Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମ ଅସ୍ମିତାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମ ଅସ୍ମିତାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା

ପଣ୍ଡିତ ଦୈତ୍ୟାରି ମହାପାତ୍ର

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା ଏକ ମହାନ କୃଷିଭିତ୍ତିକ ପର୍ବ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ପର୍ବ ପାଳିତ ହୁଏ । ଏହି ପର୍ବକୁ ଘରେ ଘରେ ସମସ୍ତେ ପାଳନ କରନ୍ତି । ସାରା ଭାରତବର୍ଷରେ ଏହି ଦିନ ହେଉଛି ଏକ ମହାନ ଶୁଭଦିନ । ଅକ୍ଷୟ ଅର୍ଥାତ୍ ଯାହାର କ୍ଷୟ ନାହିଁ । ଏହିଭଳି ଦିନରେ ଜିଏ ଯେଉଁଭଳି କାର୍ଯ୍ୟକରେ ତାର ସେହିଭଳି ଅକ୍ଷୟ ହୁଏ । ଅକ୍ଷୟ ତୃତୀୟାରେ କୃଷକ ତାର ଚାଷ କାର୍ଯ୍ୟ ଆରମ୍ଭ କରେ । କୃଷିକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଚାଷୀ ମାଟି ମାଆକୁ ପୂଜା କରେ । ଚାଷି ମଧ୍ୟ ଅନୁକୂଳ ଭାବରେ ଏହି ଦିନଟିକୁ ପାଳନ କରେ । ସେଦିନ ବିରିରେ ଚକୁଳି ପିଠା ହୁଏ । ଗୌଣୀରେ ଚିତା ପଡ଼େ । ଥାଳିରେ ପିଠା, କ୍ଷୀର, କଦଳୀ, କିଛି ଧାନ, ଦୀପ ଆଦି ଧରି କୃଷକ ଜମିକୁ ଯାଏ । ଜମିରେ ଗୋଟିଏ ସ୍ଥାନ ଲିପା ପୋଛା କରି ସୁନାରେ ତିଆରି ଲଙ୍ଗଳରେ ଚାଷକରି ଧାନ ବୁଣାଯାଏ । ସୁନାର ଲଙ୍ଗଳ ନମିଳିଲେ ଲୁହା ଲଙ୍ଗଳ ବ୍ୟବହାର କରାଯାଏ । ସେଠାରେ ଭୋଗ ରାଗ କରି ଦୀପ ଦେଇ ଚାଷି ବିଲକୁ ଯାଆନ୍ତି । ଅକ୍ଷିମୁଠି ନେଇ ଚାଷିଭାଇ ଏହି ଦିନଠାରୁ ଚାଷ କାର୍ଯ୍ୟ ଆରମ୍ଭ କରେ । ମା ଲକ୍ଷ୍ମୀଙ୍କ ଦୟାରୁ ଚାଷ ଭଲ ହୁଏ । ଚାଷି ଅକ୍ଷୟ ତୃତୀୟା ଦିନ ଲକ୍ଷ୍ମୀଙ୍କୁ ପୂଜା କରେ । ସୂର୍ଯ୍ୟ ଉଦୟ ହେବା ଆଗରୁ କୃଷକ ଘରର ସ୍ତ୍ରୀ ଓ ମାଆମାନେ ପିଠା କରନ୍ତି । କୃଷକ ବିହନ ଧାନକୁ ପ୍ରଥମେ ଗୌଣୀରେ ପୁରାଇ ତାପରେ ଟୋକେଇରେ ରଖି, ବିହନ ଟୋକେଇର ମୁହଁରେ ନୂଆ ଲୁଗା ବାନ୍ଧି ବିହନ ଟୋକେଇ ଓ ମିଠା ଧରି ଲଙ୍ଗଳ ଯୋଡ଼ି କ୍ଷେତକୁ ଯାଏ । ପୂର୍ବ ଆକାଶରେ ସିନ୍ଦୁରା ଫାଟି ଆସୁଥିବାବେଳେ ସେ କ୍ଷେତରେ ପହଁଚିଯାଏ । କ୍ଷେତର ଈଶାନ (ଉତ୍ତର-ପୂର୍ବ) କୋଣରେ ଭୋଗ ଦେଇ ମାଆ ଲକ୍ଷ୍ମୀକୁ ପୂଜା କରି କ୍ଷେତକୁ ହଳ କରେ । ଏହାପରେ ବିହନ ଧାନ ବୁଣିବା ଆରମ୍ଭ କରେ । ନୂଆ ବିହନ ଧାନକୁ “ଅକ୍ଷିମୁଠି କୁହାଯାଏ” । ସେଦିନ କୃଷକ ନୂଆ ଲୁଗା ପିନ୍ଧିଥାଏ । କ୍ଷେତ କାମ କରିବାରେ ଏହିଦିନ ହେଉଛି ଆଦ୍ୟ ଦିନ ବା ପ୍ରଥମ ଶୁଭ ଦିନ । ଆମ ଓଡ଼ିଶାର ସମସ୍ତ କୃଷକ ଏହି ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ବୁଣି କୃଷିର ଶୁଭ ଦେଇଥାଏ । ତେଣୁ ଏହି ଦିନଟି କୃଷକ ପାଇଁ ଅତ୍ୟନ୍ତ ଶୁଭଦିନ । ଜମିରୁ ଭଲ ଶଷ୍ୟ ହେବା ପାଇଁ କୃଷକ ଲକ୍ଷ୍ମୀପୂଜା କରିବା ସଙ୍ଗେସଙ୍ଗେ ମଧ୍ୟାହ୍ନରେ ବ୍ରାହ୍ମଣ ଭୋଜନ ଦେଇଥାନ୍ତି । ଅକ୍ଷୟ ତୃତୀୟା ଦିନ ମାଆମାନେ “ଷଠୀ ଦିଉଛେଈ” ଙ୍କର ପୂଜା କରନ୍ତି । ଷଠୀ ଦିଉଛେଈଙ୍କୁ ପୂଜା କଲେ ପୁଅମାନଙ୍କର ମଙ୍ଗଳ ହେବା ସହିତ ପରିବାରର ସର୍ବବିଧି ଶିଦ୍ଧି ହୋଇଥାଏ । ଏହି ପୂଜାର ଅନ୍ୟନାମ ହେଉଛି ‘ଷଠି ଓଷା’ । ଅକ୍ଷୟ ତୃତୀୟା ଦିନଠାରୁ ୨୧ ଦିନ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୁଏ । ଜଗନ୍ନାଥଙ୍କ ଚନ୍ଦନ ପ୍ରତିମା ମା’ ଲକ୍ଷ୍ମୀଠାକୁରାଣୀ ଓ ବିଦ୍ୟାଦେବୀ ସରସ୍ୱତୀଙ୍କ ସହିତ ଚନ୍ଦନ ପୋଖରୀକୁ ଯାଆନ୍ତି । ଠାକୁରଙ୍କର ଚନ୍ଦନ ଲାଗିହୁଏ । ରାମକୃଷ୍ଣ ଏବଂ ଅନ୍ୟ ପଞ୍ଚ ଶିବ ଠାକୁରଙ୍କୁ ଏହି ଦିନ ସନ୍ଧ୍ୟାରେ ଚନ୍ଦନ କୁଣ୍ଡରେ ରଖାଯାଏ । ଏହାପରେ ସେମାନଙ୍କୁ ପାଲିଙ୍କିରେ ବସାଇ ନାନା ପଟୁଆରରେ ଚନ୍ଦନ ପୋଖରୀକୁ ଅଣାଯାଏ । ଚନ୍ଦନ ପୋଖରୀରେ ଦୁଇଟି ବଡ଼ ବଡ଼ ନଉକାରେ ବସାଏଇ ଠାକୁରଙ୍କୁ ନଉକା ବିହାର ଓ ଜଳକ୍ରୀଡ଼ା କରାଯାଏ । ଠାକୁରମାନେ ଯେଉଁ ନଉକା ଦୁଇଟିରେ ବିଜେ ହୁଅନ୍ତି ସେ ଦୁଇଟିର ନାମ “ବୈରାଟିକା ଓ ସୁନନ୍ଦା ।” ଅକ୍ଷୟ ତୃତୀୟା ଦିନ ରଥ ତିଆରିର ଶୁଭ ଦିଆଯାଏ । ରଥ ପର୍ବ ହେଉଛି ଭାରତର ସବୁଠାରୁ ବଡ଼ ପର୍ବ । ତାହା ପୁଣି ଆମ ଓଡ଼ିଶାରେ ପାଳିତ ହୁଏ । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଦିନ ଠାକୁରମାନଙ୍କ ଚନ୍ଦନ ଲାଗି ପରେ ବଢ଼େଇଙ୍କୁ ଆଜ୍ଞାମାଳ ଦିଆଯାଏ । ଠାକୁରଙ୍କ ଫୁଲମାଳ ପାଇବା ଅର୍ଥ ରଥ ତିଆରିପାଇଁ ଅନୁମତି ପାଇବା । ଏହିଦିନ ଠାକୁରଙ୍କ ରଥ ତିଆରିର ମଧ୍ୟ ଶୁଭାରମ୍ଭ ହୋଇଥାଏ । ପୁରାଣ ଶାସ୍ତ୍ର ଅନୁସାରେ ସତ୍ୟଯୁଗ ଏହି ଅକ୍ଷୟ ତୃତୀୟା ଦିନ ଆରମ୍ଭ ହୋଇଥିଲା । ଯେଉଁ ଯୁଗରେ ନାରାୟଣ ନୃସିଂହ ରୂପ ଧାରଣ କରି ହିରଣ୍ୟକଶ୍ୟୁପୁକୁ ବଦ୍ଧ କରିଥିଲେ । ନାରଦ ପୁରାଣ ଅନୁସାରେ ଅକ୍ଷୟ ତୃତୀୟାରେ ପୃଥିବୀ ପୃଷ୍ଠକୁ ଗଙ୍ଗାମାତାଙ୍କ ଅବତରଣ ହୋଇଥିଲା । ସୂର୍ଯ୍ୟ ବଂଶର ରାଜ।। ଭଗୀରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ୟକୁ ଆଣିଥିଲେ । ଭଗବାନ ଶିବ ପୂଣ୍ୟତୋୟା ଗଙ୍ଗାଙ୍କୁ ଜଟାରେ ଧାରଣ କରିଥିଲେ । ଜଟାରୁ ଗଙ୍ଗାଙ୍କୁ ସଭକ୍ତି ପୂର୍ବକ ସ୍ୱର୍ଗରୁ ଅଣାଯାଇଥିଲା । ଗଙ୍ଗା ସ୍ୱର୍ଗରୁ ଆସି ନଦୀ ରୂପେ ବହିଯାଇଥିଲେ । ଗଙ୍ଗା ନଦୀର ପବିତ୍ର ଜଳରେ ଧୋଇହୋଇ ଭଗୀରଥରଙ୍କ ପୂର୍ବ ପୁରୁଷମାନେ ମୋକ୍ଷପ୍ରାପ୍ତି ହୋଇଥିଲେ । ଏହା ତ୍ରେତୟା ଯୁଗର କଥା । ଯେଉଁ ଯୁଗରେ ଯୁଗ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମହିମଣ୍ଡଳରେ ଜନ୍ମଲାଭ କରି ରାକ୍ଷସ ରାଜା ରାବଣଙ୍କୁ ନିଧନ କରିଥିଲେ । ଏହି ଭଳି ଦିନରେ ଗଙ୍ଗାଦେବୀଙ୍କ ନାମ ଜପ କରି ଗଙ୍ଗାନଦୀରେ ସ୍ନାନ କଲେ ସମସ୍ତ ପ୍ରକାର ପାପ ଦୂର ହୁଏବୋଲି ବିଶ୍ୱାସ କରାଯାଏ । ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଧରାବତରଣ ଦିବସ । ଭଗବାନ ପର୍ଶୁରାମ ପୃଥିବୀପୃଷ୍ଠରୁ ଅତ୍ୟାଚାରୀ କ୍ଷତ୍ରୀୟମାନଙ୍କୁ ଧ୍ୱଂସ କରି ନିରିହ ସାଧାରଣ ଲୋକମାନଙ୍କୁ ନିର୍ଯ୍ୟାତନାରୁ ମୁକ୍ତ କରିଥିଲେ । ଦଶାବତାର ସ୍ତୋତ୍ରରେ ଭଗବାନ ପର୍ଶୁରାମଙ୍କ ମହିମା ଗାନ କରି ଭକ୍ତ ଜୟଦେବ ଗୋସ୍ୱାମୀ ଲେଖିଛନ୍ତି, ‘କ୍ଷତ୍ରିୟ-ରୁଧିରମୟେ ଜଗଦପଗତପାପମ୍‌, ସ୍ୱପୟସି ପୟସି ସମିତ-ଭବ-ତାପମ୍‌, କେଶବ ଧୃତ ‘ଭୃଗୁପତି’ ରୂପ ଜୟ ଜଗଦୀଶ ହରେ ।’ ଅକ୍ଷୟ ତୃତୀୟା ଦିନ ଭଗବାନଙ୍କର ଅନ୍ୟଏକ ରୂପ ବ୍ୟାସଦେବ ମହାନଗ୍ରନ୍ଥ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ମହାଭାରତକୁ ପଚାମ ବେଦର ମାନ୍ୟତା ଦିଆଯାଇଛି । ଏହି ମହାଭାରତରେ ସମଗ୍ର ବିଶ୍ୱକୁ ପବିତ୍ର ପାବନୀ ସଦୃଶ ମୋକ୍ଷପ୍ରାପ୍ତି କରୁଥିବା ଶ୍ରୀମଦ୍ ଭଗବଦ୍ ଗୀତା ସର୍ବଜନାଦୃତ । ଏହାକୁ ଏକାନ୍ତ ନିଷ୍ଠାର ସହିତ ଅକ୍ଷୟ ତୃତୀୟା ଦିନ ପାଠକଲେ ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତି ମିଳିଥାଏ । ଆମ ସଂସ୍କୃତିରେ ଅକ୍ଷୟ ତୃତୀୟାକୁ ପୂଣ୍ୟ ପାପ୍ତିର ଦିବସ ବୋଲି ବିଶ୍ୱାସ କରାଯାଏ । ପୂର୍ବ ପୁରୁଷଙ୍କ ଲାଗି ଏହିଦିନ ଶ୍ରାଦ୍ଧ ଦେଇ ଦିବଂଗତ ଆତ୍ମାମାନଙ୍କୁ ସୁକ୍ଷ୍ମ ସ୍ତରରେ ଭୋଗୁଥିବା ଯନ୍ତ୍ରଣାରୁ ମୁକ୍ତ କରାଯାଇଥାଏ । ଦାନ, ଧ୍ୟାନ, ଜପ, ତପ, ତପସ୍ୟା ଏବଂ ମୋକ୍ଷ ପ୍ରାପ୍ତିର ପବିତ୍ର ଦିବସ ହେଉଛି ଅକ୍ଷୟ ତୃତୀୟା । ଏହି ଦିନ ଭୋକିଲା ଲୋକମାନଙ୍କୁ, ଗରିବଙ୍କୁ ଏବଂ ବ୍ରାହ୍ମଣ ଦେବତାଙ୍କୁ ଘରକୁ ଡାକି ଭୋଜନ ପୂର୍ବକ ବସ୍ତ୍ର ଦାନ କଲେ ମହାପୂଣ୍ୟ ମିଳିଥାଏ । ପୁରାଣରେ ବର୍ଣ୍ଣିତ ଅଛି ପାଣ୍ଡବ ମାନଙ୍ଗ ବନବାସ ସମୟରେ ସୂର୍ଯ୍ୟ ଦେବତା ସେମାନଙ୍କୁ ଏକ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ । ଏହି ଅକ୍ଷୟ ପାତ୍ର ବ୍ୟବହାର କରି ପାଣ୍ଡବ ଏବଂ ଦ୍ରୌପଦୀ ସେମାନଙ୍କର ଆଗନ୍ତୁକ ଅଥିତୀମାନଙ୍କୁ ଖାଦ୍ୟ ପ୍ରଦାନ ପୂର୍ବକ ସନ୍ତୁଷ୍ଠ କରିଥିଲେ । ଭକ୍ତ ସୁଦାମା ଯେଉଁଦିନ ତାଙ୍କ ପ୍ରୀୟ ସାଖା କୃଷ୍ଣଙ୍କୁ ଭେଟିବାପାଇଁ ଯାଇଥିଲେ ସେଦିନ ଥିଲା ଅକ୍ଷୟ ତୃତୀୟା । କୃଷ୍ଣଙ୍କୁ ଭେଟିବା ପାଇଁ ସୁଦାମାଙ୍କ ପାଖରେ କେବଳ ଖୁଦଭଜା ଥିଲା । ଯାହାକୁ ସେ ତାଙ୍କୁ ଅର୍ପଣ କରିଥିଲେ । ସୁଦାମାଙ୍କ ଶାନ୍ତ, ଶରଳ, ସମର୍ପଣ ଓ ଭକ୍ତିଭାବ ଯୋଗୁଁ ଭଗବାନ କୃଷ୍ଣ ତାଙ୍କ ଝୁପୁଡ଼ି ଘରକୁ ଏକ ମହଲରେ ରୁପାନ୍ତରିତ କରିଥିଲେ । ସୁଦାମାଙ୍କୁ ଅକ୍ଷୟ ନିଧି ପ୍ରାପ୍ତି ହେଲାବୋଲି ଏହି ଦିନ ଭଗବାନ କୃଷ୍ଣଙ୍କର ନାମ ସଂକୀର୍ତ୍ତନ କଲେ ଧନଧାନ୍ୟ ଗୋପଲକ୍ଷ୍ମୀ ପ୍ରାପ୍ତି ହୋଇଥାଏବୋଲି ବିଶ୍ୱାସ କରାଯାଏ । ଭବିଷ୍ୟ ପୂରାଣ ବର୍ଣ୍ଣନା ଅନୁଯାୟୀ ଅକ୍ଷୟ ତୃତୀୟାକୁ ଯୁଗାଧି ତିଥି କୁହାଯାଏ । ଏହ ଦିନଠାରୁ ଦ୍ୱାପରଯୁଗର ପରିସମାପ୍ତି ଘଟି ତ୍ରେତୟା ଯୁଗ ଆରମ୍ଭ ହୋଇଥିଲା । ଏହି ଦିନ ସମସ୍ତଙ୍କ ପାଇଁ ସବୁଠାରୁ ଶୁଭ ଏବଂ ପବିତ୍ର ଦିବସ । ଏହି ଦିନ ଯେଉଁ କାର୍ଯ୍ୟକଲେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥିାଏ । ଏପରିକି ସେହି ପୂର୍ଣ୍ୟ କେବେବି କ୍ଷୟ ହୁଏନାହିଁ । ପୌରାଣିକ ଆକ୍ଷାନ ଅନୁସାରେ କୁରୁସଭାରେ ଏହି ଦିନ ଯୁଆ ଖେଳି ଦୌପଦୀଙ୍କୁ ବାଜିରେ ଲଗାଇଥିଲେ । ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିଥିବାବେଳେ ତାଙ୍କ ଲଜ୍ଜା ରକ୍ଷାକରିବାପାଇଁ ଭଗବାନ ଶ୍ରୀକୃଷ୍ଣ ଯେଉଁ ଦିନ ଅକ୍ଷୟ ବସ୍ତ୍ର ପ୍ରଦାନ କରିଥିଲେ ସେଦିନ ଥିଲା ଅକ୍ଷୟ ତୃତୀୟା । ଏହିଭଳି ପୁରାଣରେ ଅକ୍ଷୟ ତୃତୀୟା ସମ୍ବଦ୍ଧରେ ଅନେକ କିମ୍ବଦନ୍ତୀ ରହିଛି । ଆମ ପରମ୍ପରାରେ ଅକ୍ଷୟ ତୃତୀୟା ଦିନ ସୁବର୍ଣ୍ଣ କିଣିବାର ପ୍ରଥା ରହିଛି । ଏହି ଦିନ ମୂଲ୍ୟବାନ ଧାତୁ ପ୍ରଦାର୍ଥ କିଣିଲେ ଧନଧାନ୍ୟ ଗୋପଲକ୍ଷ୍ମୀ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ଭଦ୍ରକ

Leave a Reply