Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରାଦ୍ଧଦିବସ:ଜଗଦୀଶ ଚନ୍ଦ୍ର ବୋଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରାଦ୍ଧଦିବସ:ଜଗଦୀଶ ଚନ୍ଦ୍ର ବୋଷ

୧୮୫୮ ମସିହା ନଭେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଗଦୀଶ ଚନ୍ଦ୍ର ବୋଷ । ପ୍ରାରମ୍ଭିକ ଏବଂ କଲେଜ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଚାଲିଗଲେ । ସେଠାକାର କଲେଜ ପ୍ରାଧ୍ୟାପକମାନେ ଜଗଦୀଶଙ୍କ ପ୍ରତିଭା ଏବଂ ଇଚ୍ଛାଶକ୍ତି ଉପରେ ଖୁବ୍ ପ୍ରସନ୍ନ ଥିଲେ । ଏହା କାରଣରୁ ତାଙ୍କୁ ବଡ଼ ବଡ଼ ବୈଜ୍ଞାନିକଙ୍କ ସହ ପ୍ରୟୋଗଶାଳାରେ ନିଜ କାର୍ଯ୍ୟ ସୁଧାରିବାର ସୁଯୋଗ ମିଳିପାରୁଥିଲା । ଭାରତ ଫେରିବା ପରେ କୋଲ୍‌କାତା ପ୍ରେସିଡେନ୍ସି କଲେଜରେ ପ୍ରାଧ୍ୟାପକ ଭାବେ ନିଯୁକ୍ତ ହେଲେ । କିନ୍ତୁ କଲେଜରେ ଭାରତୀୟ ଅଧ୍ୟାପକଙ୍କର ଇଂରେଜ ଅଧ୍ୟାପକଙ୍କ ତୁଳନାରେ ସମାନ ବେତନ ମିଳୁନଥିଲା । ଏହା ବିରୋଧରେ ସେ ସ୍ୱରଉତ୍ତୋଳନ କରିଥିଲେ, ଯଦ୍ଦ୍ୱାରା ଶେଷରେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଲା । ଜଗଦୀଶ ନିଜ ଘର ଭିତରେ ଏକ ଛୋଟିଆ ପ୍ରୟୋଗଶାଳା ତିଆରି କରିଥିଲେ । ଦୀର୍ଘ ବର୍ଷ ଧରି ଏହି ପ୍ରୟୋଗଶାଳାରେ ବିଭିନ୍ନ ପ୍ରକାର ସିଦ୍ଧାନ୍ତ ଉପରେ ପରୀକ୍ଷଣ କରିଚାଲିଥିଲେ । ଶେଷରେ ପ୍ରୟୋଗର ପରିଣାମ ସାମ୍ନାକୁ ଆସିଲା । ୧୮୯୫ରେ ଜଗଦୀଶଙ୍କ ପ୍ରଥମ ଗବେଷଣା ନିବନ୍ଧ ପ୍ରକାଶିତ ହେଲା । ଏହାର ତୁରନ୍ତ ପରେ ଇଂଲଣ୍ଡର ରୟାଲ୍ ସୋସାଇଟି ଦ୍ୱାରା ପ୍ରକାଶିତ କରାଗଲା । ଏଠାରୁ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିଲା । ଏହାପରେ ସେ ନିରନ୍ତର ନୂଆ ନୂଆ ସନ୍ଧାନରେ ଲାଗିପଡ଼ିଲେ । ସେତେବେଳେ ତାଙ୍କ ଗବେଷଣାର ମୁଖ୍ୟ ବିଷୟବସ୍ତୁ ଥିଲା ଜୀବ ଏବଂ ବୃକ୍ଷ ବିଜ୍ଞାନ । ବୃକ୍ଷଙ୍କ ଚେତନା ଏବଂ ସମ୍ବେଦନଶୀଳତା ଖୋଜିବାରେ ଲାଗିଲେ । ଶେଷରେ ନିଜ ଅନୁସନ୍ଧାନ ଦ୍ୱାରା ସିଦ୍ଧ କରିଦେଲେ ଯେ, ମଣିଷକୁ କଷ୍ଟ ଦେଲେ ଯେପରି ଅନୁଭବ ହୋଇଥାଏ, ବୃକ୍ଷଙ୍କୁ ବି କଷ୍ଟ ଦେଲେ ସମାନ ଅନୁଭବ ହୋଇଥାଏ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଗବେଷଣାରେ ସଫଳ ହୋଇଚାଲିଥିବା ଜଗଦୀଶ ୧୯୩୭ ମସିହା ଆଜିର ଦିନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

Leave a Reply