ବାଉଁଶ ପରିବେଶ ପାଇଁ ଲାଭଦାୟକ

ଏହି ଦିନଟି ଆମକୁ ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବାକୁ ପ୍ରେରଣା ଦିଏ। ସବୁଜ ସୁନା ଭାବରେ ଜଣାଶୁଣା ବାଉଁଶ ପରିବେଶ ପାଇଁ ଲାଭଦାୟକ। ଏହା ସଙ୍ଗୀତରେ ବ୍ୟବହୃତ ହେଉ କିମ୍ବା ବାଉଁଶରୁ ତିଆରି ହଜାର ହଜାର ହସ୍ତଶିଳ୍ପ, ଏହା ଆର୍ôଥକ ସମ୍ଭାବନାର ଏକ ଉତ୍ସ। ଭାରତୀୟ ଶିଳ୍ପରେ ବାଉଁଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତରେ ବାଉଁଶର ବ୍ୟବହାର ସ୍ଥାନୀୟ ଶିଳ୍ପକୁ ମଜବୁତ କରୁଛି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଆସନ୍ତୁ , ଏହି ଅବସରରେ ବାଉଁଶର ମହତ୍ୱକୁ ବୁଝିବା ସହିତ ଏହାକୁ ବ୍ୟାପକ ଭାବରେ ବ୍ୟବହାର କରିବା ଏବଂ ପରିବେଶ ସୁରକ୍ଷାରେ ଯୋଗଦାନ ଦେବାକୁ ପ୍ରତିଜ୍ଞା କରିବା। ଏହାକୁ ଚାଷ କରି, ଏହାର ଐତିହ୍ୟକୁ ପୁନର୍ଜୀବିତ କରିବା।

Leave a Reply

Your email address will not be published. Required fields are marked *