ଆଜି ଜାତୀୟ ମହାକାଶ ଦିବସ

୨୩ ଅଗଷ୍ଟ ୨୦୨୩ ଜାତୀୟ ମହାକାଶ ଦିବସ

ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ। ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ଆଜି ଜାତୀୟ ମହାକାଶ ଦିବସ । ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ଦୁଇବର୍ଷ ହେଲା ପାଳନ କରିଆସୁଛି । ୨୦୨୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିଥିଲା । ଦେଶର ମହାନ ବୈଜ୍ଞାନିକମାନେ ସେମାନଙ୍କର ଅନନ୍ୟ ପ୍ରତିଭା, ଅସାଧାରଣ ଦକ୍ଷତା ଏବଂ ଅକ୍ଳାନ୍ତ ପରିଶ୍ରମ ସହିତ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂତନ ତଥା ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି ଏବଂ ଭାରତ ମାତାଙ୍କୁ ଗର୍ବିତ କରିଛନ୍ତି।

ଏହାକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୩ ତାରିଖକୁ ଭାରତ ୨୦୨୪ରୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିଆସୁଛି । ଏ ବର୍ଷ ଜାତୀୟ ମହାକାଶ ଦିବସର ଥିମ୍ ରହିଛି ‘ଆର୍ଯ୍ୟଭଟ୍ଟରୁ ଗଗନଯାନ : ପ୍ରାଚୀନ ଜ୍ଞାନରୁ ଅସୀମ ସମ୍ଭାବନା ପର୍ଯ୍ୟନ୍ତ’। ଜାତୀୟ ମହାକାଶ ଦିବସ ଅବସରରେ ନୂଆଦିଲ୍ଲୀରେ ‘ବିକଶିତ ଭାରତ ୨୦୪୭ ପାଇଁ ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରୟୋଗର ଲାଭ’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଉଦବୋଧନ ଦେଇ ମହାକାଶ ବିଜ୍ଞାନୀଙ୍କୁ ପ୍ରଶଂସା କରିବା ସହିତ ଭାରତର ଭବିଷ୍ୟତ ମହାକାଶ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ ।

 

Leave a Reply

Your email address will not be published. Required fields are marked *