Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
କୋଟି କୋଟି ଓଡ଼ିଆଙ୍କ ସ୍ପର୍ଦ୍ଧିତ ସ୍ୱର ଗୋପବନ୍ଧୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋଟି କୋଟି ଓଡ଼ିଆଙ୍କ ସ୍ପର୍ଦ୍ଧିତ ସ୍ୱର ଗୋପବନ୍ଧୁ

_ମୀରା ବେଉରା-

ଗ୍ରୀକ୍ ଦାର୍ଶନିକ ଦାଓଜିନ୍ସ ଦିବାଲୋକରେ ଲଣ୍ଠନଟିଏ ଧରି ବୁଲୁଥିବାରୁ ଏଥେନ୍ସର ନାଗରିକମାନେ ପ୍ରଶ୍ନ କରିଥିଲେ ଦାର୍ଶନିକଙ୍କୁ, ଠିକ୍ ସେହି ସମୟରେ ଦାଓଜିନ୍ସ କହିଥିଲେ ମୁଁ ମଣିଷ ଖୋଜୁଛି ମଣିଷ ଖୋଜୁଛି । ପ୍ରକୃତରେ ଆଜି ମଣିଷ କାହାନ୍ତି ଏହା ଏକ ବିରାଟ ପ୍ରଶ୍ନବାଚୀ । ସମଗ୍ର ପୃଥିବୀରେ ଆଜି ଯେତେବେଳେ ମାନବିକ ମୂଲ୍ୟବୋଧ ହଜିହଜି ଯାଉଛି, ପ୍ରକୃତିର କୋପରେ ହେଉଥିବା ମଣିଷମାନଙ୍କର ଆତ୍ମଘାତି ଚିନ୍ତାଦ୍ୱାରା ହେଉ ମଣିଷ ଯେତେବେଳେ ଭୟଭୀତ ହୋଇ ଜୀବନଜୀବିକାକୁ ନେଇ ନିଇତି ସଂଘର୍ଷ କରୁଛି ହସିହସି ସବୁ ଦୁଃଖ ଯନ୍ତ୍ରଣାକୁ ଏକାଠି କରି ଅଣ୍ଟାଭିଡ଼ୁଛି ନିଜକୁ ଓ ନିଜ ପରିବାରକୁ ଦେଶକୁ ବଞ୍ଚାଇବା ପାଇଁ । ଆଜି ଠିକ୍ ସେହି ସଂକଟପୂର୍ଣ୍ଣ ଘଡ଼ିସନ୍ଧି ମୁହୂର୍ତ୍ତରେ ମନେପଡ଼େ ଦରଦୀ ହୃଦୟର ମଣିଷ ଗୋପବନ୍ଧୁଙ୍କ କଥା ପ୍ରକୃତରେ ସେ ହିଁ ଥିଲେ ଶତାବ୍ଦୀର ଶ୍ରେଷ୍ଠ ମଣିଷ ଉତ୍କଳର ମଣି । ଭାବିଲେ ଲୁହ ଆଖିରେ ଆପେ ଆପେ ଆସିଯାଏ । ବିଶ୍ୱାସ ନହେଲେ ବି ସତ ଏହି ଧରାପୃଷ୍ଠରେ ପୁଣି ଏମିତି ରକ୍ତମାଂସ ଶରୀର ଧରି ଦେବତା ଆତ୍ମା ନେଇ ଜନ୍ମିଥିଲେ ସତ୍ୟବାଦୀର ସନ୍ଥ ମାନବବାଦର ଆଲୋକସ୍ତମ୍ଭ ଉତ୍କଳମଣି ଗୋପବନ୍ଧୁ ଦାସ । ଭାର୍ଗବୀ ନଦୀକୂଳରେ ସାଥୀମାନଙ୍କ ସହ କି ସଂକଳ୍ପ କରିଥିଲେ ସେ । ଜୀବନର ପ୍ରତିଟି ପାହାଚରେ ନିଜ ସୁଖ ସ୍ୱାଚ୍ଛନ୍ଦକୁ ବଳି