Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଦେଶ କେ ହିତ୍ ମେଁ କରେଙ୍ଗେ କାମ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶ କେ ହିତ୍ ମେଁ କରେଙ୍ଗେ କାମ୍‌

ଭାରତୀୟ ମଜଦୁର ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ
ଦେଶ କେ ହିତ୍ ମେଁ କରେଙ୍ଗେ କାମ୍‌
ସର୍ବେଶ୍ୱର ବେହେରା

ଭାରତୀୟ ମଜଦୁର ସଂଘ ୧୯୫୫ ଜୁଲାଇ ୨୩ ତାରିଖ ଲୋକମାନ୍ୟ ବାଲଗଙ୍ଗାଧର ତିଳକଙ୍କ ଜନ୍ମତିଥିରେ ମଧ୍ୟପ୍ରଦେଶର ଭୋପାଳଠାରେ ଆରମ୍ଭ ହୋଇଥିଲା । ଏହାର ପ୍ରତିଷ୍ଠାତା ଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଶ୍ରୀ ଦତ୍ତୋପନ୍ତ ଠେଙ୍ଗଡୀ । ଗତ ୭୦ବର୍ଷ ଧରି ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତାମାନଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ଯୋଗୁଁ ଆଦି ଏହା ବିଶ୍ୱର ସର୍ବବୃହତ ଶ୍ରମିକ ସଙ୍ଗଠନ ରୂପେ ମାନ୍ୟତା ହାସଲ କରିଛି । ଏବେ ଏହାର ସଦସ୍ୟ ସଂଖ୍ୟା ଏକ କୋଟିରୁ ଊର୍ଦ୍ଧ୍ୱ । ଏହି ସଙ୍ଗଠନ ଏବେ ଦେଶର ୫୦୦୦ରୁ ଊର୍ଦ୍ଧ୍ୱ ଟ୍ରେଡ ୟୁନିଅନକୁ ପରିଚାଳନା କରୁଛି ।
ରାଷ୍ଟ୍ରର ଉଦ୍ୟୋଗୀକରଣ, ଉଦ୍ୟୋଗର ଶ୍ରମିକକରଣ ଓ ଶ୍ରମିକର ରାଷ୍ଟ୍ରୀୟକରଣର ତ୍ରିସୂତ୍ରକୁ ଧରି ଭାରତୀୟ ମଜଦୁର ସଂଘ ପ୍ରଥମରୁ କାର୍ଯ୍ୟ କରିଆସୁଛି । ରାଷ୍ଟ୍ରର ଆର୍ଥିକ ବିକାଶ ପାଇଁ ଉଦ୍ୟୋଗୀକରଣ ହେବା ଆବଶ୍ୟକ । ଉଦ୍ୟୋଗରୁ ଉତ୍ପାଦିତ ବସ୍ତୁଗୁଡ଼ିକ ବଜାରରେ ବିକ୍ରି କରି ରାଷ୍ଟ୍ରର ଆର୍ଥିକ ବିକାଶ ହୋଇପାରିବ । ଏଥିପାଇଁ ସମଗ୍ର ଦେଶରେ କଳକାରଖାନା ପ୍ରତିଷ୍ଠା ହେବା ଆବଶ୍ୟକ । ଏହାଦ୍ୱାରା ରାଷ୍ଟ୍ର ଉଦ୍ୟୋଗୀକରଣ ହେବ । ଏହି ସମସ୍ତ କଳକାରଖାନା ଗୁଡ଼ିକରେ ପ୍ରଚୁର ଉତ୍ପାଦନ ପାଇଁ ବହୁ ଶ୍ରମିକ ନିୟୋଜିତ ହେବା ଆବଶ୍ୟକ । ଭାରତ ପରି ଜନବହୁଳ ଦେଶରେ ଶ୍ରମିକମାନଙ୍କ ଦ୍ୱାରା ଉତ୍ପାଦନ ହେଲେ ସାଧାରଣ ଶ୍ରମିକ ସମୁଚିତ ବେତନ ପାଇପାରିବ ଓ ତା’ର କ୍ରୟ ଶକ୍ତି ବୃଦ୍ଧି ହେବ । ଶ୍ରମିକର ଅର୍ଥ ଓ ଶ୍ରମକୁ ସମାନ ସ୍ତରରେ ରଖି ଶ୍ରମିକକୁ ଉଦ୍ୟୋଗର ମାଲିକାନାରେ ଅଂଶୀଦାର କରିବା ଆବଶ୍ୟକ । ଏହା ହିଁ ଉଦ୍ୟୋଗର ଶ୍ରମିକୀକରଣ । ଏହି ଶ୍ରମିକମାନଙ୍କ ମଧ୍ୟରେ ରାଷ୍ଟ୍ରୀୟତାର ଭାବ ଜାଗରଣ ହେବା ଆବଶ୍ୟକ । ରାଷ୍ଟ୍ର ପ୍ରତି ତ୍ୟାଗ-ସମର୍ପିତ ଭାବନା ଉଦ୍ରେକ ହେବା ଉଚିତ । ସେ ଯେଉଁ ଶ୍ରମ କରୁଛି, ତାହା ରାଷ୍ଟ୍ରର ବିକାଶ ପାଇଁ କୌଣସି ପୁଞ୍ଜିପତିର ଆର୍ଥିକ ବିକାଶ ପାଇଁ ନୁହେଁ । ଏହି ଭାବନା ଶ୍ରମିକ ମନରେ ଉଦ୍ରେକ ହେବା ଆବଶ୍ୟକ । ରାଷ୍ଟ୍ରୀୟକରଣ ଅର୍ଥ ସରକାରୀକରଣ । ତେଣୁ କଳକାରଖାନାର ସରକାରୀକରଣ କରି ଶ୍ରମିକର ରାଷ୍ଟ୍ରୀୟକରଣ ଏକାନ୍ତ ଆବଶ୍ୟକ । ଏହି ତ୍ରିସୂତ୍ରୀ ଲକ୍ଷ୍ୟ ରଖି ମଜଦୁର ସଂଘ ଗତ ୭୦ ବର୍ଷ ଧରି କାର୍ଯ୍ୟ କରୁଛି । ଏହି ମନ୍ତ୍ର ଆଜି ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଛି ।
ଭାରତୀୟ ମଜଦୁର ସଂଘ ବିଶ୍ୱରେ ଏକମାତ୍ର ଶ୍ରମିକ ସଙ୍ଗଠନ; ଯାହା ଅଣରାଜନୈତିକ ଶ୍ରମିକ ସଙ୍ଗଠନ ରୂପେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଛି । ୧୯୫୫ ଜୁଲାଇ ୨୩ ତାରିଖରେ ଯେଉଁଦିନ ଶ୍ରୀ ଦତ୍ତୋପନ୍ତ ଠେଙ୍ଗଡ଼ୀ କେତେଜଣ କାର୍ଯ୍ୟକର୍ତ୍ତାଙ୍କୁ ଧରି ଭୋପାଳଠାରେ ଏହି ସଂଘ ଆରମ୍ଭ କରିଥିଲେ । ସେହିଦିନ ସନ୍ଧ୍ୟାରେ ଏକ ସାଧାରଣ ସଭା କରି ଏହାକୁ ଘୋଷଣା କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ନିର୍ଣ୍ଣୟ ନେଲେ । ବୈଠକରେ ଜଣେ କାର୍ଯ୍ୟକର୍ତ୍ତା ଶ୍ରୀ ଗଙ୍ଗାଭକ୍ତ ସିଂ ପ୍ରସ୍ତାବ ଦେଲେ ଆଜି ଭୋପାଳରେ ଜଣେ ବିଶିଷ୍ଟ ବକ୍ତା ଅଟଳ ବିହାରୀ ବାଜପେୟୀ ଉପସ୍ଥିତ ଅଛନ୍ତି, ସେ ଯଦି ସନ୍ଧ୍ୟାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ତେବେ ତାଙ୍କ ଲୋକପ୍ରିୟତା ଯୋଗୁଁ ସମସ୍ତେ ଆକୃଷ୍ଟ ହେବେ ଓ ସଭାରେ ଜନସଂଖ୍ୟା ବୃଦ୍ଧି ହେବ । ଠେଙ୍ଗଡ଼ୀଜୀ ସ୍ମିତହାସ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କ ମତାମତକୁ ସ୍ୱୀକାର କରି ସେ କାର୍ଯ୍ୟକର୍ତ୍ତାମାନଙ୍କୁ ବାଜପେୟୀଙ୍କୁ ସାକ୍ଷାତ କରି ସଭାରେ ଉଦବୋଧନ ଦେବା ପାଇଁ ଅନୁମତି ପ୍ରଦାନ କଲେ । ସମସ୍ତ ବିଷୟ ଶୁଣି ସାରିବା ପରେ ଅଟଳଜୀ କାର୍ଯ୍ୟକର୍ତ୍ତାମାନଙ୍କୁ କହିଲେ- “ଆଜି ଆପଣମାନେ ଭାରତୀୟ ମଜଦୁର ସଂଘ ରୂପେ ଏକ ଅଣରାଜନୈତିକ ଶ୍ରମିକ ସଙ୍ଗଠନ ପ୍ରତିଷ୍ଠା କଲେ । ପ୍ରଥମ ଦିନରେ ପ୍ରଥମ ବକ୍ତା ଜଣେ ରାଜନୈତିକ ବ୍ୟକ୍ତି କିପରି ହେବ ? ମୋର ଭାଷଣ ପରେ ଆପଣମାନେ କ’ଣ ନିଜ ସଙ୍ଗଠନକୁ ଅଣରାଜନୈତିକ ରୂପେ ଘୋଷଣା କରିପାରିବେ ?” ଅଟଳଜୀଙ୍କ ଠାରୁ ଏହା ଶୁଣି ସମସ୍ତେ ଖୁସି ହୋଇ ଫେରିଆସିଲେ । ସନ୍ଧ୍ୟାରେ ସଭା ହେଲା । ସଭାରେ ଠେଙ୍ଗଡ଼ୀଜୀ ଭାଷଣ ଦେଇ ମଜଦୁର ସଂଘର ଲକ୍ଷ୍ୟ ଓ କାର୍ଯ୍ୟପଦ୍ଧତି ସମ୍ବନ୍ଧରେ ବିଶଦ ଭାବେ ବର୍ଣ୍ଣନା କଲେ । ସେବେଠାରୁ ମଜଦୁର ସଂଘର ଏକ ଅଣରାଜନୈତିକ ସଙ୍ଗଠନ ରୂପେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଛି ।
ମଜଦୁର ସଂଘର ଏହି ଲକ୍ଷ୍ୟ ଓ କାର୍ଯ୍ୟକୁ ଶୁଣି କଂଗ୍ରେସ ଓ ବାମପନ୍ଥୀମାନଙ୍କର ଶ୍ରମିକ ସଙ୍ଗଠନର ନେତାମାନେ ଉପହାସ କରିଥିଲେ । ଶ୍ରମିକ ସଙ୍ଗଠନ ପୁଣି ଅଣରାଜନୈତିକ ଏହା ପାଗଳର ପ୍ରଳାପ । ବାମପନ୍ଥୀମାନେ ପରିହାସ କରି କହିଲେ ଶ୍ରମିକ ସଙ୍ଗଠନ ଚଳେଇବା ସହଜ କଥା ନୁହେଁ, ହାଫ୍ ପ୍ୟାଣ୍ଟ ପିନ୍ଧି ଡେଇଁବା ଲୋକମାନେ ଶ୍ରମିକ ସଙ୍ଗଠନ ଚଳେଇବା ପାଇଁ ଦିବାସ୍ୱପ୍ନ ଦେଖୁଛନ୍ତି । କିଛି ବର୍ଷ ପରେ ମଜଦୁର ସଂଘର ବିଚାରକୁ ବିଶ୍ୱ ସ୍ୱୀକାର କଲା । ୧୯୯୦ ନଭେମ୍ବର ମାସରେ ମସ୍କୋଠାରେ ଡକ୍ଟକ୍ସକ୍ଷୟ ଞକ୍ସବୟର ଟଦ୍ଭସକ୍ଟଦ୍ଭ ଉକ୍ଟଦ୍ଭଶକ୍ସରଗ୍ଦଗ୍ଦ ଅନୁଷ୍ଠିତ ହୋଇଥିଲା । ଭାରତୀୟ ମଜଦୁର ସଂଘ, ବାମପନ୍ଥୀ ସଙ୍ଗଠନ ସିଟୁ, କଂଗ୍ରେସର ଏଟକ ଆଦି ପରି ବିଶ୍ୱର ୪୦୦ ଶ୍ରମିକ ସଙ୍ଗଠନ ଯୋଗ ଦେଇଥିଲେ । ପ୍ରାୟ ୧୨୫୦ ଜଣ ପ୍ରତିନିଧି ଥିଲେ ଏବଂ ସଭାର ମୁଖ୍ୟ ବିନ୍ଦୁ ଥିଲା- ଅଣରାଜନୈତିକ ଶ୍ରମିକ ସଙ୍ଗଠନଗୁଡ଼ିକ ଶ୍ରମିକମାନଙ୍କର ହିତ ସାଧନ କରୁଛନ୍ତି ଓ ରାଜନୈତିକ ନେତାମାନଙ୍କ ଦ୍ୱାରା ପରିଚାଳିତ ଶ୍ରମିକ ସଙ୍ଗଠନ ଗୁଡ଼ିକ ଦ୍ୱାରା ଶ୍ରମିକମାନଙ୍କର ହିତ ସାଧନ ହୋଇପାରୁ ନାହିଁ । ରୁଷିଆରେ ପ୍ରସ୍ତାବ ସ୍ୱୀକାର କରାଗଲା ଯେ ଶ୍ରମିକ ସଙ୍ଗଠନ ଗୁଡ଼ିକ ଅଣରାଜନୈତିକ ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ । ରୁଷରେ ସମସ୍ତ ଶ୍ରମିକ ସଙ୍ଗଠନଗୁଡ଼ିକ ଅଣରାଜନୈତିକ ଶ୍ରମିକ ମହାସଂଘରେ ଗଠନ କରାଗଲା । ମଜଦୁର ସଂଘ ଯେଉଁ ଅଣରାଜନୈତିକ ଶ୍ରମିକ ସଙ୍ଗଠନ ସର୍ବପ୍ରଥମେ ଘୋଷଣା କରିଥିଲା, ସେଦିନ ମସ୍କୋରେ ବିଶ୍ୱର ସମସ୍ତ ଟ୍ରେଡ ୟୁନିଅନ୍ ଏହି ପ୍ରସ୍ତାବ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।
କଠୋର ପରିଶ୍ରମ ଓ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଥିବା ଶ୍ରମିକମାନଙ୍କ ମଧ୍ୟରେ ରାଷ୍ଟ୍ରୀୟତା ଭାବ ଉଦ୍ରେକ କରିବା ମଜଦୁର ସଂଘ ପକ୍ଷେ କଷ୍ଟକର ବ୍ୟାପାର ଥିଲା । ଶ୍ରମିକମାନଙ୍କ ଆନ୍ଦୋଳନ ଓ ବିକ୍ଷୋଭରେ ଭାରତ ମାତାକୀ ଜୟ ଓ ବନ୍ଦେ ମାତରମ୍ ସ୍ଲୋଗାନ ଦିଆଯାଉଥିଲା । ଏହାକୁ ଦେଖି ବିରୋଧୀ ଶ୍ରମିକ ସଙ୍ଗଠନଗୁଡ଼ିକ କଟାକ୍ଷ କରୁଥିଲେ । ଯେଉଁଠାରେ ବୋନସ, ମହଙ୍ଗା ଭତ୍ତା ଓ ବେତନ ବୃଦ୍ଧି ଆଦି ଦାବି ଉଠୁଛି, ସେଠାରେ ଭାରତ ମାତାଙ୍କୁ କାହିଁକି ସ୍ମରଣ କରୁଛି ? ସେମାନେ ସ୍ଲୋଗାନ ଦେଉଥିଲେ- “ଚାହେ ଯୋ ମଜବୁରୀ ହୋ, ହମାରେ ମାଙ୍ଗେ ପୁରି କରୋ ।” ଏ ସ୍ଲୋଗାନକୁ ଦେଖି ମଜଦୁର ସଂଘ କାର୍ଯ୍ୟକର୍ତ୍ତାମାନେ ଗହନ ଚିନ୍ତା କରି