Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇନ୍ଦ୍ରଧନୁର ଗାଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇନ୍ଦ୍ରଧନୁର ଗାଁ

ଗାଁ ନାଁ ଶୁଣିବା ମାତ୍ରରେ ମନକୁ ଚାଲିଆସୁଥିବ ଧୂଳିମାଟି ଉଡୁଥିବା ରାସ୍ତା ଏବଂ ବାଟଘାଟରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନାର ଦୃଶ୍ୟ । କାରଣ ଗାଁର ପ୍ରତିଟି ଗଳି କନ୍ଧିରେ ଏଭଳି ଦୃଶ୍ୟ ଆଜିକାଲି ସାଧାରଣ । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ, ଦୁନିଆରେ ଏମିତି ବି ଏକ ଗାଁ ଅଛି, ଯେଉଁଠି ଧୂଳିମାଟିର ପ୍ରଶ୍ନ ନାହିଁ; ତେବେ ଏହା ଅବିଶ୍ୱସନୀୟ ଲାଗିପାରେ । ପ୍ରକୃତରେ ଏହି ଗାଁ ନିଜ ସ୍ୱଚ୍ଛ, ନିର୍ମଳ ପରିବେଶ ଏବଂ ସୌନ୍ଦର୍ଯ୍ୟ ପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ନିଆରା ପରିଚୟ ହାସଲ କରିଛି । ସବୁଠୁ ବଡ଼ କଥା ଏହି ଅଦ୍ଭୁତ ଆକର୍ଷଣ ପାଇଁ ଆଜି ଗାଁ ପାଲଟିଛି ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନସ୍ଥଳୀ । ଏ ଗାଁ ଆଜି ସହରକୁ ବି ମାତ୍ ଦେବାରେ ସକ୍ଷମ ହୋଇପାରିଛି । ଜାଣିବାକୁ ଆଗ୍ରହୀ ହେବେଣି ଏ ଗାଁ ବିଷୟରେ । କହିରଖୁଛୁ, ଏ ଗାଁ ରହିଛି ଇଣ୍ଡୋନେସିଆରେ । ନାଁ ତାହାର କାମ୍ପୁଙ୍ଗ ପେଲଙ୍ଗୀ । ପ୍ରଥମେ ଏହା ଏକ ବସ୍ତି ସଦୃଶ ଥିଲା । କିନ୍ତୁ ଆଜି ଏହା ‘ଇନ୍ଦ୍ରଧନୁର ଗାଁ’ ପାଲଟିଛି । ସାତରଙ୍ଗକୁ ନିଜ ଭିତରେ ସାଇତି ରଖି ଇଣ୍ଡୋନେସିଆର ଏହି ଗାଁ ଆଜି ବିଶ୍ୱସ୍ତରରେ ଇନ୍ଦ୍ରଧନୁର ଗାଁ ନାମରେ ପରିଚିତ । ଗାଁରେ ରହିଛି ୩୯୦ ଟି ଘର । ପ୍ରତିଟି ଘରକୁ ବିଭିନ୍ନ ରଙ୍ଗରେ ରଙ୍ଗିନ୍ କରାଯାଇଛି । ଗାଁକୁ ଏଭଳି ରୂପ ଦେବାକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି କାମକୁ ସରକାର ଏବଂ କିଛି କମ୍ପାନୀଙ୍କ ସହଯୋଗରେ ପୂର୍ଣ୍ଣ କରାଯାଇଛି । ପ୍ରଥମେ ଏହାକୁ ଇଣ୍ଡୋନେସିଆର ବସ୍ତି ବୋଲି କୁୂହାଯାଉଥିଲା । ଲୋକମାନେ ଏଠାରେ ଭଙ୍ଗାଦଦରା ଘରେ ରହୁଥିଲେ । ଚାରିପାଖ ପରିବେଶ ଅତ୍ୟନ୍ତ ଅପରିଷ୍କାର ଥିଲା । କିନ୍ତୁ ୫୪ ବର୍ଷୀୟ ସ୍କୁଲ୍ ପ୍ରଧାନଶିକ୍ଷକ ସ୍ଲାମେଟ୍ ୱିଡୋଡୋ ଗାଁର ରୂପରଙ୍ଗକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଲେ । ତାଙ୍କ ପ୍ରୟାସଏବଂ ଦୃଢ଼ମନୋବଳ ଯୋଗୁ ଆଜି ଏ ଗାଁ ସମସ୍ତଙ୍କର ପ୍ରିୟ ପାଲଟିଛି ।

Leave a Reply