Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରର ‘ଚିତି’ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରର ‘ଚିତି’ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ


-ଡ. ସମନ୍ୱୟ ନନ୍ଦ-
ଭାରତୀୟ ଚିନ୍ତନ ପରମ୍ପରାରେ ଜନ ସଂଘର ପୂର୍ବତନ ସଭାପତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ ବୋଲି ମନେ କରା ଯାଏ । ଭାରତୀୟ ଚିନ୍ତନ ପରମ୍ପରାରେ ତାଙ୍କର ସ୍ଥାନ ଏଇଥି ପାଇଁ ରହିଛି ଯେ ସେ ପାଶ୍ଚାତ୍ୟ ଦାର୍ଶନିକ ଓ ବିଚାରକ ମାନଙ୍କର ଖଣ୍ଡିତ ଦର୍ଶନ ସ୍ଥାନରେ ଭାରତୀୟ ଜୀବନ ପଦ୍ଧତିରେ ସମାହିତ ଏକାତ୍ମ ମାନବ ଦର୍ଶନକୁ ଆଧୁନିକ ପରିପ୍ରେକ୍ଷୀରରେ ପ୍ରସ୍ତୁତ କରିଥିଲେ । ସେ କିଛି ନୂଆ ପ୍ରସ୍ତୁତ କରି ନଥିଲେ । ବରଂ ଭାରତୀୟ ମୁନି ଋଷି ମାନଙ୍କ ଦ୍ୱାରା ପ୍ରତିପାଦିତ ସେହି ହଜାର ହଜାର ବର୍ଷର ଦର୍ଶନକୁ ନୂଆ ପରିସ୍ଥିତିରେ ପ୍ରତିପାଦନ କରିଥିଲେ ।
କେବଳ ଏକାତ୍ମ ମାନବ ଦର୍ଶନ ନୁହେଁ ସେ ରାଷ୍ଟ୍ରର ଚିତି ସମ୍ପର୍କରେ ମଧ୍ୟ ବ୍ୟାଖ୍ୟା କରିଥିଲେ ।
ପ୍ରତ୍ୟେକ ମଣିଷର, ଜୀବ, ଜନ୍ତୁ ମାନଙ୍କର ଆତ୍ମା ରହିଛି । ଭାରତୀୟ ବା ହିନ୍ଦୁ ସଂସ୍କୃତିର ସଂକଳ୍ପନାରେ ରାଷ୍ଟ୍ର କୌଣସି ନିର୍ଜୀବ ନୁହେଁ ବରଂ ଜୀବନ୍ତ ଏକକ ଅଟେ । ତେଣୁ ରାଷ୍ଟ୍ରର ମଧ୍ୟ ଆତ୍ମା ରହିଥାଏ । ଭାରତୀୟ ରାଷ୍ଟ୍ରର ଏହି ଆତ୍ମାକୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଚିତି ବୋଲି କହିଛନ୍ତି । ପଣ୍ଡିତ ଦୀନଦୟାଲ ତାଙ୍କର ଜୀବନ କାଳରେ ଏହାକୁ ନେଇ ଅନେକ ଥର ସ୍ପଷ୍ଟ କରିଛନ୍ତି ।
ପଣ୍ଡିତ ଦୀନଦୟାଲ କହନ୍ତି କୌଣସି ରାଷ୍ଟ୍ରର ଅସ୍ତିତ୍‌ବ ତାର ଚିତି କାରଣରୁ ହୋଇ ଥାଏ । ଦୀନଦୟାଲ ମନେ କରନ୍ତି ଯେ ଭାରତୀୟ ରାଷ୍ଟ୍ରର ଉତଥାନ ଓ ପତନର ବାସ୍ତବିକ କାରଣ ଆମର ଚିତିର ପ୍ରକାଶ ବା ଅଭାବ କାରଣରୁ ହୋଇ ଥାଏ । ତେଣୁ ରାଷ୍ଟ୍ରର ଉତଥାନ ପାଇଁ ଦେଶର ଲୋକ ମାନଙ୍କ ମଧ୍ୟରେ ଭାରତର ଚିତି ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହନ୍ତି ଆମର ରାଷ୍ଟ୍ର ଜୀବନର ଚିତି କଣ । ଆମର ଆତ୍ମାର ସ୍ୱରୂପ କଣ । ଏହି ସ୍ୱରୁପର ବ୍ୟାଖ୍ୟା କରିବା କଠିନ । ଏହାର ସାକ୍ଷାତକାର କରିବା ସମ୍ଭବ କିନ୍ତୁ ଯେଉଁ ମହାପୁରୁଷ ମାନେ ଏହି ରାଷ୍ଟ୍ରାତ୍ମାର ପୂର୍ଣ ସାକ୍ଷାତକାର କରିଛନ୍ତି, ଯାହାଙ୍କର ଜୀବନରେ ଚିତିର ପ୍ରକାଶ ଉଜ୍ୱଳତମ ଭାବରେ ରହି ଆସିଛି, ସେମାନଙ୍କର ଜୀବନକୁ ଦେଖିଲେ, ସେମାନଙ୍କର କାମ ଓ ଘଟଣାକୁ ବିଶ୍ଲେଷଣ କଲେ ଆମେ ଆମର ଚିତି ସମ୍ପର୍କରେ କିଛି ଝଲକ ପାଇ ପାରିବା ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହନ୍ତି ଆମର ରାଷ୍ଟ୍ର ଜୀବନ କାହା ଚାରିପଟେ ବୁଲିଥାଏ । ଆମର ରାଷ୍ଟ୍ରର କେଉଁ ତତ୍ୱକୁ ବଂଚାଇବା ପାଇଁ ଆମେ ବଡ ବଡ ଯୁଦ୍ଧ ଲଢିଛୁ । ଆମର ଅବତାର ମାନେ କେଉଁ କାରଣରୁ ଜନ୍ମ ନେଇଥିଲେ । ଏହି ପ୍ରଶ୍ନର ଉତର ଖୋଜିଲେ ଆମେ ଆମର ଚିତି ସମ୍ପର୍କରେ ଜାଣି ପାରିବା ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହନ୍ତି ଆମର ଶାସ୍ତ୍ରକାର ମାନେ ଏହାକୁ ଧର୍ମ ବୋଲି କହନ୍ତି । ତେବେ ଏହା ଇଂରାଜୀର ରିଲିଜନ ଶବ୍ଦର ସମାନାର୍ଥୀ ନୁହେଁ । ଧର୍ମର ଅର୍ଥ ଖୁବ ବ୍ୟାପକ । ଆମର ଧର୍ମ ହିଁ ଆମର ରାଷ୍ଟ୍ରର ଆତ୍ମା । ବିନା ଧର୍ମରେ ରାଷ୍ଟ୍ରଜୀବନର କୌଣସି ଅର୍ଥ ନାହିଁ । ଭାରତୀୟ ରାଷ୍ଟ୍ର ହିମାଳୟ ଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏ ଥିବା ଭୂଖଣ୍ଡରୁ ତିଆରି ହୋଇ ପାରେ ନାହିଁ । ଭାରତର କୋଟି କୋଟି ଜନତାଙ୍କ ଦ୍ୱାରା ମଧ୍ୟ ଏହା ତିଆରି ହୋଇ ପାରିବ ନାହିଁ । ଏପରି ଏକ ସୁତା ଦରକାର ଯାହା ଏହି ଭୂଖଣ୍ଡ ଓ କୋଟି କୋଟି ଲୋକଙ୍କୁ ଏକ ସୂତ୍ରରେ ବାନ୍ଧି ପାରିବ । ଏହି ସୂତ୍ର ହେଉଛି ଆମର ଧର୍ମ । ବିନା ଧର୍ମରେ ଭାରତୀୟ ଜୀବନର ଚୈତନ୍ୟ ନଷ୍ଟ ହୋଇ ଯିବ, ଏହାର ପ୍ରେରକ ଶକ୍ତି ନଷ୍ଟ ହୋଇ ଯିବ ।

୩୦୧ ଖାରବେଳ ନଗର, ଭୁବନେଶ୍ୱର
-୯୪୩୮୪୧୩୭୦୪

Leave a Reply