Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଭବିଷ୍ୟତ ଭାରତର ବିଦେଶନୀତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭବିଷ୍ୟତ ଭାରତର ବିଦେଶନୀତି


ସୌମେନ୍ଦ୍ର ଜେନା

ପରିବର୍ତ୍ତିତ ଯୁଗାନୁସାରେ ପ୍ରତିମୁହୂର୍ତ୍ତରେ ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ର ମଧ୍ୟରେ ଦଶନ୍ଧି ଦଶନ୍ଧିର ସଂପର୍କ କାଚଘର ଭଳି ଭାଙ୍ଗିଯିବା ଦେଖାଯାଉଛି । ଏହି ପରିସ୍ଥିତିରେ ଆଗାମୀ ଚଉଠ ଶତାବ୍ଦୀରେ ଭାରତର ବୈଦେଶିକ ସଂପର୍କ ବିଷୟରେ ଏବେଠାରୁ ଆକଳନ କରିବା ଏକ କଷ୍ଟକର ବ୍ୟାପାର । ଯେମିତି ଅର୍ଦ୍ଧଶତାବ୍ଦୀରୁ ଅଧିକକାଳ ଧରି ଉତ୍ତମ ସଂପର୍କ ରହିଆସିଥିବା ନେପାଳ, ଭୁଟାନ, ମାଳଦ୍ୱୀପ ପରି ଦେଶରେ ଆଜି ଭାରତ ପ୍ରତି ସନ୍ଦେହ ଦୃଷ୍ଟିକୁ ବାରି ହେଉଛି । ତେଣୁ ବର୍ଷ ବର୍ଷର ନିବେଶ, ସହଯୋଗ, ବିକାଶ ଆଦି ସକଳକାର୍ଯ୍ୟ କେବଳ ଗୋଟିଏ ଶାସନର ପଟ୍ଟପରିବର୍ତ୍ତନରେ ବିସ୍ମରଣକୁ ଚାଲିଯାଉଛି । ଶାସକମାନେ ଆକସ୍ମିକ ଆର୍ôଥକ ଲାଭ କିମ୍ବା ଅହଂକାର ଯୋଗୁ ବିଶ୍ୱାସ ଆଧାରିତ ସଂପର୍କକୁ ମଧ୍ୟ ନଷ୍ଟ କରିବାକୁ ପଛାଉନାହାନ୍ତି । ମାଳଦ୍ୱୀପର ମୁଇଜ୍ଜୁ, ନେପାଳର ଓଲି, ଶ୍ରୀଲଙ୍କାର ମହିନ୍ଦା ରାଜପାକ୍ଷେ ଏହାର ସ୍ପଷ୍ଟ ଉଦାହରଣ । ଏସବୁ ଉତ୍‌ଥାନ-ପତନ ମଧ୍ୟରେ କୋଟି କୋଟି ଜନତା ପାଇଁ ରୋଜଗାର ସୃଷ୍ଟି, ଦେଶର ସୁରକ୍ଷା ପାଇଁ ବ୍ୟବସ୍ଥାକୁ ସୁଦୃଢ କରିବା, ବାଣିଜ୍ୟ ଅର୍ଥନୀତିକୁ ମଜଭୁତ କରିବା, ଆନ୍ତର୍ଜାତିକ ମାମଲାରେ ଅଗ୍ରଣୀ ଶ୍ରେଣୀରେ ରହିବା, ବିଶ୍ୱରେ ଦେଶବାସୀଙ୍କ ଆବାଗମନ ପାଇଁ ଅନ୍ୟଦେଶରେ ସକାରାତ୍ମକ ବାତାବରଣ ନିର୍ମାଣ କରିବା ଦୃଷ୍ଟିରୁ ପ୍ରତ୍ୟେକ ରାଷ୍ଟ୍ର ଅନ୍ୟରାଷ୍ଟ୍ରମାନଙ୍କ ସହ ଉତ୍ତମ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ । ଉତ୍ତର କୋରିଆ ପରି ବିଛିନ୍ନ ହୋଇ ରହିଲେ ସାଧାରଣ ଜନତା ସେଠାରେ ଯେପରି କଷ୍ଟଭୋଗ କରୁଛନ୍ତି ସେହିପରି ଯନ୍ତ୍ରଣା ଭୋଗ କରିବା ସାଧାରଣ ବିଷୟ ହେବ । ତେଣୁ ବର୍ଷ ୨୦୪୭ ବେଳକୁ ଭାରତର ବିଦେଶନୀତି କିପରି ସ୍ଥିତିରେ ଥିବ, ଦେଶର