Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଣ୍ଠି ଯନ୍ତ୍ରଣା ଦୂର ପାଇଁ ମେଥି ଶାଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଣ୍ଠି ଯନ୍ତ୍ରଣା ଦୂର ପାଇଁ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି । ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ । ଯେମିତିକି; ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍ ନେକ୍ରୋସିସ୍‌, ଗଣ୍ଠି ସଂକ୍ରମଣ, ଟ୍ୟୁମର୍‌, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି । ଅନେକ ସମୟରେ ଏହି ଯନ୍ତ୍ରଣାରୁ ରକ୍ଷାପାଇବାକୁ ଔଷଧ ସେବନ କରିବାକୁ ପଡ଼ିଥାଏ ଏଥିରେ ଉପଶମ ନହେଲେ ଅସ୍ତ୍ରୋପଚାର ଶେଷ ରାସ୍ତା ଥାଏ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ଏଭଳି ମାରାତ୍ମକ ଯନ୍ତ୍ରଣା ଉପଶମ ଔଷଧ ଉପାୟ ଘର ଭିତରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମେଥି ଶାଗ ଗଣ୍ଠି ଯନ୍ତ୍ରଣାରୁ ଲାଘବ ଦେବାରେ ବେଶ୍ ସହାୟକ ହୋଇଥାଏ । ମେଥି ଶାଗରେ ପ୍ରୋଟିନ୍‌, ଫାଇବର୍ ଏବଂ ଆଇରନ୍ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ଶରୀରର ବିଭିନ୍ନ ଯନ୍ତ୍ରଣା ନିମିଷକେ ଦୂର ହୋଇଥାଏ । ମେଥି ଶାଗରେ ଆଣ୍ଟି ଅକ୍ସିଡାଣ୍ଟ୍ ଭରପୂର୍ ଥାଏ । ଏହାଛଡ଼ା ମେଥି ଦାନାରେ ପେଟ୍ରୋଲିୟମ୍ ଇଥର ଏକ୍ସଟ୍ରାକ୍ଟ ନାମକ ଯୌଗିକ ରହିଥାଏ, ଯେଉଁଥିରେ ମୁଖ୍ୟ ରୂପରେ ଲିନୋଲିକ୍ ଏସିଡ୍ ଏବଂ ଲିନୋଲେନିକ୍ ଏସିଡ୍ ସାମିଲ ଥାଏ । ଏହାର ସେବନ ଦ୍ୱାରା ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ହେଉଥିବା ଅସହନୀୟ ଯନ୍ତ୍ରଣାରୁ ଉପଶମ ମିଳିଥାଏ ।

Leave a Reply