Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ମୋଦୀଙ୍କ ସାଇପ୍ରସ ଗସ୍ତ ଓ ତୁର୍କୀକୁ ବାର୍ତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଦୀଙ୍କ ସାଇପ୍ରସ ଗସ୍ତ ଓ ତୁର୍କୀକୁ ବାର୍ତା

ମୋଦୀଙ୍କ ସାଇପ୍ରସ ଗସ୍ତ ଓ ତୁର୍କୀକୁ ବାର୍ତା
ଡ. ସମନ୍ୱୟ ନନ୍ଦ
ପ୍ରଧାନମନ୍ତ୍ରୀ ଗତ କିଛି ଦିନ ତଳେ ଭୂମ୍ମସାଗର ଅଂଚଳରେ ଥିବା ଦ୍ୱୀପ ଦେଶ ସାଇପ୍ରସ ଗସ୍ତ କରିଥିଲେ । ଏହି ଅଂଚଳ ଗୁଡିକରେ ଭାରତର କଣ ଭୂ ରଣନୈତିକ ସ୍ୱାର୍ଥ ରହିଛି? ଏହି ଛୋଟ ଦେଶକୁ ଗସ୍ତ କରିବାର ଉଦ୍ଦେଶ୍ୟ କଣ ଥିଲା ?ଏହା ଦ୍ୱାରା ଭାରତ କଣ ବାର୍ତା ଦେବାକୁ ଚାହୁଁଥିଲା ? ଏହି ସବୁ ବିନ୍ଦୁ ଉପରେ ଏହି ଲେଖାରେ ଆଲୋଚନା କରିବା ।
ତୁର୍କୀର ରାଷ୍ଟ୍ରପତି ଏର୍ଦୋଗାନ ଗତ କିଛି ବର୍ଷ ହେଲା ମୁସଲମାନ ମାନଙ୍କର ଖଲି‘ା ହେବାର ସ୍ୱପ୍ନରେ ବିଭୋର ଅଛନ୍ତି । ତୁର୍କୀର ପୂର୍ବବର୍ତୀ ଶାସକ ଆତାତୁର୍କ ତୁର୍କୀକୁ ଇସଲାମୀ କଟ୍ଟରତାରୁ ଦୂର କରି ସେକୁଲାର ଦେଶ କରିବାକୁ ଯେଉଁ ପଦକ୍ଷେପ ମାନ ନେଇଥିଲେ ତାକୁ ବଦଳାଇ ଏର୍ଦୋଗାନ ପୁଣି ଥରେ ତୁର୍କୀକୁ ମ୍ମକାଳୀନ ଇସଲାମୀ ଦେଶରେ ପରିବର୍ତନ କରି ସାରା ବିଶ୍ୱର ମୁସଲମାନ ମାନଙ୍କର ନେତୃତ୍ୱ କରିବାର ସ୍ୱପ୍ନ ଦେଖୁଛନ୍ତି । ଏଥିରେ ମ୍ମ ଭାରତକୁ କୌଣସି ପ୍ରକାର ଆପତ୍ତି ନ ଥିଲା । ହେଲେ ଏର୍ଦୋଗାନ ଏତିକିରେ ସୀମିତ ରହି ନାହାନ୍ତି । ସେ ମିଳିତ ଜାତିସଂଘ ପରି ଅନ୍ୟ ବୈଶ୍ୱିକ ମଂଚ ଗୁଡିକର ପ୍ରୟୋଗ ବିଶେଷ ଭାବେ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୁଦ୍ଧରେ କରି ଆସୁଛନ୍ତି । ପାକିସ୍ତାନ ସହ ମିଳିତ ସୈନ୍ୟ ଅଭ୍ୟାସ ହେଉ ବା ଇସଲାମିକ ସହଯୋଗ ସଂଗଠନରେ ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବା ହେଉ, ତୁର୍କୀର ଆଭିମୁଖ୍ୟ ଭାରତ ବିରୋଧରେ ଅଧିକ ଆକ୍ରମଣାତ୍ମକ ହୋଇଛି । ତୁର୍କୀ ପାକିସ୍ତାନର ରଣନୈତିକ ଉଦ୍ଦେଶ୍ୟକୁ ସମର୍ଥନ କରିବାରେ କେବଳ ବକ୍ତବ୍ୟ ଦେବା ଯାଏ ସୀମିତ ହୋଇ ରହି ନାହିଁ ବରଂ ପାକିସ୍ତାନ ସହ ପ୍ରତିରକ୍ଷା ସହଯୋଗ ମ୍ମ ଦେବା ସ୍ପଷ୍ଟ ହୋଇଛି । ଗତ ଅପରେସନ ସିନ୍ଦୁରରେ ଏହାର ପ୍ରମାଣ ମ୍ମ ଦେଖିବାକୁ ମିଳିଛି ।
ତେଣୁ ଭାରତର ପ୍ରତିକ୍ରିୟା ତୁର୍କୀକୁ ନେଇ ଏଥର କଠୋର ହୋଇଛି । ତେବେ ଭାରତର ପ୍ରତିକ୍ରିୟାକୁ ଭାବନାତ୍ମକ କିମ୍ବା ତ୍ୱରିତ ପ୍ରତିକ୍ରିୟା ବୋଲି କୁହାଯାଇ ପାରିବ ନାହିଁ ବରଂ ଭାରତର ପ୍ରତିକ୍ରିୟାକୁ ଅତ୍ୟନ୍ତ ଭାବି ଚିନ୍ତି ଓ ରଣନୈତିକ ବିଚାରକୁ ନେଇ ବୋଲି କୁହାଯାଇ ପାରିବ । ତୁର୍କୀ ସହ ପ୍ରତ୍ୟକ୍ଷ ଉତ୍ତେଜନା ବଢାଇବା ପରିବର୍ତେ ଭାରତ ସେହି ଦେଶ ମାନଙ୍କ ସହ ଦୀର୍ଘକାଳୀନ ସମ୍ପର୍କକୁ ମଜବୂତ କରିବା ଦିଗରେ ପଦକ୍ଷେପ ନେଉଛି, ଯେଉଁ ଦେଶ ମାନେ ତୁର୍କୀର ଆଂଚଳିକ ମହତ୍ୱାକାଂକ୍ଷା କାରଣରୁ ନିଜକୁ ବିପଦରେ ବୋଲି ଅନୁଭବ କରିଥାନ୍ତି । ଯେପରିକି ଗ୍ରୀସ, ଆର୍ମେନିଆ, ଇଜିପ୍ଟ ଓ ଏବେ ସାଇପ୍ରସ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଇପ୍ରସର ଐତିହାସିକ ଯାତ୍ରା କେତେ ଗୁରୁତ୍ୱପୂର୍ଣ ତାହା ବୁଝିବା ପୂର୍ବରୁ ତୁର୍କୀ ଓ ସାଇପ୍ରସ ମ୍ମରେ ଥିବା ବିବାଦର ଇତିହାସର ପୃଷ୍ଠଭୂମି ଉପରେ ଦୃଷ୍ଟି ପକାଇବା ଉଚିତ ହେବ । ୧୯୭୪ ମସିହାରେ ସାଇପ୍ରସରେ ଶାସନ ପରିବର୍ତନ ପାଇଁ ପଡୋଶୀ ଗ୍ରୀସ ସେନାର ସହାୟତାରେ ଏକ ବି‘ଳ ସୈନ୍ୟ ଉଦ୍ୟମ ହୋଇଥିଲା । ଏହି ସମୟରେ ତୁର୍କୀ ଉତ୍ତର ସାଇପ୍ରସ ଉପରେ ଆକ୍ରମଣ କରି ଦେଇଥିଲା ଓ କିଛି ଅଂଚଳକୁ ଅଧିକାର କରି ନେଇଥିଲା । ଯଦିଓ ପରେ ସାଇପ୍ରସରେ ସ୍ଥିତି ସାମାନ୍ୟ ହୋଇଯାଇଥିଲା ଓ ଆଇନଗତ ଭାବେ ସେଠାରେ ସରକାର ଗଠିତ ହୋଇଥିଲା, ହେଲେ ତୁର୍କୀ ଉକ୍ତ ଅଂଚଳରୁ ସେନାକୁ ପ୍ରତ୍ୟାହାର କରି ନ ଥିଲା । ତେଣୁ ତୁର୍କୀ ଆଜି ମ୍ମ ସାଇପ୍ରସର ଏକ ତୃତୀୟାଂଶ ଭୂମି ଉପରେ କବ୍ଜା କରି ବସିଛି ଓ ସେଠାରେ ସ୍ୱୟଂଘୋଷିତ ଉତ୍ତର ସାଇପ୍ରସ ତୁର୍କୀ ଗଣରାଜ୍ୟକୁ ସମର୍ଥନ ଦେଉଛି । ଏହାକୁ ତୁର୍କୀ ବ୍ୟତୀତ ଅନ୍ୟ କେଉଁ ଦେଶ ମାନ୍ୟତା ଦେଇ ନାହାନ୍ତି ।
