Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁହଁ ଘୋଡ଼ାଇ ଶୋଇବା ବିପଜ୍ଜନକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁହଁ ଘୋଡ଼ାଇ ଶୋଇବା ବିପଜ୍ଜନକ

ବ ିଭିନ୍ନ ପ୍ରକାର ଲୋକ ଅଛନ୍ତି ଯେଉଁମାନେ ଶୋଇବାବେଳେ ବିଭିନ୍ନ ପ୍ରକାର ଶୈଳୀ ଅବଲମ୍ବନ କରିଥାନ୍ତି । କିନ୍ତୁ ଜାଣନ୍ତି ଏଭଳି କିଛି ଶୈଳୀ ଅଛି, ଯାହା ଆପଣଙ୍କ ପାଇଁ ପ୍ରାଣଘାତକ ସାବ୍ୟସ୍ତ ହୋଇପାରେ । ବିଶେଷକରି ସେଇମାନଙ୍କ ପାଇଁ ଯେଉଁମାନେ ଶୋଇବା ବେଳେ ମୁହଁକୁ ସମ୍ପୂର୍ଣ୍ଣ ଭାବେ ରେଜାଇରେ ଘୋଡ଼ାଇ ଶୋଇଥାନ୍ତି । ଶୋଇବା ବେଳେ ମୁହଁ ଘୋଡ଼ାଇ ଶୋଇବା ଆରାମଦାୟକ ହୋଇଥାଏ ସତ; କିନ୍ତୁ ଏହାଦ୍ୱାରା ଅମ୍ଳଜାନ ପ୍ରବାହରେ ବାଧା ଉତ୍ପନ୍ନ ହୋଇଥାଏ । ଫଳତଃ ଲୋକଙ୍କ ମଧ୍ୟରେ ଆଜ୍‌ମା, ହୃଦ୍‌ରୋଗ ଏବଂ ଫୁସ୍‌ଫୁସ୍ ଜନିତ ସମସ୍ୟା ଉପୁଜିବାର ଭୟ ସୃଷ୍ଟି ହୁଏ । ବେଳେବେଳେ ଅଣନିଃଶ୍ୱାସୀ ଲାଗିଥାଏ ଏବଂ ଜୀବନ ବି ଚାଲିଯାଇଥାଏ । ସ୍ଲିପ୍ ଏପ୍ରିମୋ ଏଭଳି ଏକ ସ୍ଥିତି, ଯେତେବେଳେ ଶୋଇବା ସମୟରେ ନିଃଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭୂତ ହୋଇଥାଏ । ଏହାଦ୍ୱାରା ମୋଟାପଣ ଏବଂ ଓବେସିଟି ସମସ୍ୟା ଉପୁଜିଥାଏ । ତେଣୁ ମୁହଁ ଘୋଡ଼ାଇ ଶୋଇବାଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଯଦି ଏ ଅଭ୍ୟାସକୁ ଆପଣ ଛାଡ଼ିପାରୁ ନାହାନ୍ତି, ତେବେ ମୁହଁ ଅଳ୍ପ ଘୋଡ଼ାନ୍ତୁ, ଯଦ୍ଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସରେ ସହଜ ହେବ

Leave a Reply