ମୂଳ ନିବାସୀ ଦିବସ

ମୂଳ ନିବାସୀ ଦିବସ
ୟୁରୋପୀୟ ଅତ୍ୟାଚାରର ସ୍ମୃତି ଦିବସ
ମୂଳ ନିବାସୀ ଦିବସ: ଭାରତ ପାଇଁ ଏକ ଷଡ଼ଯନ୍ତ୍ର

ମିଶନାରୀମାନଙ୍କ ଦ୍ୱାରା ଧ୍ୱଂସ ହୋଇଥିବା ୟୁରୋପର ମୂଳ ନିବାସୀଙ୍କ ସଂସ୍କୃତିର ପୁନରୁଦ୍ଧାର ପାଇଁ ଉତ୍ସର୍ଗୀକୃତ ବିଶ୍ୱ ମୂଳ ନିବାସୀ ଦିବସର ମଙ୍ଗଳକାମନ

ପଶ୍ଚିମ ଦେଶଗୁଡ଼ିକ ପରି, ଭାରତର କୌଣସି ରାଜ୍ୟ କିମ୍ବା ସମାଜ ଜନଜାତିଙ୍କୁ କୌଣସି ପ୍ରକାରେ ପ୍ରତାଡ଼ିତ କରିନାହିଁ । ବିଶ୍ୱର ଅନେକ ଦେଶରେ ସେଠାକାର ମୂଳନୀବାସୀଙ୍କ ସମ୍ପୂର୍ଣ୍ଣ ଜନସଂଖ୍ୟା , ତାଙ୍କର ସଂସ୍କୃତିକୁ ନଷ୍ଟ କରିଦିଆଯାଇଥିଲା

୨୦୨୪ର ଘଟଣା-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସାରା ଦେଶ ଅଗଷ୍ଟ ୯ ତାରିଖ ଦିନ ଆଦିବାସୀ ଦିବସ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଆଦିବାସୀ ଦିବସ ପାଳନ କରାଯାଇଥିଲା. ରାଇଘର ବ୍ଲକ ର ଆଦିବାସୀ ଜନଜାତି ର ଲୋକ ମାନେ ଉପସ୍ଥିତ ରହିଥିଲେ. ଆଦିବାସୀ ସଂସ୍କୃତି ଓ ପରମ୍ପରା କୁ ବଜାଇ ରଖି ଆଦିବାସୀ ବେଶ ଭୁଷା ଆଦିବାସୀ ବାଦ୍ୟ ନୃତ୍ୟ ସଂଗୀତ ରେ ସହର ପରିକ୍ରମା କରିଥିଲେ! ଆଦିବାସୀ ଙ୍କ ସୁରକ୍ଷା ଓ ହକ ପାଇଁ ଗୋଷ୍ଟି ଉନୟନ୍ ଅଧିକାରି ଓ ତହସିଲଦାର ଙ୍କ ଜରିଆରେ ୧୩ ଗୋଟି ଦାବି ପତ୍ର ପ୍ରଦାନ କରାଯାଇଥିଲା! ଅଗଷ୍ଟ୯ କୁ ଜାତୀୟ ଛୁଟି, ୧୯୯୬ ପେଶା ଆଇନ କୁ କଡାକଡି ପାଳନ କରିବା, ଆଦିବାସୀ ମାନଙ୍କୁ ତୃତୀୟ, ଚତୁର୍ଥ ଶ୍ରେଣୀ ପଦପଦବୀ ରେ ନିଯୁକ୍ତି, ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଧିକାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଆଦିବାସୀ ଙ୍କ ଧର୍ମାନ୍ତରୀକରଣ ବନ୍ଦ, ଦେଶୀ ବିଦେଶୀ ମଦ ବିକ୍ରୟ ବନ୍ଦ ପ୍ରଭୃତି ମୁଖ୍ୟ ଦାବି ଉପସ୍ଥାପନା କରାଯାଇଥିଲା. ଏହି ଶୋଭା ଯାତ୍ରାରେ ଗଣ୍ଡ ସମାଜର ଶଭାପତି ଖେଦୁରମ୍ ଝଙ୍କର ଗୋଣ୍ଡୱାନା ବିକାଶ ମଣ୍ଡଳ ଶଭାପତି ମଣିରାମ ଗଣ୍ଡ ତଥା ସମସ୍ତ ବ୍ଲକ କର୍ମ୍ କର୍ତ୍ତା ଓ ମୂଳନିବାସୀ ଆଦିବାସୀ ଲୋକ ଉପସ୍ଥିତ ରହି ଆଦିବାସୀ ଦିବସ ପାଳନ କରିଥଲେ।

Leave a Reply

Your email address will not be published. Required fields are marked *