ଅର୍ଥନୀତି କେଉଁ ସ୍ତରକୁ ଯାଇଥିବ, ଦେଶର ଜନସଂଖ୍ୟା ବିସ୍ଫୋରଣ କେତେ ହୋଇଥିବ, ବିଶ୍ୱ ପରିସ୍ଥିତି କଣ ଥିବ, ଭାରତକୁ ସେ ସମୟରେ କିପରି କାର୍ଯ୍ୟ କରିବାକୁ ହେବ- ଏସବୁ ଏଠାରେ ଆଲୋଚନାର ବିଷୟ । ଏହି ଆଲୋଚନା ସାଂପ୍ରତିକ ସମୟକୁ କେନ୍ଦ୍ରକରି ବିଶ୍ଳେଷଣ କରାଯାଇଛି ଯଥା ପରିବର୍ତ୍ତନଶୀଳ । 
ନୀତି ଆୟୋଗର ଉଦ୍ୟମରେ ଅମୃତକାଳ ପାଇଁ ଏକ ଭବିଷ୍ୟତ ଦୃଷ୍ଟିପତ୍ର ପ୍ରସ୍ତୁତ କରାଯାଇଛି ଯାହା ପୂର୍ବର “ବମ୍ବେ ପ୍ଲାନ”ଠାରୁ ଢେର ଭିନ୍ନ । ସ୍ୱାଧୀନତା ପରବର୍ତ୍ତୀ ୧୫ବର୍ଷ ଯାଏଁ ବମ୍ବେ ପ୍ଲାନ ଭାରତର ମାର୍ଗଦର୍ଶକ ହୋଇଥିଲା, ଯାହାକୁ ଦେଶର ଶିଳ୍ପପତିମାନେ ପ୍ରସ୍ତୁତ କରିଥିଲେ । ସେ ସମୟରେ ବଡ ଶିଳ୍ପର ସ୍ଥାପନା, ମେସିନଦ୍ୱାରା ବହୁଳ ଉତ୍ପାଦନ, ବିଦେଶୀ ଶିଳ୍ପ ପରି ଉତ୍ପାଦନ ମାଧ୍ୟମରେ ଶିଳ୍ପ ବିକାଶକୁ ସ୍ଥାନ ଦିଆଯାଇଥିଲା, ଯାହାକୁ ନେହେରୁ ସରକାର ମଧ୍ୟ ଗୁରୁତ୍ୱ ଦେଇଥିଲେ । ପରବର୍ତ୍ତୀ ସମୟରେ ପଞ୍ଚବାର୍ଷିକ ଯୋଜନାକୁ ଯୋଜନା ଆୟୋଗ ଦ୍ୱାରା ପ୍ରସ୍ତୁତ କରାଗଲା । କିନ୍ତୁ ନରେନ୍ଦ୍ର ମୋଦି ଏବେ ଯୋଜନା ଆୟୋଗ ସ୍ଥାନରେ ନୀତି ଆୟୋଗକୁ ସ୍ଥାନ ଦେଇ ଦେଶର ସାମଗ୍ରୀକ ବିକାଶ ଦୃଷ୍ଟିରୁ ଯେଉଁ ଦୃଷ୍ଟିପତ୍ର (ଭିଜନ ଡକୁମେଣ୍ଟ) ପ୍ରସ୍ତୁତ କରାଇଛନ୍ତି, ସେଥିରେ ଦେଶର ସବୁକ୍ଷେତ୍ର ସଂପର୍କରେ ଉଲ୍ଲେଖ ରହିଛି । ସେହି ରୋଡମ୍ୟାପ ଅନୁଯାୟୀ ବିଶ୍ୱରେ ଭାରତକୁ ଶକ୍ତିଶାଳୀ, ସମୃଦ୍ଧଶାଳୀ ଏବଂ ବିକଶିତ ରୂପରେ ସ୍ଥାନ ଦେବାଲାଗି ଅମୃତକାଳର ବିଚାରକୁ ରଖାଯାଇଛି । ଅମୃତକାଳରେ ଭାରତର ବିଦେଶୀନୀତିକୁ ବିଚାରକଲେ ଦେଖାଯିବ ଯେ ୨୦୪୭ ବେଳକୁ ଭାରତର ଜନସଂଖ୍ୟା ୧୬୦କୋଟିକୁ ଅତିକ୍ରମ କରିଯାଇଥିବ । ବୃହତ ଜନସଂଖ୍ୟା ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଭାରତର ସରକାରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ । ବିଦେଶ ନୀତିରେ ଭାରତକୁ ଆଗୁଆ ହେବାକୁ ପଡିବ ପୂର୍ବର ପରିସ୍ଥିତିକୁ ଦେଖିବା ନୀତି ବଦଳରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ଉପରେ ଜୋର ଦେବାକୁ ହେବ । ଯେହେତୁ ୨୦୪୭ ସୁଦ୍ଧା ଭାରତ ୩୫ ଟ୍ରିଲିଅନ ଅର୍ଥନୀତି ସହ ପ୍ରଥମ ଦୁଇଟି ବୃହତ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାର ସମ୍ଭାବନା ରହିଛି ,  ତାହା ବିଦେଶନୀତିକୁ ବାଦ୍ ଦେଇ ଚିନ୍ତା କରାଯାଇପାରିବ ନାହିଁ । ସେଥିପାଇଁ ଏବେଠାରୁ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି । 
ଭାରତ- ଫ୍ରାନ୍ସ ମଧ୍ୟରେ ୧୯୪୭ରେ ଦ୍ୱିପାକ୍ଷିକ ସଂପର୍କ ସ୍ଥାପନା ହୋଇଥିଲା । ୧୯୯୮ ବେଳକୁ ତାହା ରଣନୀତିକ ସଂପର୍କ ସ୍ତରକୁ ଆସିଗଲା । ଏବେ ଦୁଇଦେଶ ରଣନୀତିକ ସଂପର୍କର ୨୫ବର୍ଷ ପୂ୍‌ର୍ତ୍ତି ଦୃଷ୍ଟିରୁ ୧୯୪୭ର ୫୦ ବର୍ଷ ପୂର୍ତ୍ତି ପାଇଁ କାର୍ଯ୍ୟଯୋଜନା ପତ୍ର ବା ରୋଡମ୍ୟାପ ଅନୁଯାୟୀ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି । ଯଦିଓ ରୁଷିଆ ସହ ଭାରତର ବନ୍ଧୁତାପୂର୍ଣ୍ଣ ସଂପର୍କ ରହିଛି ତଥାପି ଫ୍ରାନ୍ସ ସହ ଭାରତର ସଂପର୍କ ସର୍ବାଗ୍ରେ ରହିଆସିଛି । ଯେଉଁଥିପାଇଁ ଗଣତନ୍ତ୍ର ଦିବସ ପରେଡ ୨୦୨୪ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭାରତ ଅତିଥି ଭାବେ ନିମନ୍ତ୍ରିତ କରିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆନ୍ତର୍ଜାତିକ ଶାନ୍ତି, ସ୍ଥିରତା, ନୀତିବଦ୍ଧ ଶୃଙ୍ଖଳାକୁ ସୁଦୃଢ କରିବାପାଇଁ ଦୁଇଦେଶ ରାଜି ହୋଇଛନ୍ତି । ବିଶ୍ୱରେ ସ୍ୱାଧୀନତାର ମୂଲ୍ୟବୋଧ, ସମାନତା ଏବଂ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବାକୁ ଉଭୟ ରାଷ୍ଟ୍ର ରାଜି ହୋଇଛନ୍ତି । ଭାରତ ଏବଂ ୟୁରୋପୀୟ ରାଷ୍ଟ୍ରସମୂହ ସୁରକ୍ଷା ଓ ଅଖଣ୍ଡତା ରକ୍ଷା ପାଇଁ ଅଂଶୀଦାର ହେବା, ମିଳିତ ପ୍ରତିରକ୍ଷାକୁ ସୁଦୃଢ କରିବାକୁ ରାଜି ହୋଇଛନ୍ତି । ଭାରତର ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ଶିଳ୍ପ ସ୍ଥାପନା ଏବଂ ଟେକ୍ନୋଲୋଜୀର ଭିତ୍ତିଭୂମିକୁ ସୁଦୃଢ କରିବାକୁ  ଫ୍ରାନ୍ସ ଅତୀତ ପରି ଭବିଷ୍ୟତ ଦିନରେ ସାହାଯ୍ୟ କରିବାକୁ ରାଜି ହୋଇଛି । ଏହି ମିଳିତ ଜ୍ଞାନକୌଶଳରେ ଆଗାମୀ ଦିନରେ ହେବାକୁ ଥିବା ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନକୁ କେବଳ ଦୁଇଦେଶ ମଧ୍ୟରେ ସୀମିତ ନରଖି ତୃତୀୟ ରାଷ୍ଟ୍ରର ସହାୟତା ପାଇଁ ପ୍ରଦାନ କରିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି । ବିଗତ ପାଞ୍ଚ ଦଶନ୍ଧି ହେଲା ପ୍ରତିରକ୍ଷା ବିମାନ ଉତ୍ପାଦନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସହଯୋଗ ରହିଛି । ଏ କ୍ଷେତ୍ରରେ ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ଫ୍ରାନ୍ସ ୩୬ଟି ରାଫେଲ ଭାରତକୁ ନିର୍ଦ୍ଧାରିତ ସମୟାବଧିରେ ହସ୍ତାନ୍ତରିତ କରିଛି ।  ଆଗାମୀ ଦିନରେ ଦୁଇଦେଶ ପ୍ରତିରକ୍ଷା ସାମଗ୍ରୀ ମିଳିତ ଉତ୍ପାଦନ, ବହୁକ୍ଷେତ୍ରରେ ସହାୟକ ହେଲିକପ୍‌ଟର ନିର୍ମାଣ, ଯୁଦ୍ଧବିମାନର ଇଞ୍ଜିନ (ସାଫ୍ରାନ) ନିର୍ମାଣ, ଜ୍ଞାନ କୌଶଳ ହସ୍ତାନ୍ତରଣ ପାଇଁ କାର୍ଯ୍ୟ କରିବେ । ସ୍କର୍ପିନ ଶ୍ରେଣୀର ବୁଡାଜାହାଜ ନିର୍ମାଣ ପ୍ରକଳ୍ପ ପି୭୫ କାଲ୍‌ଭାରୀ ନିର୍ମାଣ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସହଯୋଗ ସଫଳ ହୋଇଛି । ଭାରତର ଗାର୍ଡନରିଚ୍ଚ ସିପ୍‌ବିଲ୍‌ଡର୍ସ ଏବଂ ନାଭାଲ ଗ୍ରୁପ ଫ୍ରାନ୍ସ ମଧ୍ୟରେ ଯୁଦ୍ଧପୋତ ନିର୍ମାଣ ପାଇଁ ବୁଝାମଣା ହୋଇଛି । କାରଣ ଭାରତ ମହାସାଗର ମଧ୍ୟରେ ଚୀନର ହସ୍ତକ୍ଷେପ ବୃଦ୍ଧି ପାଉଥିବା ହେତୁ ୨୦୩୫ମଧ୍ୟରେ ଭାରତୀୟ ନୌସେନା ୧୭୦ଟି ଯୁଦ୍ଧପୋତ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ଏହା ନହେଲେ ସାମୁଦ୍ରିକ ବାଣିଜ୍ୟିକ ମାର୍ଗର ସୁରକ୍ଷା ସହଜ ହେବନାହିଁ । ଫ୍ରାନ୍ସର ନାଭାଲ  ଗ୍ରୁପ୍ ଯୁଦ୍ଧପୋତ ନିର୍ମାଣ କ୍ଷେତ୍ରରେ ଦକ୍ଷତା ଥିବା ହେତୁ ଭାରତ ଅ।।ଗମୀ ଦିନରେ ସାମୁଦ୍ରିକ କ୍ଷେତ୍ରରେ ନିଜସ୍ୱ ଶକ୍ତି ବୃଦ୍ଧିପାଇଁ ପୋତନିର୍ମାଣ କ୍ଷେତ୍ରରେ ସହଯୋଗ ଆବଶ୍ୟକ କରୁଛି । 
କେବଳ ଏତିକି ନୁହେଁ, ପ୍ୟାରିସ ସ୍ଥିତ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଭାରତ ଡିଆର୍‌ଡିଓର ଏକ ଟେକ୍ନିକାଲ କାର୍ଯ୍ୟାଳୟ ଖୋଲି ଦୁଇଦେଶ ମଧ୍ୟରେ କ୍ଷେପଣାସ୍ତ୍ର ସହଯୋଗ ପାଇଁ ମାର୍ଗ ପ୍ରଶସ୍ଥ କରିଛି । ଭାରତ ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ରହିଥିବା ଫ୍ରାନ୍ସର ଯୁଦ୍ଧଘାଟୀଗୁଡିକୁ ଭାରତ ବ୍ୟବହାର କରିବାପାଇଁ ସହଯୋଗର ବାଟ ଫିଟିଛି । ସେହିପରି ଭାରତ ମହାସାଗର  କ୍ଷେତ୍ରରେ ସଂଯୁକ୍ତ ଆରବ ଅମିରାତ (ୟୁଏଇ) ଏବଂ ଅଷ୍ଟ୍ରେଲିଆ ସହ ରଣନୀତିକ ସହଯୋଗ ବୃଦ୍ଧିପାଇଁ ପ୍ରୟାସ ଜାରିରହିଛି । ଭାରତ ମହାସାଗରୀୟ କ୍ଷେତ୍ରରେ ରହିଥିବା ଦେଶଗୁଡିକରେ ପ୍ରଦୂଷଣମୁକ୍ତ ଶକ୍ତି ଏବଂ ଜ୍ଞାନକୌଶଳର ବୃଦ୍ଧିପାଇଁ ଭାରତ ପ୍ରଶାନ୍ତ ମହାସାଗରୀୟ ତ୍ରିପକ୍ଷୀୟ ସହଯୋଗ ପାଣ୍ଠି ସୃଷ୍ଟି କରାଯାଇଛି । ଏହି ପାଣ୍ଠିରେ ଜଳବାୟୁ ପରିବର୍ତ୍ତନର ସଙ୍କଟରୁ ରକ୍ଷା ପାଇବାକୁ ବିକଳ୍ପ ବ୍ୟବସ୍ଥାର ନିର୍ମାଣ ପାଇଁ ଅର୍ଥପ୍ରଦାନ କରାଯିବ । ମହାକାଶ କ୍ଷେତ୍ରରେ ଗବେଷଣା, କ୍ଷେତ୍ରୀୟ ସୁରକ୍ଷା ବୃଦ୍ଧି ଏବଂ ଜ୍ଞାନ କୌଶଳ କ୍ଷେତ୍ରରେ ସହଯୋଗ ପାଇଁ ରାଷ୍ଟ୍ରଗୁଡିକର ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟ କରିବାକୁ ସ୍ଥିର ହୋଇଛି । ସିଏନ୍‌ଇଏସ୍ -ଇସ୍ରୋ ସହଯୋଗରେ ଜଳସଂପଦର ପରିଚାଳନା, ସାମୁଦ୍ରିକ ସଂପଦ, ବାୟୁ ଗୁଣବତ୍ତା ପରିଚାଳନା, ମହାକାଶ ଅନ୍ୱେଷଣ, ସାମୁଦ୍ରିକ ପରିଚାଳନା କାର୍ଯ୍ୟ ଆଗେଇବ । ବିଶ୍ୱରେ ସନ୍ତ୍ରାସବାଦ ନିୟନ୍ତ୍ରଣ, ଅନ୍‌-ଲାଇନରେ ବିଛିନ୍ନତାବାଦୀ ବିଚାରର ପ୍ରସାରକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେବାଲାଗି ଦୁଇଦେଶ ରାଜି ହୋଇଥିଲେ, ଯାହା ଏବେ ଦୁଇଦେଶର ନୀତି ପ୍ରସ୍ତୁତିରେ ଦେଖାଦେଇଛି । ଯେପରି ଫ୍ରାନ୍ସ ସରକାର ବିଦେଶୀ ମୌଲାନାଙ୍କୁ ଦେଶରୁ ନିଷ୍କାସିତ କରିବା, ବହୁ ବିବାହରେ କଟକଣା ଲଗାଇବା, ଜନ୍ମସଂଖ୍ୟା ନିୟନ୍ତ୍ରଣ କରିବା, ମହିଳାଙ୍କୁ ସମାନ ଅଧିକାର ଦେବା, ମଦ୍ରସାକୈନ୍ଦ୍ରିକ ଧାର୍ମିକ -ମୌଳବାଦୀ ଶିକ୍ଷାକୁ ବନ୍ଦ କରିବା ଲାଗି ଏବେ ନୀତି ଘୋଷଣା କରିଛନ୍ତି ଠିକ୍ ସେମିତି ଭାରତ ସରକାର ମଧ୍ୟ ସମାନ ଢଙ୍ଗରେ ମଦ୍ରସାଗୁଡିକରେ ଆଧୁନିକ ଶିକ୍ଷା ପ୍ରଦାନ କରିବାକୁ ପ୍ରଚେଷ୍ଟା କରୁଛନ୍ତି । 
୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ସ୍ଥାନ ଦେବା କ୍ଷେତ୍ରରେ ସଶକ୍ତ ଏବଂ ଭାରତ କୈନ୍ଦ୍ରିକ ବିଦେଶନୀତି ଆବଶ୍ୟକ  ରହିଛି । ସେଥିପାଇଁ ଜି ୨୦ର ସମ୍ମିଳନୀ ଭାରତରେ ଆୟୋଜନ କାଳରେ ପ୍ରାୟ ୧ଲକ୍ଷ ବିଦେଶୀ ପ୍ରତିନିଧି ଭାରତକୁ ଦର୍ଶନ କରିଛନ୍ତି । ସେମାନେ ଭାରତର ଭିନ୍ନ ଭିନ୍ନ ପ୍ରଦେଶକୁ ଯାତ୍ରା କରି ଭାଷା, ଖାଦ୍ୟ, ଚଳଣି, ସଂସ୍କୃତି କ୍ଷେତ୍ରରେ ରହିଥିବା ବିବିଧତାକୁ ଦର୍ଶନ କରିପାରିଛନ୍ତି । ଏହି ସମୟରେ ଆଫ୍ରିକୀୟ ସଂଘକୁ ଜି ୨୦ର ସଦସ୍ୟତା ଦେବା, ଜାତିସଂଘରେ ପୃଥିବୀର ଦକ୍ଷିଣ ବିଶ୍ୱ ଉପରେ ଜୋରଦେବା ପରି ଉଦ୍ୟମ ଭାରତ  ପକ୍ଷରୁ କରାଯାଇଛି । ଠିକ୍ ସେହି ସମୟରେ ମଧ୍ୟପ୍ରାଚ୍ୟର ଅସ୍ଥିରତା ମଧ୍ୟରେ ଭାରତ ଅନେକ ପ୍ରକାର ସହଯୋଗ ଓ ପ୍ରକଳ୍ପକୁ ଆଣି ଆଗାମୀ ବିଶ୍ୱପାଇଁ ବିକାଶର ସ୍ୱପ୍ନକୁ ସାକାର କରିଛି । ଭାରତ -ମଧ୍ୟପ୍ରାଚ୍ୟ-ଇସ୍ରାଏଲ ମଧ୍ୟରେ ସଡକ-ରେଳପଥ ସଂପର୍କ ଯୋଜନା ଏହାର ପ୍ରମାଣ । ସଂଘର୍ଷରତ ଇସଲାମିକ ରାଷ୍ଟ୍ରଗୁଡିକ ସହ ଭଲସଂପର୍କ ରକ୍ଷାକରି ଉତ୍ତେଜନା ହ୍ରାସ କରିବା, ଶକ୍ତି ସଙ୍କଟକୁ ଦୂର କରିବା ଏବଂ ୟୁରୋପକୁ ବାଟ ଫିଟାଇବାକୁ ଇରାନ, ଆର୍ମେନିଆ ଦେଇ ଉତ୍ତର- ଦକ୍ଷିଣ ପରିବହନ ମାର୍ଗ ପ୍ରସ୍ତୁତି, ଚାବହର ବନ୍ଦର ନିର୍ମାଣ ଆଦି ତାର ପ୍ରମାଣ । ପୂର୍ବଏସିଆ ସହ ସଂପର୍କକୁ ସୁଦୃଢ କରିବାକୁ ସଡକପଥ ଯୋଜନା ପଡୋଶୀ ରାଷ୍ଟ୍ରଗୁଡିକରେ ସ୍ଥିରତା ରକ୍ଷା ପାଇଁ ସାହାଯ୍ୟ, ଦକ୍ଷିଣ ଆମେରିକାର ରାଷ୍ଟ୍ରଗୁଡିକରେ ଆର୍ôଥକ ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧିପାଇଁ ଲକ୍ଷ୍ୟ ରଖାଯାଇଛି । ଗୋଟିଏ ପଟେ ବ୍ରାଜିଲ, ଅନ୍ୟପଟେ ଆର୍ଜେଣ୍ଟିନା, ଭେନେଜୁଏଲା ଏବଂ ଗୁଏନା ସହ ଖଣିଜସଂପଦ, ତୈଳପାଇଁ ବୁଝାମଣା ଜାରି ରହିଛି । 
ଅମୃତକାଳରେ ଭାରତପାଇଁ ଚୀନ-ପାକିସ୍ଥାନ-ତୁର୍କୀ-ଆଜରବୈଜାନ ମେଣ୍ଟ ସଙ୍କଟସୃଷ୍ଟି କରିବାକୁ ପ୍ରୟାସ କରିବେ ନିଶ୍ଚୟ । ସେଥିପାଇଁ ଇଣ୍ଡୋନେସିଆ, ଭିଏତନାମ, ଫିଲିପାଇନ୍ସକୁ ପ୍ରତିରକ୍ଷା ସାମଗ୍ରୀ ବିକ୍ରି ପାଇଁ ସହଜ ଋଣ  ପ୍ରଦାନ କରାଯାଇଛି । ଶ୍ରୀଲଙ୍କା, ବଙ୍ଗଳାଦେଶ, ଭୁଟାନକୁ ଚୀନ ପ୍ରଭାବରୁ ସମ୍ଭବତଃ ଦୂରରେ ରଖିବାଲାଗି ଆର୍ôଥକ ଏବଂ ବୈଦେଶିକ ସହାୟତା ପ୍ରଦାନ ଜାରି ରହିଛି । ସଂଘର୍ଷଶୀଳ ମଧ୍ୟପ୍ରାଚ୍ୟର ଦୁଇଶତ୍ରୁ ଇରାନ ଏବଂ ଇସ୍ରାଏଲରେ ବନ୍ଦର ଏବଂ ବନ୍ଧୁତାକୁ ଭାରତ ସୁଦୃଢ କରୁଛି ଏବଂ ଆଗାମୀ ଦିନରେ ଅଧିକ କରିବ । ଅଷ୍ଟ୍ରେଲିଆ ସମେତ ୟୁରୋପର ରାଷ୍ଟ୍ର, ମଧ୍ୟଏସିଆର ରାଷ୍ଟ୍ରଗୁଡିକ ସହ ଉତ୍ତମ ସଂପର୍କ ରଖିବାକୁ ଭାରତ ପ୍ରୟାସ କରୁଛି । ଭାରତର ସକ୍ରିୟ, ସଜାଗ ଏବଂ ରକ୍ଷାତ୍ମକ ବିଦେଶନୀତି ଯୋଗୁ ପୃଥିବୀରେ ଆମେରିକାର ବିଦେଶ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କ ପରେ ଭାରତର ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କର ଦ୍ୱିତୀୟ ଶକ୍ତିଶାଳୀ ବିଦେଶ ନୀତିକାରର ସମ୍ମାନ ପାଉଛନ୍ତି । ଏପରିକି ପୂର୍ବେ ଯେଉଁଠି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟଦେଶର ରାଷ୍ଟ୍ରମୁଖ୍ୟ ସାକ୍ଷାତ କରୁଥିଲେ ଏବେ ଜୟଶଙ୍କରଙ୍କ କ୍ଷେତ୍ରରେ ତାର ପରିବର୍ତ୍ତନ ଦେଖାଦେଇଛି । ଜାତିସଂଘରେ ମହାଶକ୍ତିଙ୍କ ଚୌଧୁରୀ ମନୋଭାବ, ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଅନେକଙ୍କ ଅର୍ଥନୀତିର ଦୁର୍ବଳସ୍ଥିତିକୁ ଜୟଶଙ୍କର କଠୋର ସମାଲୋଚନା କରି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସୁଦୃଢ କରିଛନ୍ତି । କ୍ୱାଡଠାରୁ ବ୍ରିକ୍ସ ପର୍ଯ୍ୟନ୍ତ, ଏସ୍‌ସିଓଠାରୁ ଆସିଆନ୍ ଯାଏଁ ସବୁ ବିଶ୍ୱ ମଞ୍ଚରେ ଭାରତ ନିଜକୁ ସକ୍ରୀୟ ରଖିଛି । ଅତୀତରେ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ଶକ୍ତି ଏବଂ ସନ୍ତ୍ରାସବାଦୀ ବିଦେଶରେ ଲୁଚି ରହୁଥିଲେ । ଏବେ ସେମାନଙ୍କୁ ଖୋଜି ଖୋଜି ନିପାତ କରାଯାଉଛି । ସନ୍ତ୍ରାସବାଦୀଙ୍କୁ ନିପାତ କରିବା ପାଇଁ ପାକ୍ ଉପରେ  ସର୍ଜିକାଲ ଷ୍ଟ୍ରାଇକ୍ ତାର ପ୍ରମାଣ । ଏପରିକି ବର୍ମା ଓ ପାକ୍‌ର ସୀମା ମଧ୍ୟରେ ରହିଥିବା ସନ୍ତ୍ରାସବାଦୀଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଉଛି । ଭାରତ ବିରୋଧୀ ଗୋଷ୍ଠୀ ଏବଂ ଦେଶକୁ ଭାରତ କଡା ଭାଷାରେ ବିଶ୍ୱମଞ୍ଚରେ ସମାଲୋଚନା କରି ସେମାନଙ୍କ ମୁଖା ଖୋଲିବାରେ ଲାଗିଛି । ସେମାନଙ୍କ ଦୋମୁହାଁ ନୀତିର ବିରୋଧ କରୁଛି । ଗୋଟିଏ ପଟେ ରୁଷିଆ ସହ ପୁରୁଣା ସଂପର୍କକୁ କାଏମ୍ ରଖିବାକୁ ଉଦ୍ୟମ କରାଯାଉଥିବା ବେଳେ ଅନ୍ୟପଟେ ଆମେରିକା ସହ ସଂପର୍କକୁ ସୁଦୃଢ କରାଯାଉଛି । ଆବଶ୍ୟକ ପ୍ରତିରକ୍ଷା ସାମଗ୍ରୀ, ଯାତ୍ରୀବାହୀ ଯୁଦ୍ଧବିମାନ ଜ୍ଞାନକୌଶଳ ସଂଗ୍ରହ, ମିଳିତ ଉତ୍ପାଦନ ଛଡା ଦୁଇଦେଶ ଅନେକ ବୁଝାମଣାରେ ସାମିଲ ହୋଇଛନ୍ତି । ଜାପାନ, ଦକ୍ଷିଣକୋରିଆ ସହ ପାରମ୍ପରିକ ସଂପର୍କକୁ ସୁଦୃଢ କଲାବେଳେ ପଲିନେସିଆର ଛୋଟ ରାଷ୍ଟ୍ରଗୁଡିକ ସହ ମଧ୍ୟ ସଂପର୍କକୁ ସୁଦୃଢ କରାଯାଉଛି । ସାଂସ୍କୃତିକ ଶୈକ୍ଷିକ, ସ୍ୱାସ୍ଥ୍ୟସେବା ସହଯୋଗ, ଯୋଗାଯୋଗ ବୃଦ୍ଧିରେ ସହାୟତା ପରି ଅନେକ ପଦକ୍ଷେପ ଭାରତ ନେଉଛି । ନର୍ଡିକ୍ ରାଷ୍ଟ୍ରଗୁଡିକ ସହ ଗୁଣାତ୍ମକ ସେବା ପ୍ରଦାନ ଏବଂ ଜୀବନଧାରଣର ମାନବୃଦ୍ଧି, ସାମୁଦ୍ରିକ ଗବେଷଣାରେ ସହଯୋଗ ଉପରେ ନଜର ଦିଆଯାଇଛି । 
ଅମୃତକାଳରେ ଭାରତର ବୈଦେଶିକ ନୀତି ଅଧିକ ସୁଦୃଢ, ସକ୍ରୀୟ ଏବଂ ଫଳପ୍ରଦାନକାରୀ ହେବ ଏଥିରେ ସନ୍ଦେହ ନାହିଁ । ଜନସଂଖ୍ୟା ଏବଂ ଗଣତନ୍ତ୍ରରେ ବୃହତ ରାଷ୍ଟ୍ର ହେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିବାକୁ ବିଦେଶରେ ଥିବା ଭାରତୀୟମାନେ ସର୍ବାଧିକ ଅର୍ଥ ପ୍ରଦାନକାରୀ ହେଉଛନ୍ତି । ସେମାନେ ବିଦେଶରେ ଭାରତୀୟ ସଂସ୍କୃତି, ଶିକ୍ଷା ଏବଂ ମୂଲ୍ୟବୋଧର ପ୍ରତିନିଧିତ୍ୱ କରୁଛନ୍ତି । ଅମୃତକାଳରେ ବିଶ୍ୱରେ ଭାରତର ପ୍ରଭାବ ବୃଦ୍ଧିରେ ବିଦେଶନୀତିର ବଡ ଭୂମିକା ରହିବ । ଭାରତ ଏବଂ ଭାରତୀୟମାନଙ୍କର ସୁରକ୍ଷା, ସମ୍ମାନ ଓ ସମୃଦ୍ଧିପାଇଁ ଭାରତର ବିଦେଶନୀତି ଅଧିକ ସକ୍ରିୟଭାବେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନର ସଫଳ ବିଦେଶନୀତି ତାଙ୍କୁ ବାରମ୍ବାର ବିଶ୍ୱର ସର୍ବଶ୍ରେଷ୍ଠ ରାଜନେତାର ସମ୍ମାନ ଦେଲାପରି ଆଗାମୀ ଦିନରେ ମଧ୍ୟ ଅନେକ କ୍ଷେତ୍ରରେ ପ୍ରାଧାନ୍ୟଲାଭ କରିବେ ଏଥିରେ ସନ୍ଦେହ ନାହିଁ । 

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Leave a Reply