ଭିନ୍ନ ଢ଼ଙ୍ଗରେ ସ୍ଲୋଗାନ ଦେଲେ- “ଦେଶକେ ହିତ ମେଁ କରେଙ୍ଗେ କାମ, କାମ୍ କେ ଲେଙ୍ଗେ ପୂରେ ଦାମ୍ ।” ଅର୍ଥାତ୍ ରାଷ୍ଟ୍ରହିତର ବ୍ୟାପକ ସନ୍ଦର୍ଭରେ ଶ୍ରମିକର ହିତ ସାଧନ କରିବା- ଏହା ମଜଦୁର ସଂଘର ଲକ୍ଷ୍ୟ ଓ ସିଦ୍ଧାନ୍ତ । ପ୍ରଥମେ ରାଷ୍ଟ୍ରହିତ ପରେ ଉଦ୍ୟୋଗ ହିତ ଓ ଶେଷରେ ଶ୍ରମିକ ହିତ । ଏଥିରେ କୌଣସି ସଂସ୍ଥାଗତ ଅହଙ୍କାର ନାହିଁ । ଏହି ସ୍ଲୋଗାନ ପରଠାରୁ ବିରୋଧୀ ଶ୍ରମିକ ସଙ୍ଗଠନ ଗୁଡ଼ିକ ଚୁପ୍ ହୋଇଯାଇଥିଲେ ।
ଔଦ୍ୟୋଗିକ କ୍ଷେତ୍ରରେ ମଜଦୁର ସଂଘ ଶ୍ରମିକ ହିତରେ ପ୍ରଥମେ କେତେକ ଦାବି ଉପସ୍ଥାପନ କରି ସଫଳ ହୋଇଛି । ସେଥିମଧ୍ୟରୁ ‘ବୋନସ୍‌’ ଅନ୍ୟତମ । ୧୯୬୯ ମସିହାରେ ମଜଦୁର ସଂଘ ଦେଶର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟରେ ସ୍ମାରକପତ୍ର ପ୍ରଦାନ କରି ଦାବି ଉପସ୍ଥାପନ କରିଥିଲା ଯେ ସମସ୍ତ ବେତନଭୋଗୀଙ୍କୁ ବୋନସ୍ ମିଳୁ । ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ମିଳୁ । ଯେହେତୁ ସମସ୍ତଙ୍କୁ ସମୁଚିତ ବେତନ ମିଳୁନାହିଁ ତେଣୁ ବୋନସ୍‌କୁ ଡେଫର୍ଡ ୱେଜ (ଊରଲଲରକ୍ସୟ ଡବଶର) ଆକାରରେ ଦିଆଯାଉ । ଦାବି ଉଚ୍ଚାଙ୍ଗ ହେବାରୁ ସରକାର ଏହାକୁ ୧୯୭୯ ମସିହାରେ ଗ୍ରହଣ କଲେ ଓ ସମସ୍ତଙ୍କୁ ଆଜି ବୋନସ୍ ମିଳୁଛି ।
ମଜଦୁର ସଂଘ ସର୍ବପ୍ରଥମେ ବିଶ୍ୱକର୍ମା ସେକ୍ଟର କଥା ଉପସ୍ଥାପନା କଲା । ଏହା ସ୍ୱରୋଜଗାର କ୍ଷେତ୍ର । ଏ କ୍ଷେତ୍ରରେ ସ୍ଥାନୀୟ କାରିଗର, କମାର, କୁମ୍ଭାର, ବଢ଼େଇ, ମୋଚି ଆଦି ଆସନ୍ତି । ସେମାନେ ନିଜେ ମାଲିକ ଓ ନିଜେ ମଜଦୁର । ଏଣୁ ମଜଦୁର ସଂଘ ସେମାନଙ୍କୁ ବିଶ୍ୱକର୍ମା ସେକ୍ଟର ବୋଲି କହିଲା । କମ୍ୟୁନିଷ୍ଟମାନଙ୍କ ଅକଲ ଗୁଡୁମ ହୋଇଗଲା । ସେମାନେ ପାଠ ପଢ଼ିଥିଲେ, ବିଶ୍ୱରେ ଦୁଇଟି ବର୍ଗ ଅଛନ୍ତି । ଜଣେ ପୁଞ୍ଜିପତି ଓ ଅନ୍ୟଟି ସର୍ବହରା । ସମଗ୍ର ବିଶ୍ୱ ଏହିପରି ଦୁଇଟି ବର୍ଗରେ ବିଭକ୍ତ । ତେଣୁ ସେମାନେ କହିଲେ ବିଶ୍ୱକର୍ମା ସେକ୍ଟର ଏକ ଧୂଆଁବାଣ ଓ ଯଥାଶୀଘ୍ର ସମାପ୍ତ ହୋଇଯିବ । ମଜଦୁର ସଂଘର ବାଙ୍ଗାଲୋର ଅଧିବେଶନରେ ଶ୍ରୀ ଦତ୍ତୋପନ୍ତ ଠେଙ୍ଗଡ଼ୀ ଭାଷଣ ଦେଇ କହିଲେ କମ୍ୟୁନିଷ୍ଟ ଦେଶ ରୁଷିଆ ବିଶ୍ୱକର୍ମା ସେକ୍ଟରକୁ ସ୍ୱୀକାର କଲାଣି । ଏ ସଂକ୍ରାନ୍ତରେ ଐକ୍ଟଙ୍କଗ୍ଦରଷକ୍ଟକ୍ଷୟ ଓଦ୍ଭୟଙ୍କଗ୍ଦଗ୍ଧକ୍ସସରଗ୍ଦ ଇମଗ୍ଧ ‘ଘରୋଇ ଉଦ୍ୟୋଗ ଆଇନ’ ସେଠାରେ ପ୍ରଣୟନ ହୋଇସାରିଲାଣି । ଚୀନ, ହଙ୍ଗେରୀ ଆଦି କମ୍ୟୁନିଷ୍ଟ ଦେଶଗୁଡ଼ିକ ମଧ୍ୟ ଏହିପରି ସମାନ ଆଇନ ପ୍ରଣୟନ କଲେଣି । ମଜଦୁର ସଂଘର ବିଶ୍ୱକର୍ମା ସେକ୍ଟରକୁ ସେମାନେ ମାନ୍ୟତା ପ୍ରଦାନ କଲେଣି । ଏହା ଶୁଣି ଭାରତର କମ୍ୟୁନିଷ୍ଟମାନେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ।
ମଜଦୁର ସଂଘ ସର୍ବପ୍ରଥମେ ଦେଶରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କରିଥିଲା । କଂଗ୍ରେସ ସରକାରଙ୍କ ଭ୍ରମାତ୍ମକ ଅର୍ଥନୀତି ଯୋଗୁଁ ଦେଶର ସୁନା ବହୁଳ ଭାବେ ୧୯୯୧ ମସିହାରେ ବିଦେଶରେ ବନ୍ଧା ପଡ଼ିଲା । ଆମେରିକାର ଗୋଡ଼ାଣିଆ ସାଜି ଭାରତର ତତ୍କାଳୀନ ସରକାର ବୈଶ୍ୱୀକରଣ ଓ ଉଦାରୀକରଣ ନାଁରେ ପ୍ରଥମେ ଡଙ୍କେଲ ପ୍ରସ୍ତାବ ଓ ପରେ ଡଞଙରେ ସ୍ୱାକ୍ଷର କରିଥିଲା । ଏହା ରାଷ୍ଟ୍ରର ସ୍ୱାର୍ଥବିରୋଧୀ ବୋଲି ମଜଦୁର ସଂଘ କହି ଦେଶସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲା । ୧୯୯୩ ଏପ୍ରିଲ ୨୦ ତାରିଖରେ ଲାଲକିଲ୍ଲାଠାରେ ଲକ୍ଷାଧିକ ଶ୍ରମିକ ଏକତ୍ର ହୋଇ ଆନ୍ଦୋଳନ କରିଥିଲେ । ଡଙ୍କେଲ ମନମୋହନ ସିଂହଙ୍କ ଅଙ୍କଲ କହି ବିରୋଧ କରିଥିଲେ । ୨୦୦୧ ଏପ୍ରିଲ ୧୬ ତାରିଖରେ ଡଞଙ ବିରୋଧରେ ବିକ୍ଷୋଭ ଆନ୍ଦୋଳନ ହୋଇଥିଲା । ୨୦୦୫ ନଭେମ୍ବର ୨୩ ତାରିଖରେ ରାମଲୀଳା ମୈଦାନରେ ଲକ୍ଷାଧିକ ଶ୍ରମିକ ଏକତ୍ର ହୋଇ ଡଞଙ ବିରୋଧରେ ଆନ୍ଦୋଳନ କରିଥିଲେ । କେବଳ ସେତିକି ନୁହେଁ, ଠେଙ୍ଗଡ଼ୀଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱଦେଶୀ ଜାଗରଣ ମଞ୍ଚ ସହିତ ସମ୍ମିଳିତ ହୋଇ ମଜଦୁର ସଂଘ ଆନ୍ଦୋଳନ କରିଆସିଛି ।