ପକାଇ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପ୍ରତିଟି ଉତ୍କଳୀୟଙ୍କର ସୁଖ ସୁବିଧା ପାଇଁ ସର୍ବଦା ବିଳାପ କରୁଥିଲା ତାଙ୍କ ହୃଦୟ । “କାପୁରୁଷ ଧରି ମରିବା ଜଗତେ ନୁହେଁ ନର ପଉରୁଷ ପରହିତ ସାଧି ମରେ ଯେ ମହୀରେ ସେହି ଏକା ସୁପୁରୁଷ ।” ଏହି ଉକ୍ତିର ହିଁ ଯଥାର୍ଥ ଘଟିଛି ତାଙ୍କ ଜୀବନରେ ଦୁଃଖି, ଦରିଦ୍ର, ଅସହାୟ, ନିଷ୍ପେଷିତ, ନିର୍ଯାତିତ ଦୁର୍ଗତିକୁ ଦେଖି ପ୍ରାଣସ୍ପନ୍ଦିତ ହୋଇ ତାଙ୍କ ଆଖିରୁ କେବଳ ଲୁହ ତ ବୋହୁ ନଥିଲା, ନିଃସ୍ୱାର୍ଥପର ଭଲ ପାଇବା, ସମ୍ବେଦନଶୀଳତାର ଲହୁ ଏକାଠି ହୋଇ ଝରି ଆସୁଥିଲା ସେହି ମହାମାନବଙ୍କ ପ୍ରାଣରୁ । ବାସ୍ତବରେ ସେହିଁ ଥିଲେ ଏ ଓଡ଼ିଆ ଜାତିର ଏ ଉତ୍କଳ ମାଟିର ବିଶ୍ୱଚେତନାରେ ଉଦ୍‌ବୁଦ୍ଧ ହୋଇଥିବା, ଗାନ୍ଧିବାଦର ବାର୍ତ୍ତାବହ ସାଜିଥିବା ମୁକୁଟବିହୀନ ସମ୍ରାଟ । ଜଣେ ଆଦର୍ଶ ଶିକ୍ଷାବିଦ୍‌, ମହାନ୍ ଚିନ୍ତାନାୟକ ଜନସେବକ, ସତ୍ୟବାଦୀର ସନ୍ଥ ଏବଂ ପ୍ରତିଟି ଓଡ଼ିଆର ହୃଦୟରେ ଜାତୀୟତାର ସ୍ପନ୍ଦନ ସୃଷ୍ଟି କରିପାରୁଥିବା କବି, ଆଧ୍ୟାତ୍ମିକ, ନୈତିକ ଶିକ୍ଷାର ପ୍ରାଣକେନ୍ଦ୍ର ଆଦର୍ଶ ସତ୍ୟବାଦୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଘରେଘରେ ପ୍ରତିଟି ଓଡ଼ିଆ ପ୍ରାଣକୁ ଛୁଇଁପାରୁଥିବା ସମ୍ବାଦପତ୍ର ‘ସମାଜ’ର ପ୍ରାଣ ପ୍ରତିଷ୍ଠାତା । କେବଳ ସେତିକି ନୁହେଁ ସେଥିଲେ ଜଣେ ସୁସଂଗଠକ, ପ୍ରଚଣ୍ଡ ଜ୍ଞାନଦୀପ୍ତ ବାଗ୍ମୀ, ମାନବବାଦୀ ଚିନ୍ତାଧାରାର ଗୋଟିଏ ଆଲୋକବର୍ତ୍ତିକା । ସର୍ବୋପରି ପ୍ରତିଟି ଉତ୍କଳୀୟଙ୍କର ଆପଣାର ବନ୍ଧୁ । ଘୋର ଦୁର୍ଦ୍ଦିନ ଦେଇ ଯେତେବେଳେ ଓଡ଼ିଶା ଗତି କରୁଥିଲା, ପଛୁଆ ଓଡ଼ିଶାକୁ ବିଶ୍ୱ ଦରବାରରେ ସମୃଦ୍ଧ କରି ସ୍ୱତନ୍ତ୍ରଭାବେ ପ୍ରତିଷ୍ଠା କରି ବିକାଶର ସ୍ରୋତରେ ସାମିଲ କରିବା ପାଇଁ ଏବଂ ଗୋଟିଏ ଆତ୍ମନିର୍ଭରଶୀଳ ରାଜ୍ୟରେ ଗଢ଼ିତୋଳିବାର ସଂକଳ୍ପ ନେଇ ଏହି ମହାମାନବ ପ୍ରତିଶ୍ରୁତିବଦ୍ଧ ଥିଲେ । ଆଜି ଯେତେବେଳେ ଲକ୍ଷ ଲକ୍ଷ ଶ୍ରମିକ ପୁଞ୍ଜିପତିମାନଙ୍କର କୁଟଚକ୍ରାନ୍ତର ଶୀକାର ହୋଇ ନିଜର ଜୀବିକା ହରାଇ ଦୁଃଖଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ମନେପଡ଼େ ଗୋପବନ୍ଧୁଙ୍କ କଥା । କଲିକତାରେ ଯେତେବଳେ ଶହ ଶହ ଓଡ଼ିଆ ଶ୍ରମିକ କଲିକତାବାସୀଙ୍କ ଦ୍ୱାରା ନିର୍ଯାତିତ ହୋଇ ଲାଞ୍ଛିତ ହୋଇ ଦୁଇମୁଠା ଖାଇବାକୁ ବି ପାଉନଥିଲେ, ସାଧାରଣ ଶିକ୍ଷାରୁ ବଞ୍ôଚତ ହୋଇ ଅସ୍ୱାସ୍ଥ୍ୟକର ପରିବେଶରେ ରହି ନିର୍ଯାତନାର ଶୀକାର ହେଉଥିଲେ, ଠିକ୍ ସେତିକିବେଳେ ଗୋପବନ୍ଧୁ ଓଡ଼ିଆ ଶ୍ରମିକମାନଙ୍କ ପାଇଁ “ଓଡ଼ିଆ ଶ୍ରମିକ ସଂଘ” ଗଠନ କରି ଓଡ଼ିଆ ଶ୍ରମିକମାନଙ୍କୁ ଶିଳ୍ପପତିମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଶ୍ରମିକମାନଙ୍କୁ ଶିକ୍ଷା ଦେବା ପାଇଁ ଗୋପବନ୍ଧୁ କଲିକତାଠାରେ “ସାନ୍ଧ୍ୟ ବିଦ୍ୟାଳୟ” ପ୍ରତିଷ୍ଠା କରିଥିଲେ । କେବଳ ସେହି ଘଟଣା ନୁହେଁ ପୁରୀରେ ରଥଯାତ୍ରା ସମୟରେ ଯେତେବେଳେ ମହାମାରୀ ହଇଜାଦ୍ୱାରା ସମସ୍ତେ ଆକ୍ରାନ୍ତ ହୋଇ ପରିବେଶ ଦୂଷିତ ହୋଇଥିଲା, ଗୋପବନ୍ଧୁ ଏହାର ନିରାକରଣ ପାଇଁ ସ୍ୱେଚ୍ଛାସେବୀଙ୍କୁ ନେଇ ପୁରୀସେବା ସମିତି ଗଠନ କରି ରୋଗୀମାନଙ୍କ ସେବା କରିଥିଲେ ଏବଂ ଶବ ସଂସ୍କାର କରି ପରିବେଶକୁ ସୁନ୍ଦର କରି ଗଢ଼ିତୋଳି ପ୍ରମାଣ କରିଥିଲେ ଯେ, “ମାନବ ସେବା ହିଁ ମାଧବ ସେବା” । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଗଢ଼ିଥିଲେ “କର୍ତ୍ତବ୍ୟ ବୋଧିନୀ ସମିତି” । ସେ ବୁଝିପାରିଥିଲେ ଯେ ନିଜର ଭାଷା ସୁରକ୍ଷା ବିନା ଏ ଜାତି ପ୍ରଗତି ଅସମ୍ଭବ । ନିଜର ପରିବାର ମୋହରେ ନ ପଡ଼ି ଯଦି କିଏ ଏକ ନିଜ ପୁତ୍ରକୁ ରୋଗଶଯ୍ୟାରେ ମୁର୍ମୂଷୁ ଅବସ୍ଥାରେ ଛାଡ଼ି ବନ୍ୟା ପ୍ରପୀଡ଼ିତଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ସେ ହେଉଛନ୍ତି ଗୋପବନ୍ଧୁ । ଏ ଜାତି ତାଙ୍କର ମାନବବାଦୀ ଚିନ୍ତାଧାରାକୁ କେବେ ଭୁଲିବ ନାହିଁ । ତାଙ୍କର ତ୍ୟାଗ, ନିଷ୍ଠା, ସାଧନା, ଜାତୀୟଚେତନା, ଆପ୍ରାଣ ଚେଷ୍ଟା, ଦୃଢ଼ସଂକଳ୍ପ ସତରେ ସମଗ୍ର ବିଶ୍ୱରେ ଏକ ବିସ୍ମୟ ସୃଷ୍ଟି କରିଥିଲା । ଗୋପବନ୍ଧୁ ୧୯୦୯ ମସିହାରେ ମୁକ୍ତାକାଶ ତଳେ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ଓ ପଣ୍ଡିତ ଗୋଦାବରୀଶଙ୍କୁ ନେଇ ସାକ୍ଷିଗୋପାଳଠାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେ ବୁଝିଥିଲେ ଯେ, ଚଉକି, ଟେବୁଲ, ଉତ୍ତମ ଗୃହ ଆଦି ଉପରକଣ ଦ୍ୱାରା ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ସମ୍ଭବ ନୁହେଁ । ଆଦର୍ଶ ଶିକ୍ଷକ ସମାଜ ହିଁ ବିଦ୍ୟାଳୟର ପ୍ରକୃତ ମାନଦଣ୍ଡ । ଏହି ବନବିଦ୍ୟାଳୟ କେବଳ ଓଡ଼ିଶା କି ଭାରତବର୍ଷ ନୁହେଁ ଇଂଲଣ୍ଡବାସୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲା । ଏହା ବାସ୍ତବରେ ଥିଲା ମଣିଷ ତିଆରି କାରଖାନା । ଏହି ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଗୋପବନ୍ଧୁ ଦୁର୍ଭିକ୍ଷ ପ୍ରପୀଡ଼ିତ ଏବଂ ବନ୍ୟା ପ୍ରପୀଡ଼ିତ କଂକାଳସାର ଉତ୍କଳର ପ୍ରତିଟି ଲୋକଙ୍କୁ ଚୁଡ଼ା, ଚାଉଳ ବାଣ୍ଟୁଥିଲେ । ସେ ଯେତେବେଳେ ଓଡ଼ିଶା ବିହାର ବିଧାନସଭାର ସଦସ୍ୟ ଥିଲେ ଇଂରେଜ ସରକାରଙ୍କ କୂଟଚକ୍ରାନ୍ତର ଶୀକାର ହୋଇଥିଲା ଓଡ଼ିଶା । ଗୋପବନ୍ଧୁ ନିର୍ଭିକ ସଂଗ୍ରାମ କରି ଏହି ଦୁର୍ଦ୍ଦିନକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଇଂରେଜାମନଙ୍କୁ ବିରୋଧ କରି ଖାଦ୍ୟାଭାବରେ ଲୋକେ କିପରି ଘାସ, ପତ୍ର, କୁଣ୍ଡା, ଟାକୁଆକୁ ଖାଦ୍ୟରୂପେ ଗ୍ରହଣ କରୁଛନ୍ତି କହି ବିଧାନସଭାରେ ଭୋ ଭୋ କାନ୍ଦି ପକାଇଥିଲା । ଏହା ହିଁ ଥିଲା ପ୍ରତିଟି ଓଡ଼ିଆଙ୍କୁ ପ୍ରାଣଭରି ଭଲପାଇବାର ବଳିଷ୍ଠ ପ୍ରମାଣ । ସେଇଥିପାଇଁ ସେ ମୟୁରଭଞ୍ଜ ମହାରାଜା ରାମଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଆଉ ସେହି ମାନପତ୍ରରେ ଲେଖାଥିଲା ଇଂରାଜୀରେ, “ଝସକ୍ସ ଏକ୍ଟକ୍ଟ୍ରବଭବଦ୍ଭୟଷଙ୍କ ଊବଗ୍ଦ ସଗ୍ଦ ବ ଜ୍ଞବଦ୍ଭ” ପ୍ରକୃତରେ ଗୋପବନ୍ଧୁ ଦାସ ଥିଲେ ମଣିଷପରି ମଣିଷଟିଏ । ନିଜର ଆପ୍ରାଣ ଉଦ୍ୟମ, ଚେଷ୍ଟା ଓ ଦୃଢ଼ ସଂକଳ୍ପଦ୍ୱାରା ସେ ଘୋର ଦୁର୍ଦ୍ଦିନ ସମୟରେ ମଧ୍ୟ ପତ୍ରିକା ସମାଜକୁ ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇଥିଲେ । ଯେଉଁ ସମ୍ବାଦପତ୍ର କି ଲୋକଙ୍କର ମୁଖପତ୍ର ବା ଅଭାବ ଅସୁବିଧାର ଜନତାମାନଙ୍କର ସ୍ୱର ହୋଇନି ବରଂ ଲକ୍ଷଲକ୍ଷ କୋଟିକୋଟି ଦୁର୍ଗତ, ରୋଗୀ, ଦୁଃଖୀ, ଯନ୍ତ୍ରଣାଜର୍ଜରିତ, ବନ୍ୟା, ବାତ୍ୟା, ଅଗ୍ନିପୋଡ଼ି ପ୍ରପୀଡ଼ିତ ଲୋକମାନଙ୍କ ପାଇଁ ସାହାଯ୍ୟ, ସହଯୋଗର ହାତବଢ଼ାଇ ପ୍ରତିଟି ଓଡ଼ିଆ ମୁହଁରେ ଖାଦ୍ୟ, ସେବା, ଆରୋଗ୍ୟ ଯୋଗାଇ ହସଫୁଟାଇ ଲୁହ ପୋଛିପାରିବାକୁ ସକ୍ଷମ ହୋଇଛି । ସମଗ୍ର ବିଶ୍ୱରେ ଏପରି କୌଣସି ସମ୍ବାଦପତ୍ର ନାହିଁ ଯାହା ନିର୍ଭିକ ଏବଂ ନିରପେକ୍ଷକୁ ଅବଲମ୍ବନ କରି ଲୋକମାନଙ୍କ ସ୍ୱର ହୋଇ ମୁଖପତ୍ର ସାଜି ସେମାନଙ୍କର ସୁଖଦୁଃଖର ସାଥୀ ସାଜି ବନ୍ଧୁ ସାଜି ବିପଦରେ ସହଯୋଗର ହାତବଢ଼ାଇ ଠିଆ ହୋଇଛି । ଅନେକ ପ୍ରତିକୂଳ ପରିସ୍ଥିତି ଏବଂ ବୈପ୍ଳବିକ ପରିବର୍ତ୍ତନ ସତ୍ତ୍ୱେ ଏ ସମ୍ବାଦପତ୍ର ‘ସମାଜ’ ଆଜି ୧୦୦ ବର୍ଷରେ ପଦାର୍ପଣ କରି ଆଜି ମଧ୍ୟ ଗଣତନ୍ତ୍ରର ଜାଗ୍ରତ ଓ ସତର୍କ ପ୍ରହରୀ ସାଜି ନିଜର ସ୍ୱାଭିମାନକୁ ବଜାୟ ରଖି କର୍ଯ୍ୟ ଜାରି ରଖିଛି । ଗୋପବନ୍ଧୁ ଯେଉଁ ଜାତୀୟବାଦୀ ମାନବବାଦର ମଞ୍ଜି ପ୍ରତିଟି ସୁପ୍ତ ଓଡ଼ିଆଙ୍କ ଭିତରେ ବୁଣି ଜାତିକୁ ମାତୃଭାଷାକୁ, ସାହିତ୍ୟକୁ ଭଲପାଇବାର ସ୍ପନ୍ଦନ ସୃଷ୍ଟି କରିଥିଲେ ତାହା ଆଜି ବିରାଟ ପ୍ରତିଧ୍ୱନୀ ସୃଷ୍ଟି କରି ସମଗ୍ର ବିଶ୍ୱରେ ମଧ୍ୟ ବିସ୍ମୟ ସୃଷ୍ଟି କରିଛି । ସବୁଠୁ ଦୁଃଖ ଏବଂ ଲଜ୍ଜାର କଥା ହେଉଛି ଆଜିବି ପ୍ରତିଟି ଓଡ଼ିଆ ନିଜ ଭିଟାମାଟିକୁ ଛାଡ଼ି ଅନ୍ୟ ରାଜ୍ୟକୁ ଯାଉଛି ଦାଦନ ଶ୍ରମିକ ସାଜି । ସେ ବିକାଶ ମୋହରେ ହେଉ ବା ନିଜର ରୁଗ୍‌ଣ ମାନସିକତାର ଶୀକାର ହୋଇ ହେଉ । ଓଡ଼ିଆ ସମସ୍ତ ପ୍ରାଚୁର୍ଯ୍ୟ, ଖଣି, ଖାଦାନ, ଜଳ, ମାନବସମ୍ବଳ, ଜମି, ଅରଣ୍ୟ ସମ୍ପଦ ପଶୁସମ୍ପଦ ଥାଇ ମଧ୍ୟ ଅନ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିଜର ନିତ୍ୟ ଆବଶ୍ୟକୀୟ ପାଇଁ ନିର୍ଭର କରୁଛି । ନିଜ ଜନମ ମାଟିର କାମଧନ୍ଧା ନପାଇ ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ ସାଜି ନାହିଁନଥିବା ଯନ୍ତ୍ରଣା ଭୋଗ କରୁଛି ମୃତ୍ୟୁମୁଖର ମଧ୍ୟ ପଡ଼ୁଛି ଗଣତନ୍ତ୍ର ସଫଳ ହୋଇପାରୁନି । ଶ୍ରମିକଟିଏ ନିର୍ଯାତନାର ଶୀକାର ହେଉଛି । କାହିଁକି ଆଜି ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଚାଷୀଟି ଋଣବୋଝ ସହିନପାରି ଆତ୍ମହତ୍ୟା କରୁଛି । କନ୍ୟାଟି ଗଣଦୁଷ୍କର୍ମର ତଥା ଶୋଷଣର ଶୀକାର ହେଉଛି । ସହର ହେଉବା ଗାଁ ସବୁଠି ମଦର ବନ୍ୟା, ରାଜନୀତିର ପରିଭାଷା ଲୋକସେବା ସମ୍ପୂର୍ଣ୍ଣ ବଦଳିଯାଇଛି । ଆମ ଭାଷା, ସଂସ୍କୃତି, ସଭ୍ୟତା