ଏଠାରେ ଆଉ ଏକ କଥା ଉଲ୍ଲେଖ କରିବା ଉଚିତ ହେବ ଯେ ଏହି କବ୍ଜା କେବଳ ରାଜନୈତିକ ନୁହେଁ ବରଂ ଏହାର ଗୁରୁତର ସାମରିକ ଓ ଆର୍ôଥକ ପ୍ରଭାବ ମ୍ମ ରହିଛି । ତୁର୍କୀ ବାରମ୍ବାର ସାଇପ୍ରସର ସ୍ୱତନ୍ତ୍ର ଆର୍ôଥକ ଜୋନକୁ ଚ୍ୟାଲେଂଜ କରୁଥିବା ଦେଖିବାକୁ ମିଳୁଛି । ଏହା ବାଦ ତୁର୍କୀ ବାରମ୍ବାର ବିବାଦୀୟ ଜଳ ସୀମାରେ ନିଜର ଜାହାଜ ପଠାଉଛି ଓ ଆନ୍ତର୍ଜାତିକ ସାମୁଦ୍ରିକ ଆଇନକୁ ଉଲ୍ଲଂଘନ କରୁଛି ।
ତେଣୁ ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଭଳି ଏକ କ୍ଷୁଦ୍ର ଦ୍ୱୀପ ଦେଶକୁ ଯାତ୍ରା କେବଳ ଦ୍ୱିପାକ୍ଷିକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା କିଛି ଅଂଚଳକୁ ଅନ୍ୟ ଦେଶ ଦ୍ୱାରା ଅଧିକାର କରାଯାଇଥିବା ଦେଶ ସହ ଠିଆ ହେବା ପ୍ରତୀକାତ୍ମକ ଓ ରଣନୈତିକ ବାର୍ତା ଅଟେ । ଭାରତ ଏହି ବାର୍ତା ସ୍ପଷ୍ଟ ଶବ୍ଦରେ ଦେଇଛି ଯେ ତୁର୍କୀର ପ୍ରତ୍ୟକ୍ଷ ବିରୋଧୀ ସହ ଭାରତ ତାର ପ୍ରଗାଢତା ବଢାଉଛି ।
ସାଇପ୍ରସ ବିଷୟରେ ଯଦି ଆମେ ଦେଖିବା ତେବେ ପାଇବା ଯେ ବିଭିନ୍ନ ଆନ୍ତର୍ଜାତିକ ମଂଚରେ ସେ ସବୁବେଳେ ଭାରତର ସମର୍ଥନ କରି ଆସୁଛି । ୧୯୯୮ ମସିହାରେ ଭାରତରେ ପରମାଣୁ ପରୀକ୍ଷଣ ହେଉ ବା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତାର ପ୍ରଦାନ କରିବାର ବିଷୟ ହେଉ ସାଇପ୍ରସ ସବୁବେଳେ ଭାରତର ସମର୍ଥନ କରି ଆସିଛି । କାଶ୍ମୀରକୁ ନେଇ ସେ କେବେ ହେଲେ ତୁର୍କୀ ଭଳି ଇସଲାମୀ ଦେଶ ମାନଙ୍କର ଆଭିମୁଖ୍ୟକୁ ସମର୍ଥନ କରି ନାହିଁ । ଭାରତ ମ୍ମ ପ୍ରତି ବଦଳରେ ସାଇପ୍ରସର କ୍ଷେତ୍ରୀୟ ଅଖଣ୍ଡତାର ସମ୍ପୂର୍ଣ ସମର୍ଥନ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ସାଇପ୍ରସ ସହ ଏହି ପୁରୁଣା ବିଶ୍ୱାସଯୋଗ୍ୟ ସମ୍ପର୍କକୁ ଏକ ନୂଆ ରଣନୈତିକ ଭାଗିଦାରୀରେ ପରିବର୍ତିତ କରୁଛି । ଏଥିରେ ଶକ୍ତି, ଡିଜିଟାଲ କରିଡର, ସାମୁଦ୍ରିକ ସୁରକ୍ଷା ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ସହଯୋଗ ପାଇଁ ବାଟ ସୃଷ୍ଟି ହୋଇଛି ।
ଏଠାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବା ଉଚିତ ହେବ ଯେ ଭାରତ ଏହି ଅଂଚଳରେ ତୁର୍କୀକୁ ଘେରାବନ୍ଦୀ କରିବା ଦିଗରେ ପୂର୍ବରୁ ହିଁ କାମ କରୁଛି । ତୁର୍କୀର ବିରୋଧୀ ଦେଶମାନଙ୍କ ଭାରତ ତାର ସମ୍ପର୍କକୁ ନିବିଡ କରିବାରେ ଲାଗିଛି । ସାଇପ୍ରସର ପଡୋଶୀ ଦେଶ ଆର୍ମେନିଆ ସହ ଏହି ପ୍ରତିରକ୍ଷା ଭଳି କ୍ଷେତ୍ରରେ ଭାରତ ପୂର୍ବରୁ ହିଁ ସକ୍ରିୟ ଭୂମିକା ନିର୍ବାହ କରୁଛି । ଆର୍ମେନିଆ ମ୍ମ ତୁର୍କୀର ଶତ୍ରୁ ଦେଶ ଓ ଘୋର ବିରୋଧୀ । ୨୦୨୩ ମସିହାରେ ଭାରତ ଆର୍ମେନିଆକୁ ଡ୍ରୋନ, କ୍ଷେପଣାସ୍ତ୍ର ପ୍ରଣାଳୀ ଓ ତଦାରଖ ପ୍ରଯୁକ୍ତି ବିଦ୍ୟା ଭଳି କ୍ଷେତ୍ରରେ ପ୍ରତିରକ୍ଷା ରପ୍ତାନୀ ବଢାଇଛି । ଏହା ବ୍ୟତୀତ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ମ୍ମ ଯାଇଥିଲା । ଗ୍ରୀସ ମ୍ମ ତୁର୍କୀର ବିରୋଧୀ ଭାବେ ଜଣାଶୁଣା । ଆର୍ମେନିଆ, ଗ୍ରୀସ ଓ ଏବେ ସାଇପ୍ରସ ଗସ୍ତ କରି ସେମାନଙ୍କର ସହ ରଣନୈତିକ ଭାଗିଦାରୀ ବଢାଇ ଭାରତ ତୁର୍କୀକୁ ତାର ନିଜ ଅଂଚଳରେ ଘେରାବନ୍ଦୀ କରିବାର ରଣନୀତିରେ କାର୍ଯ୍ୟ କରୁଛି ।
ଭାରତର ଭାବମୂର୍ତିକୁ ବୈଶ୍ୱିକ ସ୍ତରରେ ଦୁର୍ବଳ କରିବାକୁ ସତତ ଚେଷ୍ଟିତ ତୁର୍କୀର ଏର୍ଦୋଗାନଙ୍କୁ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଇପ୍ରସ ଗସ୍ତ ଏକ ସ୍ପଷ୍ଟ ଓ ସନ୍ତୁଳିତ ବାର୍ତା ପ୍ରଦାନ କରୁଛି । ଭାରତ ଏବେ ଆଉ ତୁର୍କୀର