା ଐତିହାସିକ ୱିଲିୟମ ବୋଲ ପୋକଲେମର ଭାରତର ସ୍ୱାଧୀନତା ପରେ ଭାରତରେ ଦୀର୍ଘଦିନ ପର୍ଯ୍ୟନ୍ତ ଥିଲେ । ସେ ୧୯୮୧ରେ ଉଲ୍ଲେଖ କରିଛନ୍ତି ଯେତେବେଳେ ମୁଁ ଭାରତର ଇତିହାସ ପଢ଼ୁଛି ମୋତେ ଲାଗୁଛି ମୁଁ ଭାରତର ଇତିହାସ ପାଠ କରୁନାହିଁ । ଫ୍ରାନ୍ସର ବିଶ୍ୱପ୍ରସିଦ୍ଧ ପତ୍ରିକା ଲି’ ଫିଗାରୋ’ର ପ୍ରସିଦ୍ଧ ଐତିହାସିକ ଫାରାନ୍ସ ଗଏଟିୟର (ୠକ୍ସବଦ୍ଭଦ୍ଭକ୍ଟକ୍ଷଗ୍ଦ ଏବଙ୍କଗ୍ଧଗ୍ଧସରକ୍ସ) ଉଲ୍ଲେଖ କରିଛନ୍ତି ଯେ ‘ଭାରତ ଇତିହାସକୁ ଆମେ ଏପରି ଦର୍ପଣରେ ଦେଖୁଛୁ ଯାହାକୁ ପାଶ୍ଚାତ୍ୟ ବିଚାରକମାନେ ନିର୍ମାଣ କରିଛନ୍ତି ।’ ଅନ୍ୟ ଜଣେ ଫରାସୀ ଇତିହାସକାର ଓଙ୍ଗରେ ଡି.ରିଚ୍ୟୁକୋର୍ଟ ସ୍ୱୀକାର କରିଛନ୍ତି ଯେ ‘ଭାରତର ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ବିଦ୍ୱାନମାନଙ୍କର ବିଚାର ତ୍ରୁଟିପୂର୍ଣ୍ଣ ଥିଲା ।’ ପ୍ରସିଦ୍ଧ ବିଦ୍ୱାନ ରୋନାଲଡ଼ ଇଣ୍ଡେନ ସ୍ୱୀକାର କରିଛନ୍ତି ଯେ ବ୍ରିଟିଶମାନେ ଭାରତୀୟମାନଙ୍କୁ ହୃଦୟଙ୍ଗମ କରିପାରି ନଥିଲେ । ସେମାନେ କେବଳ ଜାତି, ହିନ୍ଦୁଇଜମ୍‌, ରୀତିନୀତି ଆଦି କେତେକ ଘଟଣା ମଧ୍ୟରେ ସୀମିତ ଥିଲେ ।’ ବ୍ରିଟିଶ ବିଦୂଷୀ କେଟେ ଟେଟସିଚର ସାବଧାନ କରିଦେଇଥିଲେ ଯେ ଭାରତବାସୀମାନେ ବାହାରର କୌଣସି ବ୍ୟକ୍ତିଙ୍କୁ ‘ଭଦ୍ର ଯାତ୍ରୀ’ ଏରଦ୍ଭଗ୍ଧକ୍ଷରଜ୍ଞବଦ୍ଭ ଞକ୍ସବଙ୍ଖରକ୍ଷକ୍ଷରକ୍ସ ରୂପେ ଗ୍ରହଣ କରିବା ଠିକ୍ ନୁହେଁ । ବିଶ୍ୱବିଖ୍ୟାତ ଇତିହାସକାର ‘ୱାର୍ଲଡ଼ ଟୟନବି’ ଉଲ୍ଲେଖ କରିଛନ୍ତି ପାଶ୍ଚାତ୍ୟ ବିଚାରକମାନେ ୟୁରୋପୀୟନ ଭାବନାରେ ଗ୍ରସିତ । ତାଙ୍କର ଚିନ୍ତନ କଦାପି ପରିବର୍ତ୍ତନ ହୋଇପାରିବ ନାହିଁ । ଭାରତର ସୁନ୍ଦର ସଂସ୍କୃତିକୁ ସେମାନେ ପାଶ୍ଚାତ୍ୟରୁ ଉଦଗମ ହୋଇଛି ବୋଲି କହିଛନ୍ତି ।

ଆଡ଼ଭୋକେଟ, ଖଟବିନସାହି, କଟକ

Leave a Reply

Your email address will not be published. Required fields are marked *