ମଜଦୁର ସଂଘ ପ୍ରତିଷ୍ଠା କାଳରୁ ବାମପନ୍ଥୀ ଶ୍ରମିକ ସଙ୍ଗଠନଗୁଡ଼ିକ ବହୁତ ଉପହାସ ଓ ତାଚ୍ଛଲ୍ୟ କରିଆସୁଥିଲେ । ସେତେବେଳେ ମଜଦୁର ସଂଘରେ କାୟା ବିସ୍ତାର କରିବା ଆରମ୍ଭ କଲା । ସେତେବେଳେ ଠେଙ୍ଗଡ଼ୀଜୀ କହିଥିଲେ କମ୍ୟୁନିଜିମ୍ ଅନ୍ତର୍ବିରୋଧର ବୋଝରେ ଛନ୍ଦିହୋଇ ସମାପ୍ତ ହୋଇଯିବ । ସେତେବେଳେ ମଜଦୁର ସଂଘ ଓ ଠେଙ୍ଗଡ଼ୀଜୀଙ୍କୁ ପାଗଳ ବୋଲି ସମସ୍ତେ କହିଲେ । ତାଙ୍କର ଆକଳନ ସତ୍ୟ ସାବ୍ୟସ୍ତ ହେଲା । କେବଳ ଭାରତରୁ ନୁହେଁ, ପୃଥିବୀରୁ ଏବେ କମ୍ୟୁନିଜିମ୍ ସମାପ୍ତ ହୋଇଯାଇଛି ।
ଭାରତୀୟ ମଜଦୁର ସଂଘର ଦୀର୍ଘ ୭୦ ବର୍ଷର ଯାତ୍ରା ଆଜି ଦେଶର ଶ୍ରମିକ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଏହି କ୍ଷେତ୍ରରେ ବହୁ ଶ୍ରମିକ ଓ କାର୍ଯ୍ୟକର୍ତ୍ତାମାନେ ବହୁ କଷ୍ଟ ଓ ତ୍ୟାଗ କରିଛନ୍ତି । ୧୯୮୪ ମସିହା ଇନ୍ଦୋରର ସର୍ବଭାରତୀୟ ଅଭ୍ୟାସ ବର୍ଗରେ ଠେଙ୍ଗଡ଼ୀଜୀ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ଆବେଗପୂର୍ଣ୍ଣ ପ୍ରଶ୍ନ କରିଥିଲେ । ତାହା ହେଲା ବି.ଏମ୍‌.ଏସ୍‌ର କାର୍ଯ୍ୟ କରି କେତେଜଣ କାର୍ଯ୍ୟକର୍ତ୍ତା ସହିଦ ହୋଇଛନ୍ତି । ସମସ୍ତ କାର୍ଯ୍ୟକର୍ତ୍ତା ଦେଢ଼ଘଣ୍ଟାଧରି ନାମ ସ୍ମରଣ କଲେ । ପ୍ରାୟ ଶତାଧିକ ଶ୍ରମିକ ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟ ପ୍ରତି ସମର୍ପିତ ହୋଇ ବଳିଦାନ ଦେଇଛନ୍ତି । ମଜଦୁର ସଂଘ ତା’ର ସ୍ଲୋଗାନକୁ ସାକାର କରିଛି । ବି.ଏମ୍‌.ଏସ୍ କା କ୍ୟା ପହଚାନ- ତ୍ୟାଗ-ତପସ୍ୟା ଔର ବଳିଦାନ ।
ଆଡଭୋକେଟ, ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪
-ଠ-

Leave a Reply