ସବୁ ଅବକ୍ଷୟ ପଥରେ । ଦେଶର ମେରୁଦଣ୍ଡ ଯୁବକ ଗୋଷ୍ଠୀ ପ୍ରାୟ ପଙ୍ଗୁ । ଆପେ ବଞ୍ôଚଲେ ବାପର ନା’ର ଉକ୍ତିର ଦ୍ୱାହିଦେଇ ଶିକ୍ଷାବିତ୍‌, ପ୍ରଶାସନ, ଆଇନଜୀବୀ, ପୁଞ୍ଜିପତି, ଶିଳ୍ପପତି, ଯନ୍ତ୍ରୀ ପ୍ରାୟତଃ ଆଖି, କାନ, ପାଟି ଥାଇ ନୀରବଦ୍ରଷ୍ଟା ସାଜିଛନ୍ତି । ସ୍ୱାଧୀନତାର ଅନେକ ବର୍ଷପରେ ମଧ୍ୟ ଭାତ, ପାଣି, ବିଜୁଳି, ଔଷଧ, ଶିକ୍ଷା, ଚିକିତ୍ସା ଆଜି ସାତସପନ । ଆଜିବି ଖଟିଆରେ ପାଣି ଭିତରେ ବୁହା ହେଉଛନ୍ତି ରୋଗୀ ଏବଂ ପ୍ରସୂତି । ରାସ୍ତାକଡ଼ରେ ବୁଦାମୂଳେ ଅଥବା ଗଛମୂଳେ ଜନ୍ମ ହୁଅନ୍ତି ଏ ଦେଶର ଭବିଷ୍ୟତ ବିକାଶ ଲାଗି ଏତେ ଯୋଜନା ସତ୍ତ୍ୱେ ସ୍ଥିତି କାହିଁକି ସୁଧୁରିପାରୁନି । ଆତ୍ମସମୀକ୍ଷା ହେବା ଦରକାର । ଭୁଲ ରହୁଛି କେଉଁଠି । ବିକାଶର ପଥ ଆହୁରି ଅନେକ ଦୂର । ବିକାଶ ପାଇଁ ପ୍ରତିଟି ଓଡ଼ିଆଙ୍କୁ ଅଣ୍ଟାଭିଡ଼ି ଉଠିବାକୁ ପଡ଼ିବ । ଆଜି ବି ଗୋପବନ୍ଧୁଙ୍କ ପରିତ୍ୟାଗଦିପ୍ତ ପ୍ରେରଣାର ଉତ୍ସ ବ୍ୟକ୍ତିଙ୍କୁ ଏ ଜାତି ଖୋଜୁଛି ଏହି ୯୨ ତମ ପୁଣ୍ୟତିଥିରେ । ତୁମରି ଆଦର୍ଶରେ ଯଦି ଏ ଜାତି ଆତ୍ମବିଶ୍ୱାସର ସହ ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ସଂଘର୍ଷ ଜାରି ରଖି କାର୍ଯ୍ୟ କରିବ ତେବେ ତାହା ହିଁ ହେବ ଶତାବ୍ଦୀର ଶ୍ରେଷ୍ଠ ମଣିଷ । ତୁମ ପ୍ରତି ପ୍ରକୃତ ଗଭୀର ଶ୍ରଦ୍ଧାଞ୍ଜଳି ଯେଉଁଦିନ ଗୋଟିଏ ବି କୃଷକ ଆତ୍ମହତ୍ୟା ନ କରିବ, ଗୋଟିଏ ବି କନ୍ୟା ଦୁଷ୍କର୍ମର ଶୀକାର ନହେବ, ଗୋଟିଏ ବି ଯୁବକ ରାଜ୍ୟଛାଡ଼ି ଦାଦନ ଶ୍ରମିକ ସାଜି ପ୍ରବାସୀ ନ ଯିବ ସେହିଦିନ ପ୍ରକୃତ କ୍ରାନ୍ତୀ ଆସିବ ଏବଂ ଆମେ ଗର୍ବ କରିବା ଆମେ ସେହି ଶ୍ରେଷ୍ଠ ମାନବଆତ୍ମାଙ୍କୁ ପ୍ରକୃତ ଦାୟାଦ ।
ଦେଉଳ ସାହି, ତୁଳସୀପୁର, କଟକ

Leave a Reply