ରସାୟନ ବିଜ୍ଞାନର ଛାତ୍ର ଅନନ୍ତ ପୈ ଭାରତର ପିଲାମାନଙ୍କ ପାଇଁ ନିଜ ବୃତ୍ତିଗତ ଜୀବନର ମୋଡ଼ ବଦଳାଇ ଦେଇଥିଲେ।
ବାସ୍ତବରେ, ସେ ଜଣେ ଅପାରମ୍ପରିକ ଶିକ୍ଷାବିତ୍ ଥିଲେ, ଯିଏ କମିକ୍ସ ଏବଂ ଚିତ୍ରକଥା ମାଧ୍ୟମରେ ଭାରତୀୟ ସଂସ୍କାର ଓ ଜୀବନ ମୂଲ୍ୟବୋଧକୁ ପିଲାମାନଙ୍କ ପାଖରେ ପହଞ୍ଚାଇବାର ସଂକଳ୍ପ ନେଇଥିଲେ।
୧୯୬୭ ମସିହାରେ ତାଙ୍କ ଦ୍ୱାରା ସ୍ଥାପିତ ‘ଅମର ଚିତ୍ର କଥା’ ମାଧ୍ୟମରେ ପିଲାମାନଙ୍କୁ ପାରମ୍ପରିକ ଭାରତୀୟ ଲୋକକଥା, ପୌରାଣିକ କାହାଣୀ ପଢ଼ିବାକୁ ମିଳିଲା ଏବଂ ସେମାନେ ଐତିହାସିକ ଚରିତ୍ରମାନଙ୍କର ବ୍ୟକ୍ତିତ୍ୱରୁ ପ୍ରେରଣା ପାଇଲେ।
୧୯୮୦ ମସିହାରେ ସେ ‘ଟିଙ୍କଲ’ (Tinkle) ନାମରେ ପିଲାମାନଙ୍କ ପାଇଁ ଏକ ପତ୍ରିକା ଆରମ୍ଭ କରିଥିଲେ।
ସେ ହିଁ ଭାରତର ପ୍ରଥମ କମିକ୍ କାର୍ଟୁନ୍ ସିଣ୍ଡିକେଟ୍ ‘ରଙ୍ଗ ରେଖା ଫିଚର୍ସ’ ଆରମ୍ଭ କରିଥିଲେ।
ପିଲାମାନଙ୍କ ଚରିତ୍ର ଗଠନ ପାଇଁ ତାଙ୍କ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟ ରାଷ୍ଟ୍ର ପାଇଁ ଏକ ଅତୁଲନୀୟ ସେବା।