ଏଭଳି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ ଉପରେ ନିଷ୍କ୍ରିୟ ରହିବ ନାହିଁ । ଏବେ ଭାରତ ତୁର୍କୀର ନିଜ ଅଂଚଳରେ ଥିବା ବିରୋଧୀ ଦେଶ ମାନଙ୍କ ସହ ନିଜର ସମ୍ପର୍କକୁ ଦୃଢ କରିବ, ଦୀର୍ଘକାଳୀନ, ଆର୍ôଥକ ଓ ରଣନୈତିକ ଭାଗିଦାରୀକୁ ସୁଦୃଢ କରିବ । ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ।
ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଯାତ୍ରାକୁ ଏହି କାରଣରୁ ଐତିହାସିକ କୁହାଯାଇ ପାରେ ଯେ ଏହି ଯାତ୍ରାର ଟାଇମିଂ ସଠିକ ହୋଇଛି ଓ ଏହି ଯାତ୍ରା ଦ୍ୱାରା ବାର୍ତା ମଲ୍ଟି ଡାଇମେନସନାଲ ଅର୍ଥାତ ବହୁ ଆୟାମୀ ପ୍ରଦାନ କରାଯାଇଛି । ଭାରତ ଭୂମ୍ମସାଗରୀୟ ଅଂଚଳରେ ତାର ସହଯୋଗୀ ଦେଶ ମାନଙ୍କ ସହ ସହଯୋଗକୁ ଶକ୍ତିଶାଳୀ କରିବାସହ ୟୁରୋପୀୟ କରିଡୋରରେ ତାର ଉପସ୍ଥିତିକୁ ପୁଣି ସ୍ଥାପିତ କରିଛି । ବର୍ତମାନ ବିଶ୍ୱରେ କୂଟନୀତି ଉଚ୍ଚ ସ୍ୱରରେ ନୁହେଁ ବରଂ ସୁକ୍ଷ୍ମ ସଂକେତରେ କୁହାଯାଇଥାଏ । ଯଦି ଏହି ଦୃଷ୍ଟିକୋଣରୁ ଦେଖିବା ତେବେ ମୋଦୀଙ୍କ ସାଇପ୍ରସ ଯାତ୍ରା କୂଟନୈତିକ ସଂଚାର କ୍ଷେତ୍ରରେ ଏକ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଇ ପାରିବ । ଏଥିରେ ଇତିହାସ, ଶକ୍ତି, ରାଜନୀତି, ପ୍ରତିରକ୍ଷା ସହଯୋଗ ଓ ଭୂରାଜନୈତିକ ବାର୍ତା ସ୍ପଷ୍ଟ ଭାବେ ପ୍ରଦାନ କରାଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତର ବାର୍ତା ଅତ୍ୟନ୍ତ ସ୍ପଷ୍ଟ । ଭାରତ କେବଳ ଯେ ପୂର୍ବ ଭୂମ୍ମ ସାଗର ଉପରେ ଦୃଷ୍ଟି ରଖୁ ନାହିଁ ବରଂ ଏଠାରେ ସକ୍ରିୟତାର ସହ କାମ କରିବାକୁ ଯାଉଛି । ସାଇପ୍ରସ ଓ ଅନ୍ୟ ଦେଶମାନଙ୍କୁ ବିଶ୍ୱାସଯୋଗ୍ୟ ସହଯୋଗୀ ଭାବେ ଗ୍ରହଣ କରି କାମ କରିବାକୁ ଚାହୁଁଛି ଓ ଏହା ସହ ତୁର୍କୀକୁ ପ୍ରତ୍ୟକ୍ଷ ଚେତାବନୀ ମ୍ମ ଏହି ଯାତ୍ରା ଜରିଆରେ ଦିଆଯାଇଛି ।

Leave a Reply